କଟକ: ଇରଣର ୧୫ ଜଣିଆ ଶିଳ୍ପଦ୍ୟୋଗୀ ପ୍ରତିନିଧି ଦଳ କଟକରେ । ମ୍ୟାରି ଟାଇମ୍ ମ୍ୟୁଜିୟମ ବୁଲି ଓଡ଼ିଶାର ନୌବାଣିଜ୍ୟ ଇତିହାସକୁ କଲେ ପ୍ରଶଂସା । ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଆଗ୍ରହ ପ୍ରକଟ କଲେ ।
ବିଛଣା ଉପରେ ପଡ଼ିରହିଛି ବାପାମାଆ ଓ ୨ ଛୁଆଙ୍କ ମରଶରୀର
ରାଉରକେଲା: ବନ୍ଦ ଘରୁ ଉଦ୍ଧାର ହେଲା ୪ ଜଣଙ୍କ ମୃତଦେହ । ସୁନ୍ଦରଗଡ଼ ରାଜଗାଙ୍ଗପୁର ଆଇଟି କଲୋନୀର ଏକ ବନ୍ଦ ଘରୁ ପୋଲିସ ୪ଟି ମୃତଦେହ ଉଦ୍ଧାର କରିଛି । ବାପାମାଆଙ୍କ ସହ ୨ ଛୁଆଙ୍କ ମୃତଦେହ ମିଳିଛି । ବନ୍ଦ ଘରଟି ଜଣେ ଓସିଏଲ କର୍ମଚାରୀଙ୍କର ବୋଲି ଜଣାପଡ଼ିଛି ।
କିଛିଦିନ ହେବ ଘରଟି ବନ୍ଦ ରହିଥିଲା । ସକାଳୁ ପଚା ଦୁର୍ଗନ୍ଧ ହେବାରୁ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ରାଜଗାଙ୍ଗପୁର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତ ରଞ୍ଜିତ ପ୍ରସାଦ, ତାଙ୍କ ସ୍ତ୍ରୀ ଓ ୨ ଛୁଆଙ୍କ ମୃତଦେହ ଉଦ୍ଧାର କରିଛି ।
ତଦନ୍ତ ଚାଲିଛି, ଶବ ବ୍ୟବଚ୍ଛେଦ ପରେ ସମୂହ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।
ରାଉରକେଲା: ରାଜଗାଙ୍ଗପୁର ଆଇଟି କଲୋନୀର ଏକ ବନ୍ଦ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର । ସାଇଣ୍ଟିଫିକ୍ ଟିମ୍ ଓ ରାଜଗାଙ୍ଗପୁର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ।
ରାଉରକେଲା: ରାଜଗାଙ୍ଗପୁର ଆଇଟି କଲୋନୀର ଏକ ବନ୍ଦ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର । ସାଇଣ୍ଟିଫିକ୍ ଟିମ୍ ଓ ରାଜଗାଙ୍ଗପୁର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ।
ନିଜେ ଛିଡ଼ା ହୋଇପାରୁନାହାନ୍ତି ରୋଗୀଙ୍କୁ ବୋହିବେ କ’ଣ ?
ଢେଙ୍କାନାଳ: ଜୀବନ ବଞ୍ଚାଉଥିବା ଆମ୍ବୁଲାନ୍ସ ଚାଳକ ନିଶାଶକ୍ତ ଅବସ୍ଥାରେ ! ରୋଗୀଙ୍କୁ ଠିକଣା ସ୍ଥାନରେ ପହଞ୍ଚେଇବା ଯାହାର କର୍ତ୍ତବ୍ୟ ସେ, ମଦ ପିଇ ମାତାଲ ଅବସ୍ଥାରେ ଆମ୍ବୁଲାନ୍ସ ଚଳାଉଛି । ଏମିତି କରି ଚାଳକ ଜଣଙ୍କ ନୂଆ ଟ୍ରାଫିକ କଟକଣାକୁ ଫୁ କରିଛନ୍ତି । ନିଶା ଦ୍ରବ୍ୟ ସେବନ କରି ବେପରୁଆ ଭାବେ ଗାଡି ଚଳାଇ ଜଣେ ବ୍ୟକ୍ତିଙ୍କୁ ଧକ୍କା ମଧ୍ୟ ଦେଇଥିଲେ ।

ଜୀବନ ବଞ୍ଚାଉଥିବା ଆମ୍ବୁଲାନ୍ସ ଚାଳକ ଟ୍ରାଫିକ୍ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ଢେଙ୍କାନାଳ ତମୁସିଙ୍ଗା ଅଞ୍ଚଳରେ ଜଣେ ମଦ୍ୟପ ଆମ୍ବୁଲାନ୍ସ ଚାଳକ ଦ୍ରୁତଗତିରେ ଗାଡି ଚଳାଇ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଲୋକ ପଚାରିବାରୁ ସେ ଜାବୁଡ଼ା ଦେବା କଥା କହିବା ସହ ବାଉଳି ହେଉଛନ୍ତି । ଘଟଣା ପରେ ଗାଡିକୁ ପିଛା କରି ପଣଡୁଆ ନିକଟରେ ଅଟକାଇଥିଲେ ତମୁସିଙ୍ଗା ଥାନା ଅଧିକାରୀ । ମଦ୍ୟପ ଚାଳକକୁ ଥାନା ଅଧିକାରୀ ଅଟକ ରଖିଛନ୍ତି । ଚାଳକ ଜଣକ କଟକ ତିଗିରିଆ ଅଞ୍ଚଳର ଦୁଷ୍ମନ୍ତ ବେହେରା ।

ଦେଖନ୍ତୁ ଏହି ଭଡିଓକୁ, ମଦ୍ୟପ ଚାଳକ ଜଣକ ଘଟଣା ନେଇ କେମିତି ଅବାନ୍ତର ଯୁକ୍ତି କରୁଛନ୍ତି ଏବଂ ନିଶା ସେବନ କରିଥିବା ମାନୁଛନ୍ତି । ଦୁଷ୍ମନ୍ତ ଗତକାଲି ଘରୋଇ ଆମ୍ବୁଲାନ୍ସରେ ଏକ ମୃତଦେହକୁ କଟକରୁ ନେଇ ରାଉରକେଲାରେ ଛାଡିଥିଲେ । ଫେରିବା ବେଳେ ତୁମସିଙ୍ଗା ନିକଟରେ ତାଙ୍କ ଅସ୍ୱାଭାବିକ ଆଚରଣ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ଗାଡିକୁ ପିଛା କରିଥିଲେ ତୁମସିଙ୍ଗା ଥାନାଧିକାରୀ ।
ରାଉରକେଲା: ସେଣ୍ଟ୍ରାଲ ଏକ୍ସସାଇଜ୍ ଵିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବାସଭବନରେ CBI ରେଡ୍ । ରାଉରକେଲା ସହର ସେକ୍ଟର-୬ରେ ଥିବା ବାସଭବନରେ ଚଢାଉ ।
ରାଉରକେଲା: ସେଣ୍ଟ୍ରାଲ ଏକ୍ସସାଇଜ୍ ଵିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବାସଭବନରେ CBI ରେଡ୍ । ରାଉରକେଲା ସହର ସେକ୍ଟର-୬ରେ ଥିବା ବାସଭବନରେ ଚଢାଉ ।
ସୁରଟରେ ଓଡ଼ିଆ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡାଦେଶ
ସୁରଟ: ଗୁଜରାଟର ସୁରଟରେ ଓଡ଼ିଆ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡାଦେଶ । ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଟୁକୁନା ଓରଫ ବୁଧିଆ ଦାସକୁ ଦଣ୍ଡ ଶୁଣାଇଲେ ସୁରଟ ପୋକ୍ସୋ କୋର୍ଟ । ଟୁକୁନାଙ୍କ ଘର ଗଞ୍ଜାମ ଜିଲ୍ଲା ବରଗଡ ଥାନା ପଟାପାବୁଲି ଗାଁର ବୋଲି ସୂଚନା ମିଳିଛି । ୨୦୧୭ ମସିହା ଜୁନ୍ ୨୯ ତାରିଖରେ ସୁରଟ ଡୁମସ୍ ଅଞ୍ଚଳରେ ଦୋଷୀ ଟୁକନା ନାବଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ।

ତଦନ୍ତ ସମୟରେ ଟୁକୁନା ହିଁ ଝିଅକୁ ହତ୍ୟା କରିଥିବା ପ୍ରମାଣିତ ହୋଇଥିଲା । ମୃତ୍ୟୁ ବେଳେ ନାବାଳିକା ଜଣକ ୬ ମାସର ଗର୍ଭବତୀ ଥିଲେ । ଗର୍ଭସ୍ଥ ଶିଶୁ ଟୁକୁନାର ହୋଇଥିବା ଡିଏନ୍ଏ ଟେଷ୍ଟରୁ ଜଣାପଡିଥିଲା । ଟୁକୁନା ନିଜର ପାପ ଲୁଚେଇବାକୁ ଯାଇ ଝିଅକୁ ତଣ୍ଟିଚିପି ହତ୍ୟା କରିଥିଲା । ଘଟଣାକୁ ନେଇ ସେ ସମୟରେ ସୁରଟ ଓ ଓଡ଼ିଶାରେ ଚାଞ୍ଚଲ୍ୟ ଖେଲିଯାଇଥିଲା ।
ନୂଆଦିଲ୍ଲୀ: ‘ନିର୍ଭୟା’ ମାମଲା । ଆସନ୍ତା ୧୪ ତାରିଖରେ ୨ ଦୋଷୀ ବିନୟ ଓ ମୁକେଶଙ୍କ କ୍ୟୁରେଟିଭ୍ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ୍ ଏନ.ଭି ରମଣ, ଅରୁଣ ମିଶ୍ର, ଆର୍.ଏଫ ନରିମଣ, ଆର୍. ଭାନୁମତି ଓ ଅଶୋକ ଭୂଷଣଙ୍କ ୫ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି ।
ନୂଆଦିଲ୍ଲୀ: ‘ନିର୍ଭୟା’ ମାମଲା । ଆସନ୍ତା ୧୪ ତାରିଖରେ ୨ ଦୋଷୀ ବିନୟ ଓ ମୁକେଶଙ୍କ କ୍ୟୁରେଟିଭ୍ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ୍ ଏନ.ଭି ରମଣ, ଅରୁଣ ମିଶ୍ର, ଆର୍.ଏଫ ନରିମଣ, ଆର୍. ଭାନୁମତି ଓ ଅଶୋକ ଭୂଷଣଙ୍କ ୫ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି ।
ଶେଷରେ ସତ ମାନିଲା ଇରାନ୍, ଆମେରିକା ପ୍ଲେନ୍ ଭାବି କରିଥିଲା ଆଟାକ୍
ତେହରାନ: କେମିତି ଖସିଥିଲା ବୋଇଂ-୭୩୭ ? ଘଟଣାର ୩ ଦିନ ପରେ ସତ ମାନିଛି ଇରାନ୍ । ଉଡ଼ାଣ ଭରୁ ଭରୁ ୟୁକ୍ରେନ୍ ବିମାନକୁ ମିସାଇଲ୍ ମାଡ଼ କରିଥିଲା ଇରାନ ସେନା । ଏନେଇ ଆଜି ଇରାନ୍ ସରକାର ମନ୍ତବ୍ୟ ରଖିଛନ୍ତି । ଭୁଲରେ ଇରାନ ମିସାଇଲ୍ ବିମାନକୁ ଟାର୍ଗେଟ୍ କରିଥିଲା ।
ଗତ ୮ ତାରିଖରେ ବିମାନ ଟେକ୍ ଅଫର କିଛି ସମୟ ମଧ୍ୟରେ କ୍ରାସ ହୋଇ ୧୭୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ୮୨ ଇରାନ ନାଗରିକଙ୍କ ସହ କାନଡ଼ାର ୬୩ ନାଗରିକ ଥିଲେ । ପ୍ଲେନ୍ କ୍ରାସ୍ ପାଇଁ ପୂର୍ବରୁ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ଇରାନକୁ ଦାୟୀ କରିଥିଲେ ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !
ଇରାନର ଟପ୍ ନେତା କାସିମ୍ ସୁଲେମାନିଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ କରି ମାରିବା ପରେ ୨ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଇରାନ୍, ଇରାକରେ ଥିବା ଆମେରିକା ସେନା କ୍ୟାମ୍ପ ଉପରେ ବାରମ୍ବାର ରକେଟ୍ ମାଡ଼ କରୁଛି । ଏଭଳି ସ୍ଥିତିରେ ପ୍ଲେନ୍ କ୍ରାସ୍ ହେବା ଇରାନକୁ ସନ୍ଦେହ ଘରକୁ ଟାଣି ଆଣିଥିଲା । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ ଇରାନ୍ ସରକାର ।
କଟକ: ଏସସିବି ମେଡିକାଲ ସେଣ୍ଟ୍ରାଲ୍ ଆଇସିୟୁରୁ ଅଭିଯୁକ୍ତ ଫେରାର୍ । ଅଭିଯୁକ୍ତ ଆଲୋକ ସାହୁ । ICUରେ ଭର୍ତ୍ତି କରିଥିଲା ଜଗତସିଂହପୁର ରଘୁନାଥପୁର ଥାନା ପୋଲିସ ।
କଟକ: ଏସସିବି ମେଡିକାଲ ସେଣ୍ଟ୍ରାଲ୍ ଆଇସିୟୁରୁ ଅଭିଯୁକ୍ତ ଫେରାର୍ । ଅଭିଯୁକ୍ତ ଆଲୋକ ସାହୁ । ICUରେ ଭର୍ତ୍ତି କରିଥିଲା ଜଗତସିଂହପୁର ରଘୁନାଥପୁର ଥାନା ପୋଲିସ ।
୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର
ଚଣ୍ଡିଖୋଲ: ଚଣ୍ଡିଖୋଲ ଏନଏଚ ୧୬ ବଡଚଣା ହାଟକରନ୍ଦା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଏଲପିଜି ଗ୍ୟାସ୍ ଟ୍ୟାଙ୍କର । ଦୁର୍ଘଟଣା ପରେ ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ ଲିକ ହେଉଥିବା ସୂଚନା ମିଳିଛି ।

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ ଲିକ୍ ବନ୍ଦ କରିବାକୁ ଉଦ୍ୟମ ଚଳାଇଛି । ଟ୍ୟାଙ୍କର ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ବଡ଼ଚଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

