୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର

ଚଣ୍ଡିଖୋଲ: ଚଣ୍ଡିଖୋଲ ଏନଏଚ ୧୬ ବଡଚଣା ହାଟକରନ୍ଦା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଏଲପିଜି ଗ୍ୟାସ୍‌ ଟ୍ୟାଙ୍କର । ଦୁର୍ଘଟଣା ପରେ ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ ଲିକ ହେଉଥିବା ସୂଚନା ମିଳିଛି ।

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ ଲିକ୍‌ ବନ୍ଦ କରିବାକୁ ଉଦ୍ୟମ ଚଳାଇଛି । ଟ୍ୟାଙ୍କର ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ବଡ଼ଚଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave a Reply