ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ
ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପୁସ୍ତକ ମହୋତ୍ସବ ଆସନ୍ତା ୧୫ ତାରିଖ ଯାଏଁ ଚାଲିବ ।
ପୁସ୍ତକ ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଅନୁଭବ କରିଥିବା କହିଛନ୍ତି । ଏଥିସହ ସେ ଗାନ୍ଧିଜୀଙ୍କୁ ମନେ ପକାଇଛନ୍ତି । ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାରେ ଗାନ୍ଧୀ, ଏହି ବିଷୟ ଉପରେ ଏକ ସ୍ୱତନ୍ତ୍ର ମଣ୍ଡପ ଖୋଲାଯାଇଛି । ମୋର ବିଶ୍ୱାସ, ଗାନ୍ଧୀ ବିଚାର ସହ ଲୋକଙ୍କୁ, ବିଶେଷକରି ଆମର ଯୁବପିଢିଙ୍କୁ ଯୋଡ଼ିବାରେ ଏହା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପୁସ୍ତକ ମେଳା ହେଉଛି ଜ୍ଞାନର ମେଳା । ଜ୍ଞାନର ନୂଆ ନୂଆ ଦିଗନ୍ତ ସହ ଜନସାଧାରଣଙ୍କୁ ପରିଚିତ କରିବାରେ ଅକ୍ଷର ସଫଳ ହେବ ବୋଲି ବିଶ୍ୱାସ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସମାଜସେବୀ କ୍ରୀଷ୍ଣା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣା: ଗିରଫ ସଂଖ୍ୟା ୩କୁ ବୃଦ୍ଧି
ପୁରୀ: ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଅନ୍ୟ ଜଣେ ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନଙ୍କୁ ଗିରଫ କଲା କୁମ୍ଭାରପଡ଼ା ଥାନା ପୋଲିସ । ପୂର୍ବରୁ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ଜୀତେନ୍ଦ୍ର ସେଠୀ, ରାଜେଶ କୁମାର ସେଠୀ ।

ଡିସେମ୍ବର ୨ ତାରିଖ ଦିନ ଏନେଇ ଥାନାରେ ଅଭିଯୋଗ କରିଥିଲେ ନାବାଳିକା । କାକଟପୁର ଯିବାକୁ ନିମାପଡ଼ା ଛକରେ ଅପେକ୍ଷା କରିଥିବା ବେଳେ ତାଙ୍କୁ ପୁରୀ ନେଇ ଦୁଷ୍କର୍ମ କରାଯାଇଥିବା ସେ କୁମ୍ଭାରପଡ଼ାଥାନାରେ ଏତଲା ଦେଇଥିଲେ ।
https://nandighoshatv.comdig-asish-singh-press-meet-on-puri-rape-case/
ମଞ୍ଚରେ ଥିଲେ ବର କନିଆ, ହଠାତ୍ ବନ୍ଦ ହୋଇଗଲା ମାଇକ୍ । ମଦ୍ୟପ କଲେ ଏଭଳି କାଣ୍ଡ
ଗୀତ ବନ୍ଦ ହେବା ପରେ ନାଚ ବି ବନ୍ଦ ହୋଇଯାଇଥିଲା । ଆଉ ଷ୍ଟେଜ୍ ତଳେ ଥିବା ଜଣେ ମଦ୍ୟପ ବ୍ୟକ୍ତି ରାଗିଯାଇ ଡ୍ୟାନ୍ସରଙ୍କୁ ନାଚିବାକୁ କହିଥିଲେ । ଏଭଳି ନକଲେ ସେ ଗୁଳି କରିଦେବେ ବୋଲି କହିଥିଲେ । ଆଉ କିଛି ସମୟ ପରେ ଡ୍ୟାନ୍ସର ନ ନାଚିବାରୁ ସତକୁ ସତ ଗୁଳି କରି ଦେଇଥିଲେ ମଦ୍ୟପ । ସୌଭାଗ୍ୟକୁ ଗୁଳିଟି ଡ୍ୟାନ୍ସରଙ୍କ ଛାତିରେ କିମ୍ୱା ଶରୀରର ଅନ୍ୟ କୌଣସି ସ୍ଥାନରେ ନବାଜି ସିଧା ମୁଁହରେ ବାଜିଥିଲା ।
ଏ ଘଟଣାକୁ ନେଇ ନବ ବିବାହିତାଙ୍କ ସମ୍ପର୍କୀୟ ମାମୁ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଚେଷ୍ଟା ଜାରି ରଖିଥିବା କହିଛନ୍ତି ପୋଲିସ୍ ଅଧିକାରୀ ଅଙ୍କିତ୍ ବିଶ୍ୱାଳ । ଗୁଳିମାଡ଼ରେ ଗୁରୁତର ଭାବେ ଆହତ ହୋଇଥିବା ୨୨ ବର୍ଷୀୟ ହିନା ଏବେ କାନପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ସିଆଣିଆ ଅପରାଧି, କମ୍ପ୍ୟୁଟର ଦୋକାନରେ ବିକୁଥିଲା ଗଞ୍ଜେଇ ଓ ଅଫିମ
ଯାଜପୁର: ଚକାଚକ୍ ଦୋକାନ । ନାମୀ ଦାମୀ ବ୍ରାଣ୍ଡର ପ୍ରଡକ୍ଟ । ଦେଖିଲେ ଆଖି ଲାଖି ଯିବ । ଯାଜପୁର ଟାଉନ୍ ଥାନା ଅଧିନ ଚିତାଳୋ କଲେଜ ଛକରେ ଦୋକନା କମ୍ପ୍ୟୁଟର ଓ ଗିଫ୍ଟ ଦୋକାନ କରିଥିଲେ ଝାଡ଼ଙ୍ଗାର ପ୍ରଶାନ୍ତ କର । କିନ୍ତୁ ଏହି ଆଳରେ ସେ ଗିଫ୍ଟ କର୍ଣ୍ଣରରେ ଗଞ୍ଜେଇ ଓ ଅଫିମ ବିକ୍ରି କରୁଥିଲେ । ଏନେଇ ଟାଉନ ପୋଲିସର ପାଟ୍ରୋଲିଂ ଟିମ ସୂଚନା ପାଇଥିଲା ।
ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଦୋକାନ ଉପରେ ଚଢ଼ାଉ କରି ଏକ ଧଳା ବ୍ୟାଗରୁ ୧ କେଜି ୬୦୦ ଗ୍ରାମ ଗଞ୍ଜେଇ ଓ ଏକ ଜରି ପ୍ୟାକେଟରୁ ୨୦ ଗ୍ରାମ୍ ଅଫିମ ଜବତ କରିଛି । ପୋଲିସ କେସ ନଂ-୩୭୫/୧୯, ଦଫା-୧୮/୨୦(ବି)(ଆଈଆଇ)(ବି)ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁଛି । ଅଭିଯୁକ୍ତ ପ୍ରଶାନ୍ତ କୁମାର କରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଏସଡିପିଓ ରବୀନ୍ଦ୍ର କୁମାର ଜେନା । ଏଥିରେ ଥାନା ଅଧିକାରୀ ଆଶିଷ କୁମାର ସାହୁ ଓ ଏସଆଇ ମାନସ ରଞ୍ଜନ ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ ।

