ପୁରୀ: ନୂଆବର୍ଷ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ବ୍ୟବସ୍ଥା ।



ଅସ୍ଥାୟୀ ଗଛ ଠାରୁ ଆରମ୍ଭ କରି ଚିତା, ଝୋଟି ଏବଂ ବିଭିନ୍ନ କପଡ଼ାରେ ସଜା ହୋଇଛି ବଡ଼ଦାଣ୍ଡ ।



ପୁରୀ: ନୂଆବର୍ଷ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ବ୍ୟବସ୍ଥା ।



ଅସ୍ଥାୟୀ ଗଛ ଠାରୁ ଆରମ୍ଭ କରି ଚିତା, ଝୋଟି ଏବଂ ବିଭିନ୍ନ କପଡ଼ାରେ ସଜା ହୋଇଛି ବଡ଼ଦାଣ୍ଡ ।



ଟାଙ୍ଗୀ: ନୂଆବର୍ଷ ସ୍ୱାଗତ କରିବାକୁ ଭୋଜି… ଆଉ ଭୋଜିରେ ମଦ୍ୟପାନ । ମଦ୍ୟପାନ କରି ଅସୁସ୍ଥ ହୋଇପଡ଼ିଛନ୍ତି ୫ଜଣ । ଘଟଣାଟି ହେଉଛି ଟାଙ୍ଗୀ ଥାନା ବରଡି ଗାଁର ।
ଟାଙ୍ଗୀ ଥାନା ବରଡି ଗାଁ ଓ ସୋରଣ ଗାଁର କେତେକ ଵ୍ୟକ୍ତି ଭୋଜି କରିଥିଲେ । ଭୋଜି ମଦ୍ୟପାନ କରି ୫ ଗୁରୁତର ହୋଇପଡ଼ିଛନ୍ତି । ତେବେ ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବିଷାକ୍ତ ମଦ ପାଇଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ସନ୍ଦେହ କରାଯାଉଛି । ତେବେ ଗୁରୁତରମାନେ ହେଲେ ସୋରଣ ଗାଁର ଫକୀର ବେହେରା, ଯୁଝି ବେହେରା, ମହେନ୍ଦ୍ର ବେହେରା, ଶରତ ବେହେରା, ବାନାମ୍ବର ବେହେରା ।
ନୂଆଦିଲ୍ଲୀ: ଶସ୍ତା ହେବ ପିଆଜ ଦର । ୨୦୨୦ ରେ ଆଉ ରୋଷେଇ ଘରେ ଅଭାବ ହେବନି ପିଆଜ । କାରଣ ୨୦୨୦ ରେ ଏକ ଲକ୍ଷ ଟନ୍ ପିଆଜ ଆଗୁଆ ଗଚ୍ଛିତ ରଖାଯିବ ବୋଲି ସୂଚନା ମିଳିଛି । ଏକ ବୈଠକ ମାଧ୍ୟମରେ ସରକାରୀ ବରିଷ୍ଠ ଅଧିକାରୀ ମାନେ କହିଛନ୍ତି, ଚଳିତ ବର୍ଷ ଭଳି ପିଆଜର ଅସୁବିଧା ହେବନାହିଁ ବୋଲି ଅନୁମାନ କରାଯାଉଛି ।

ଚଳିତ ବର୍ଷ ୫୬ ହଜାର ଟନ୍ ପିଆଜ ଆସିଥିଲା । ଯାହା କାରଣରୁ ବର୍ଷର ଶେଷ ସମୟ ବେଳକୁ ପିଆଜର ଦର ୧୦୦ କୁ ବୃଦ୍ଧି ପାଇଥିଲା । ଯାହାଫଳରେ ଦେଶ ସାରା ପିଆଜ ପାଇଁ ଆନ୍ଦୋଳନ ଦେଖା ଦେଇଥିଲା ।

ସେପଟେ କିଭଳି ପିଆଜକୁ ନେଇ ୨୦୨୦ ବର୍ଷରେ କୌଣସି ଅସୁବିଧା ହେବନାହିଁ ସେ ନେଇ ଏକ ବୈଠକ ହୋଇଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ସାହା ୧ ଲକ୍ଷ ଟନ୍ ପିଆଜକୁ ଗଚ୍ଛିତ ରଖାଯିବ ବୋଲି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ପୂର୍ବ ବର୍ଷ ଭଳି ସରକାରୀ ନେଫେଡ଼ରେ ପିଆଜ ଷ୍ଟକ୍ ରହିବ ।

ଭୁବନେଶ୍ୱର: କମିଶନରେଟ୍ ପୋଲିସ ସ୍ପେଶାଲ ସ୍କ୍ୱାଡ଼ ହାତରେ ଅନ୍ତଃରାଜ୍ୟ କାର୍ ର୍ୟାକେଟ୍ ଗ୍ୟାଙ୍ଗ୍ । ଭୁବନେଶ୍ୱରରୁ ୨ଜଣଙ୍କୁ ଗିରଫ କରାଯିବା ସହ ୮ ଲକଜୁରୀ ଗାଡ଼ି ଜବତ କରାଯାଇଛି । ସମସ୍ତ ଗାଡ଼ି ପଶ୍ଚିମବଙ୍ଗ ନମ୍ବରର ରହିଛି । ତେବେ ଏଥିରେ ନକଲି ନମ୍ବର ଥିବା ପୋଲିସ ସୂଚନା ଦେଇଛି ।

ଅନ୍ୟ ସଦସ୍ୟଙ୍କୁ ଧରିବାକୁ ରାଜ୍ୟ ବାହାରେ ଚଢ଼ାଉ ଚାଲିଛି । ଗିରଫଙ୍କ ମଧ୍ୟରେ ଜଣେ ଏମ୍ସିଏ ଛାତ୍ର ରହିଥିବା ସୂଚନା ମିଳିଛି ।
ମୁମ୍ବାଇ: ଟ୍ରେନ୍ରେ ଷ୍ଟଣ୍ଟ କରୁଥିବା ସମୟରେ ଖସିପଡ଼ି ଯୁବକଙ୍କର ମୃତ୍ୟୁ । ଚଳନ୍ତା ଟ୍ରେନ୍ରେ କରୁଥିଲେ ମାରାତ୍ମକ ଷ୍ଟଣ୍ଟ । ଏଭଳି ଏକ ଘଟଣା ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଦେଖିବାକୁ ମିଳିଛି । ମୁମ୍ବ୍ରା ରୁ ଦିଭା ମଧ୍ୟରେ ଘଟିଛି ଏଭଳି ଘଟଣା । ଯୁବକ ଜଣକ ଲୋକାଲ ଟ୍ରେନ୍ କଲ୍ୟାଣରେ ଯାଉଥିବା ସମୟରେ ଷ୍ଟଣ୍ଟ କରୁଥିଲେ । ମୃତ ଯୁବକଙ୍କ ନାଁ ଦିଲସାନ ବୋଲି ତାଙ୍କ ସାଙ୍ଗଙ୍କ ଠାରୁ ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଜଣେ ୨୦ ବର୍ଷର ଯୁବକ ମୁମ୍ବ୍ରାରୁ ଦିଭା ଯାଉଥିବା ଏକ ଲୋକାଲଟ୍ରେନ୍ରେ ଷ୍ଟଣ୍ଟ କରୁଥିଲେ । ଟ୍ରେନ୍ର ଡୋର ପାଖରେ ଛିଡ଼ା ହୋଇ ବାହାରୁ ବାହାରି ହାତ ହଲାଇଲା ଭଳି ଷ୍ଟଣ୍ଟ୍ କରୁଥିଲେ । ଯାହାକୁ ଟ୍ରେନ୍ ମଧ୍ୟରେ ଥିବା ତାଙ୍କର ଆଉଜଣେ ସାଙ୍ଗ ଫୋନ୍ ଯୋଗେ କରୁଥିଲେ ରେକର୍ଡ । ଷ୍ଟଣ୍ଟ୍ କରୁଥିବା ସମୟରେ ତାଙ୍କର ହାତ ଖସିଯାଇଥିଲା ।

ଯାହାପାଇଁ ସେ ଟ୍ରନ୍ରୁ ଖସି ତଲେ ପଡ଼ିଯାଇଥିଲେ । ଏହାପରେ ତାଙ୍କର ସାଙ୍ଗ ପାଖରେ ଥିବା ଏକ ଡ଼ାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡ଼ାକ୍ତର ଦିଲସାନଙ୍କୁ ମୃତ ଘୋଷଣା କରିଥିଲେ । ଦିଲସାନ ତାଙ୍କ ଭାଇଙ୍କର ବାହାଘର ପାଇଁ ଡ୍ରସ କିଣିବା ପାଇଁ ଗୋଭାନ୍ଦି ଯାଉଥିଲେ । ସପଟେ ଏହି ଭିଡ଼ିଓକୁ ରେଳ ବିଭାଗ ଭାଇରାଲ କରିଛି । କାରଣ ଯୁବ ପିଢ଼ିଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ।

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କ ପରଲୋକ। ଖରିଆର ରୋଡ୍ସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ପରଲୋକ ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି । ୪ ଏପ୍ରିଲ ୨୦୧୨ରୁ ୩ ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ ।
ଭୁବନେଶ୍ୱର: ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ରିକାର୍ପେଟିଙ୍ଗ୍ କାମ ଆରମ୍ଭ ହେବ । ପୂର୍ବରୁ ନଭେମ୍ବର ୧ରୁ ଘୁଞ୍ଚି ଏହି କାମ ଡିସେମ୍ବର ୧ରେ ହେବାକୁ ଥିଲା । ଏବେ ଏହି ରିକାର୍ପେଟିଙ୍ଗ୍ କାର୍ଯ୍ୟ ଆସନ୍ତା ବର୍ଷ ଫେବ୍ରୁଆରୀରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ଭି. ଭି. ରାଓଙ୍କ କହିବାନୁଯାୟୀ ଏହି କାମ ୮ରୁ ୧୦ମାସ ଧରି ଚାଲିବ । ପ୍ରାଥମିକ ପର୍ଯ୍ୟାୟରେ ରାତିରେ ଏହି କାମ କରାଯିବ କିନ୍ତୁ ଶେଷ ପର୍ଯ୍ୟାୟରେ ପାଖାପାଖି ୨ରୁ ୩ମାସ ପାଇଁ ଦିନରେ ଏହି ରିକାର୍ପେଟିଙ୍ଗ କାମ କରାଯିବ । ବିଭିନ୍ନ ବିମାନ କମ୍ପାନୀ ସହ ଆଲୋଚନା କରାଯାଇ ବିମାନ ଚଳାଚଳ ସମୟରେ ପରିବର୍ତ୍ତନ କରାଯିବ ।

ଭୁବନେଶ୍ୱର : କୃଷି କର୍ମଣ ପରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ଓଡ଼ିଶାକୁ କେନ୍ଦ୍ରର ପ୍ରଂଶସା ପତ୍ର । ଆସନ୍ତା ୨ ତାରିଖରେ ବେଙ୍ଗଳୁରୁ ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିବେ ।

ପୁରସ୍କାର ରାଶି ଭାବେ ଓଡ଼ିଶାକୁ ମିଳିବ ମିଳିବ ଏକ କୋଟି ଟଙ୍କା ଓ ମାନପତ୍ର । କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ବେଙ୍ଗଳୁରୁରେ ଏହି ପୁରସ୍କାର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ନୂଆଦିଲ୍ଲୀ: ଭାରତୀୟ ସେନାର ସେନାମୁଖ୍ୟଙ୍କ ଅବସର । ୩ ବର୍ଷର କାର୍ଯ୍ୟକାଳ ପରେ ମଙ୍ଗଳବାର ସେନାମୁଖ୍ୟ ବିପିନ ରାଓ୍ୱତ ଅବସର ନେଇଛନ୍ତି । କାର୍ଯ୍ୟକାଳର ଶେଷ ଦିନରେ ସେ ଓ୍ୱାର ମେମୋରିଆଲ ଯାଇ ସେଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଅବସର ପରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ରାଓ୍ୱତ । କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ସେ ସମସ୍ତ ଯବାନଙ୍କୁ ଶୁଭକାମନା ଦେଇଛନ୍ତି । ଏହାସହ ନୂଆବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ କେବଳ ଗୋଟିଏ ପଦ। ଏଥିରେ ସବୁ ଯବାନଙ୍କ ସହଯୋଗ ମିଳିଥାଏ ଓ ଦେଶ ଆଗକୁ ବଢିଥାଏ ।

ବଲାଙ୍ଗିର: ପୁଣି ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ। ବଲାଙ୍ଗିର ଜିଲ୍ଲା ଖାଇରଗୁଡ଼ାରେ ପଡ଼ିଲା ବଳି। ଦେଓଗାଁ ବ୍ଲକ କୁଇତାପଡ଼ା ପଞ୍ଚାୟତ ଖାଇରଗୁଡ଼ା ବଡ଼ଖଳା ଓ କୁମୁରିଆ ସାନଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି । ଆଜି ଭୋରରୁ ନିଷିପୂଜା ହେଲା ପରେ ଶୁଲିଆ ପୀଠରେ ପାରମ୍ପାରିକ ଭାବେ ଉଭୟ ପୀଠର ମୁଖ୍ୟ ପୂଜକ ଓ ଦେହୁରୀ ପୂଜାର୍ଚ୍ଚନା କରିଥିଲେ।

ପରେ ପ୍ରଥମେ ଖାଇରଗୁଡା ବଡଖଳାରେ ବଳୀ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ମାନସିକ ଅନୁଯାୟୀ ପଶୁ ବଳି ଦିଆଯାଇଛି। ଉଭୟ ଖଳାରେ ପୋଲିସ ପ୍ରଶାସନ ପକ୍ଷକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।