ଶେଷରେ ସତ ମାନିଲା ଇରାନ୍, ଆମେରିକା ପ୍ଲେନ୍ ଭାବି କରିଥିଲା ଆଟାକ୍

1 min read

ତେହରାନ: କେମିତି ଖସିଥିଲା ବୋଇଂ-୭୩୭ ? ଘଟଣାର ୩ ଦିନ ପରେ ସତ ମାନିଛି ଇରାନ୍ । ଉଡ଼ାଣ ଭରୁ ଭରୁ ୟୁକ୍ରେନ୍ ବିମାନକୁ ମିସାଇଲ୍ ମାଡ଼ କରିଥିଲା ଇରାନ ସେନା । ଏନେଇ ଆଜି ଇରାନ୍ ସରକାର ମନ୍ତବ୍ୟ ରଖିଛନ୍ତି । ଭୁଲରେ ଇରାନ ମିସାଇଲ୍ ବିମାନକୁ ଟାର୍ଗେଟ୍ କରିଥିଲା ।ଗତ ୮ ତାରିଖରେ ବିମାନ ଟେକ୍ ଅଫର କିଛି ସମୟ ମଧ୍ୟରେ କ୍ରାସ ହୋଇ ୧୭୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ୮୨ ଇରାନ ନାଗରିକଙ୍କ ସହ କାନଡ଼ାର ୬୩ ନାଗରିକ ଥିଲେ । ପ୍ଲେନ୍ କ୍ରାସ୍ ପାଇଁ ପୂର୍ବରୁ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ଇରାନକୁ ଦାୟୀ କରିଥିଲେ ।

ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

ଇରାନର ଟପ୍ ନେତା କାସିମ୍ ସୁଲେମାନିଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ କରି ମାରିବା ପରେ ୨ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଇରାନ୍, ଇରାକରେ ଥିବା ଆମେରିକା ସେନା କ୍ୟାମ୍ପ ଉପରେ ବାରମ୍ବାର ରକେଟ୍ ମାଡ଼ କରୁଛି । ଏଭଳି ସ୍ଥିତିରେ ପ୍ଲେନ୍ କ୍ରାସ୍ ହେବା ଇରାନକୁ ସନ୍ଦେହ ଘରକୁ ଟାଣି ଆଣିଥିଲା । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ ଇରାନ୍ ସରକାର ।

ତେହେରାନରେ ବିମାନ ଦୁର୍ଘଟଣା, ବିମାନରେ ଥିଲେ ୧୮୦ଜଣ ଯାତ୍ରୀ

Leave a Reply