ସୀମା ଲଂଘିଲା ପିତୃତ୍ୱ, ପିସ୍ ପିସ୍ କରି କାଟିଦେଲା ଝିଅ
ମହାରାଷ୍ଟ୍ର:ମାହିମ ସମୁଦ୍ର ତଟରେ ଏକ ସୁଟ୍କେସ୍ରୁ କ୍ଷତ ବିକ୍ଷତ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣାର ଚାରି ଦିନ ପରେ ସେମାନଙ୍କୁ ଗିରଫ କରିଛି ମୁମ୍ୱାଇ ପୋଲିସ ।
ତଦନ୍ତ ଅଧିକାରୀମାନଙ୍କ କହିବାହେଲା ଯେ, ମୃତକ ହେଉଛନ୍ତି ୫୯ ବର୍ଷୀୟ ବେନେଟ୍ ରେବେଲୋ । ତାଙ୍କୁ ୧୯ ବର୍ଷୀୟ ଯୁବତୀ ଓ ତା’ର ୧୬ ବର୍ଷୀୟ ପ୍ରେମିକ ମିଶି ହତ୍ୟା କରିଛନ୍ତି ।
ଘଟଣାନୁଯାୟୀ, ଅଭିଯୁକ୍ତ ଯୁବତୀଙ୍କୁ ୨ ବର୍ଷ ତଳେ ତାଙ୍କ ବାପା ମା’ ତାକୁ ଘରୁ ବାହାର କରିଦେଇଥିଲେ । ଗିଟାର ବାଦକ୍ ବେନେଟ୍ ରେବେଲୋ ଯୁବତୀଙ୍କୁ ଆଣି ତାଙ୍କ ସହ ରଖିଥିଲେ ।

ସାହି ପଡ଼ିଶାଙ୍କୁ ଯୁବତୀ ଜଣଙ୍କୁ ପୋଷ୍ୟଭାବେ ଗ୍ରହଣ କରିଥିବା କହିଥିଲା ରିବେଲୋ । କିନ୍ତୁ ନିଜକୁ ଝିଅର ବାପା ବୋଲି ପରିଚୟ ଦେଉଥିବା ରେବେଲୋ ଥିଲା ଜଣେ ପିପାସୁ । ସେ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଯୁବତୀ । ଏଥିସହ ଯୁବତୀ ଜଣଙ୍କ ଅନ୍ୟ ଜଣେ ନାବାଳକ ସହ ଥିବା ପ୍ରେମ ସମ୍ପର୍କକୁ ଗ୍ରହଣ କରିନଥିଲା ରିବେଲୋ । ଏଣୁ ତାକୁ ମାରିଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଯୁବତୀ ଓ ତା’ର ପ୍ରେମିକ ।
ପ୍ରଥମେ ରିବେଲୋକୁ ଲୁହା ଛଡ଼ରେ ପିଟି ପିଟି ହତ୍ୟା କରିଥିଲେ । ପରେ ସେମାନେ ତା’ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ବ୍ୟାଗରେ ଭର୍ତ୍ତି କରିଦେଇଥିଲେ । ପରେ ତାକୁ ଏକ ଆଟୋ ମାଧ୍ୟମରେ ମିଠି ନଦୀକୁ ନେଇଯାଇଥିଲେ । ଯେଉଁଠି ସେମାନେ ବ୍ୟାଗକୁ ଫୋପାଡ଼ି ଦେଇଥିଲେ । ୩ ଡିସେମ୍ୱରରେ ମଖଦୁମ୍ ଶାହ ବାବା ଦରଗାହ୍ର ପଛ ସମୁଦ୍ର ତଟରେ ସେହି ବ୍ୟାଗ୍ଟିକୁ ଦେଖିବାକୁ ମିଳିଥିଲା । ପୋଲିସ ଅଧିକାରୀମାନଙ୍କ କହିବା ହେଲା ଯେ, ରିବେଲୋ ଯୁବତୀ ଜଣଙ୍କୁ ପୋଷ୍ୟଭାବେ ଗ୍ରହଣ କରିଥିବା ପଡ଼ୋଶୀଙ୍କୁ କହିଥିଲା । କିନ୍ତୁ ପୋଷ୍ୟଭାବେ ଗ୍ରହଣ କରିଥିବା ନେଇ କୌଣସି ଆଇନଗତ କାଗଜପତ୍ର ତଦନ୍ତ ବେଳେ ମିଳିନଥିଲା । ରିବେଲୋର ୨ ଥର ଛାଡ଼ପତ୍ର ହୋଇସାରିଥିଲା । ଏବଂ ସେ ଯେବେ ଝିଆକୁ ନେଇ କି ଯାଇଥିଲା ସେତେବେଳେ ସେ ଏକୁଟିଆ ରହୁଥିଲା । ଝିଆର ବାପା ମା’ ଏବଂ ବଡ଼ ଭାଇ ଘାଟକୋପରରେ ରହୁଥିଲେ । ତା’ର ୧୬ ବର୍ଷୀୟ ପ୍ରେମିକ ଏବେ ୧୦ମ ଶ୍ରେଣୀ ପାସ୍ କରିଛି ।
ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ଘଟଣା, ବନ୍ଧାହେଲେ ଫ୍ୟାକ୍ଟ୍ରି ମାଲିକ
ନୂଆଦିଲ୍ଲୀ: ଝାନ୍ସି ରୋଡସ୍ଥିତ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା । ଗିରଫ ହେଲେ ବିଲ୍ଡିଂ ମାଲିକ ରେହାନ । ଦିଲ୍ଲୀ ପୋଲିସ ରେହାନକୁ ଗିରଫ କରିଛି । ତାଙ୍କ ବିରୋଧରେ ଆଇପିସି ଧାରା ୩୦୪ରେ ମାମଲା ରୁଜୁ କରାଯାଇଛି । ଏଥିସହ ତାଙ୍କ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଜି ସକାଳୁ କୋଠାରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରଠାରୁ ଫେରାର୍ ଥିଲେ ଘର ମାଲିକ ରେହାନ ।

ଘଟଣାକ୍ରମ
ଝାନ୍ସି ବଜାରର ଏକ ଫ୍ୟାକ୍ଟ୍ରିରେ ରବିବାର ଭୋର ୪ଟା ୩୦ରୁ ୫ଟା ମଧ୍ୟରେ ନିଆଁ ଲାଗିଥିଲା । ଭୋର ସମୟରେ ସମସ୍ତେ ଶୋଇଥିବାରୁ କେହି କିଛି ଜାଣିପାରି ନଥିଲେ । ଫ୍ୟାକ୍ଟ୍ରି ଫାଟକ ମଧ୍ୟ ବନ୍ଦ ଥିଲା । ଫଳରେ ଅଧିକାଂଶ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ପରେ ସ୍ଥାନୀୟ ଲୋକ ଗେଟ୍ ଭାଙ୍ଗି କିଛି ଲୋକଙ୍କୁ ନିଆଁ ଓ ଧୂଆଁ ଭିତରୁ ଉଦ୍ଧାର କରିଥିଲେ । ପରେ ନିଆଁ ଲିଭାଇବା ପାଇଁ ପ୍ରାୟ ୩୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।
ପରେ ଜଣଙ୍କ ପରେ ଜଣଙ୍କୁ ପ୍ରାୟ ୬୦ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ, ନିଆଁ ଲାଗିଥିବା ବିଲ୍ଡିଂକୁ ଯାଇଥିବା ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଉଦ୍ଧାର ଓ ନିଆଁ ଲିଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବିଲ୍ଡିଂରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ନଥିଲା । ଏପରିକି ଅଗ୍ନିଶମ ବିଭାଗ ଏନଓସି ଦେଇ ନଥିଲା । ଏମସିଡି କର୍ତ୍ତୃପକ୍ଷ ମଧ୍ୟ ଏନେଇ ଅବଗତ ନଥିବା ଜଣାପଡ଼ିଛି ।
https://nandighoshatv.comfire-in-delhi-jhansi-rani-area-32-people-died/
ମଞ୍ଚରୁ ଆସିଲା ଡାକରା, ରାଷ୍ଟ୍ରପତି ଡାକୁଛନ୍ତି ଭେଟିବେ ଆସନ୍ତୁ…
ଭୁବନେଶ୍ୱର(ଶତ୍ରୁଘ୍ନ ବିଶ୍ୱାଳ): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଳ।ଟିନମ ଜୁବୁଲି ଉଦ୍ଯାପନ ଉତ୍ସବ । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମଞ୍ଚ ଉପରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିଲେ । ଉତ୍ସବରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣୁଥିଲେ । ସଭା ଶେଷ ହେଲା । ଆରମ୍ଭ ହେଲା ଜାତୀୟ ସଂଗୀତ । ସମସ୍ତେ ଠିଆ ହୋଇ ସମ୍ମାନ ପ୍ରଦର୍ଶନ କଲେ । ମଞ୍ଚ ପରିଚାଳନା କରୁଥିବା ଉଦ୍ଘୋଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାର ପର୍ବ ଆରମ୍ଭ କରୁଥାନ୍ତି । ସେପଟେ ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି କିଛି କହୁଥିବାର ଦୃଶ୍ୟମାନ ହେଲା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ହଠାତ୍ ମାଇକ ପାଖକୁ ମାଡ଼ିଆସିଲେ । ଉଦ୍ଘୋଷକଙ୍କୁ ଆଡ଼େଇ ଦେଇ କହିବାକୁ ଲାଗିଲେ । ଦର୍ଶକମାନେ ମଧ୍ୟ କିଛି ସମୟ ପାଇଁ ଅଟକିଗଲେ । ଘୋଷଣା ହେଲା ବୀରଭଦ୍ର ସିଂ ଆପଣ ଆଗ ଦୁଇଲାଇନ୍ ପରେ ବସିଛନ୍ତି । ରାଷ୍ଟ୍ରପତି ତୁମକୁ ଭେଟିବାକୁ ଚାହୁଁଛନ୍ତି । ତୁମେ ଶୀଘ୍ର ଆସ । ତୁମ ଠେକାରୁ ଦେଖି ରାଷ୍ଟ୍ରପତି ତୁମକୁ ଚିହ୍ନି ସାରିଛନ୍ତି । ଦେଖୁଦେଖୁ ମୁଣ୍ଡରେ ଧଳା ଠେକା ଭିଡିଥିବା ବ୍ୟକ୍ତି ଜଣକ ନିଜ ସିଟ୍ରୁ ଉଠି ରାଷ୍ଟ୍ରପତିଙ୍କ ଆଡକୁ ଆଗେଇ ଚାଲିଲେ । ସୁରକ୍ଷା କର୍ମୀମାନେ ତୁରନ୍ତ ବ୍ୟାରିକେଡ୍ ହଟାଇ ଦେଇ ବୃଦ୍ଧ ଜଣଙ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ନେଇଗଲେ ।

କ’ଣ ବୀରଭଦ୍ର ଭଲ ଅଛ ? ମୁଁ ତୁମ ଠେକା ଦେଖି ଚିହ୍ନି ସାରିଥିଲି । ଭିଡ଼ରେ ରହିଲେ ବି ତୁମେ ମୋ ଆଖିରୁ ଲୁଚିପାରିବ ନାହିଁ । କେବେ ରାଷ୍ଟ୍ରପତି ଭବନ ବୁଲିବାକୁ ଆସ । ଓଡ଼ିଶା ଆସିଲେ ତୁମକଥା ମନେପଡେ । ଆଜି ବି ମନେ ମନେ ଖୋଜୁଥିଲି । ଆଖିରେ ପଡ଼ିଗଲ । ଏତିକି କହିବା ପରେ ସାଙ୍ଗେସାଙ୍ଗେ ବୀରଭଦ୍ରଙ୍କ ସହ ଏକ ଫଟୋ ମଧ୍ୟ ଉଠେଇଲେ ରାଷ୍ଟ୍ରପତି ।
ବୀରଭଦ୍ର ସିଂ । ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ଓଡ଼ିଶାରୁ ରାଜ୍ୟସଭାକୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସେତେବେଳେ ରାମନାଥ କୋବିନ୍ଦ ମଧ୍ୟ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଦୁଇ ଜଣ ରାଜ୍ୟସଭାରେ ଗୋଟିଏ କମିଟିର ମେମ୍ବର ରହିଥିଲେ । ବିଭିନ୍ନ ସମୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିଭିନ୍ନ ସମସ୍ୟା ନେଇ ଉଭୟ ଆଲୋଚନା କରୁଥିଲେ । ସେଠାରୁ ରାମନାଥ କୋବିନ୍ଦ ଏବଂ ବୀରଭଦ୍ର ସିଂଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା । ହେଲେ ରାଷ୍ଟ୍ରପତି ହେବା ପରେ ଦୁଇଜଣଙ୍କ ସାକ୍ଷାତ ହୋଇନଥିଲା ।
ପ୍ଳ।ଟିନମ୍ ଜୁବଲିରେ ରାଷ୍ଟ୍ରପତି ଏଭଳି ଷ୍ଟେଜ୍ ଉପରୁ ଥାଇ ଡାକିବେ ବୋଲି କେବେବି ଭାବି ନଥିଲେ ବୀରଭଦ୍ର । ରାମନାଥ ରାଷ୍ଟ୍ରପତି ହେବା ପରେ ବି ପୂର୍ବଭଳି ବ୍ୟବହାର କଲେ । ତାଙ୍କ ଆଚରଣରେ କୈାଣସି ପରିବର୍ତ୍ତନ ହୋଇନାହିଁ । ଏହା ହିଁ ତାଙ୍କର ସ୍ୱତନ୍ତ୍ରତା ବୋଲି କହିଛନ୍ତି ବୀରଭଦ୍ର ।
ମାନ୍ଦା ଅର୍ଥନୀତି ସହ ଯୁଝୁଛି ଭାରତ, ରାଜନ କହିଲେ…
ନୂଆଦିଲ୍ଲୀ: କାହିଁକି ଦେଶରେ ମାନ୍ଦାବସ୍ଥା ? ବଢ଼ୁନି ବିକାଶ ଦର । ଅଭିବୃଦ୍ଧି ହାର ହ୍ରାସ ପଛରେ କିଏ ? ଏମିତି ଅନେକ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଆରବିଆଇର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପାଖରେ ସବୁ କ୍ଷମତା ଅଛି, ମନ୍ତ୍ରୀ କେବଳ କଣ୍ଢେଇ । ଫଳରେ ଦେଶର ଅର୍ଥନୀତି ତଳକୁ ତଳ ଖସୁଥିବା କହିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ।
ଭାରତୀୟ ଅର୍ଥନୀତିକୁ ଆଉ ଏକ ଝଟକା, ୪.୫ ପ୍ରତିଶତକୁ ଖସିଲା ବିକାଶ ଦର
ମାନ୍ଦାବସ୍ଥାରୁ ଦେଶକୁ ମୁକୁଳାଇବା ପୁଞ୍ଜି ଲୋନକୁ ସରଳ, ବଜାରରେ ନିବେଶ ଏବଂ ଅଭିବୃଦ୍ଧି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ରାଜନ କହିଛନ୍ତି । ଏଥିସହ ଘରୋଇ କ୍ଷେତ୍ରକୁ ପୋତ୍ସାହିତ କରିବା ପାଇଁ ମୁକ୍ତ ବାଣିଜ୍ୟ ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ।
ରାଜନ କହିଛନ୍ତି- କେବଳ ନିଷ୍ପତ୍ତି ନୁହେଁ, ସମସ୍ତ ବିଚାର ଓ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ନିକଟତର ଓ ପିଏମଓର ନିକଟତର କିଛି ଲୋକ ନେଉଛନ୍ତି । ଏହା ଦଳର ରାଜନୈତିକ ଓ ସାମାଜିକ ଏଜେଣ୍ଡା ପାଇଁ ଠିକ୍ ଅଛି । କିନ୍ତୁ, ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଏହା କାମ କରିବ ନାହିଁ । କାରଣ ସେମାନଙ୍କୁ ଜଣା ନାହିଁ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଅର୍ଥବ୍ୟବସ୍ଥା କେମିତି ପରିଚାଳିତ ହୁଏ ।
ଏଥିସହ ରାଜନ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର କଥା ଉଲ୍ଲେଖ କରିଛନ୍ତି । କହିଛନ୍ତି, ପୂର୍ବ ସରକାରର ମେଣ୍ଟ ହୁଏତ ଦୁର୍ବଳ ଥିଲା । କିନ୍ତୁ, ସେତେବେଳେ ଅର୍ଥବ୍ୟବସ୍ଥାକୁ ବାଟ ଆଣିବାକୁ ପ୍ରୟାସ କରାଯାଉଥିଲା । ଏବେ ମନ୍ତ୍ରୀମାନଙ୍କୁ ଶକ୍ତିହୀନ କରି ଦିଆଯାଇଛି । ସରକାର ଦୂର ଦୃଷ୍ଟି ନାହିଁ । ପିଏମଓ ଚାହିଁଲେ ଅର୍ଥନୀତି ସୁଧାରିବା ପ୍ରକ୍ରିୟା ଆଗକୁ ବଢ଼ି ପାରିବ ।
https://nandighoshatv.comquarter-2-gdp-showing-a-growth-rate-of-4-5/
ସୁସ୍ଥ ଜୀବନ ପାଇଁ ପାଠ ଜରୁରୀ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶିକ୍ଷାର୍ଥୀ ଓ ଶିକ୍ଷକ ଶୈକ୍ଷିକ ଅନୁଷ୍ଠାନର ଆତ୍ମା । ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଅନୁଷ୍ଠାନକୁ ଉଚ୍ଚସ୍ତରରେ ପହଞ୍ଚାଏ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉଦଯାପନୀ ଉତ୍ସବରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସମସ୍ତେ ଏକାଠି ହୋଇ ଅନୁଷ୍ଠାନର ଐତିହ୍ୟକୁ ଉଜ୍ଜୀବିତ ରଖିବା ସହ ଆଗାମୀ କାଲିକୁ ସମୃଦ୍ଧ କରିହେବ । ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ- ନୂତନ ଚିନ୍ତାଧାରା ସୃଷ୍ଟି, ନେତୃତ୍ୱ ନେବାର ଦକ୍ଷତା ହେବା ଉଚିତ୍ । ଫଳରେ ଛାତ୍ରଛାତ୍ରୀ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ସହ ଭଲ ମଣିଷ ହୋଇପାରିବେ । କେବଳ ବଞ୍ଚିବା ପାଇଁ ପଢ଼ିବା କଥା ନୁହେଁ, ବରଂ ଭଲ ଜୀବନ ପାଇଁ ପାଠ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆମର ନୂଆ ପିଢ଼ି, ଅର୍ଥନୀତି ଓ ସାମାଜିକ କ୍ଷେତ୍ରରେ ଶସକ୍ତ ହେବା ଦରକାର । ଶିକ୍ଷାର୍ଥୀ ବଡ଼ ଲକ୍ଷ୍ୟ ରଖିବା ଉଚିତ୍ । ଗାନ୍ଧିଜୀ କହିଥିଲେ, ତୁମେ ସମାଜରେ ଦେଖିବାକୁ ଚାହୁଁଥିବା ପରିବର୍ତ୍ତନ ଆଣିବା ଦରକାର । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶା କାହିଁକି ବିଶ୍ୱରେ ଶ୍ରେଷ୍ଠତା ପ୍ରତିପାଦନ କରିଛି । ସମସ୍ତେ ଏକାଠି ହୋଇ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆହୁରି ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
https://nandighoshatv.compresident-kovind-attend-utkal-universitys-platinum-jubilee-meet/

