ଆଜି ୨୦୧୯ ମସିହା ନଭେମ୍ବର ୨୫ ତାରିଖ, ସୋମବାର,ଚତୁର୍ଦ୍ଧଶୀ ତିଥି,ସୂତୀ ନକ୍ଷତ୍ର, ଦିବା ୧୦/୫୬ ଗତେ ବିଶାଖା, ତୁଳା ଚନ୍ଦ୍ର ରାତ୍ରୀ ୧୦/୪୦ ଗତେ ଅମାବାସ୍ୟା,ଶୋଭନ ଯୋଗ,ବିଷ୍ଟିକରଣ ।
ଚନ୍ଦ୍ର ଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିର
ଘାଟବାର- ମିଥୁନ ରାଶିର
ଘଟଚନ୍ଦ୍ର- ନାସ୍ତି
ରହୁକାଳ- ପ୍ରାତଃ ୭/୨୭ ମି. ରୁ ଦିବା ୮/୪୯ମି. ପର୍ଯ୍ୟନ୍ତ
କଳାବେଳା- ପ୍ରାତଃ ୭/୨୭ମି. ରୁ ଦିବା ୮/୪୯ମି. ପର୍ଯ୍ୟନ୍ତ
ଶୁଭବେଳା- ଦିବା ୯/୦ମି. ରୁ ଘ୧୧/୧୧ମି.
ମେଷ- କର୍ମ କ୍ଷେତ୍ର ରେ ପ୍ରସଂଶିତ ହେବେ । ବିଭିନ୍ନ ସୂତ୍ରରୁ ଆୟ ହେବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ପାରିବାରିକ ଜୀବନ ସୁଖମୟ ହେବ ।
ବୃଷ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମଦକ୍ଷତା ବୃଦ୍ଧି ପଇବ । ବକେୟା ଅର୍ଥ ପ୍ରାପ୍ତି ହେବେ । ପୁଞ୍ଜିବିନିଯୋଗ ନିମନ୍ତେ ଦିନଟି ଶୁଭପ୍ରଦ ।
ମିଥୁନ– ନିଷ୍ଠୁର ଭାବ ପ୍ରକାଶ ପାଇବ । ମାନସିକ ଅସ୍ଥିରତା ଦେଖାଦେବ । ଟଙ୍କା ପଇସା କାରବାର ଜଗିରଖି କରନ୍ତୁ । ଦାମ୍ପତ୍ୟ କଳହ ଘଟିପାରେ ।
କର୍କଟ– କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବନ୍ଧୁବର୍ଗରେ ପ୍ରସଂଶିତ ହେବେ । ଇଚ୍ଛା କରୁଥିବା କାମରେ ସଫଳତା ପ୍ରାପ୍ତି ହେବ । ଆଧ୍ୟାତ୍ମିକ ଭାବନାରେ ଦିନଟି କଟିବ ।
ସିଂହ- ପାରିବାରିକ ଜୀବନ ସୁଖପ୍ରଦ ହେବ । ଚିନ୍ତା କରିଥିବା କାର୍ଯ୍ୟରେ ସମ୍ପୂର୍ଣ୍ଣତା ଆସିବ । ବିବାଦୀୟ ସମସ୍ୟାର ସମାଧାନ ହେବ । ସନ୍ତାନବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ ।
ତୁଳା- ଦିନଟି ଶୁଭ ଅଶୁଭ ମିଶ୍ରିତ ଫଳଦାୟକ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ଜୀବନ ସାଥିଙ୍କ କାରଣରୁ ଲାଭାନ୍ୱିତ ହୋଇପାରନ୍ତି । ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।
ବିଛା- ବହୁଦିନରୁ ଭାଙ୍ଗିଯାଇଥିବା ସମ୍ପର୍କ ଯୋଡିହେବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ପାରିବାରିକ ଜୀବନ ସୁଖମୟ ହେବ ।
ଧନୁ- ଗୃହରେ ମାଂଗଳିକ କାର୍ଯ୍ୟ ସଂଗଠିତ ହୋଇପାରେ । ମିତ୍ରମାନଙ୍କ ଦ୍ୱାରା ପ୍ରସଂଶିତ ହେବେ । ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ ।
ମକର- ବିଭିନ୍ନ ଚିନ୍ତାରେ ମାନସିକ ସ୍ଥିତି ଅସ୍ଥିର ରହିବ । ଅଯଥା କଥାରେ ବିବାଦୀୟ ହୋଇ ପଡିବେ । ଆର୍ଥନୈତିକ ଅସ୍ଥିରତା ବୃଦ୍ଧିପାଇବ । ପାରିବାରିକ ଜୀବନ ସୁଖଦୁଃଖରେ କଟିବ ।
କୁମ୍ଭ- ଅଯଥା ଭ୍ରମଣ ଯୋଗୁଁ ଶାରୀରିକ ପୀଡା ଦେଖାଦେବ । ଆର୍ଥିକ ସମସ୍ୟା ମଧ୍ୟଦେଇ ଗତି କରିବେ । କାର୍ଯ୍ୟଧାରା ବିଳମ୍ବିତ ହେବ । ପାରିବାରିକ ଜୀବନରେ ମିଶ୍ରିତ ଫଳ ଭୋଗ କରିବେ ।
ମୀନ- ଆର୍ଥିକ ସମସ୍ୟା ଯୋଗୁ ଚାପଗ୍ରସ୍ତ ରହିପାରନ୍ତି । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ । ମାନସିକ ସ୍ଥିତି ଅସ୍ଥିର ରହିବ । ଗୁପ୍ତଶତ୍ରୁ ବୃଦ୍ଧି ହେବେ ।
ଯୋଗାଯୋଗ- ୯୮୬୧୨୭୧୫୫୭


ଠିକ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ପଚାରିଥିବା ନିଜ ପ୍ରଶ୍ନର ଉତ୍ତର ନିଜେ ରଖିଛନ୍ତି । ଏହି ସୁନ୍ଦର ଫଟୋଟି ହେଉଛି ଜୟପୁର-ମାଲକାନଗିରି ରାସ୍ତାର । ସଠିକ ଉତ୍ତର ଓ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏହି ପୋଷ୍ଟକୁ ହଜାର ହଜାର ଲୋକ ରି-ଟ୍ୱିଟ୍ ଓ ଲାଇକ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ନୂଆଦିଗ ଦେଖାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇବା ସହ ସବୁ ମହଲରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯାଇଛି ।



ଏହାକୁ ମନଭରି ଉପଭୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ଓ ନାଇଜେରିଆବାସୀ । ସୁରେନ୍ଦ୍ର, ବିଘ୍ନରାଜ, ଅମିତ, ସତ୍ୟ, ସୁନୀଲ, ଦିବ୍ୟା, ପିଙ୍କି ଓ ଅନିତା ପ୍ରମୁଖ ପ୍ରବାସୀ ଓଡ଼ିଆଙ୍କ ପ୍ରତିନିଧିତ୍ୱ କରି ନୃତ୍ୟ ପରିବେଷଣ କରିଥିଲେ । ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି ।



ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଏକାଡେମିକ୍ ଏବଂ ରିସର୍ଚ୍ଚ ପାଇଁ ଆହୁରି ୧୦୦ କୋଟି ଟଙ୍କା ଯୋଗାଡ଼ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉତ୍ସବକୁ ରାଷ୍ଟ୍ରପତି ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।