spot_img
Home Blog Page 7533

ଟ୍ରକ୍ ଧକ୍କାରେ ଭାଇ ଭଉଣୀ ମୃତ

ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ମହୀପୁର ଛକଠାରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣା  ହୋଇଛି । ତୁଷୁରା ଦେଓଗାଁ ରାସ୍ତା ମହୀପୁର ଛକଠାରେ ଚାଉଳ ବୋଝେଇ ଟ୍ରକ ବାଇକକୁ ଧକ୍କା ଦେଇଥିଲା  । ଏଥିରେ ବାଇକରେ ଯାଉଥିବା ଭାଇ ଭଉଣୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି  । ମୃତ ବାଇକ୍ ଆରୋହୀ ମୁରିବାହାଲ ମଣ୍ଟୁ ବେନିଆ ଓ ସଞ୍ଜୁ ବେନିଆ ବୋଲି ଜଣାପଡିଛି  ।

ଉଭୟ ଆଜି ସକାଳୁ ଘରୁ ବାହାରି ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଆଶ୍ରମ ସ୍କୁଲକୁ ଭଉଣୀକୁ ଛାଡିବାକୁ ଆସୁଥିଲେ  । ଘଟଣା ସ୍ଥଳରେ ଶବ ରଖି କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି  । ଘଟଣାସ୍ଥଳରେ ତୁଷୁରା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ପୋଲିସ ଟ୍ରକକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି  । ')}

ହାଇକୋର୍ଟର ଫୁଲ ବେଞ୍ଚ୍ ବୈଠକ

ଆଜି ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟରେ ବସିବ ଫୁଲ ବେଞ୍ଚ  । ବହୁ ବର୍ଷ ପରେ ପ୍ରଥମ କରି ଓଡିଶା ହାଇକୋର୍ଟର ଫୁଲ୍ ବେଞ୍ଚ ବୈଠକ ହେଉଛି  । ଆଜି ଦିନ ୧୦.୩୦ ସମୟରେ ଏହି ବେଞ୍ଚ୍ ବସିବ  ।

ସପ୍ଲିମେଣ୍ଟାରୀ ଲିଷ୍ଟ ଅନୁଯାୟୀ ମୁଖ୍ୟ ବିଚାରପତିଙ୍କ ସହ ୧୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ ବେଞ୍ଚ ବସି, ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିବେ  ।

ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସହ ହାଇକୋର୍ଟର ସମସ୍ତ ବିଚାରପତି ରହିଥିବା ବେଳେ ଏପରି ଘଟଣା ଅତୀତରେ କେବେ ଘଟି ନଥିବା କୁହାଯାଉଛି  ।

ଶୁଣାଣି କରାଯିବାକୁ ଥିବା ଅଦାଲତ ଅବମାନନା ମାମଲା ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର କରାଯାଇଥିବା ବେଳେ ଏଥିରେ ରାଜ୍ୟ ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି  । ')}

ଲକ୍ଷ୍ମୀ ପୁରାଣ ପଢ଼ୁଥିବା ବେଳେ ମଣ୍ଡପରେ ଅଘଟଣ

ସାରା ଗାଁରେ ଥିଲା ଖୁସିର ମାହୋଲ  । ବନ୍ଧୁବାନ୍ଧବରେ ଭର୍ତ୍ତି ହୋଇଥିଲା ଗାଁ’ରେ ସମସ୍ତଙ୍କ ଘର । ଗାଁରେ ଚାଲିଥିଲା ମା ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା  । କଟକରେ ନିଜ ପରିବାର ସହିତ ରହୁଥିବା ଜ୍ୟୋତିରଞ୍ଜନ ବେହେରା ସପରିବାରେ ନିଜ ଗାଁ କନ୍ଦରପୁର ପାରବିଲକୁ ଆସିଥିଲେ,ଗାଁ ଲକ୍ଷ୍ମୀ ପୂଜାରେ ସାମିଲ ହେବାକୁ  ।

ମାତ୍ର ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା । ଲକ୍ଷ୍ମୀ ମଣ୍ଡପରେ ବସି ଗାଁର ଝିଅମାନେ ଲକ୍ଷ୍ମୀ ପୁରାଣ ପଢୁଥିଲେ  । ମାଇକ୍ରୋ ଫୋନ୍ ପାଖରେ ବସିଥିଲା ଜ୍ୟୋତିରଞ୍ଜନଙ୍କ ୧୨ ବର୍ଷର ଝିଅ ପାୟଲ  । ହଠାତ୍ ମାଇକ୍ରୋ ଫୋନରେ ବିଦ୍ୟୁତ ଚାର୍ଜ ହୋଇଗଲା  ।

ଆଘାତ ଏତେ ଜୋରରେ ଥିଲା ଯେ,ଘଟଣାସ୍ଥଳରେ ପାୟଲର ମୃତ୍ୟୁ ହୋଇଥିଲା  । ସାରା ଅଞ୍ଚଳରେ ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି  । ')}

ଭୁବନେଶ୍ୱର ନୟାଗଡ଼ ଏକ୍ସପ୍ରେସ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ଦୀର୍ଘ ଦିନର ଦାବି ପୂରଣ ହେବ । ଆଜିଠୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଗଡିବ ସେବା ଏକ୍ସପ୍ରେସ ଟ୍ରେନ୍  । ଏହି ଟ୍ରେନ୍ ପ୍ରତିଦିନ ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ ମିନିଟରେ ଛାଡି ନୟାଗଡ଼ ଟାଉନରେ ରାତି ୮ଟା ୪୦ ମିନିଟରେ ପହଞ୍ଚିବ  ।

ଫେରିବା ବେଳେ ଏହି ଟ୍ରେନ୍ ନୟାଗଡ ଟାଉନଠାରୁ ସକାଳ ୬ଟା ୩୦ ମିନିଟରେ ଛାଡି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ । ଆଜି ପୂର୍ବାହ୍ନରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଅଲ ନୂଆଦିଲ୍ଲୀରୁ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଓଡିଶାର ସେବା ଏକ୍ସପ୍ରେସ ସହିତ ଅନ୍ୟ ରାଜ୍ୟ ପାଇଁ ୯ଟି ସେବା ଏକ୍ସପ୍ରେସର ଶୁଭାରମ୍ଭ କରିବେ  ।

ମିଳିଥିବା ସୂଚନା ଅନୁସାରେ,ସେବା ଟ୍ରେନ୍ ପ୍ରଚଳନ ଯୋଗୁଁ ପରିଚାଳନାଗତ ସୁବିଧାକୁ ଦୃଷ୍ଟିରେ ରଖି ଏହି ମାର୍ଗରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ଗୁଡିକର ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି  । ')}

‘ମୋ ସରକାର’ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ମୋ ସରକାର କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। କୋରାପୁଟ ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ। କର୍ମଚାରୀଙ୍କ ପାଇଁ ହେବ କ୍ୱାର୍ଟର ଓ ଟ୍ରାଞ୍ଜିଟ୍‌ ହୋମ । ମେଡିକାଲ କଲେଜକୁ ମିଳିବ ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି । ସେହିପରି କୋରାପୁଟ ମୁଖ୍ୟ ଡାକ୍ତରଖାନାର ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ। ରୋଗୀଙ୍କ ସଂପର୍କୀୟଙ୍କ ପାଇଁ ବିଶ୍ରାମଗାର ଓ ଡାକ୍ତରଙ୍କ ପାଇଁ କ୍ୱାର୍ଟର ବ୍ୟବସ୍ଥା କରାଯିବ । ବର୍ତମାନର କୋଠା ଉପରେ ତିଆରି କରାଯିବ ନୂଆ ଓ୍ୱାର୍ଡ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଚାରିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦୁଇଶହକୁ ବୃଦ୍ଧି ହେବ ବେଡ୍‌ ସଂଖ୍ୟା। ପ୍ରତିଦିନ ମୋଟୁରୁ ମାଲକାନଗିରି ଚାଲିବ ବସ୍‌ ସେବା। ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରାଯିବ। ଡାକ୍ତରଙ୍କ ରହଣିର ବ୍ୟବସ୍ଥା ହେବ। ସେହିପରି ନବରଙ୍ଗପୁର ଡାକ୍ତରଖାନାର ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ। ହସ୍ପିଟାଲକୁ ମିଳିବ ୩ଟି ନୂଆ ଆମ୍ବୁଲାନ୍ସ ଓ ୩ ମହାପ୍ରୟାଣ ଗାଡ଼ି । ଗତ ୧୦ ଦିନରେ ୧୨୦ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ବରିଷ୍ଠ ଅଧିକାରୀ । ସିଏମଆରଏଫରୁ ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ମଞ୍ଜୁରି ଓ ରକ୍ତଦାନ ପେ୍ରାତ୍ସାହନ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋ ସରକାର ଯୋଜନାର ସମୀକ୍ଷା ପରେ ବିଭିନ୍ନ ମେଡିକାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା କରିଛନ୍ତି। ')}

ବଜାରକୁ ଆସୁଛି ନୂଆ ସ୍ପ୍ଲେଣ୍ଡର

ଖୁବଶୀଘ୍ର ଭାରତ ବଜାରରେ ପ୍ରବେଶ କରିବାକୁ ଯାଉଛି BS-6 ବାଇକ । ଆସୁଛି  ହିରୋର ଲୋକପ୍ରିୟ ବାଇକ ସ୍ପ୍ଲେଣ୍ଡରର ନୂଆ ଭର୍ସନ। ହିରୋର ଏହି ନୂଆ ସ୍ପ୍ଲେଣ୍ଡରରେ ରହିଛି କିଛି ନୁଆ  ଫିଚର ।

କମ୍ପାନୀ ଚଳିତ ବର୍ଷ ଜୁନରେ  BS-6 SPLENDER iSMART ଲଞ୍ଚ କରିଥିଲେ ମଧ୍ୟ ଫିଚରକୁ ନେଇ କୌଣସି ସୂଚନା ମିଳି ନଥିଲା । କିନ୍ତୁ ଏଥର ନୂଆ ସ୍ପ୍ଲେଣ୍ଡରର ଫିଚର ଅନଲାଇନରେ ଲିକ୍ ହୋଇଛି  । ଏହି ବାଇକର ଖାସିୟତ ହେଉଛି ଏଥିରେ ମାଇଲେଜ ବଢାଇବାକୁ ଫୁଏଲ ଇଞ୍ଜେକସନ ବ୍ୟବସ୍ଥାକୁ ସାମିଲ କରାଯାଇଛି ।

ଯୁବପିଢିଙ୍କୁ ଆଖି ଆଗରେ ରଖି ବାଇକର ଲୁକକୁ ଟିକେ ଷ୍ଟାଇଲିସ କରାଯାଇଛି । ଏହାର ପ୍ରାଇସ ମଧ୍ୟ ବଜାରରେ ଥିବା BS-4 ମଡେଲ ଠାରୁ ୧୦ରୁ ୧୫ ପ୍ରତିଶତ ଅଧିକ । ନୂଆ   BS-6 SPLENDER iSMARTରେ ୧୧୩.୨ ସିସିର ଇଞ୍ଜିନ ରହିଛି ଯାହା ପୂର୍ବ ବାଇକଠାରୁ ଅଧିକ  । ଶୁଣିବାକୁ ମିଳୁଛି ଏହି ମାସରେ ନୁଆ   BS-6 SPLENDER iSMART ଲଞ୍ଚ ହୋଇପାରେ  ।

 

  ')}

ଫୁଲ୍ ଡିମାଣ୍ଡରେ ମାରୁତିର ଏସପ୍ରେସୋ

 ମାରୁତି ସୁଜୁକିର ମିନି ଏସୟୁଭି S-PRESSO ଲଞ୍ଚ ହେବର  ମାତ୍ର  ୧୦ ଦିନରେ ବଜାରରେ ହଲଚଲ ଖେଳି ଯାଇଛି । ସେପ୍ଟେମ୍ବର ୩୦ରେ ଲଞ୍ଚ ହୋଇଥିବା ଏହି ମିନି ଏସୟୁଭି ମାତ୍ର ୧୦ ଦିନରେ ୧୦ ହଜାର ବୁକିଂ ହୋଇ ସାରିଲାଣି ।

ବଜାରରେ ଥିବା ଏସୟୁଭି ସହ S-PRESSO ଦେଉଛି  କଡା ଟକ୍କର  । ୧୦ରୁ ଅଧିକ ନୂଆ ସେଫଟି ଫିଚର ସହ ବଜାରରେ ପ୍ରବେଶ କରିଥିବା  ମିନି ଏସୟୁଭି S-PRESSO ପ୍ରଥମରୁ ଗ୍ରହକଙ୍କ ମନ ଜିଣି ସାରିଲାଣି  । ଏହାର ଦାମ କମ ରହିଥିବାରୁ ନିଦ୍ଧିଷ୍ଟ ବର୍ଗର ଗ୍ରାକଙ୍କୁ ସୁହାଇବା ସହ ମାରୁତି ଉପରେ ଥିବା ଭରସା ଏହାର ବିକ୍ରିକୁ ଆହୁରି ସରଳ କରିଛି  । ତା ଛଡା ଏହାର ଦମଦାର ଷ୍ଠାଇଲ ସହ ରହିଛି  ବୋଲ୍ଡ ଫ୍ରଣ୍ଟ ଲୁକ  ।

ଏଥିରେ ହାଇ ବନେଟ ଲାଇନ, କ୍ରୋମ ଗ୍ରିଲ ଓ ବଡ ହାଲୋଜିନ ହେଡ ଲ୍ୟାମ୍ପ ରହିଛି  । ଫ୍ରଣ୍ଟ ଓ ରିୟର ବମ୍ପର ଅଧିକ ଓଜନଦାର ହୋଇଥିବାରୁ ଏହା ଲୁକ ଟିକେ ଅଲଗା ହୋଇଛି  । ମାରୁତି ସୁଜୁକିର S-PRESSOରେ BS-6 ନିୟମ ଅନୁସାରେ ରହିଛି ପେଟ୍ରୋଲ ଇଞ୍ଜିନ  ।

ତା ସହ ଏଥିରେ ୨୭ ଲିଟରର ଫୁଏଲ ଟ୍ୟାଙ୍କର ରହିଛି  । ଯଦି ଏହାର ସେଫଟି ଫିଚର କଥା କହିବା ତେବେ ଏଥିରେ ୧୦ରୁ ଅଧିକ ସେଫଟି ଫିଚର ମଧ୍ୟ ରହିଛି  । EBD ସହ ABS, ଡ୍ରାଇଭର ସାଇଡ ଏୟାରବ୍ୟାଗ,ରିୟର ପାର୍କିଙ୍ଗ ସେନସର,ସିଟ ବେଲ୍ଟ ରିମାଇଣ୍ଡର,ସ୍ପିଡ ଆଲଟ ସିସଟମ ସହ ଏହାର ଇଣ୍ଟେରିଓ ବି ଖୁବ ଆକଷର୍ଣିୟ ହୋଇଛି  । ଏହା ସହ ମାରୁତି ସୁଜୁକିର ଏହି ମିନି ଏସୟୁଭି S-PRESSO ଅଧିକ ମାଇଲେଜର ବି ଦାବି କରୁଛି ।

 

  ')}

ବାଲିଆପାଳରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ବାଲିଆପାଳ ଥାନା ଅନ୍ତର୍ଗତ କଟ୍ରାମହଲ ଗାଁରେ ଗଣ୍ଡଗୋଳ ଭୀଷଣ ରୂପ ନେଇଛି । କଟ୍ରାମହଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ୟକ୍ତିଗତ ଗୃହ ନିର୍ମାଣକୁ ନେଇ ଗଣ୍ତଗୋଳ ଓ ମାରପିଟ୍ ଉଗ୍ରରୂପ ଧାରଣ କରିଛି । ସେହି ଗାଁର ଭାନୁଚରଣ ଦଳେଇ କଟ୍ରାମହଲ ସ୍କୁଲ ପାଖରେ ସ୍କୁଲ ଜମିରେ ଘର ନିର୍ମାଣ କରିବାକୁ ଗାଁ ଲୋକ ବିରୋଧ କରିଥିଲେ । ଏହାକୁ ନେଇ ପୂର୍ବରୁ ବହୁବାର ଗାଁ ଲୋକଙ୍କ ସହ ଭାନୁଙ୍କର ମତାନ୍ତର ହୋଇଥିଲା । ଆଜି ସକାଳେ ଭାନୁଚରଣ ସ୍କୁଲ ଜମିରେ ଘର ତିଆରି କରୁଥିବା ବେଳେ ଏହାକୁ ବିରୋଧ କରିଥିଲେ ଗାଁ ଲୋକ । ମାତ୍ର ଭାନୁ ବିରୋଧକୁ ଖାତିର ନକରି ଗାଁ ଲୋକଙ୍କ ସହ ବଚସା କରିଥିବା ଅଭିଯୋଗ ହୋଇଛି । ଏପରିକି ଗାଁ ଲୋକେ ଆସିବା ଜାଣି ପୂର୍ବରୁ ପ୍ରସ୍ତୁତ କରି ରଖିଥିବା କଞ୍ଚାଲଙ୍କା ପାଣିକୁ ଗାଁ ଲୋକଙ୍କ ଉପରେ ଫିଙ୍ଗିଥିଲେ । ଗାଁ ଲୋକଙ୍କ ସହ ଭାନୁ ଓ ତାଙ୍କ ଭାଇଙ୍କର ଜୋରଦାର ହୋଇଥିଲା ମାରପିଟ୍  । କିଛି ଭଡ଼ାଟିଆ ଗୁଣ୍ଡାଙ୍କୁ ଆଣି ଗାଁ ଲୋକଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।  ଉଭୟ ପକ୍ଷର ମାରପିଟରେ ଗାଁର ରାମଚନ୍ଦ୍ର ଗିରି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏଥିରେ ୭ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ଥିତି ଅଣାୟତ୍ତ ହେବାରୁ ବସ୍ତା ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭାନୁଚରଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୧୨୫/୧୯ରେ ବାଲିଆପାଳ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏ ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଏବେବି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ')}

ଏସପି ସାଜିଲେ ଦେବଦୂତ

ବାଲେଶ୍ୱର ଏସପିଙ୍କ ନିଆରା କାର୍ଯ୍ୟ । ଏହାକୁ ନେଇ ପୁରା ଜିଲ୍ଲାରେ ଚର୍ଚ୍ଚା । ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ୱର ଏସପି । ଦେବଦୂତ ସାଜି ନିଜ ଗାଡିରେ ଡାକ୍ତରଖାନାକୁ ଆଣି ବାପ ଝିଅର ଜୀବନ ବଞ୍ଚାଇବା ଘଟଣାରେ ସବୁଠି ମିଳୁଛି ପ୍ରଶଂସା । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ  ତୁଡିଗଡିଆ ନିକଟ ଅଚ୍ୟୁତପୁର ଗାଁର କୈଳାସ ଚନ୍ଦ୍ର ସାହୁ ତାଙ୍କ ଝିଅଙ୍କୁ କଲେଜରେ ଆଡମିଶନ ପାଇଁ ଯାଉଥିଲେ । ଏହି ସମୟରେ ଅଜଣା ଗାଡ଼ି ଧକ୍କାରେ ଉଭୟ ଗୁରୁତର ହୋଇଥିଲେ  । ଏହି ସମୟରେ ସେହି ବାଟ ଦେଇ ଜନ ଶୁଣାଣୀ ଶିବିରକୁ ଯାଉଥିଲେ ବାଲେଶ୍ୱର ଏସପି ବି.ଯୁଗଳ କିଶୋର । ବାପ ଝିଅଙ୍କୁ ଆହତ ଅବସ୍ଥାରେ ଦେଖି ଏସପି ସୋର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏସପିଙ୍କ କାର୍ଯ୍ୟକୁ ସମସ୍ତେ ଅନୁସରଣ କରିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

 

  ')}

ରେଳ ସୁରକ୍ଷା ନେଇ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆତଙ୍କୀଙ୍କ ଟାର୍ଗେଟରେ ରେଳ ଷ୍ଟେସନ । ଦେଶର ବିଭିନ୍ନ ରେଳ ଷ୍ଟେସନ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ବେଳେ ଓଡ଼ିିଶାର ୬ଟି ଷ୍ଟେସନକୁ କମ୍ପୋଜିଟ୍‌ ଇଣ୍ଟରନାଲ ସକ୍ୟୁରିଟି ସ୍କିମ୍‌ରେ ଅନ୍ତର୍ଭୁୁକ୍ତ କରାଯାଇଛି । ଦ୍ୱିତୀୟ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ବୈଠକରୁ ମିଳିଛି ଏହି ସୂଚନା ।

ବୈଠକରେ ଯାତ୍ରୀଙ୍କ ସୁରକ୍ଷା, ଆଇନଶୃଙ୍ଖଳା, ମାଓବାଦୀ ଓ ଆତଙ୍କବାଦୀଙ୍କ ମୁକାବିଲା ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆତଙ୍କବାଦୀଙ୍କ ଟାର୍ଗେଟରେ ଓଡ଼ିଶାର ରେଳ ଷ୍ଟେସନ। ଦେଶର ୨୦୦ ଓ ଓଡ଼ିଶାର ୬ଟି ରେଳ ଷ୍ଟେସନ ଆତଙ୍କୀଙ୍କ ଟାର୍ଗେଟରେ ଅଛି । ମୁକାବିଲା ପାଇଁ ଓଡ଼ିଶା ପୋଲିସ ଓ ରେଳବାଇ ପୋଲିସର ମାନସମନ୍ଥନ । କମ୍ପୋଜିଟ ଇଣ୍ଟରନାଲ ସକ୍ୟୁରିଟି ସ୍କିମ ସୂଚନା ଅନୁସାରେ ଓଡ଼ିଶାର ୬ଟି ଷ୍ଟେସନକୁ ସିକ୍ୟୁରିଟି ଥ୍ରେଟ୍‌ ରହିଛି । ଏହି ଷ୍ଟେସନଗୁଡ଼ିକ ହେଲା ରାଉରକେଲା, ଝାରୁସୁଗୁଡା, କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ପୁରୀ ବୋଲି ସୂଚନା ମିଳିଛି । ଏଥିଲାଗି ସୁରକ୍ଷା ବ୍ୟବସ୍ଥ। ବଢାଇବାକୁ କୁହାଯାଇଛି । ଜିଆର୍‌ପି ଏବଂ ଆର୍‌ପିଏଫ୍‌ ମଧ୍ୟରେ ଉତ୍ତମ ସମନ୍ୱୟ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଯାତ୍ରୀ ଓ ଟ୍ରେନ୍‌ ଟ୍ରାକ୍‌ର ସୁରକ୍ଷା, ଚୋରି ଉପରେ ରୋକ୍‌, ସିସିଟିଭି ଓ ବ୍ୟାଗେଜ ସ୍କାନର ଆଦି ଲଗାଇବା ନେଇ ହୋଇଛି ଆଲୋଚନା । ଷ୍ଟେସନରେ ଭେଣ୍ଡରଙ୍କ ପରିଚୟପତ୍ର ଯାଞ୍ଚ କରାଯିବ । ଏହାସହ ପ୍ଳାଟଫର୍ମ, କଲୋନୀ ଓ ବସ୍ତି ଉପରେ ନଜର ରଖିବ ପୋଲିସ ।ଏନେଇ ପ୍ରତିକ୍ରିୟା ଦେଇଛନ୍ତି ରେଳୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଏବଂ ପୋଲିସ ଡିଜି ବିଜୟ କୁମାର ଶର୍ମା ।

ଓଡ଼ିିଶାର ସବୁ ଷ୍ଟେସନରେ ଫାୟାର ସେଫ୍ଟି ସାର୍ଟିଫିକେଟ ବାଧ୍ୟତାମୂଳକ । ଅଗ୍ନିଶମ ବିଭାଗ ଅଡିଟ୍‌ କରି ସାର୍ଟିଫିକେଟ ଦେବ । ବ୍ୟାଗେଜ ସ୍କାନର କାମ କରୁନଥିବା ସ୍ଥାନରେ ଓ ଆଉ କିଛି ଷ୍ଟେସନରେ ନୂଆ କରି ସ୍କାନର ଲାଗିବ । ବାଉଣ୍ଡାରି ନିର୍ମାଣ, ଆଲୋକୀକରଣ ସହିତ ପ୍ରମୁଖ ରେଳ ଷ୍ଟେସନରେ ଲାଗିବ ସିସିଟିଭି । ଏଲ୍‌ଇଡି ବୋର୍ଡ ଦ୍ୱାରା ଯାତ୍ରୀମାନଙ୍କୁ ସଚେତନ କରାଯିବ । ଅନ୍ୟପଟେ ଓଡ଼ିଶାରେ ଆତଙ୍କୀ ଲିଙ୍କ୍‌ ନେଇ ଏଏନ୍‌ଆଇ ସୂଚନା ଦେବା ପରେ ଆତଙ୍କୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ପୋଲିସ ପ୍ରସ୍ତୁତ ବୋଲି ଡିଜି କହିଛନ୍ତି।

ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ବୈଠକରେ ରେଲୱେ ଏଡିଜି, ଗୁଇନ୍ଦା ବିଭାଗର ଆଇଜି, କଟକ-ରାଉରକେଲା ରେଲଓ୍ୱେ ଏସ୍‌ପି ଓ କେନ୍ଦ୍ର ସରକାରଙ୍କ ରେଳ ବିଭାଗର ଯୁଗ୍ମ ସମ୍ପାଦକ ଉପସ୍ଥିତ ଥିଲେ । ')}