ରାସ୍ତା ଖରାପ ଥିଲେ ଏବେ ଫାଇନ ଦେବେ ଠିକାଦାର

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନକୁ ନେଇ ସାରା ଦେଶରେ ଚହଳ ପଡ଼ିଛି । ଏବେ ଖାଲି ଗାଡ଼ି ଚାଳକ ନୁହଁ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ମାନେ  ଦେବେ ଫାଇନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ ୧ହଜାର ଟଙ୍କା ଠାରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନର ବ୍ୟବସ୍ଥା ରହିଛି । ସେହିଭଳି ରାସ୍ତା ଖରାପ ଥିଲେ ଏକ ଲକ୍ଷ ପର୍ଯ୍ୟନ୍ତ ଫାଇନ ଦେବେ ଠିକା ସଂସ୍ଥା ।

ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି । ସାଧାରଣ ଜନତା କେନ୍ଦ୍ର ସରକାରଙ୍କର ଫାଇନ ବ୍ୟବସ୍ଥାକୁ ଗ୍ରହଣ କରିଛି ସତ । ଅନ୍ୟପଟେ କିନ୍ତୁ ଜନତା ରାସ୍ତା ଖରାପ ଯୋଗୁଁ ବହୁବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେଉଁଥିପାଇଁ ରାସ୍ତା ଖରାପ ଯୋଗୁଁ ସରକାରଙ୍କୁ ଦାଇ କରିଛନ୍ତି ଜନତା ।

ଏନେଇ ରାସ୍ତା ନିର୍ମାର କରୁଥିବା ଠିକା ଦାରଙ୍କ ଉପରେ ଫାଇନ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରି ଏଭଳି ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି । ରାସ୍ତା କାମ ଖରାପ ଥିଲେ, ରାସ୍ତା ଅଳ୍ପଦିନରେ ଖରାପ ହୋଇଗଲେ କିମ୍ବା ଠିକ୍‌ ସମୟରେ କାମ ନସରିଲେ ରାସ୍ତା ନିର୍ମାଣ କରିଥିବା ଠିକା ସଂସ୍ଥାକୁ ଫାଇନ ପଡ଼ିବ ବୋଲି ଟ୍ୱିଟ୍‌ ମାଧ୍ୟମରେ ଗଡ଼କରି କହିଛନ୍ତି । ନୂଆ ମୋଟରଯାନ ଆଇନ ଲାଗୁ ପରେ ଗଡ଼କରି ବହୁତ ତତ୍ପରତାରେ କାର୍ଯ୍ୟ କରୁଛନ୍ତି ।

Leave a Reply