ଭୋଜିରେ ମଦ ପିଇ ୫ ଗୁରୁତର

ଟାଙ୍ଗୀ: ନୂଆବର୍ଷ ସ୍ୱାଗତ କରିବାକୁ ଭୋଜି… ଆଉ ଭୋଜିରେ ମଦ୍ୟପାନ । ମଦ୍ୟପାନ କରି ଅସୁସ୍ଥ ହୋଇପଡ଼ିଛନ୍ତି ୫ଜଣ । ଘଟଣାଟି ହେଉଛି ଟାଙ୍ଗୀ ଥାନା ବରଡି ଗାଁର ।

ଟାଙ୍ଗୀ ଥାନା ବରଡି ଗାଁ ଓ ସୋରଣ ଗାଁର କେତେକ ଵ୍ୟକ୍ତି ଭୋଜି କରିଥିଲେ । ଭୋଜି ମଦ୍ୟପାନ କରି ୫  ଗୁରୁତର ହୋଇପଡ଼ିଛନ୍ତି । ତେବେ ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବିଷାକ୍ତ ମଦ ପାଇଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ସନ୍ଦେହ କରାଯାଉଛି । ତେବେ ଗୁରୁତରମାନେ ହେଲେ ସୋରଣ ଗାଁର ଫକୀର ବେହେରା, ଯୁଝି ବେହେରା, ମହେନ୍ଦ୍ର ବେହେରା, ଶରତ ବେହେରା, ବାନାମ୍ବର ବେହେରା ।

Leave a Reply