ଏଣିକି ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ

ଭୁବନେଶ୍ୱର: ଏଣିକି ଓଡ଼ିଆ ଲେଖାରେ ମିଳିବ ଟ୍ରେନ ଟିକେଟ । ବର୍ତ୍ତମାନ ଇଂରାଜୀ ଏବଂ ହିନ୍ଦିରେ ଟ୍ରେନ ଟିକେଟ ମିଳୁଥିବା ବେଳେ ଏପ୍ରିଲ ୧ ରୁ ଓଡ଼ିଆ ଭାଷାରେ ଲେଖାଥିବା ଟିକେଟ ଉପଲବ୍ଧ ହେବ । ଏହାକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  କେବଳ ଅଣସଂରକ୍ଷିତ ଟିକେଟ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ । ଏହା ଲାଗୁ ହେବା ପରେ ଇଂରାଜୀ, ହିନ୍ଦି ଏବଂ ଓଡ଼ିଆ ଭାଷାରେ ଟିକେଟ ଉପଲବ୍ଧ ହେବ ।

ଇଷ୍ଟ କୋଷ୍ଟ ରେଲୱେ ଅଧିନରେ ଥିବା ରାଜ୍ୟର ୩୧୭ଟି ଷ୍ଟେସନରେ ଏହି ବ୍ୟବସ୍ଥା ଲାଗୁ ହେବ । ଏହା ଦ୍ଵାରା ଇଂରାଜୀ ଓ ହିନ୍ଦିରେ ପଢ଼ିବାକୁ ଅସୁବିଧା ହେଉଥିବା ଲୋକ ମାନେ ବିଶେଷ ଉପକୃତ ହେବେ । କୋଲକାତାର ଏକ ସଂସ୍ଥା ସି.ଆର.ଆଇ.ଏସର ସାହାଯ୍ୟରେ ୮ ହଜାର ଷ୍ଟେସନର ନାଁ ଓଡ଼ିଆରେ ପ୍ରସ୍ତୁତ କରାଯାଇଛି । ଅଣସଂରକ୍ଷିତ ରେଳ ଟିକେଟରେ ଓଡ଼ିଆ ଭାଷା ।

ଅନ୍ୟପଟେ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସକୁ ଉଦଘାଟଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଟ୍ରେନରେ ସ୍ଥାନ ପାଇଛି ଓଡ଼ିଶାର ଐତିହ୍ୟ । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ସଂସ୍କୃତି ଓ ଲୋକକଳାର ଛବି ଏହି ଟ୍ରେନରେ ସ୍ଥାନ ପାଇଛି ।

Leave a Reply