ନୂଆଦିଲ୍ଲୀ: ପ୍ରଗତୀ ପଥରେ ଆଗାଇ ଚାଲିଛି ଓଡ଼ିଶା। ବିକାଶର ବିଭିନ୍ନ ମାନଦଣ୍ଡରେ ରାଜ୍ୟର ପ୍ରଦର୍ଶନ ବେଶ୍ ଭଲ ରହିଛି । ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ ସୂଚକାଙ୍କରେ ଉପରକୁ ଉଠିଛି ଓଡ଼ିଶାର ସ୍ଥାନ । ଗତବର୍ଷ ୨୩ ନମ୍ବର ସ୍ଥାନରୁ ଏଥର ୧୫ ନମ୍ବର ସ୍ଥାନକୁ ଉନ୍ନତି ହୋଇଛି ରାଜ୍ୟ । ସେହିପରି ବିକାଶର ସ୍କୋର ବଢି ୫୧ରୁ ୫୮ ପଏଣ୍ଟରେ ପହଞ୍ଚିଛି। ଏଥିସହ ଦେଶର ଶ୍ରେଷ୍ଠ ୩ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା। ଅନ୍ୟ ଦୁଇ ରାଜ୍ୟ ହେଉଛନ୍ତି ଉତ୍ତରପ୍ରଦେଶ ଓ ସିକ୍କିମ୍। ସାମଗ୍ରୀକ ବିକାଶ କ୍ଷେତ୍ରରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଏଥିରେ ୭ ପଏଣ୍ଟ ଅଧିକ ପାଇ ୫୮ ପଏଣ୍ଟ ସ୍କୋର କରିଛି । ଶିଳ୍ପ, ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟକୁ ମିଳିଛି ୭୨ ପଏଣ୍ଟ। ସ୍ୱଚ୍ଛ ପାନୀୟ ଜଳ ଓ ପରିମଳ କ୍ଷେତ୍ରରେ ୮୫ ପଏଣ୍ଟ ସ୍କୋର କରିବା ସହ ଓଡ଼ିଶା ୧୨ ନମ୍ବର ସ୍ଥାନରେ ରହିଛି। ୭୦ ପଏଣ୍ଟ ସହ କେରଳ ସୂଚକାଙ୍କର ଶୀର୍ଷରେ ରହିଛି । ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଟପ୍ରେ ରହିଛି ଚଣ୍ଡୀଗଡ଼। ସୂଚୀର ଦ୍ୱିତୀୟ ସ୍ଥାନରେ ହିମାଚଳ ପ୍ରଦେଶ ଓ ତୃତୀୟରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ତେଲେଙ୍ଗାନା ରହିଛନ୍ତି। ନୀତି ଆୟୋଗର ଏସ୍ଡିଜି ଭାରତ ସୂଚକାଙ୍କରେ ସାମାଜିକ, ଆର୍ଥିକ ଓ ପରିବେଶ କ୍ଷେତ୍ରରେ ପ୍ରଦର୍ଶନକୁ ନେଇ ରାଜ୍ୟମାନଙ୍କର ରାଙ୍କିଂ କରାଯାଏ। ଚଳିତ ବର୍ଷ ପୂରା ଦେଶରେ ମଧ୍ୟ ସୁଧୁରିଛି ବିକାଶର ଚିତ୍ର। ପାନୀୟ ଜଳ, ସ୍ୱଚ୍ଛତା, ବିଜୁଳୀ ଓ ଉଦ୍ୟୋଗ କ୍ଷେତ୍ରରେ ସଫଳତା ମିଳିଛି। ତେବେ କୁପୋଷଣ ଦେଶ ପାଇଁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି।
ହାଡ଼ଭଙ୍ଗା ଶୀତରେ ଥରୁଛି ଉତ୍ତର ଭାରତ, କୁହୁଡ଼ି ପାଇଁ ବିଳମ୍ବରେ ୪୫୦ ବିମାନ ଚଳାଚଳ
ନୂଆଦିଲ୍ଲୀ: ଥଣ୍ଡାର କବଳରେ ପୂରା ଉତ୍ତର ଭାରତ । ମଙ୍ଗଳବାର ଦିଲ୍ଲୀରେ ନ୍ୟୁନତମ ତାପମାତ୍ରା ୪ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ଏହି ଖରାପ ପାଗର ପ୍ରଭାବ ସିଧାସଳଖ ବିମାନ ବନ୍ଦର ଓ ଟ୍ରେନ ଉପରେ ପଡ଼ିଛି। ଦିଲ୍ଲୀ ବିମାନବନ୍ଦରରେ ପ୍ରଭାବିତ ହୋଇଛି ବିମାନ ସେବା ।

ବିଳମ୍ବ ହୋଇଛି ୪୫୦ ବିମାନ ଚଳାଚଳ । ସେହିପରି ୪୦ ବିମାନ ବାତିଲ ଓ ୨୧ର ରୁଟ୍ ଡାଇଭର୍ଟ କରାଯାଇଛି । ବିଳମ୍ବରେ ଚାଲୁଛି ଉତ୍ତର ରେଳବାଇର ୩୪ ଟ୍ରେନ ।

ଖାଲି ସେତିକି ନୁହେଁ ୬ ରାଜ୍ୟକୁ ରେଡ୍ ୱାର୍ଣ୍ଣି । ପଞ୍ଜାବ, ହରିୟାଣା, ଦିଲ୍ଲୀ,ରାଜସ୍ଥାନ, ଉତ୍ତରପ୍ରଦେଶ ଓ ବିହାର ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ହରିୟାଣାର ୧୬ ଓ ପଞ୍ଜାବର ୧୮ ଜିଲ୍ଲାରେ ରେଡ୍ ଆଲର୍ଟ । ତେବେ ୨ ଓ ୩ ଜାନୁଆରୀରେ କୁଆପଥର ସହ ବର୍ଷା ମଧ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ଆରପାରିରେ ଗୀତା ମେହେଟ୍ଟାଙ୍କ ସ୍ୱାମୀ ତଥା ବିଖ୍ୟାତ ସମ୍ପାଦକ ସନି ମେହେଟ୍ଟା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇଙ୍କ ପରଲୋକ। ଗୀତା ମେହେଟ୍ଟାଙ୍କ ସ୍ୱାମୀ ତଥା ବିଶ୍ୱର ଜଣେ ପ୍ରତିଷ୍ଠିତ ସଂପାଦକ ସନି ମେହେଟ୍ଟାଙ୍କର ଗତକାଲି ପରଲୋକ ହୋଇଛି। ୭୬ ବର୍ଷୀୟ ଭାରତ ଜନ୍ମିତ ସନି ଆମେରିକାର ପ୍ରସିଦ୍ଧ ନୁଫ୍ ଡବଲଡେ ପ୍ରକାଶନୀ ଗ୍ରୁପର ମୁଖ୍ୟ ସଂପାଦକ ଓ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ । ସନିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପବ୍ଲିସର୍ସ ୱିକଲି ପକ୍ଷରୁ ତାଙ୍କୁ ୨୦୧୫ରେ ପର୍ସନ୍ଅଫ ଦ ଇଅର ଭାବେ ସମ୍ମାନ ପ୍ରଦାନ କରାଯାଇଥିଲା । ଦୀର୍ଘ ବର୍ଷ ଧରି ସେ ଓ ତାଙ୍କ ପତ୍ନୀ ଗୀତା ଆମେରିକାରେ ରହି ଆସୁଥିଲେ। ସନିଙ୍କ ବିୟୋଗରେ ବିଶ୍ୱର ପ୍ରମୁଖ ପ୍ରକାଶକ ଓ ସଂପାଦକ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ମହିଳା ମୃତ । ଭୋର ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ ।
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ମହିଳା ମୃତ । ଭୋର ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ । ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବ୍ଲି ଉଦଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ । ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବ୍ଲି ଉଦଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କଳାହାଣ୍ଡି: ଭିଜିଲାନ୍ସ ଜାଲରେରେ DRDA କାର୍ଯ୍ୟାଳୟର ମୁଖ୍ୟ କିରାଣୀ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ । ମୁଖ୍ୟ କିରାଣୀ ହର ପ୍ରସାଦ ଆଚାର୍ଯ୍ୟଙ୍କ ଘରେ ଚଢାଉ ଜାରି।
କଳାହାଣ୍ଡି: ଭିଜିଲାନ୍ସ ଜାଲରେରେ DRDA କାର୍ଯ୍ୟାଳୟର ମୁଖ୍ୟ କିରାଣୀ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ । ମୁଖ୍ୟ କିରାଣୀ ହର ପ୍ରସାଦ ଆଚାର୍ଯ୍ୟଙ୍କ ଘରେ ଚଢାଉ ଜାରି।
ଋଣ ସୁଝି ନପାରି ହଟହଟା ହେଲେ ୨ ବ୍ୟବସାୟୀ
ବାଲିଗୁଡ଼ା: ବ୍ୟାଙ୍କ ଋଣ ସୁଝି ନପାରିବାରୁ ମସଲା ଫ୍ୟାକ୍ଟ୍ରି ସିଲ୍। ଗତକାଲି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ସଲପଯୋଡ଼ିରେ ଥିବା ସଂସାର ମସଲା କାରଖାନାକୁ ସିଲ୍ କରିଛି ଆଇଡିବିଆଇ ବ୍ୟାଙ୍କ । ଗତ ୨୦୦୮ ମସିହାରୁ ଭୁବନେଶ୍ୱର ସ୍ଥିତ ଆଇଡିବିଆଇ ବ୍ୟାଙ୍କରୁ ୨କୋଟି ୪୦ ଲକ୍ଷ ଟଙ୍କା ଋଣ ନେଇ ୨ ବ୍ୟବସାୟୀ ମସଲା କାରଖାନା ଆରମ୍ଭ କରିଥିଲେ।

କିନ୍ତୁ ଆଜି ପର୍ଯ୍ୟନ୍ତ ଋଣ ସୁଝି ନପାରିବାରୁ ବ୍ୟାଙ୍କର ରିଜୋଲ୍ୟୁସନ୍ ଅଫିସର ମସଲା କାରଖାନା ଓ ୨ ମାଲିକଙ୍କ ସମ୍ପତି ଜବତ କରିଛନ୍ତି । ସାରଂଗଡ଼ ପୋଲିସ ଓ ନୂଆଗାଁ ତହସିଲଦାରଙ୍କ ଉପସ୍ଥିତିରେ ମସଲା କାରଖାନା ସମେତ ମାଲିକଙ୍କ ସମ୍ପତି ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସିଲ୍ କରାଯାଇଛି।
ଭିଜିଲାନ୍ସ ଜାଲରେ କଳାହାଣ୍ଡି DRDAର ମୁଖ୍ୟ କିରାଣୀ
କଳାହାଣ୍ଡି: ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । କଳାହାଣ୍ଡି DRDA କାର୍ଯ୍ୟାଳୟର ମୁଖ୍ୟ କିରାଣୀ ହର ପ୍ରସାଦ ଆଚାର୍ଯ୍ୟଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ରାମନଗର ବାସଭବନ ସହ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି ।

ଏବେ ସୁଦ୍ଧା କୋଟିଏରୁ ଅଧିକ ଟଙ୍କାର ସମ୍ପତି ଆକଳନ ହୋଇଛି ।
ଥରୁଛି ଓଡ଼ିଶା: ୧୩ଟି ଜିଲ୍ଲାକୁ କୋଲ୍ଡ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ
ଭୂବନେଶ୍ୱର: ସାରା ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ । ଜାଡ଼ର ମାଡ଼ରେ ଥରୁଛି ଓଡ଼ିଶା । ୨ ତାରିଖରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସହ କେତେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ କୁଆପଥର ପଡ଼ିପାରେ । ବର୍ଷା କମିବା ପରେ ପୁଣି ବଢ଼ିବ ଶୀତ ପ୍ରକୋପ । ତେବେ ୧୩ଟି ଜିଲ୍ଲାକୁ କୋଲ୍ଡ ଓ୍ବେଭ ପାଇଁ ଜାରି କରାଯାଇଛି ୟେଲୋ ଓ୍ବାର୍ଣ୍ଣିଂ। ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ରାତିରେ ଥଣ୍ଡାର ପ୍ରକୋପ ଏତେ ଅଧିକ ରହୁଛି ଯେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ଶୀତରୁ ରକ୍ଷା ପାଇଁ ଲୋକ ନିଆଁର ଆଶ୍ରୟ ନେଉଛନ୍ତି । ସୋନପୁର, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଏବଂ ରାଉରକେଲା ଭଳି ସହରରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ-ଜୀବନ । ଶିମିଳିପାଳରେ ହେଉଛି ତୁଷାରପାତ । ଅସହାୟ ଓ ବାସହରାଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଇଛି ।
ସେହିପରି ଅସହ୍ୟ ଜାଡ଼ରେ ଥରୁଛି ସୁବର୍ଣ୍ଣପୁର ଜିଲ୍ଲା । ରାତି ପାହିଲେ ବଢ଼ୁଛି ଥଣ୍ଡା, ତା ସାଙ୍ଗକୁ ସକାଳୁ ସକାଳୁ ଥଣ୍ଡା ପବନ ବହିବା ଯୋଗୁଁ ଥଣ୍ଡାର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେଉଛି । ବିଗତ ବର୍ଷ ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏଥର ପାରଦ ଖସିବା ରେକର୍ଡ କରିଛି । ସେପଟେ ପ୍ରବଳ ଜାଡ଼ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଗତ ଦୁଇ ଦିନ ମଧ୍ୟରେ ପାରଦ ୪ ଓ ୩ ଡିଗ୍ରୀରେ ପହଞ୍ଚି ଥିବା ବେଳେ ଓଡ଼ିଶାରେ ରେକର୍ଡ କରିଛି ସୁବର୍ଣ୍ଣପୁର ଜିଲ୍ଲା । ଚଳିତବର୍ଷ ଏଠାକାର ଶୀତ ଦାରିଙ୍ଗବାଡ଼ିକୁ ପଛରେ ପକାଇଛି ।
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉଦଯାପନୀ ଉତ୍ସବରେ ଯୋଗଦେବେ ନବୀନ
ବଲାଙ୍ଗିର: ଆଜି ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବଲି ଉତ୍ସବର ଉଦଯାପନୀ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୦ଟା ୧୦ରେ ନବୀନ ନିବାସରୁ ବାହାରି ସ୍ୱତନ୍ତ୍ର ହେଲିକପଟର ଯୋଗେ ବଲାଙ୍ଗିର ଯିବେ ନବୀନ । ଦିନ ୧୧ଟା ୩୦ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଦିନ ୧୨.୪୫ଟାରେ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୯୪୪ରେ ସ୍ଥାପିତ ରାଜେନ୍ଦ୍ର କଲେଜ ୭୫ରେ ବର୍ଷ ପଦାର୍ପଣ କରିଛି । ଏ ଅବସରରେ ୫ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଥିଲା । ଉଦଘାଟନୀ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା, ମାତ୍ର ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଗସ୍ତ ବାତିଲ ହୋଇଥିଲା ।

