ସିଆଚିନ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତୀୟ ସେନାମୁଖ୍ୟ

ସିଆଚିନ: ସିଆଚିନ୍‌ରେ ଆର୍ମି ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ । ପଦ ଗ୍ରହଣ ପରେ ପ୍ରଥମ ଥର ସେ ସିଆଚିନ୍‌ ଗସ୍ତ କରି ସେଠାକାର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି । ସିଆଚିନରେ ମୁତୟନ ସମସ୍ତ ଯବାନଙ୍କୁ ସେ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହିତ ସିଆଚିନ୍ ୱାର ମେମୋରିଆଲ ଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଖରାପ ପାଗ ସତ୍ତ୍ୱେ ଭାରତୀୟ ଯବାନ ସେଠାରେ ମୁତୟନ ରହି ଶତ୍ରୁ ଉପରେ କଡ଼ା ନଜର ରଖି ଦେଶକୁ ସୁରକ୍ଷା ଦେଉଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି ସେନାମୁଖ୍ୟ । ମୁତୟନ ଥିବା ଯବାନଙ୍କ ପାଖରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଏବଂ ପୋଷାକ ଯେଭଳି ଠିକ୍‌ ସମୟରେ ପହଞ୍ଚିପାରିବ ସେ ନେଇ ଉଦ୍ୟମ ଅବ୍ୟାହତ ରହିଥିବା ସେ କହିଛନ୍ତି। ଯବାନଙ୍କୁ ରାସନ୍‌ଠୁ ନେଇ ଅନ୍ୟ ଆବଶ୍ୟକ ସାମଗ୍ରୀ ସୁଚାରୁ ଭାବେ କିପରି ଯୋଗାଯିବ, ତା’ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

ଠିକ୍‌ ସମୟରେ ସମସ୍ତ ଯବାନ୍‌ ଛୁଟିରେ ଯେଭଳି ଘରକୁ ଯାଇପାରିବେ, ସେ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜେନେରାଲ ନରୱାଣେ କହିଛନ୍ତି । ଏତେ ଦୂରରେ ରହିଲେ ବି ସବୁ ଯବାନଙ୍କ ସ୍ଥାନ ତାଙ୍କ ହୃଦୟରେ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନରାୱଣେ ପ୍ରଥମ ଥର ପାଇଁ ସିଆଚେନ୍‌ ପରିଦର୍ଶନରେ ଯାଇଛନ୍ତି । ପରେ ସିଆଚିନ ଯୁଦ୍ଧରେ ଭାରତୀୟ ଯବାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରି ସେଠାରେ ମୁତୟନ ଥିବା ସମସ୍ତ ଯବାନ ମାନଙ୍କୁ ବ୍ୟାଚ୍ ପ୍ରଦାନ କଲେ ସେନାମୁଖ୍ୟ ।

 

 

Leave a Reply