spot_img
Home Blog Page 7510

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ଘରେ ଚଢ଼ାଉ

ଉମରକୋଟ: ଭିଜିଲାନ୍ସ ଜାଲରେ ଫସିଲେ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ବୋର୍‌ଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।

ଭିଜିଲାନ୍ସର ୩୦ ଜଣ ଅଧିକାରୀ ୫ ଟିମ୍‌ରେ ଭାଗ ହୋଇ ଏକା ସାଙ୍ଗରେ ୫ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ପ୍ରଧାନଶିକ୍ଷକ ରଞ୍ଜିତ ମହାପାତ୍ରଙ୍କର ରାଇଘରଠାରେ ଥିବା ୩ଟି ଘର, ଦୋକାନ, ଗୋଦାମ ଓ ସ୍କୁଲ୍‌ରେ ଚଢ଼ାଉ କରାଯାଇଛି । ବିଶେଷ ସୂତ୍ରରୁ ଖବର ଏହି ଟିମ୍ ହାତରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ହସ୍ତଗତ ହୋଇଛି ।

ବ୍ଲକ୍‌ ପରିଦର୍ଶନ ପରେ ଅଫିସ୍ ଫେରିଲେନି କନିଷ୍ଠ ଯନ୍ତ୍ରୀ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକର RWSS କନିଷ୍ଠ ଯନ୍ତ୍ରୀ ନିଖୋଜ । ଗତ କାଲି ବ୍ଲକ ର ହରଦପୁଟ ଗାଁକୁ କ୍ଷେତ୍ର ପରିଦର୍ଶନ ପାଇଁ ଯାଇଥିଲେ । ସମସ୍ତ ଅଧିକାରୀ ଫେରିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଏମ୍‌. ଭେଙ୍କଟ ରାଓ ହଠାତ କୁଆଡ଼େ ନିଖୋଜ ହୋଇଯାଇଥିଲେ ।

ପରେ ଅଧିକାରୀ ମାନେ ବହୁତ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏନେଇ ଗତ କାଲି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପୋଲିସ ପାଖରେ ଏକ ଏତଲା ଦିଆ ଯାଇଛି । ଆଜି ଏମ୍‌. ଭେଙ୍କଟ ରାଓଙ୍କ ପରିବର ପକ୍ଷରୁ ବୋରିଗୁମା ଥାନା ରେ ଏକ ଏତଲା ଦିଆଯାଇଛି ।

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦

0

ନୂଆଦିଲ୍ଲୀ: ନୂତନ ବର୍ଷର ପ୍ରଥମ ଟ୍ୱି-୨୦ ଫେଲ୍ ମାରିବା ପରେ ଏବେ ଦ୍ଵିତୀୟ ଟି-୨୦କୁ ଆସା ରଖିଛନ୍ତି କ୍ରିକେଟ ପ୍ରେମୀ । ଗୌହାଟୀରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯିବା ପରେ ଆଜି ଖେଳାଯିବ ଦ୍ଵିତୀୟ ଟି-୨୦ ।  ଇନ୍ଦୋରର ହୋଲକର ଷ୍ଟାଡ଼ିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ସୂଚନା। ଭାରତୀୟ ସମୟାନୁସାରେ ଆଜି ସଂଧ୍ୟା ପ୍ରାୟ ୭ଟାରେ ମ୍ୟାଚ୍ ଖେଳାଯିବ ।

ସବୁଠୁ ବଡ଼ କଥା ଏହି ଷ୍ଟାଡିୟମରେ ଭାରତର ରେକର୍ଡ ଅପରାଜୟ ରହିଛି। ତଥାପି ଘରୋଇ ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ବିଜୟ ସହିତ ନୂତନ ବର୍ଷରେ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ । ମଧ୍ୟ ପ୍ରଦେଶ କ୍ରିକେଟ୍ ସଂଘର ଏହି ଷ୍ଟାଡିୟମର ଦର୍ଶକଙ୍କ କ୍ଷମତା ୨୭,୦୦୦ ରହିଛି।

ନିର୍ଭୟା ନ୍ୟାୟ ପାଇଁ ଆଜି ହେବ ଫାଶୀ ତାରିଖ ଘୋଷଣା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଆସିପାରେ ବଡ଼ ରାୟ । ସ୍ଥିର ହୋଇପାରେ ଫାଶୀ ତାରିଖ । ଦୋଷୀଙ୍କ ବିରୋଧରେ ଡେଥ୍‌ ଓ୍ୱାରେଣ୍ଟ ଜାରି କିରପାରନ୍ତି କୋର୍ଟ । ଆଜି ରାୟ ଶୁଣାଇପାରନ୍ତି ପଟିଆଲା ହାଉସକୋର୍ଟ ।

୪ ଅଭିଯ଼ୁକ୍ତଙ୍କୁ ଫାଶୀରେ ଝୁଲାଇବାକୁ ଫାଶୀ ଦଉଡି ପ୍ରସ୍ତୁତ । ଆଦେଶକୁ ଅପେକ୍ଷା କରି ରହିଛନ୍ତି ଘାତକ । ସେପଟେ ନ୍ୟାୟ ପାଇଁ ନିର୍ଭୟାଙ୍କ ପରିବାର ସହ ପୂରା ଦେଶର ନଜର କୋର୍ଟଙ୍କ ରାୟ ଉପରେ ରହିଛି ।

ତିହାର ଜେଲରେ ଦୋଷୀଙ୍କ ମୃତ୍ୟୁଦଣ୍ଡ ପାଇଁ ପ୍ରସ୍ତୁତ ହୋଇଛି । କେବଳ ଅପେକ୍ଷା ଫାଶୀ ତାରିଖକୁ । ସୋମବାର ଫାଶୀର ଦିନ  ଗଡ଼ାଇବାକୁ ଅଭିଯୁକ୍ତଙ୍କ ପକ୍ଷରୁ ଉଦ୍ୟମ ହୋଇଥିଲା । ତେବେ ତାହା ବିଫଳ ହୋଇଛି । ୨୦୧୨ ଡିସେମ୍ବର ୧୬ରେ ନିର୍ଭୟା ଗଣଦୁଷ୍କର୍ମ ଘଟଣା ଘଟିଥିଲା ।

ଘଟଣାରେ ପବନ କୁମାର ଗୁପ୍ତା, ମୁ୍କେଶ ସିଂହ, ବିନୟ ଶର୍ମା ଓ ଅକ୍ଷୟ କୁମାର ସିଂହ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବସ୍ ଓଲଟି ୭ ଗୁରୁତର

ଯାଜପୁର:  ଯାଜପୁର ବରୀ ଗୋଳକୁଣ୍ଡ ଠାରେ ବସ ଓଲଟି ୭ଯାତ୍ରୀ ଗୁରୁତର । ବରୀରୁ କଟକ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ବରୀରୁ କଟକ ଅଭିମୁଖେ ଯାଉଥିବାବେଳେ ମା ମଙ୍ଗଳା ନାମକ ଏକ ଘରୋଇ ବସ ଓଲଟି ୭ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଧର୍ମଶାଳା ମେଡିକାଲକୁ ଚିକିତ୍ସା ପାଇଁ ପଠା ଯାଇଛି ।

ତେବେ ବର୍ତ୍ତମାନ ସୁଧା କୌଣସି ଯାତ୍ରୀ ମୃତାହତ ହୋଇଥିବାର ସୂଚନା ମିଲିନାହିଁ । କେଉଁ କାରଣରୁ ବସଟି ଓଲଟି ପଡ଼ିଛି ତାହା ଏବେ ସ୍ପଷ୍ଟ ହୋଇନାହିଁ ।

ଗ୍ୟାରେଜ ମେକାନିକଙ୍କ ଝିଅ ପାଇଲେ ଓଏଏସ୍‌

ଜୟପୁର: କନେଷ୍ଟବଳରୁ ଓଏଏସ୍‌ ଅଫିସର । ଗ୍ୟାରେଜ ମେକାନିକଙ୍କ ଝିଅ ପାଇଲେ ଓଏଏସ୍‌  । ଏ ପ୍ରେରଣାଦାୟୀ ଖବର ଜୟପୁର ସହର ପାରାବେଡ଼ାର । ଗ୍ୟାରେଜ ମେକାନିକ ରାଜାରାମ ସିଂଙ୍କ ଝିଅ ଋତୁ ସିଂଙ୍କୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ।

କ୍ରିକେଟର ଭାବେ ନିଜକୁ ପରିଚିତ କରାଇଥିବା ଋତୁ, ବହୁକଷ୍ଟରେ ପାଠ ପଢି କନେଷ୍ଟବଳ ଚାକିରି କରିଥିଲେ । ମାତ୍ର ଏତିକିରେ ସରିନିଥିଲା ଋତୁଙ୍କର ସ୍ୱପ୍ନ । ସୋମବାର ଘୋଷଣା ହୋଇଥିବା ଓଏଏସ୍‌ ରେଜଲ୍ଟରେ ୨୦୪ ରାଙ୍କ ପାଇଛନ୍ତି ।

ଋତୁଙ୍କ ସଫଳତା ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସଫଳତାର ଶ୍ରେୟ ପରିବାର ଏବଂ କୋରାପୁଟ ପୋଲିସକୁ ଦେଇଛନ୍ତି ଋତୁ ।

ନଷ୍ଟ ହେଲା ୧୩ କୋଟି ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଗଛ

ବାଲିଗୁଡ଼ା: ନଷ୍ଟହେଲା ୧୩ କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । କନ୍ଧମାଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ କରାଯାଇଥିଲା । ଚଢ଼ାଉ ପରେ ଏକ ଲକ୍ଷ ୩୫ହଜାର ବେଆଇନ୍ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରିଦିଆଯାଇଛି ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ପଞ୍ଚାୟତର ଡିଙ୍ଗିମିଲା, ପାଙ୍ଗାପଡ଼ା ଓ ମିଡ଼ିଆକିଆ ପଞ୍ଚାୟତର ବରିକିଆ, ମିଡ଼ିଆକିଆ ଆଦି ଅଞ୍ଚଳରେ ୧୩୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ ।

ଏହିସବୁ ଅଞ୍ଚଳରେ ୧୩୫ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ୍ ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୩କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ରାଉରକେଲା ସ୍ପଞ୍ଜ କାରଖାନାରେ ଗ୍ୟାସ୍‌ ଲିକ୍‌, ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡର ଲାଠିକଟା ବ୍ଲକରେ ଥିବା ପୂଜା ସ୍ପଞ୍ଜ କାରଖାନାରେ ଅଘଟଣ । କାରଖାନାରେ ସଫେଇ ଚାଲିଥିବା ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କାମ ଚାଲିଥିବା ବେଳେ ଗ୍ୟାସ୍‌ ଲିକ ହେବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଶ୍ରମିକ ଆହତ ହୋଇଛନ୍ତି । ବ୍ରାହ୍ମଣୀ ତରଙ୍ଗ ଥାନା ପକ୍ଷରୁ ତନାଘନା କରାଯାଉଛି । ଏ ପର୍ଯ୍ୟନ୍ତ ଘଟଣାରେ କୈାଣସି ଲିଖିତ ଅଭିଯ଼ୋଗ ହୋଇନାହିଁ ।

ହ୍ରିତିକଙ୍କ ଆଗାମି ହ୍ୟାଟ୍ରିକ୍

ମୁମ୍ବାଇ: ଫିଲ୍ମ ‘ୱାର୍‌’ର ସଫଳତା ପରେ ଅଭିନେତା ହ୍ରିତିକ ରୋଶନ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିର୍ଦ୍ଦେଶକ ଫରହା ଖାନଙ୍କ ଆଗାମୀ ଫିଲ୍ମରେ ହ୍ରିତିକ କାମ କରିବେ ବୋଲି ଜଣାପଡ଼ିଛି । ଏଥିରେ ତାଙ୍କ ସହିତ ଲିଡ୍ ରୋଲରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶର୍ମା । ତେବେ ପ୍ରଥମ ଥର ପାଇଁ ମୋଷ୍ଟ୍ ହ୍ୟାଣ୍ଡସମ୍ ଷ୍ଟାର୍ ହ୍ରିତିକ ରୋଶନ ଓ ଗ୍ଲାମର୍ କୁଇନ୍ ଅନୁଷ୍କାଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ ।

Image result for hritik and anushka

ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ରୋହିତ୍‌ ସେଟ୍ଟୀ । ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରୁ ଆରମ୍ଭ ହେବ । ୨୦୨୧ ପ୍ରାରମ୍ଭରେ ଫିଲ୍ମଟି ରିଲିଜ୍‌ ହେବ । ଏହି ଫିଲ୍ମଟି ୧୯୮୨ରେ ଆସିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍ ବୋଲି କୁହାଯାଉଛି ।

 

JNU ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ବର:  ଗତକାଲି ଦିଲ୍ଲୀର ଜେଏନୟୁରେ ଛାତ୍ରଛାତ୍ରୀ,ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପରେ ହେଇଥିବା ଅମାନୁଷିକ ଆକ୍ରମଣକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଶିକ୍ଷା ଓ ବୁଦ୍ଧିଜୀବୀମାନଙ୍କର ଗନ୍ତାଘର କୁହାଯାଉଥିବା ଜେଏନୟୁରେ ଦୁର୍ବୃତ୍ତମାନଙ୍କ ଆତଙ୍କରାଜ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି ।

 

ଜେଏନୟୁ ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ । ଶୈକ୍ଷିକ ବାତାବରଣରେ ଯେଉଁଭଳି ହିଂସାକାଣ୍ଡ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଗ୍ରହଣଯୋଗ୍ୟ ନୁହେଁ । ଛାତ୍ର ସମାଜ ଉପରେ ହୋଇଥିବା ଏପରି ଘୃଣ୍ୟ କାର୍ଯ୍ୟକୁ ସାରା ଦେଶରେ ଛାତ୍ର ସମାଜ ବିରୋଧ କରିଛି । ଶିକ୍ଷାର ମନ୍ଦିରରେ ହିଂସାର ସ୍ଥାନ ନାହିଁ ବୋଲି ବିଜୁ ଜନତା ଦଳର ଛାତ୍ର ଉପଦେଷ୍ଟା ଶ୍ରୀ ଚିନ୍ମୟ ସାହୁ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ଏଭଳି ଘଟଣାକୁ ନିନ୍ଦାକରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କରେ ହିଂସାରେ ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଅନ୍ୟପକ୍ଷରେ ଏଭଳି ହିଂସାକାଣ୍ଡଙ୍କୁ ନିନ୍ଦା କରି ସମଗ୍ର ରାଜ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାଣ୍ଡେଲ ରାଲି କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରାଯାଇଛି।