ଶ୍ରେଷ୍ଠ ୩ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା

ନୂଆଦିଲ୍ଲୀ: ପ୍ରଗତୀ ପଥରେ ଆଗାଇ ଚାଲିଛି ଓଡ଼ିଶା। ବିକାଶର ବିଭିନ୍ନ ମାନଦଣ୍ଡରେ ରାଜ୍ୟର ପ୍ରଦର୍ଶନ ବେଶ୍‌ ଭଲ ରହିଛି । ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ ସୂଚକାଙ୍କରେ ଉପରକୁ ଉଠିଛି ଓଡ଼ିଶାର ସ୍ଥାନ । ଗତବର୍ଷ ୨୩ ନମ୍ବର ସ୍ଥାନରୁ ଏଥର ୧୫ ନମ୍ବର ସ୍ଥାନକୁ ଉନ୍ନତି ହୋଇଛି ରାଜ୍ୟ । ସେହିପରି ବିକାଶର ସ୍କୋର ବଢି ୫୧ରୁ ୫୮ ପଏଣ୍ଟରେ ପହଞ୍ଚିଛି। ଏଥିସହ ଦେଶର ଶ୍ରେଷ୍ଠ ୩ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା। ଅନ୍ୟ ଦୁଇ ରାଜ୍ୟ ହେଉଛନ୍ତି ଉତ୍ତରପ୍ରଦେଶ ଓ ସିକ୍କିମ୍‌। ସାମଗ୍ରୀକ ବିକାଶ କ୍ଷେତ୍ରରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଏଥିରେ ୭ ପଏଣ୍ଟ ଅଧିକ ପାଇ ୫୮ ପଏଣ୍ଟ ସ୍କୋର କରିଛି । ଶିଳ୍ପ, ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟକୁ ମିଳିଛି ୭୨ ପଏଣ୍ଟ। ସ୍ୱଚ୍ଛ ପାନୀୟ ଜଳ ଓ ପରିମଳ କ୍ଷେତ୍ରରେ ୮୫ ପଏଣ୍ଟ ସ୍କୋର କରିବା ସହ ଓଡ଼ିଶା ୧୨ ନମ୍ବର ସ୍ଥାନରେ ରହିଛି। ୭୦ ପଏଣ୍ଟ ସହ କେରଳ ସୂଚକାଙ୍କର ଶୀର୍ଷରେ ରହିଛି । ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଟପ୍‌ରେ ରହିଛି ଚଣ୍ଡୀଗଡ଼। ସୂଚୀର ଦ୍ୱିତୀୟ ସ୍ଥାନରେ ହିମାଚଳ ପ୍ରଦେଶ ଓ ତୃତୀୟରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ତେଲେଙ୍ଗାନା ରହିଛନ୍ତି। ନୀତି ଆୟୋଗର ଏସ୍‌ଡିଜି ଭାରତ ସୂଚକାଙ୍କରେ ସାମାଜିକ, ଆର୍ଥିକ ଓ ପରିବେଶ କ୍ଷେତ୍ରରେ ପ୍ରଦର୍ଶନକୁ ନେଇ ରାଜ୍ୟମାନଙ୍କର ରାଙ୍କିଂ କରାଯାଏ। ଚଳିତ ବର୍ଷ ପୂରା ଦେଶରେ ମଧ୍ୟ ସୁଧୁରିଛି ବିକାଶର ଚିତ୍ର। ପାନୀୟ ଜଳ, ସ୍ୱଚ୍ଛତା, ବିଜୁଳୀ ଓ ଉଦ୍ୟୋଗ କ୍ଷେତ୍ରରେ ସଫଳତା ମିଳିଛି। ତେବେ କୁପୋଷଣ ଦେଶ ପାଇଁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି।

Leave a Reply