spot_img
Home Blog Page 7582

କଂଗ୍ରେସ ସାଂସଦଙ୍କ ପାଇଁ ସୋନିଆଙ୍କ ଡିନର ଡିପ୍ଲୋମାସି

0

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶର ସରି ଆସିବା ବେଳକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳୀୟ ସାଂସଦଙ୍କ ପାଇଁ ଦିଲ୍ଲୀରେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ । ଗତକାଲି ରାତିରେ ଆୟୋଜିତ ଏହି ଡିନରରେ ସମସ୍ତ କଂଗ୍ରେସ ସାଂସଦ ଯୋଗଦେଇଥିଲେ ।

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବା ପୂର୍ବରୁ କଂଗ୍ରେସ ଏହି ଡିନର ଡିପ୍ଲୋମାସି କରିଥିଲା । ଏଥିରେ ସାଂସଦଙ୍କ ସହ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ହରିଶ ରାଓ୍ୱତ, ରଣଦୀପ ସୁରଜେଓ୍ୱାଲା, କେସି. ଭେନୁଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ । ପାର୍ଲାମେଣ୍ଟ ହାଉସ୍ ପରିସରରେ ଏହାର ଆୟୋଜନ କରାଯାଇଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ଗୁଲାମନବୀ ଆଜାଦ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାହୁଲ ଗାନ୍ଧିଙ୍କୁ ଏଥିରେ ଦେଖିବାକୁ ମିଳିନଥିଲା ।

୫୦ ଫୁଟ୍ ଉପରେ ଦୋଳିରେ ସେଲ୍ଫି ନେଉଥିଲେ, ଖସି ପଡ଼ିଲେ…

ସୁବର୍ଣ୍ଣପୁର: ଧନୁଯାତ୍ରାରେ ଦୋଳି ଖେଳ ବେଳେ ଅଘଟଣ । ରାମଦୋଳିରେ ବସି ସେଲ୍ଫି ନେବାବେଳେ ଖସି ପଡ଼ି ଚାଲିଗଲା ଜୀବନ । ଅସାବଧନତା, କ୍ଷଣିକ ଖୁସି ଡାକି ଆଣିଲା ମୃତ୍ୟୁ । ଏଭଳି ଅଭାନୀୟ ଘଟଣା ଘଟିଛି ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁର ଧନୁଯାତ୍ରାରେ ।ମଙ୍ଗଳବାର ସନ୍ଧ୍ୟାରେ ୨ ଯୁବକ ଜଗା ବାରିକ ଓ ମାଧ ଛତ୍ରିଆ ରାମଦୋଳିରେ ବସି ସେଲ୍ଫି ନେଉଥିଲେ । ହଠାତ୍ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଜଗାକୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଗାର ମୃତ୍ୟୁ ହୋଇଛି ।

ବିଶ୍ୱରେ ବର୍ଷକୁ ହାରାହାରି ସେଲ୍ଫି ଯୋଗୁ ୨୫୯ ଜଣଙ୍କ ମୃତ୍ୟୁ ହେଉଛି । ଭାରତରେ ଏହି ସଂଖ୍ୟା ୧୫୨ । ଅସାବଧନତା ସେଲ୍ଫି ଯୋଗୁଁ ଅକାଳରେ ଅନେକ ଜୀବନ ଚାଲି ଯାଉଛି । ଯାହାକି ଏବେ ଚିନ୍ତାର କାରଣ ।

ଅନ୍ତରୀକ୍ଷରେ ଆଉ ଏକ ଇତିହାସ ରଚିବା ଅପେକ୍ଷାରେ ଭାରତ

0

ଆନ୍ଧ୍ରପ୍ରଦେଶ: ମହାକାଶରେ ଭାରତ ଆଉ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛି । ମହାକାଶକୁ ରିସାଟ-2BR1 ପଠାଇବ ଇସ୍ରୋ । ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଅପରାହ୍ଣରେ ଉତକ୍ଷେପଣ ହେବ । ଭାରତର ରାଡାର ଆମେଜିଙ୍ଗ ପୃଥିବୀ ଉପରେ ନଜର ରଖୁଥିବା ଉପଗ୍ରହ ରିସାଟ-2BR1କୁ ପିଏସଏଲଭି-C48 ରକେଟ ମାଧ୍ୟମରେ ଉତକ୍ଷେପଣ କରାଯିବ ।ଏହା ପିଏସଏଲଭିର ୫୦ ତମ ଉତକ୍ଷେପଣ ହେବ । କୃଷି ଓ ବିପର୍ଯ୍ୟୟ ମୁକାବିଲା କରିବାରେ ସହାୟତା ଉପଲବ୍ଧ କରିବା ଉଦ୍ଦେଶ୍ୟରେ ଏହା ପ୍ରସ୍ତୁତ କରାଯାଇଛି । ୬୨୮ କେଜିର ଏହି ଉପଗ୍ରହ ସହ ଅନ୍ୟ ୯ଟି କର୍ମସିଆଲ ସାଟେଲାଇଟକୁ ଅନ୍ତରୀକ୍ଷକୁ ପଠାଯିବ । ଏଥିରେ ଇସ୍ରାଏଲ, ଇଟାଲି, ଜାପାନର ଗୋଟିଏ ଗୋଟିଏ ଏବଂ ଆମେରିକାର ୬ଟି ଉପଗ୍ରହ ସାମିଲ ଅଛି ।

ଧୋତି ପିନ୍ଧି ନୋବେଲ୍ ଗ୍ରହଣ କଲେ ଅଭିଜିତ୍ ବାନାର୍ଜୀ

0

ସ୍ୱିଡେନ୍: ବିଦେଶରେ ଭାରତୀୟ ସଂସ୍କୃତି । ଧୋତି ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍ ବାନାର୍ଜୀ । ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ ଅର୍ଥନୀତି ପାଇଁ ନୋବେଲ ଗ୍ରହଣ କରିଛନ୍ତି ।ଆମେରିକାରେ ରହୁଥିଲେ ବି ସେ ଭାରତର ପରମ୍ପରା ସଂସ୍କୃତିକୁ ଭୁଲିନାହାନ୍ତି । ଅନ୍ତର୍ଜାତୀୟ ମଞ୍ଚରେ ଭାରତର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି । ଭାରତୀୟ ପରମ୍ପରାକୁ ସମ୍ମାନ ଜଣାଇ ଅଭିଜିତ୍ ଧୋତି ପିନ୍ଧିବା ସହ ତାଙ୍କ ପତ୍ନୀ ଅସ୍ଥର ଡୁଫ୍ଲୋ ଶାଢ଼ି ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି ।

ବିଦେଶରେ ରହି ଭାରତୀୟ ସଂସ୍କୃତିକୁ ମନେ ରଖିବା ଓ ପାଳନ କରିବା ପାଇଁ ଉଭୟଙ୍କୁ ସବୁଠି ପ୍ରଂଶସା କରାଯାଉଛି । ଅର୍ଥନୈତିକ ବିଜ୍ଞାନରେ ଗ୍ଲୋବାଲ ପଭର୍ଟି ଉପରେ ଗବେଷଣା ପାଇଁ ଭାରତୀୟ ବଂଶୋଦଦ୍ଭବ ଅଭିଜିତ୍ ବାନାର୍ଜୀଙ୍କ ସହ ଏସ୍ଥର ଡୁଫ୍ଲୋ ଓ ମାଇକେଲ କ୍ରେମରଙ୍କୁ ନୋବେଲ ପୁରସ୍କାର ମିଳିଛି ।

 

କିଣି ପାରିଲେନି ପିଆଜ; ରାତି ଅଧରେ ଲୁଟିଲେ, ଧରାପଡ଼ିଲେ….

ମୁମ୍ବାଇ: ଚିନ୍ତା ବଢ଼ାଇଲାଣି ପିଆଜ । ଦେଶରେ ସର୍ବାଧିକ ପିଆଜ ଉତ୍ପାଦନ ହେଉଥିବା ମହାରାଷ୍ଟ୍ରରେ ପିଆଜ ଚୋରି ସାମନାକୁ ଆସିଛି । ଦେଶର ଅଧିକାଂଶ ସ୍ଥାନରେ ପିଆଜର କେଜି ପିଛା ଦର ୧୦୦ ଟଙ୍କାରୁ ଅଧିକ ରହିଛି । ଏଭଳି ସ୍ଥିତିରେ ପିଆଜକୁ ନେଇ ସମସ୍ତଙ୍କ ଟେନସନ୍ ବଢ଼ି ଯାଇଛି । ପୂର୍ବରୁ ଗୁଜରାଟର ଏକ ମଣ୍ଡିରୁ ଚୋର ୫ ବସ୍ତା ପିଆଜ ଚୋରି କରି ନେଇଥିଲେ । ଏବେ ସମାନ ଘଟଣା ଘଟିଛି ମାୟାନଗରୀ ମୁମ୍ବାଇରେ ।

ହୀରା ସହରରେ ପିଆଜ ଚୋରଙ୍କ କାରନାମା

ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ପିଆଜ ଚୋରିର ଲାଇଭ ଭିଜୁଆଲ୍ ସାମନାକୁ ଆସିଛି । ଏହି ଚିତ୍ର ହେଉଛି ଗତ ୫ ତାରିଖର । ଭୋର୍ ପ୍ରାୟ ୪ଟା ୨୬ରେ ୨ ଜଣ ବ୍ୟକ୍ତି ୨ଜଣ ବ୍ୟକ୍ତି ଅଲଗା ଅଲଗା ଦୋକାନରୁ ପିଆଜ ଚୋରି କରୁଛନ୍ତି । ଏହି ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଯାଇଥିଲା ।

ମୋବାଇଲ କିଣନ୍ତୁ, କିଲେ ପିଆଜ ନିଅନ୍ତୁ

ସିସିଟିଭି ଫୁଟେଜ ଆଧାରରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଚୋରି ପିଆଜର ମୂଲ୍ୟ ପ୍ରାୟ ୨୧ ହଜାର ୧୬୦ ଟଙ୍କା ହେବ ବୋଲି ପୋଲିସ କହିଛି ।

ପିଆଜର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଏମିତି ବିତଣ୍ଡା ଯୁକ୍ତି କଲେ ଅର୍ଥମନ୍ତ୍ରୀ

ଦୁଷ୍କର୍ମ କଲେ, କୋର୍ଟରେ ମୁହଁ ଖୋଲିବାରୁ ଏସିଡ୍‌ ଫିଙ୍ଗିଲେ

0

ମୁଜାଫରନଗର: ଦେଶରେ ଏବେ ଦୁଷ୍କର୍ମକୁ ନେଇ ସଡ଼କରୁ ସଂସଦ ସବୁଠି ହୋହଲ୍ଲା । ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ପଲ୍ଲୀରୁ ଦିଲ୍ଲୀ ସବୁଠି ସ୍ୱର ଉଠିଛି । କିନ୍ତୁ, ଏତେସବୁ ପରେ ବି ବଦଳୁନି ଘୃଣ୍ୟ ମାନସିକତା । ବଢ଼ିଚାଲିଛି ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ । ହାଇଦ୍ରାବାଦରେ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ପରେ ବି ସୁଧୁରୁ ନାହାନ୍ତି । ଉତ୍ତର ପ୍ରଦେଶର ମୁଜାଫରନଗରରେ ସାମନାକୁ ଆସିଛି ଆଉ ଏକ ଭୀବତ୍ସ ଚିତ୍ର ।

ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଘରେ ପଶି ଏସିଡ୍ ମାଡ଼ କରିଛନ୍ତି ଦୁଷ୍କର୍ମକାରୀ । ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତାଙ୍କୁ ଜାଳିଦେବା ଘଟଣାର ଦିନକ ପୂର୍ବରୁ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି । ପୀଡ଼ିତା ଜଣଙ୍କ ଦୁଷ୍କର୍ମ ନେଇ ଅଭିଯୋଗ କରିବାରୁ ଏସିଡ୍ ଫିଙ୍ଗି ଦେଇଛନ୍ତି ଦେହ ରାକ୍ଷସ । ପୀଡ଼ିତା କୋର୍ଟରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ । ତାଙ୍କୁ କୋର୍ଟରୁ କେସ ଉଠାଇବା ପାଇଁ ଦୁଷ୍କର୍ମକାରୀ ଧମକ ଦେଇଥିଲେ ।

କିନ୍ତୁ, ପୀଡ଼ିତା କଥାକୁ ଖାତିର ନକରିବାରୁ ବୁଧବାର ରାତିରେ ଘରେ ପଶି ଏସିଡ୍‌ ମାଡ଼ କରିଛନ୍ତି ଦୁଷ୍କର୍ମକାରୀ । ଏନେଇ ପୋଲିସରେ ଅଭିଯୋଗ ହୋଇଛି । ୪ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ପୋଲିସ ଖୋଜୁଛି । ଏସିଡ୍‌ ମାଡ଼ରେ ପୀଡ଼ିତାଙ୍କ ଶରୀରର ୩୦ ପ୍ରତିଶତ ପୋଡ଼ି ଯାଇଛି । ମୀରଟର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି ।

ନାଗରିକତା ସଂଶୋଧନ ବିଲକୁ ନେଇ ଆଜି ପରୀକ୍ଷା ଦେବେ ମୋଦି ସରକାର

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭା ପାଳି । ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ । ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ବିଲକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଗତ କରିବେ । ବିଲ୍ ଆଗତ ଉପରେ ପ୍ରାୟ ୬ ଘଣ୍ଟା ଧରି ସଦନରେ ଚର୍ଚ୍ଚା ହେବ । ତେବେ, ବିଲକୁ ନେଇ ଆଜି ଗୃହ ସରଗରମ ରହିପାରେ ।

File

ରାଜ୍ୟସଭାରେ ଏନଡିଏ ପାଖେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନାହାନ୍ତି । ବିଜେପି ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି । ବିଲକୁ ବିରୋଧ କରୁଥିବା କଂଗ୍ରେସ, ଟିଏମସି ଓ ସମାଜବାଦୀ ପାର୍ଟି ମଧ୍ୟ ହ୍ୱିପ୍ ଜାରି କରିଛି ସାଂସଦମାନଙ୍କୁ ।

ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ

ଜେଡିୟୁ, ଶିବସେନା, ବିଜେଡି ଆଦି ଦଳ ଲୋକସଭାରେ ବିଲକୁ ସମର୍ଥନ କରିଥିଲେ । କିନ୍ତୁ, ରାଜ୍ୟସଭାରେ ସମର୍ଥନ ଦେବା ପାଇଁ ଶିବସେନା ସର୍ତ୍ତ ରଖିଛି । ଯାହାକି ବିଜେପି ପାଇଁ ଚିନ୍ତା ବଢ଼ାଇ ଦେଇଛି ।

ରାଜ୍ୟସଭାରେ ଅସଲ ପରୀକ୍ଷା, ଆଞ୍ଚଳିକ ଦଳଙ୍କ ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ

File

ଦରକାର ୧୨୧ ଭୋଟ୍

ରାଜ୍ୟସଭାରେ ମୋଟ୍ ସଦସ୍ୟ ସଂଖ୍ୟା ୨୪୫ । ଏବେ ୫ଟି ସିଟ୍ ଖାଲି ପଡ଼ିଛି । ଫଳରେ ଏବେର ସଂଖ୍ୟା ହେଉଛି ୧୪୦ । ତେଣୁ, ସଦନର ସମସ୍ତ ସଦସ୍ୟ ମତଦାନ କଲେ ବହୁମତ ୧୨୧ ହେବ ।

ବିଜେପି ପାଖରେ ୧୨୭ ସଦସ୍ୟ

ରାଜ୍ୟସଭାରେ ବିଲ୍ ପାସ୍ ପାଇଁ ଆବଶ୍ୟକ ଠାରୁ ଏନଡିଏ ପାଖରେ ଅଧିକ ସାଂସଦ ଅଛନ୍ତି । ତା ଛଡ଼ା ଅନ୍ୟ କିଛି ଆଞ୍ଚଳିକ ଦଳ ମଧ୍ୟ ବିଲକୁ ସହଯୋଗ କରୁଛନ୍ତି । ରାଜ୍ୟସଭାରେ ବିଜେପିର ୮୩, ଜେଡିୟୁର ୬, ଏଆଇଡିଏମକେ ୧୧, ବିଜେଡି ୭, ଏସଏଡି ୩, ଆରପିଆଇ ୧, ଏଲଜେପି ୧, ୱାଇଏସଆର୍ କଂଗ୍ରେସ ୨, ଟିଡିପି ୨, ଏଜିପି ୧, ବିପିଏଫ ୧, ଏନପିଏଫ ୧, ଏସଡିଏଫ ୧, ୩ ଜଣ ନିର୍ବାଚିତ ସଦସ୍ୟ, ନିର୍ଦ୍ଦଳୀୟ ଏବଂ ଅନ୍ୟ ୪ ସଦସ୍ୟଙ୍କୁ ମିଶାଇଲେ ସଂଖ୍ୟା ୧୨୭ ହେଉଛି । ଯେଉଁମାନେ ବିଲ୍ ସପକ୍ଷରେ ଭୋଟ କରିପାରନ୍ତି । ଅନ୍ୟପଟେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ପାଖେ ୧୧୩ ଜଣ ସାଂସଦ ରାଜ୍ୟସଭାରେ ରହିଛନ୍ତି ।

https://nandighoshatv.comregional-parties-may-play-a-key-role-to-pass-the-citizenship-bill-in-rs/