spot_img
Home Blog Page 7538

ରେଳ ସୁରକ୍ଷା ନେଇ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆତଙ୍କୀଙ୍କ ଟାର୍ଗେଟରେ ରେଳ ଷ୍ଟେସନ । ଦେଶର ବିଭିନ୍ନ ରେଳ ଷ୍ଟେସନ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ବେଳେ ଓଡ଼ିିଶାର ୬ଟି ଷ୍ଟେସନକୁ କମ୍ପୋଜିଟ୍‌ ଇଣ୍ଟରନାଲ ସକ୍ୟୁରିଟି ସ୍କିମ୍‌ରେ ଅନ୍ତର୍ଭୁୁକ୍ତ କରାଯାଇଛି । ଦ୍ୱିତୀୟ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ବୈଠକରୁ ମିଳିଛି ଏହି ସୂଚନା ।

ବୈଠକରେ ଯାତ୍ରୀଙ୍କ ସୁରକ୍ଷା, ଆଇନଶୃଙ୍ଖଳା, ମାଓବାଦୀ ଓ ଆତଙ୍କବାଦୀଙ୍କ ମୁକାବିଲା ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆତଙ୍କବାଦୀଙ୍କ ଟାର୍ଗେଟରେ ଓଡ଼ିଶାର ରେଳ ଷ୍ଟେସନ। ଦେଶର ୨୦୦ ଓ ଓଡ଼ିଶାର ୬ଟି ରେଳ ଷ୍ଟେସନ ଆତଙ୍କୀଙ୍କ ଟାର୍ଗେଟରେ ଅଛି । ମୁକାବିଲା ପାଇଁ ଓଡ଼ିଶା ପୋଲିସ ଓ ରେଳବାଇ ପୋଲିସର ମାନସମନ୍ଥନ । କମ୍ପୋଜିଟ ଇଣ୍ଟରନାଲ ସକ୍ୟୁରିଟି ସ୍କିମ ସୂଚନା ଅନୁସାରେ ଓଡ଼ିଶାର ୬ଟି ଷ୍ଟେସନକୁ ସିକ୍ୟୁରିଟି ଥ୍ରେଟ୍‌ ରହିଛି । ଏହି ଷ୍ଟେସନଗୁଡ଼ିକ ହେଲା ରାଉରକେଲା, ଝାରୁସୁଗୁଡା, କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ପୁରୀ ବୋଲି ସୂଚନା ମିଳିଛି । ଏଥିଲାଗି ସୁରକ୍ଷା ବ୍ୟବସ୍ଥ। ବଢାଇବାକୁ କୁହାଯାଇଛି । ଜିଆର୍‌ପି ଏବଂ ଆର୍‌ପିଏଫ୍‌ ମଧ୍ୟରେ ଉତ୍ତମ ସମନ୍ୱୟ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଯାତ୍ରୀ ଓ ଟ୍ରେନ୍‌ ଟ୍ରାକ୍‌ର ସୁରକ୍ଷା, ଚୋରି ଉପରେ ରୋକ୍‌, ସିସିଟିଭି ଓ ବ୍ୟାଗେଜ ସ୍କାନର ଆଦି ଲଗାଇବା ନେଇ ହୋଇଛି ଆଲୋଚନା । ଷ୍ଟେସନରେ ଭେଣ୍ଡରଙ୍କ ପରିଚୟପତ୍ର ଯାଞ୍ଚ କରାଯିବ । ଏହାସହ ପ୍ଳାଟଫର୍ମ, କଲୋନୀ ଓ ବସ୍ତି ଉପରେ ନଜର ରଖିବ ପୋଲିସ ।ଏନେଇ ପ୍ରତିକ୍ରିୟା ଦେଇଛନ୍ତି ରେଳୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଏବଂ ପୋଲିସ ଡିଜି ବିଜୟ କୁମାର ଶର୍ମା ।

ଓଡ଼ିିଶାର ସବୁ ଷ୍ଟେସନରେ ଫାୟାର ସେଫ୍ଟି ସାର୍ଟିଫିକେଟ ବାଧ୍ୟତାମୂଳକ । ଅଗ୍ନିଶମ ବିଭାଗ ଅଡିଟ୍‌ କରି ସାର୍ଟିଫିକେଟ ଦେବ । ବ୍ୟାଗେଜ ସ୍କାନର କାମ କରୁନଥିବା ସ୍ଥାନରେ ଓ ଆଉ କିଛି ଷ୍ଟେସନରେ ନୂଆ କରି ସ୍କାନର ଲାଗିବ । ବାଉଣ୍ଡାରି ନିର୍ମାଣ, ଆଲୋକୀକରଣ ସହିତ ପ୍ରମୁଖ ରେଳ ଷ୍ଟେସନରେ ଲାଗିବ ସିସିଟିଭି । ଏଲ୍‌ଇଡି ବୋର୍ଡ ଦ୍ୱାରା ଯାତ୍ରୀମାନଙ୍କୁ ସଚେତନ କରାଯିବ । ଅନ୍ୟପଟେ ଓଡ଼ିଶାରେ ଆତଙ୍କୀ ଲିଙ୍କ୍‌ ନେଇ ଏଏନ୍‌ଆଇ ସୂଚନା ଦେବା ପରେ ଆତଙ୍କୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ପୋଲିସ ପ୍ରସ୍ତୁତ ବୋଲି ଡିଜି କହିଛନ୍ତି।

ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ବୈଠକରେ ରେଲୱେ ଏଡିଜି, ଗୁଇନ୍ଦା ବିଭାଗର ଆଇଜି, କଟକ-ରାଉରକେଲା ରେଲଓ୍ୱେ ଏସ୍‌ପି ଓ କେନ୍ଦ୍ର ସରକାରଙ୍କ ରେଳ ବିଭାଗର ଯୁଗ୍ମ ସମ୍ପାଦକ ଉପସ୍ଥିତ ଥିଲେ । ')}

ଗୁଜରାଟ ନବମ ଶ୍ରେଣୀ ପରୀକ୍ଷାରେ ପ୍ରଶ୍ନକୁ ନେଇ ବିବାଦ

ଗୁଜରାଟର ଏକ ସ୍କୁଲ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଏମିତି ଏକ ଅବଜ ପ୍ରଶ୍ନ ଆସିଛି ଯାହାକୁ ନେଇ ପୁରା ଶିକ୍ଷା ବ୍ୟବସ୍ଥାର ମୁଣ୍ଡ ବୁଲାଇବା ଆରମ୍ଭ ହେଲାଣି। ନବମ ଶ୍ରେଣୀ ପିଲାଙ୍କ ପାଇଁ ପରୀକ୍ଷାରେ ପ୍ରଶ୍ନ ଥିଲା ଗାନ୍ଧି କିଭଳି ଆତ୍ମହତ୍ୟା କରିଥିଲେ ? ଗୁଜରାଟି ଭାଷାରେ ପ୍ରଶ୍ନ ଥିଲା ‘ଗାନ୍ଧିଜୀଏ ଆପଘାତ୍‌ କରଓ୍ୱା ମାତେ ଶୁ କାରୟୁ’ ଅର୍ଥାତ୍‌ ଗାନ୍ଧି କିଭଳି ଆତ୍ମହତ୍ୟା କରିଥିଲେ। ଗାନ୍ଧିନଗଗର ସ୍ଥିତ ସୁଫଳମ୍‌ ଶଲା ବିକାଶ ଶଙ୍କୁଲ ବ୍ୟାନରରେ ପରିଚାଳିତ ଏକ ସେଲ୍ଫ ଫାଇନାନ୍ସିଂ ସ୍କୁଲର ଇଣ୍ଟରନାଲ ପରୀକ୍ଷାରେ ଏଭଳି ପ୍ରଶ୍ନ ଆସିଥିଲା। ସେହିପରି ଦ୍ୱାଦଶ ଶେ୍ରଣୀ ପରୀକ୍ଷାରେ ବଢୁଥିବା ମଦବିକ୍ରୀକୁ ରୋକିବା ପାଇଁ ପୋଲିସ ମୁଖ୍ୟଙ୍କୁ ପତ୍ର ସମ୍ପର୍କିତ ଏକ ପ୍ରଶ୍ନ ଥିଲା। ଗୁଜରାଟରେ ମଦ ବିକ୍ରୀ ବନ୍ଦ ହୋଇଥିବା ବେଳେ ଏଭଳି ପ୍ରଶ୍ନକୁ ନେଇ ସମସ୍ତେ ଆପତ୍ତି ଉଠାଇଛନ୍ତି। ଦୁଇଟି ଯାକ ଅଜବ ପ୍ରଶ୍ନ ସାମ୍ନାକୁ ଆସିବା ପରେ ଏହା ପରେ ଶିକ୍ଷା ବିଭାଗ ରିପୋର୍ଟ ତଲବ କରିଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁଜରାଟ ସରକାର କହିଛନ୍ତି।… ')}

ଅଧାବାଟରୁ ଫେରିଲେ ଅପରାଜିତା

 

ଗାନ୍ଧୀ ସଂକଳ୍ପ ଯାତ୍ରା ବେଳେ ଅଧାରୁ ଫେରିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଟାଙ୍ଗୀ ବ୍ଲକର ମୁକ୍ତେଶ୍ୱର ଦେବଙ୍କ ପୀଠରୁ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଥିଲା । ସଂକଳ୍ପ ଯାତ୍ରାରେ କର୍ମୀ ସଂଖ୍ୟା ଅଳ୍ପ ଥିବାରୁ କ୍ରୋଧିତ ହୋଇଥିଲେ ସାଂସଦ ଅପରାଜିତା । ସେଠାରୁ ଆଉ ଆଗକୁ ନଯାଇ ସାଂସଦ ବାହୁଡିଯାଇଥିବା ଜଣାପଡିଛି । ସାଂସଦଙ୍କ ସହ ବିଜେପି ନେତା କାଳୁ ଖଣ୍ଡାୟତ ରାୟ ମଧ୍ୟ ଉପସ୍ଥିତ ଥିଲେ । ସାଂସଦ ପଳାଇ ଯିବାରୁ ବିଜେପି ନେତା କାଳୁ ଖଣ୍ଡାୟତ ରାୟଙ୍କ ନେତୃତ୍ୱରେ ସଂକଳ୍ପ ଯାତ୍ରା ଆଗକୁ ବଢ଼ିଥିଲା । ତେବେ ଏ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ')}

ପୁଣି ଏକାଠି ନଜରକୁ ଆସିବେ ରଣବୀର-ଦିପିକା

ବହୁଦିନ ପରେ ପୁଣି ପରଦାରେ ଏକାଠି ଆସିବେ ଏକ୍ସ ଗସିପ୍ କପଲ  । ଏକଦା ପରସ୍ପର ପ୍ରେମରେ ଦିୱାନା ହୋଇଥିବା ଏହି ଯୋଡ଼ି ବଲିଉଡ଼ରେ ମାରିବେ ଧମାକେ ଦାର ଏଣ୍ଟ୍ରି  । ଆମେ କହୁଛୁ ରଣବୀର କପୁର ଏବଂ ଦିପିକା ପାଦୁକୋନଙ୍କ କଥା  । ଏବେ ଦୁହେଁ ବହୁ ଜଲଦି ଏକ ରୋମାଣ୍ଟିକ୍ ଫିଲ୍ମରେ ନଜର ଆସିବେ । ପୂର୍ବରୁ ଏହି ୨ଜଣ ଏକ କମେଡ଼ି ଫିଲ୍ମରେ ନଜର ଆସିଥାନ୍ତେ ଯେଉଁଥିରେ ଅଜୟ ଦେବଗନଙ୍କୁ ମଧ୍ୟ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିଥାନ୍ତା । କିନ୍ତୁ ନିର୍ଦ୍ଦେଶକ ଲଭ-ରଞ୍ଜନଙ୍କ ଏହି ପ୍ରୋଜେକ୍ଟକୁ ମନା କରିଦେଇଛନ୍ତି ଅଜୟ  । ଅଜୟଙ୍କ ନା ପରେ ନିର୍ଦ୍ଦେଶକ ଏବେ ତାଙ୍କ ଡ୍ରିମ୍ ଯୋଡି ରଣବୀର ଓ ଦିପିକାଙ୍କୁ ନେଇ ଫିଲ୍ମ କରିବାକୁ ଅଣ୍ଟା ଭିଡ଼ିଛନ୍ତି  ।  କୁହାଯାଉଛି ଏହି ଫିଲ୍ମିରେ କମେଡ଼ି ସହ ଏହି ଦୁଇ ଏକ୍ସ ଗସିପ୍ କପଲଙ୍କ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିପାରେ  । ତେବେ ଫିଲ୍ମର ସ୍କ୍ରିପ୍ଟିଂ ମଧ୍ୟ ଆରମ୍ଭ କରିସାରିଲେଣି ନିର୍ଦ୍ଦେଶକ । ଏହି ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଫ୍ରେବୃଆରିରେ ଆରମ୍ଭ କରାଯିବ  । ')}

ମୁଖ୍ୟମନ୍ତ୍ରୀଙ୍କ ‘ଆପ୍‌ କି ବାତ୍’

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଓ୍ବାଘେଲାଙ୍କ ‘ଆପ୍‌ କି ବାତ୍’ । ରେଡ଼ିଓରେ ଲୋକଙ୍କ କଥା କହୁଛନ୍ତି ଓ୍ବାଘେଲା । ଲୋକବାଣୀ ନାଁରେ ଗତ ଅଗଷ୍ଟ ମାସରୁ ଆରମ୍ଭ ହୋଇଛି ଏହି ରେଡିଓ ସୋ’ । କିନ୍ତୁ ପ୍ରଶ୍ନ ଉଠୁଛି ମୋଦିଙ୍କ ମନ କି ବାତ୍‌କୁ ଅନୁକରଣ କରିଛନ୍ତି କି ଓ୍ବାଘେଲା ? ଏହି କାର୍ଯ୍ୟକ୍ରମ ମନ କି ବାତ୍‌ର ନକଲ କି ?

ଉତ୍ତରରେ ଓ୍ବାଘଲା କହିଛନ୍ତି ନା  । ଯଦିଓ ଏହା ବି ଏକ ଅଧ ଘଣ୍ଟିଆ ମାସିକ କାର୍ଯ୍ୟକ୍ରମ, କିନ୍ତୁ ମୁଖ୍ୟମନ୍ତ୍ରୀ ଏଠି ଲୋକଙ୍କ ସମସ୍ୟା, ପ୍ରଶ୍ନ ଓ ଅଭିଯୋଗର ଉତ୍ତର ରଖୁଛନ୍ତି  ।

ମୋଦିଙ୍କ ମନ କି ବାତ୍ ମାସର ଶେଷ ରବିବାର ପ୍ରସାରିତ ହେଉଥିବା ବେଳେ ଓ୍ବାଘେଲାଙ୍କ ଆପ୍‌ କି ବାତ୍ ମାସର ଦ୍ବିତୀୟ ରବିବାରରେ ହେଉଛି  । ଲୋକେ ପଚାରୁଛନ୍ତି ପ୍ରଶ୍ନ ଏବଂ ଉତ୍ତର ରଖୁଛନ୍ତି ଛତିଶଗଡ଼ ସିଏମ୍‌ ।

ଓ୍ବାଘଲା କହିଛନ୍ତି ମୋଦିଙ୍କ ମନ କି ବାତ୍ ପିଏମ୍‌ଙ୍କ ମନର କଥା, କିନ୍ତୁ ତାଙ୍କର ଆପ୍‌ କି ବାତ୍- ଲୋକଙ୍କ କଥା, ପ୍ରଶ୍ନ, ସମସ୍ୟା ଓ ଉତ୍ତର ଉପରେ ଆଧାରିତ  । ଏହା ଏକ ଗଣତାନ୍ତ୍ରିକ ମଞ୍ଚ  ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଥମେ ମାସର ଆରମ୍ଭରେ ପ୍ରସଙ୍ଗ କଣ ହେବ ତାହା ସ୍ଥିର କରୁଛି  । ରେଡିଓ ଓ ଟେଲିଭିଜନ ଜରିଆରେ ଆହ୍ବାନ କରାଯାଉଛି ପ୍ରଶ୍ନ । ଏହାପରେ ସେ ସବୁର ଉତ୍ତର ଦେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ।

ପ୍ରତ୍ୟେକ ଏପିସୋଡ଼ ପୂର୍ବରୁ ରାୟପୁର ଅଲ ଇଣ୍ଡିଆ ରେଡ଼ିଓ ଏକ ଫୋନ ନମ୍ବର ଯୋଗେ ତିନି ଦିନ ଧରି ଲୋକଙ୍କ ପ୍ରଶ୍ନ ରେକର୍ଡ କରୁଛି  । ଏହାର ଉତ୍ତର ଦେଉଛନ୍ତି ଭୂପେଶ ଓ୍ବାଘେଲା  ।

ତେବେ ନଜର ରହିବ ୮ମାସ ପୂର୍ବେ ‘ଲୋକପ୍ରିୟ’ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଥିବା କଂଗ୍ରେସ ସରକାରର ମୁଖିଆ ଓ୍ବାଘେଲା ଏହି କାର୍ଯ୍ୟକ୍ରମ ଜରିଆରେ କେତେ ଅଧିକ ଲୋକଙ୍କ ପାଖରେ ପହଁଚି ପାରୁଛନ୍ତି  ।

  ')}

ଜୟ ଶାହା ବିସିସିଆଇ ସଂପାଦକ କାହିଁକି ?

ଏକ ନାଟକୀୟ ଘଟଣାକ୍ରମେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହେବେ ବିସିସିଆଇର ସଭାପତି  । ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହା ହେବେ ବିଶ୍ବର ଏହି ସର୍ବୋଚ୍ଚ ଧନୀ ବୋର୍ଡର ସଂପାଦକ  । ଏ ନେଇ ଆରମ୍ଭ ହୋଇଛି ସମସ୍ତ ପ୍ରକ୍ରିୟା  । ଗାଙ୍ଗୁଲି ସଭାପତି ହେବେ, ଲୋଧା କମିଟିର ସୁପାରିଶ ଅନୁସାରେ ଏହା ସବୁଠୁ ବଡ଼ ଖୁସି ଏବଂ ଗର୍ବର କଥା  । କିନ୍ତୁ ଜୟ ଶାହ କଣ ପାଇଁ ହେବେ ବିସିସିଆଇ ସଂପାଦକ ? କଣ ଅଛି ତାଙ୍କର ଯୋଗ୍ୟତା ? ବାପାଙ୍କ ପ୍ରତିପତ୍ତି ଓ ରାଜନୈତିକ ଶକ୍ତି ବଳରେ ଜୟ ସଂପାଦକ ପଦବୀ ହାତେଇବାକୁ ଯାଉନାହାନ୍ତି ତ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ  । ତେବେ ଆସନ୍ତୁ ଜାଣିବା ଜୟ ଶାହାଙ୍କ ସଂପର୍କରେ କିଛି ତଥ୍ୟ  ।

୧.ଜୟ ଶାହ ଚର୍ଚ୍ଚାକୁ ଆସିଥିଲେ, ଯେବେ ତାଙ୍କ କମ୍ପାନୀ ଟେମ୍ପଲ ଏଣ୍ଟରପ୍ରାଇେଜସ୍ର ବ୍ୟବସାୟ ଏକାଥରେ ବଢ଼ିଥିଲା ୧୬ହଜାର ଗୁଣା  । ଏବଂ ଏହାକୁ ନେଇ ଏକ ଡିଜିଟାଲ ପ୍ଲାଟଫର୍ମରେ ‘ଦ ଗୋଲଡେନ ଟଚ୍ ଅଫ ଜୟ ଅମିତ ଶାହ ଖବର ବାହାରିଥିଲା । ସେ ସମୟରେ ସାରା ଦେଶରେ ବାପପୁଅଙ୍କୁ ସମାଲୋଚନା କରାଯାଇଥିଲା  । ସମସ୍ତେ ଜାଣିବାକୁ ଚାହିଁଥିଲେ କଣ ସେହି ବିଜନେସ୍‌ ମଡେଲ ଯାହା ଏତେ ଲାଭ ଦେଇପାରୁଛି  ।

୨. ଜୟ ଶାହଙ୍କ ନିରମା ବିଶ୍ବବିଦ୍ୟାଳୟରୁ ବୈଷୟିକ ଶିକ୍ଷାରେ ହାସଲ କରିଛନ୍ତି ବି.ଟେକ୍‌ ଡିଗ୍ରୀ  ।

୩. ଅହମ୍ମଦାବାଦ ମିରର ଦୈନିକ ଖବରକାଗଜର ରିପୋର୍ଟ ଅନୁସାରେ ଜୟ ଜଣେ ଭଲ ବ୍ୟାଟସମ୍ୟାନ ଥିଲେ  । ଗୁଜୁରାଟ କୋଚ ଜୟେନ୍ଦ୍ର ସେହଗଲଙ୍କ ଅଧିନରେ ସେ ପ୍ରଶିକ୍ଷଣ ନେଉଥିଲେ  ।

୪. ୨୦୦୯ରେ ଗୁଜୁରାଟ କ୍ରିକେଟ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ହୋଇଥିଲେ ଅମିତ ନନ୍ଦନ  । ପରବର୍ତ୍ତୀ ସମୟରେ ୨୦୧୩ରେ ସେହି କ୍ରିକେଟ ବୋର୍ଡର ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ  ।

୫. ବାପାଙ୍କ ପରି ଷ୍ଟକ ମାର୍କେଟ ବ୍ୟବସାୟ ପାଇଁ ବହୁତ ଶୀଘ୍ର ମନ ବଳାଇଥିଲେ ଜୟ ଶାହ  ।

  ')}

ବିଚ୍‌ ରାସ୍ତାରେ ଆଣ୍ଠେଇବାକୁ ବାଧ୍ୟକଲେ ରେଞ୍ଜର

ଦବଙ୍ଗ ମୁଡ଼ରେ ରେଞ୍ଜର। ବିଚ୍‌ ରାସ୍ତାରେ ଆଣ୍ଠେଇବାକୁ ବାଧ୍ୟକଲେ ରେଞ୍ଜର ବାବୁ  । ପରଜଙ୍ଗ ଥାନା କୁମୁସି ପଞ୍ଚାୟତ ଅନ୍ତର୍ଗତ ଅଁଳାକଟା ଗାଁର ସଭାପତି କୈଳାଶ ଚନ୍ଦ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇଲେ ରେଞ୍ଜର ଅଫିସର ସୁବ୍ରତ କୁମାର ବେହେରା  । ସୂଚନା ଅନୁଯାୟୀ କୈଳାଶ ହେଉଛନ୍ତି ଜଣେ କାଠ ମାଫିଆ  । ତାଙ୍କ ନାମରେ ଅନେକ ଅଭିଯୋଗ ମଧ୍ୟ ରହିଛି  । ଯାହାକୁ ନେଇ ବାଇଗଣିଆ ଗାଁରେ କାଠ ନେଇ ଆସୁଥିବା ବେଳେ ସେହି ଗାଡିକୁ ଜବତ କରିବା ସହ ପୋଲିସ କୈଳାଶଙ୍କୁ ମଧ୍ୟ ଗିରଫ କରିଥିଲା  । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ, ଗିରଫ କରିବା ପରେ ଥାନାକୁ ନ ନେଇ ରାସ୍ତା ମଝିରେ କାହିଁକି ସମସ୍ତଙ୍କ ସମ୍ମୁଖରେ ଆଣ୍ଠେଇବାକୁ ବାଧ୍ୟ କରିଥିଲେ ରେଞ୍ଜର ଅଫିସର ସୁବ୍ରତ  ?  କ’ଣ ସାବ୍ୟସ୍ତ କରିବାକୁ ଚାହୁଁଥିଲେ ରେଞ୍ଜର ଅଫିସର ? ଅଫିସର ସମସ୍ତଙ୍କ ସାମ୍ନାରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି କି ? ଏଭଳି ପ୍ରଶ୍ନ ଏବେ ସାଧରଣରେ ଚର୍ଚ୍ଚା ସୃଷ୍ଠି କରୁଛି  । ତେବେ ସେଠାରେ ରେଞ୍ଜର ଅଫିସର ସୁବ୍ରତ ପ୍ରାୟ ୧୫ ମିନିଟ୍ କାଳ କୈଳାଶଙ୍କୁ ଆଣ୍ଠେଇଲା ପରେ ତାଙ୍କୁ ପୋଲିସ ଷ୍ଟେସନକୁ ନେଇଥିଲା  । ')}

ଅଖିଳେଶଙ୍କ ଟାର୍ଗେଟରେ ଯୋଗୀ…

ପ୍ରେସ୍‌ମିଟରେ ଭାଜପାକୁ ଚେତାବନୀ । ସମାଜବାଦୀ ପାର୍ଟିର ମୁଖିଆ ଅଖିଲେଶ ଯାଦବଙ୍କ କଡା ସମାଲୋଚନା। ଅଖିଲେଶଙ୍କ ପୁରା ଟାର୍ଗେଟରେ ରହିଛନ୍ତି ଉତ୍ତରପ୍ରଦେଶର ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୁରୁବାର ଉତ୍ତରପ୍ରଦେଶରେ ଅଖିଲେଶ କହିଛନ୍ତି ଯେ ଉତ୍ତରପ୍ରଦେଶ “ରାମ ରାଜ୍ୟ” ନୁହେଁ ଏହା ହେଉଛି “ନାଥୁରାମ ରାଜ୍ୟ” । ଏହାର କାରଣ ହେଉଛି ଝାନସିରେ ପୋଲିସ ଅଧିକାରୀ ମାନଙ୍କ ସହ ହାତାହାତି ଦ୍ବାରା ଏକ ଯୁବକ ପୁଷ୍ପେନ୍ଦ୍ର ଯାଦବଙ୍କର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଅଖିଳେଶ ଚେତାବନୀ ଦେଇ କହିଛନ୍ତି ଯେ, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିଶ୍ଚିତ ହେବ  । ୨୦୨୨ ରେ ସମାଜବାଦୀ ପାର୍ଟି ଆସନକୁ ଆସିଲେ ଏହାର ଫାଇଲ ପୁଣି ଖୋଲିବ ଏବଂ ଦୋଷୀକୁ ଦଣ୍ଡ ମିଳିବ  । ଝାନସିରେ ରାତି ରହଣୀ ପରେ ଅଖିଳେଶ ପ୍ରେସ କନଫ୍ରେନ୍ସ ଦ୍ବାରା ପୁଷ୍ପେନ୍ଦ୍ରଙ୍କ ମୃତ୍ୟୁରେ ପୋଲିସ ଅଧିକାରୀ ମାନଙ୍କ ସହ ଯେଉଁ ବ୍ୟକ୍ତି ମାନେ ସାମିଲ ଥିବେ ସେମାନଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି । ଭାଜପା ସରକାରକୁ ପୁରା ଚେତାବନୀ ଦେଇଛନ୍ତି ଅଖିଳେଶ । ସରକାରୀ ଅଧିକାରୀ ମାନଙ୍କୁ ଚେତାବନୀ ଦେଇ କହିଛନ୍ତି କି ଯେଉଁମାନେ ପୁଷ୍ପେନ୍ଦ୍ରଙ୍କ ମୃତ୍ୟୁରେ ସାମିଲ ଥିବେ ୨୦୨୨ ରେ ସମାଜବାଦୀ ପାର୍ଟିର ସରକାର ହେବା ପରେ ସେ ସମସ୍ତଙ୍କୁ ଜେଲ ପଠାଯିବ । ଝାନସି ପୋଲିସ ପୁଷ୍ପେନ୍ଦ୍ରକୁ ହତ୍ୟା କରି ନିଜର ଶକ୍ତି ପ୍ରଦର୍ଶନ କରୁଛି । ଏହାକୁ ସଠିକ୍ ଯାଞ୍ଚ କରିବାର ନିହାତି ଆବଶ୍ୟକତା ରହିଛି  । ଅଖିଳେଶ ମିଡିଆରେ ପ୍ରଶ୍ନ କରିଛନ୍ତି ଯେ ଯଦି ଏହା ପୋଲିସ ସହ ଧସ୍ତାଧସ୍ତି ରେ ମୃତ୍ୟୁ ଥିଲା ତେବେ ପୋଲିସ ପୁଷ୍ପେନ୍ଦ୍ରର ଲାସକୁ ଧରି ସାଙ୍ଗରେ କାହିଁକି ବୁଲୁଥିଲା ? ସେଇ ପାଖରେ ଏକ ଆମ୍ବୁଲାନ୍ସ କାହିଁକି ଘୁରି ବୁଲୁଥିଲା ? ଯଦି ଏହା ପୋଲିସ ସହ ଧସ୍ତାଧସ୍ତି ରେ ଏନକାଉଣ୍ଟରରେ ମୃତ୍ୟୁ ଥିଲା ତେବେ କାର ପଛ ପଟେ ରକ୍ତ ଚିଟା ଆସିଲା କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି  । ଏହା ଏକ ଏନକାଉଣ୍ଟର ନୁହେଁ ଏହା ସମ୍ପୁର୍ଣ୍ଣ ରୂପରେ ମର୍ଡର ବୋଲି ଅଖିଲେଶ କହିଛନ୍ତି  । ତେବେ ପୁଷ୍ପେନ୍ଦ୍ରଙ୍କର ୩ ମାସ ପୁର୍ବରୁ ବାହାଘର ହୋଇଥିଲା ତେବେ ତାଙ୍କର ମୃତ୍ୟୁ ପାଇଁ ଦାୟୀ କିଏ ହେବ, ତାଙ୍କର ପରିବାରକୁ ଏବେ କିଏ ପୋଷିବ  । ଅଖିଲେଶ କହିଛନ୍ତି ଯେ ଉପ ନିର୍ବାଚନ ସରିଗଲା ପରେ ଆମେ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇବୁ ବୋଲି ଅଖିଲେଶ କହିଛନ୍ତି  ।

ପୋଲିସ କହିବା ଅନୁସାରେ SHO ଧର୍ମେନ୍ଦ୍ର ସିଂ ଚୌହାନ ଗତ ସେପ୍ଟମ୍ବର ୨୯ ତାରିଖରେ ପୁଷ୍ପେନ୍ଦ୍ର ୟାଦବଙ୍କର ଏକ ଅବୈଧ ଟ୍ରକକୁ ସିଜ୍ କରାଯାଇଥିଲା  । ତେବେ ୫ ଅକ୍ଟୋବର ରେ ଛୁଟି ସାରି ନିଜ କାରରେ କାନପୁର ଆସୁଥିବା ବେଳେ ଧର୍ମେନ୍ଦ୍ରଙ୍କ ପାଖକୁ ପୁଷ୍ପେନ୍ଦ୍ରର ଫୋନ ଆସିଥିଲା । ଏହି ଫୋନ ଥିଲା ତାଙ୍କ ଅବୈଧ ଟ୍ରକକୁ ସିଜ୍‌ ଘଟଣାକୁ ନେଇ  । ତେବେ ଧର୍ମେନ୍ଦ୍ର ତାଙ୍କୁ ବମରୋଲି ପାଖକୁ ଡାକି ପୁଷ୍ପେନ୍ଦ୍ରଙ୍କୁ ନିୟମ ଅନୁସାରେ ଏନକାଉଣ୍ଟର କରାଯାଇଥିଲା ବୋଲି ପୋଲିସ ଏକ ପ୍ରେସ୍‌ମିଟରେ କହିଛି । ')}