ବନ୍ଦ ଘରୁ ମିଳିଲା ଦିଅର, ଭାଉଜଙ୍କ ମୃତଦେହ, କେନ୍ଦୁଝରରେ ଚାଞ୍ଚଲ୍ୟ

କେନ୍ଦୁଝର: ଦୁଇଟି ଅଲଗା ଅଲଗା ବନ୍ଦ ଘରୁ ଦିଅର ଭାଉଜଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ କିଟନାସକ ବୋତଲ ମିଳିଥିବାରୁ ଏହା ଆତ୍ମହତ୍ୟା ସନ୍ଦେହ କରାଯାଉଛି ।

ଘଟଣାଟି ହେଉଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ନୂଆବନ୍ଧ ଗାଁର । ୨ଟି ଅଲଗା ଅଲଗା ବନ୍ଦ ଘରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି ।

ଗୋଟେ ଘରୁ ଜଣେ ମହିଳା ଓ ଅନ୍ୟ ଘରୁ ଜଣେ ପୁରୁଷଙ୍କ ମୃତଦେହ ଠାବ ହୋଇଛି। ମୃତକମାନେ ହେଉଛନ୍ତି ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ ।

ସଂପର୍କରେ ଉଭୟ ଦିଅର ଓ ଭାଉଜ ହେବେ । ମୃତଦେହ ନିକଟରୁ ଦୁଇଟି କୀଟନାଶକ ବୋତଲ ଉଦ୍ଧାର କରାଯାଇଛି । ସଞ୍ଜୟ ଯୋଡ଼ାରେ ଚାକିରୀ କରୁଥିବା ବେଳେ ଗତକାଲି ଘରକୁ ଆସିଥିଲେ। ତେବେ ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ତଦନ୍ତ କରୁଛି।

Leave a Reply