ଶ୍ରେଷ୍ଠ ୫ଟି ସ୍ୱଚ୍ଛ ବେଳାଭୂମି ମଧ୍ୟରେ ଓଡ଼ିଶାର ଦୁଇଟି ବେଳାଭୂମି

ଭୁବନେଶ୍ୱର: ସ୍ୱଚ୍ଛ ବେଳାଭୂମି ସର୍ଭେରେ ଓଡ଼ିଶା ଆଗରେ । ରାଷ୍ଟ୍ରିୟ ତଟ୍ଟୀୟ ଅନୁସନ୍ଧାନ କେନ୍ଦ୍ର ବା ଏନସିସିଆର ତରଫରୁ ହୋଇଥିବା ସର୍ଭେରେ ଦେଶର ୫ଟି ଶ୍ରେଷ୍ଠ ସ୍ୱଚ୍ଛ ବେଳାଭୂମି ମଧ୍ୟରେ ଓଡ଼ିଶାର ଦୁଇଟି ବେଳାଭୂମି ରହିଛି । ପୁରୀ ଦେଶର ଦିତ୍ୱୀୟ ସ୍ୱଚ୍ଛ ବେଳାଭୂମି ଭାବେ ଚିହ୍ନଟ ହୋଇଥିବା ବେଳେ ଗୋପାଳପୁର ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ପୁରୀ ଓ ଗୋପାଳପୁରକୁ ପର୍ଯ୍ୟଟକ ମାନେ ଅଧିକ ପସନ୍ଦ କରୁଛନ୍ତି ବୋଲି ସର୍ଭେରେ ଜଣାପଡ଼ିଛି ।

ଏଥିସହ ତାମିଲନାଡ଼ୁ, କେରଳ ଓ ଗୁଜୁରାଟର ବେଳାଭୂମି ମଧ୍ୟ ସ୍ୱଚ୍ଛ ବେଳାଭୂମି ତାଲିକାରେ ସ୍ଥାନ ପାଇଛି । ଏହି ସର୍ଭେ ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରିଛନ୍ତି । ଭାରତର ସବୁଠାରୁ ସ୍ୱଚ୍ଛ ବେଳାଭୂମି ଓଡିଶାରେ ରହିଛି । ତେଣୁ ଓଡ଼ିଶା ଆସନ୍ତୁ ଓ ରାଜ୍ୟର କଳା ସଂସ୍କୃତିର ମଜା ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ।

Leave a Reply