ନୂଆଦିଲ୍ଲୀ : ବଢିଲା ସୁନା ଦର । ନୂଆବର୍ଷ ପରେ ଆଶା ଥିଲା ଦର କମିବ ଏବଂ ଗ୍ରାହକମାନେ କିଛିଟା ଆଗ୍ରହ ପ୍ରକାଶ କରିଥିଲେ କିଣିବାକୁ । କିନ୍ତୁ ବିଶ୍ୱ ବଜାରରେ ଅସ୍ଥିରତା ଏବଂ ସୁନାକୁ ନେଇ କିଛି ନିର୍ଦ୍ଦିଷ୍ଟ ଦେଶର ଦାଦାଗିରି ଏବେ ପୁରା ବଜାରକୁ ପ୍ରଭାବିତ କରିଛି । ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା କାରଣରୁ ଭାରତରେ ମଧ୍ୟ ଏହାର ପ୍ରଭାବ ଜାନୁଆରୀ ପ୍ରଥମ ସପ୍ତାହରୁ ଦେଖିବାକୁ ମିଳିଲାଣି । ସୁନା ଦର ନୂଆ ବର୍ଷ ପୂର୍ବରୁ ୧୦ ଗ୍ରାମକୁ ୩୯ ହଜାର ଟଙ୍କା ଥିବା ବେଳେ ଏବେ ଏହା ୪୦ ହଜାର ଟପିଛି ।
ବର୍ତ୍ତମାନ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଦେଖାଦେବା ପରେ ଆଗକୁ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି । ନିବେଶକମାନେ ବିପୁଳ ମାତ୍ରାରେ ସୁନା କିଣିବା ଆରମ୍ଭ କରିଦେଇଛନ୍ତି । ସୁନା ଗଚ୍ଛିତ ରଖିବା କାରଣରୁ ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି ।
ଆକାଶ ମାର୍ଗରୁ ଆମେରିକାର ଏୟାର ଷ୍ଟ୍ରାଇକ୍ ପରେ ଇରାନର ମୁଖ୍ୟ କମାଣ୍ଡର ନିହତ ହେବା ଘଟଣା ପ୍ରଚାରିତ ହେବା ପରେ ସୁନା ବଜାରରେ ଅସ୍ଥିରତା ପରିଲକ୍ଷିତ ହୋଇଛି । ସୁନାର ଆଉନ୍ସ ପିଛା ଦର ହଠାତ୍ ୧୮.୨୦ ଡଲାର ବୃଦ୍ଧି ପାଇ ୧,୫୪୭ ଡଲାର ହୋଇଯାଇଛି । ତେବେ ଟଙ୍କାରେ ହିସାବ କରିବାକୁ ଗଲେ ନୂଆଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା ୭୫୨ଟଙ୍କା ବୃଦ୍ଧି ପାଇ ଏବେ ୪୦, ୬୫୨ ଟଙ୍କା ହୋଇଯାଇଛି ।

ଏହାସହ ରୁପା ଦର ମଧ୍ୟ କିଲୋପିଛା ୯୬୦ଟଙ୍କା ବୃଦ୍ଧି ପାଇ ୪୮,୮୭୦ ଟଙ୍କା ହୋଇଛି । ଭାରତରେ ୭୦୦ରୁ ଅଧିକ ଟଙ୍କା ଗ୍ରାମ୍ ପ୍ରତି ସୁନା ବଢିବା ପରେ ଗ୍ରାହକ ଚିନ୍ତାରେ ଅଛନ୍ତି । ତେବେ ଆଗକୁ ଦର ଅଧିକ ବଢ଼ିବା ନେଇ ମାର୍କେଟ୍ ବିଶେଷଜ୍ଞ ମତ ରଖୁଛନ୍ତି । ଏବେ ଗଢ଼ା ମଜୁରୀରେ କିଛି ଦୋକାନୀ ରିହାତି ଦେଉଥିବା ବେଳେ ଆଗକୁ ଦର ବଢିଲେ ଏଥିରେ ମଧ୍ୟ ରିହାତି କମ୍ ହୋଇପାରେ ବୋଲି ଚର୍ଚ୍ଚା ହେଲାଣି ।



ଦେବରାଜଙ୍କ ବାମ ଗୋଡ଼ ଜଂଘରେ ଗୁଳି ବାଜିଛି । ଦେବରାଜଙ୍କୁ ପ୍ରଥମେ ବାଲିକୁଦା ମେଡିକାଲ ପରେ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଅବସ୍ଥା ବିଗିଡ଼ାବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ, ଗୋଷ୍ଠୀ ବିବାଦକୁ ନେଇ ଦୀର୍ଘ ଦିନରୁ ଶତ୍ରୁତା ଲାଗି ରହିଥିଲା । ଶୁକ୍ରବାର ସନ୍ଧ୍ୟାରେ ଏହି ଶତ୍ରୁତା ଉଗ୍ରରୂପ ନେଇଥିଲା । ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବାଲିକୁଦା, ତେରତାଙ୍ଗ, ଅଳାଭର ଅଞ୍ଚଳରେ ଚଢ଼ାଉ କରିଛି ।
କରମଳା ମାତ୍ର ୪ ଦିନର ହୋଇଥିବା ବେଳେ ଅନୁରାଧା ଏବଂ ତାଙ୍କ ସ୍ୱାମୀ ଅରୁଣ ପୋଡୱାଲ ଲାଳନ ପାଳନ ପାଇଁ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦେଇ ସେ ନିଜ କ୍ୟାରିୟରରେ ବ୍ୟସ୍ତ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି । ବଡ଼ ହୋଇ କରମଳା ଅନୁରାଧାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା । ଏନେଇ ଅନୁରାଧାଙ୍କର କୈାଣସି ପ୍ରତିକ୍ରିୟା ମିଳି ପାରିନାହିଁ ।


