ଋଣ ସୁଝି ନପାରି ହଟହଟା ହେଲେ ୨ ବ୍ୟବସାୟୀ

ବାଲିଗୁଡ଼ା: ବ୍ୟାଙ୍କ ଋଣ ସୁଝି ନପାରିବାରୁ ମସଲା ଫ୍ୟାକ୍‌ଟ୍ରି ସିଲ୍‌। ଗତକାଲି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ସଲପଯୋଡ଼ିରେ ଥିବା ସଂସାର ମସଲା କାରଖାନାକୁ ସିଲ୍‌ କରିଛି ଆଇଡିବିଆଇ ବ୍ୟାଙ୍କ । ଗତ ୨୦୦୮ ମସିହାରୁ ଭୁବନେଶ୍ୱର ସ୍ଥିତ ଆଇଡିବିଆଇ ବ୍ୟାଙ୍କରୁ ୨କୋଟି ୪୦ ଲକ୍ଷ ଟଙ୍କା ଋଣ ନେଇ ୨ ବ୍ୟବସାୟୀ ମସଲା କାରଖାନା ଆରମ୍ଭ କରିଥିଲେ।

କିନ୍ତୁ ଆଜି ପର୍ଯ୍ୟନ୍ତ ଋଣ ସୁଝି ନପାରିବାରୁ ବ୍ୟାଙ୍କର ରିଜୋଲ୍ୟୁସନ୍‌ ଅଫିସର ମସଲା କାରଖାନା ଓ ୨ ମାଲିକଙ୍କ ସମ୍ପତି ଜବତ କରିଛନ୍ତି । ସାରଂଗଡ଼ ପୋଲିସ ଓ ନୂଆଗାଁ ତହସିଲଦାରଙ୍କ ଉପସ୍ଥିତିରେ ମସଲା କାରଖାନା ସମେତ ମାଲିକଙ୍କ ସମ୍ପତି ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସିଲ୍‌ କରାଯାଇଛି।

Leave a Reply