ଅଭାବ ହେବନି ପିଆଜ, ଆଗୁଆ ସଞ୍ଚୟ କରି ରଖାଯିବ ୧ଲକ୍ଷ ଟନ ପିଆଜ

ନୂଆଦିଲ୍ଲୀ: ଶସ୍ତା ହେବ ପିଆଜ ଦର । ୨୦୨୦ ରେ ଆଉ ରୋଷେଇ ଘରେ ଅଭାବ ହେବନି ପିଆଜ । କାରଣ ୨୦୨୦ ରେ ଏକ ଲକ୍ଷ ଟନ୍ ପିଆଜ ଆଗୁଆ ଗଚ୍ଛିତ ରଖାଯିବ ବୋଲି ସୂଚନା ମିଳିଛି । ଏକ ବୈଠକ ମାଧ୍ୟମରେ ସରକାରୀ ବରିଷ୍ଠ ଅଧିକାରୀ ମାନେ କହିଛନ୍ତି, ଚଳିତ ବର୍ଷ ଭଳି ପିଆଜର ଅସୁବିଧା ହେବନାହିଁ ବୋଲି ଅନୁମାନ କରାଯାଉଛି ।

ଚଳିତ ବର୍ଷ ୫୬ ହଜାର ଟନ୍ ପିଆଜ ଆସିଥିଲା । ଯାହା କାରଣରୁ ବର୍ଷର ଶେଷ ସମୟ ବେଳକୁ ପିଆଜର ଦର ୧୦୦ କୁ ବୃଦ୍ଧି ପାଇଥିଲା । ଯାହାଫଳରେ ଦେଶ ସାରା ପିଆଜ ପାଇଁ ଆନ୍ଦୋଳନ ଦେଖା ଦେଇଥିଲା ।

ସେପଟେ କିଭଳି ପିଆଜକୁ ନେଇ ୨୦୨୦ ବର୍ଷରେ କୌଣସି ଅସୁବିଧା ହେବନାହିଁ ସେ ନେଇ ଏକ ବୈଠକ ହୋଇଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ସାହା ୧ ଲକ୍ଷ ଟନ୍ ପିଆଜକୁ ଗଚ୍ଛିତ ରଖାଯିବ ବୋଲି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ପୂର୍ବ ବର୍ଷ ଭଳି ସରକାରୀ ନେଫେଡ଼ରେ ପିଆଜ ଷ୍ଟକ୍ ରହିବ ।

Leave a Reply