ନଷ୍ଟ ହେଲା ୧୩ କୋଟି ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଗଛ

ବାଲିଗୁଡ଼ା: ନଷ୍ଟହେଲା ୧୩ କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । କନ୍ଧମାଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ କରାଯାଇଥିଲା । ଚଢ଼ାଉ ପରେ ଏକ ଲକ୍ଷ ୩୫ହଜାର ବେଆଇନ୍ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରିଦିଆଯାଇଛି ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ପଞ୍ଚାୟତର ଡିଙ୍ଗିମିଲା, ପାଙ୍ଗାପଡ଼ା ଓ ମିଡ଼ିଆକିଆ ପଞ୍ଚାୟତର ବରିକିଆ, ମିଡ଼ିଆକିଆ ଆଦି ଅଞ୍ଚଳରେ ୧୩୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ ।

ଏହିସବୁ ଅଞ୍ଚଳରେ ୧୩୫ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ୍ ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୩କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

Leave a Reply