୮ ଦିନ ପରେ ଫାଶୀ: ନିଆଗଲା ୪ ଦୋଷୀଙ୍କ ବେକ, ଉଚ୍ଚତା ଏବଂ ଓଜନ ମାପ

ନୂଆଦିଲ୍ଲୀ: ଆଉ ୮ ଦିନ ପରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୁଷ୍କର୍ମକାରୀ । ଏହା ପୂର୍ବରୁ ଦିଲ୍ଲୀ ତିହାର ଜେଲରେ ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ଓ ପବନ ଗୁପ୍ତାକୁ ଫାଶୀ ଦେବା ନେଇ ଟ୍ରାଏଲ କରାଯାଇଛି । ସମସ୍ତଙ୍କ ବେକ ସହ ଉଚ୍ଚତା ଏବଂ ଓଜନ ମାପ ନିଆଯାଇଛି । ୪ ଥରରେ ୪ ଦୋଷୀଙ୍କ ଓଜନ ହିସାବରେ ଡମି ପ୍ରସ୍ତୁତ କରି ଟ୍ରାଏଲ କରାଯାଇଛି। ଡମି ଟ୍ରାଏଲ ସଫଳ ହୋଇଥିବା ତିହାର ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହି ଫାଶୀ ଦଉଡ଼ିରେ ଆସନ୍ତା ଜାନୁଆରୀ ୨୨ତାରିଖ ସକାଳ ୭ ଟାରେ ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବ । ସେପଟେ ଫାଶୀରୁ ରକ୍ଷା ପାଇବା ପାଇଁ ବିନୟ କୁମାର ଶର୍ମା ଓ ମୁକେଶ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଛନ୍ତି । ଏହା ଉପରେ ଆସନ୍ତାକାଲି ଶୁଣାଣି ହେବ । ୨୦୧୨, ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ଚଳନ୍ତା ବସରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ ୬ ନରରାକ୍ଷସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିଲା । ଅନ୍ୟ ଜଣେ ଅଭିଯୁକ୍ତ ରାମ ସିଂ ଆତ୍ମହତ୍ୟା କରିଛି ।

Leave a Reply