spot_img
Home Blog Page 7462

ସୈତାନଙ୍କ ସରିନି ଖେଳ, ଫାଶୀ ଘୁଞ୍ଚାଇବାକୁ ପୁଣି ଚାଲ୍‌ !

ନୂଆଦିଲ୍ଲୀ: ଫାଶୀରୁ ବର୍ତ୍ତିବା ପାଇଁ ପୁଣି ଚାଲ ଖେଳିବାକୁ ଯାଉଛନ୍ତି ନିର୍ଭୟାକାଣ୍ଡର ସୈତାନ । ମୁକେଶ ସିଂହ ପରେ ଏବେ ଫାଶୀରୁ ବଞ୍ଚିବା ପାଇଁ ପୱନ, ଅକ୍ଷୟ ଓ ବିନୟ ରାଜକ୍ଷମା ଆବେଦନ କରିବାକୁ ଇଛା କରିଛନ୍ତି । ସୁପ୍ରିମକୋର୍ଟରେ ପୱନ ଓ ଅକ୍ଷୟ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ଚାହୁଁଥିବାବେଳେ ରାଜକ୍ଷମା ଆବେଦନ ଲାଗି ତିନିହେଁ ଇଛା ପ୍ରକାଶ କରିଛନ୍ତି । ଏ ନେଇ ଓକିଲ ଏ ପି ସିଂହ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି । କିନ୍ତୁ ତିହାର ଜେଲ କର୍ତ୍ତୃପକ୍ଷ ଏ ସଂପର୍କୀତ ଜରୁରୀ କାଗଜପତ୍ର ହସ୍ତାନ୍ତର କରିବାକୁ ବିଳମ୍ବ କରୁଥିବା ଆବେଦନପତ୍ରରେ ଅଭିଯୋଗ କରିଛନ୍ତି ଓକିଲ । ଜାଣିଶୁଣି ତିହାର କର୍ତ୍ତୃପକ୍ଷ କାଗଜପତ୍ର ଦେଉନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଦାବି ମୁତାବକ କାଗଜପତ୍ରରେ ସେମାନଙ୍କ ଡାଏରୀରେ ଲେଖାଯାଇଥିବା ପରିବାର ପ୍ରତି ଦାୟିତ୍ୱ, ବିଭିନ୍ନ ସମୟରେ ସେମାନଙ୍କ ଉପରେ କରାଯାଇଥିବା ମେଡିକାଲ ରିପୋର୍ଟ ଆଦି ରହିଛି । ଯଦି ତିହାର କର୍ତ୍ତୃପକ୍ଷ କାଗଜପତ୍ର ହସ୍ତାନ୍ତର କରନ୍ତି ତେବେ ଫେବ୍ରୁଆରୀ ପହିଲାକୁ ଧାର୍ଯ୍ୟ ଫାଶୀ ଟଳିଯିବ । ଯଦି ସେମାନଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଏ ଏହାପରେ ସେମାନେ ରାଷ୍ଟ୍ରପତିଙ୍କ ନିକଟରେ ଦଣ୍ଡକୁ ଆଜୀବନ କରିବା ଲାଗି ଗୁହାରୀ କରି ରାଜକ୍ଷମା ଆବେଦନ କରିପାରନ୍ତି । ତେଣୁ ଫାଶୀ ଟଳିବ ପକ୍କା ।

ସେପଟେ ଫାଶୀକୁ ଆଉ ୭ଦିନ ବାକି ଅଛି । ଡେଥ ୱାରଣ୍ଟ ଜାରି ହେବା ପରେ ସେମାନଙ୍କୁ ଭେଟିବା ପାଇଁ ତାଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଥିଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ । ଜେଲ୍‌ ମାନୁଆଲ୍‌ ଅନୁସାରେ ସପ୍ତାହକୁ ୨ଦିନ ହେଉଥିବା ସାକ୍ଷାତକାରରେ ଦୋଷୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଭେଟୁଛନ୍ତି । କିନ୍ତୁ ଜେଲ କର୍ତ୍ତୃପକ୍ଷ ଶେଷ ସାକ୍ଷାତର ତାରିଖ ମାଗିଥିଲେ ସୁଦ୍ଧା ୪ ଦୋଷୀଙ୍କ ପରିବାର ଲୋକ ନିରବ ଅଛନ୍ତି । କେହି ବି ତାରିଖ ଫିକ୍ସ କରିନାହାଁନ୍ତି । ଯାହା ସୂଚନା ମିଳୁଛି, ସେମାନଙ୍କ ପରିବାର ଶେଷ ଥର ପାଇଁ ଭେଟିବାକୁ ଚାହୁଁନାହାଁନ୍ତି ବୋଲି କୁହାଯାଉଛି ।

ଦିନ ଦିପହରେ ଝାମ୍ପିନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରେ ମାତିଲେ ଲୁଟେରା । ଦିନ ଦିପହରେ ସତ୍ୟସାଇ ମନ୍ଦିର ରାସ୍ତାରୁ ୨୩ ଲକ୍ଷ ଲୁଟ୍‌ । ସ୍ଥାନୀୟଅଞ୍ଚଳର ବାପୁଜି ମହାରଣାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟିନେଇଛନ୍ତି ଲୁଟେରା ।

ଏଲ୍‌ଆଇସି ଅଫିସକୁ ଟଙ୍କା ବାନ୍ଧିବାକୁ ଯାଉଥିଲେ ବାପୁଜି । ହେଲେ ବାଟରେ ତାଙ୍କୁ ପିଛା କରି ଏହି ଲୁଟପାଟ କରିଛନ୍ତି ଲୁଟେରା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ପୋଲିସ ।

ନୂଆ ଅନ୍ଦାଜରେ ବିବାହ କଲେ ଦୁଇ ଭଉଣୀ, ଭାଇରାଲ ହେଲା ଭିଡ଼ିଓ

ବହରାଲ: ଘୋଡ଼ାରେ ଚଢ଼ି, ମୁଣ୍ଡରେ ପଗଡ଼ି ବାନ୍ଧି, ହାତରେ ଖଣ୍ଡା ଧରି ଆସନ୍ତି ସ୍ୱପ୍ନର ରାଜକୁମାର ତାଙ୍କ ରାଜକୁମାରୀଙ୍କୁ ନେବାକୁ  । ସାଙ୍ଗରେ ଆସନ୍ତି ତାଙ୍କ ପରିବାର ଓ ସାଙ୍ଗସାଥିମାନେ ପାଛୋଟି ନେବାକୁ ନବବଧୂକୁ । କିନ୍ତୁ ଧାରାରେ ଆଣାଯାଇଛି ସାମାନ୍ୟ ପରିବର୍ତ୍ତନ ଯାହା ଜାଣିଲେ ଆପଣଙ୍କୁ ହୁଏତ କିଛିକ୍ଷଣ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । କାରଣ ଏଥର ରାଜକୁମାର ସ୍ଥାନରେ ଅଛନ୍ତି ରାଜକୁମାରୀ ତାଙ୍କ ସ୍ୱପ୍ନର ରାଜକୁମାରକୁ ବିବାହ କରିବାକୁ  । ଆଉ ଏହା ଦେଖିବାକୁ ମିଳିଛି ବହରାଲର ପଟିଦାର ସମାଜରେ ।

https://www.facebook.com/nandighoshatv/videos/117610519568486/

ଯେଉଁଠି ଦୁଇ ଭଉଣୀ ଘୋଡ଼ାରେ ବସି ମୁଣ୍ଡରେ ପଗଡ଼ି ବାନ୍ଧି, ହାତରେ ଖଣ୍ଡା ତାଙ୍କ ସାଙ୍ଗସାଥିଙ୍କ ବାହାରିଯାଇଛନ୍ତି ତାଙ୍କ ରାଜକୁମାରକୁ ବିବାହ କରିବାକୁ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଝିଅମାନଙ୍କୁ ଘରର ଏରୁଣ୍ଡି ଡ଼େଇଁବାକୁ ମନା ହେଉଛି ।

ଏକା ବାହାରିବା ଝିଅ ବାହାରିଲେ ସେ ସୁରକ୍ଷିତ ଫେରିବ କି ନାହିଁ ତାହା ଭାବିବାକୁ ପଡ଼ୁଛି । ଏମିତି ସମାଜରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ପଟିଦାର ସମାଜର ଝିଅମାନେ । ପଟିଦାର ସମାଜ ଏମିତି ଏକ ପୂର୍ବ ସଂସ୍କୃତିକୁ ପୂନରଉଥାନ କରିଛି । ଯେଉଁଠି ପୁଅ ଘରକୁ ଝିଅ ତାର ବାରାତ ନେଇକି ଯିବ ।

ଝିଅମାନଙ୍କ ସୁରକ୍ଷା ପାଇଁ ସରକାର ବେଟି ବଚାଓ ବେଟି ପଢାଓ ଭଳି ଯୋଜନା କରୁଛନ୍ତି ସେଠାରେ ଏଭଳି ପଟିଦାର ସମାଜର ଏଭଳି ସଂସ୍କୃତି ସତରେ ପ୍ରସଂଶନୀୟ ।

ଜଗତସିଂପୁରରେ ଓଲଟିଲା ବସ୍, ୪୦ରୁ ଅଧିକ ଯାତ୍ରୀ ଆହତ

ଜଗତସିଂହପୁର: ବାସସଂରା ଛକରେ ଓଲଟିଲା ବସ, ୪୦ରୁ ଅଧିକ ଯାତ୍ରୀ ଆହତ । ଗରୁଡ଼ ନାମକ ଯାତ୍ରୀବାହୀ ବସର ଆଗଚକ ଫାଟିଯିବାରୁ ଭାରସାମ୍ୟ ହରାଇ ବିଲ ଭିତରକୁ ଖସି ପଡ଼ିଥିଲା । ଫଳରେ ବସରେ ଥିବା ୪୦ରୁ ଅଧିକ ଯାତ୍ରୀ ଆହତ ।

ସେମାନଙ୍କ ମଧ୍ୟରୁ ୧୦ଜଣ ଯାତ୍ରୀ ଗୁରୁତର ଅଛନ୍ତି ।

ତେବେ ସମସ୍ତଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅସୁରକ୍ଷିତ ସମ୍ପର୍କ ପାଇଁ ମନା କରିବାରୁ ଛୁରୀ ଭୂଷିଦେଲା ଲମ୍ପଟ

ବେଙ୍ଗାଲୁରୁ: ବ୍ୟାପକ ସଚେତନତା ପରେ ବର୍ତ୍ତମାନ ସମୟରେ ସମେସ୍ତ ପ୍ରାୟ ସୁରକ୍ଷିତ ଯୌନ ସମ୍ପର୍କ ଉପରେ ଗୁରୁତ୍ୱ ଦେଉଛନ୍ତି । ଯାହା ଦ୍ୱାରା ଅବାଞ୍ଚିତ ଗର୍ଭ ଧାରଣ ସହ ବିଭିନ୍ନ ମାରାତ୍ମକ ରୋଗ ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରୁଛି ।

କିନ୍ତୁ ସୁରକ୍ଷିତ ଯୌନ ସମ୍ପର୍କ ନେଇ ଜଣେ ମହିଳା ନିଜ ପାର୍ଟନରଙ୍କୁ ବାଧ୍ୟ କରିବାରୁ ତାଙ୍କୁ ହତ୍ୟା କରାଯାଇଛି । ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ପଶ୍ଚିମ ବେଙ୍ଗାଲୁରୁ ଅଞ୍ଚଳରେ ।

ମିଳିଥିବା ସୂଚନା ମୁତାବକ ମୃତ ମହିଳା ଜଣଙ୍କ ବିବାହ ବିଚ୍ଛେଦ ପରେ ନିଜ ନାବାଳକ ପୁଅ ସହ ଗାୟତ୍ରୀନଗର ଅଞ୍ଚଳରେ ରହୁଥିଲେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଦେହ ବ୍ୟବସାୟରେ ଲିପ୍ତ ଥିଲେ ମହିଳା । ଗତ ଜାନୁଆରୀ ୧୧ ତାରିଖରେ ନିଜ ଗାଁକୁ ଫେରିବା ନେଇ ବସ୍‌ ପାଇଁ ଅପେକ୍ଷାରେ ଥିବା ସମୟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ଦେଖାହୋଇଥିଲା ।

ସିକ୍ୟୁରିଟିଗାର୍ଡ ଜଣଙ୍କ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ନେଇ ଇଚ୍ଛା ପ୍ରକାଶ କରିଥିଲେ । ବଦଳରେ ଏନେଇ ୨୫୦୦ ଟଙ୍କା ସିକ୍ୟୁରିଟିଗାର୍ଡଙ୍କୁ ମାଗିଥିଲେ ମହିଳା । ପରେ ମହିଳା ଜଣଙ୍କ ୧୫୦୦ ଟଙ୍କାରେ ରାଜି ହୋଇଯାଇଥିଲେ । ଏବଂ ଆଡଭାନ୍ସ ବାବଦକୁ ୫୦୦ ଟଙ୍କା ନେଇଥିଲ । ଟଙ୍କା ପାଇବା ପରେ ମହିଳା ଜଣଙ୍କ ସିକ୍ୟୁରିଟିଗାର୍ଡଙ୍କୁ ନେଇ ସେ ରହୁଥିବା ଗାୟତ୍ରୀନଗର ସ୍ଥିତ ଘରେ ପହଞ୍ଚିଥିଲେ । ସେଠାରେ ଡିଲ୍‌ ମୁତାବକ ମହିଳାଙ୍କୁ ବାକି ୧ ହଜାର ଟଙ୍କା ଦେଇଥିଲେ ସିକ୍ୟୁରିଟିଗାର୍ଡ ।

ତେବେ ସମ୍ପର୍କ ରଖିବା ପୂର୍ବରୁ କଣ୍ଡୋମ ବ୍ୟବହାର କରିବାକୁ ସିକ୍ୟୁରିଟିଗାର୍ଡଙ୍କୁ କହିଥିଲେ ମହିଳା । କିନ୍ତୁ ଗ୍ରାହକ ଜଣଙ୍କ ପିନ୍ଧିବାକୁ ମନା କରିବା ସହ ଟଙ୍କା ଫେରସ୍ତ ମାଗିଥିଲେ । ମହିଳା ଜଣଙ୍କ ଟଙ୍କା ଫେରସ୍ତ କରିବାକୁ ମନା କରିବା ସହ ପାଟିକରିବେ ବୋଲି କହିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଗ୍ରାହକ ଜଣଙ୍କ ନିଜ ବ୍ୟାଗ୍‌ରୁ ଛୁରୀ ବାହାର କରିବା ସହ ଭୂଷିଦେବେ ବୋଲି ଧମକାଇଥିଲେ । ନ ଶୁଣିବାରୁ ସେ ମହିଳାଙ୍କ ପେଟକୁ ଛୁରିରେ ଭୂଷିଥିଲେ । ସେଠାରୁ ଯିବା ପୂର୍ବର ଗ୍ରାହକ ଜଣଙ୍କ ମହିଳାଙ୍କ ନକଲି ସୁନା ଚେନ୍‌ ଓ ୨ଟି ମୋବାଇଲ ନେଇଯାଇଥିଲେ । ମହିଳାଙ୍କ ପୁଅ ସ୍କୁଲରୁ ଫେରି ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଏନେଇ ପୋଲିସ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ସିକ୍ୟୁରିଟିଗାର୍ଡଙ୍କୁ ଗିରଫ କରିଛି ।

ପୋଲିସ କହିବାନୁଯାୟୀ, ମାମଲାର ତଦନ୍ତ ବେଳେ ପ୍ରାୟ ୧୫୦ ସିସିଟିଭିର ଫୁଟେଜ ଯାଞ୍ଚ କରାଯାଇଛି । ଫୁଟେଜରେ ଉଭୟେ ଅଟୋ ଧରୁଥିବା ଦେଖିବାକୁ ମିଳିଥିଲା । ଏଥିସହ ଚୋରି ହୋଇଥିବା ମହିଳାଙ୍କ ମୋବାଇଲ ନମ୍ୱର ଟ୍ରାକ୍‌ କରାଯାଇଥିଲା । ଯାହାର ଲୋକେସନ୍‌ ମାଜେଷ୍ଟିକ୍‌ ଅଞ୍ଚଳରେ ଦେଖାଉଥିଲା । ସେଠାରେ କିଛି ସାଦା ପୋଷକଧାରୀ ପୋଲିସଙ୍କୁ ମୁତୟନ କରିବା ସହ ସିକ୍ୟୁରିଟିଗାର୍ଡଙ୍କୁ ଗିରଫ କରିଥିଲା ପୋଲିସ ।

ଏବେ ବି ଓଡ଼ିଶାରେ ଅଛନ୍ତି ଏହି ବିଲୁପ୍ତ ପ୍ରାୟ ପ୍ରାଣୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଦେଖାଗଲା ୪ଟି ଜଙ୍ଗଲୀ ଗୟଳ। ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆରେ ଏମାନେ ସାଧାରଣତ ଦେଖିବାକୁ ମିଳନ୍ତି ।

ପାଣି ଓ ଘାସ ଥିବା ସ୍ଥାନ ଗୟଳଙ୍କ ପାଇଁ ଉପଯ଼ୁକ୍ତ । ସେମାନଙ୍କ ଗତିବିଧି ନିରୀକ୍ଷଣ କରିବାକୁ ବନ ବିଭାଗ ସିସିଟିଭି ଲଗାଇଛି।

ଏମାନଙ୍କୁ ୧୯୮୬ରେ ଇଣ୍ଟରନାସନାଲ ୟୁନିଅନ କଞ୍ଜରଭେସନ୍‌ ଅଫ୍‌ ନାଚୁରାଲ ଲାଇଫ୍‌ ପକ୍ଷରୁ ବିଲୁପ୍ତ ପ୍ରାୟ ପ୍ରାଣୀ ଘୋଷଣା କରାଯାଇଥିଲା।

ବିଦ୍ୟୁତ୍ ଖୁଣ୍ଟରେ ଘଣ୍ଟାଏ ମରଣ ସହ ଯୁଦ୍ଧ ପରେ ବଞ୍ଚାଇଲା ଦମକଳବାହିନୀ

ଉମରକୋଟ: ଅଧ ଆକାଶରେ ଅଟକିଥିଲା ଜୀବନ । ଘଣ୍ଟାଧିକ କାଳ ଧରି ଚାଲିଥିଲା ଜୀବନ ଓ ମୃତ୍ୟୁ ଭିତରେ ସଂଘର୍ଷ । ଦେବଦୂତ ସାଜି ଉଦ୍ଧାର କଲା ଦମକଳବାହିନୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁଖ୍ୟ ରାସ୍ତାର ଏ ଘଟଣା । ୫୫ ଫୁଟ ଉଚ୍ଚ ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ  ହଠାତ୍ ଅସୁସ୍ଥ ହୋଇ ଫସି ରହିଥିଲେ ଜଣେ ଶ୍ରମିକ ।

ଖବର ପାଇ ଦମକଳ ବାହିନୀ ପହଞ୍ଚି ଘଣ୍ଟାଧିକ କାଳ ଧରି କସରତ କଲା ପରେ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଶ୍ରମିକ ହେଲେ ବଇତୁ ଭତ୍ରା । ବିଦ୍ୟୁତ୍ ଖୁଣ୍ଟରେ ନୂଆ କେବୁଲ କାମ ଚାଲିଥିବା ବେଳେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇ ଥିଲା ।

ପରେ ସେ ଅଚେତ ହୋଇପଡ଼ିଥିଲେ । ତେବେ ବିନା ସେଫ୍ଟ ବେଲ୍ଟ ଏବଂ ହେଲମେଟରେ କାମ କରୁଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଠିକାଦାରଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଜେଇ ।

ଫାଶୀ ପୂର୍ବରୁ ଶେଷ ଚିଠି

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଫାଶୀ ତାରିଖ। ଆଉ ମାତ୍ର ୭ଦିନ, ଫେବ୍ରୁଆରୀ ପହିଲା ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ଏହାପୂର୍ବରୁ ସେମାନଙ୍କୁ ଭେଟିବା ପାଇଁ ତାଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ। ଫାଶୀ ତାରିଖ ପାଖେଇଥିଲେ ମଧ୍ୟ ସେମାନଙ୍କ ପରିବାର ଲୋକଙ୍କ ପକ୍ଷରୁ କୈାଣସି ଜବାବ ଆସିନି। ତେବେ ଜେଲ୍‌ ମାନୁଆଲ୍‌ ଅନୁସାରେ ସପ୍ତାହକୁ ୨ଦିନ ହେଉଥିବା ସାକ୍ଷାତକାରରେ ଦୋଷୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଭେଟୁଛନ୍ତି।

ତିହାର ଜେଲରେ ବନ୍ଦୀ ଥିବା ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇସାରିଛି। ଏହାପରଠୁ ଫାଶୀ ସଂପର୍କିତ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଜେଲ୍‌ ପ୍ରଶାସନ। ତିହାର ଜେଲ୍‌ର ହାଇସିକ୍ୟୁରିଟି ସେଲ୍‌ରେ ନିର୍ଭୟା ଦୋଷୀଙ୍କୁ ରଖାଯାଇଛି। ଜେଲ୍‌ ମାନୁଆଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବାରମ୍ବାର ସେମାନଙ୍କ ସେଲ୍‌ ବଦଳାଯାଉଛି। ସୁରକ୍ଷାକର୍ମୀ ଓ ସିସିଟିଭି ନଜରରେ ରହିଛନ୍ତି ଦୋଷୀ। ନିୟମିତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଜେଲ୍‌ ମାନୁଆଲ୍‌ ଅନୁସାରେ ଖାଦ୍ୟ ଦିଆଯାଉଛି। ୪ ଦୋଷୀ ବିନୟ ଶର୍ମା, ଅକ୍ଷୟ  ସିଂହ, ମୁକେଶ ସିଂହ ଓ ପବନ ଗୁପ୍ତାଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଦିନ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଛି ।

ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

କୋଣାର୍କ: ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ । କୋଣାର୍କ ମନ୍ଦିରର ଐତିହାସିକ ପୃଷ୍ଠଭୂମି ଓ ସଂରକ୍ଷଣ କାର୍ଯ୍ୟ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି । ପ୍ରତ୍ନତତ୍ତ୍ଵ ବିଭାଗର ସୁପରିନ୍‌ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ମନ୍ତ୍ରୀଙ୍କୁ ଏସବୁ ବିଷୟରେ ଓ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ ।

କେଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପରେ ଆଇଓସିଏଲ୍‌ର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ । ଏହି ଅବସରରେ ପ୍ରତ୍ନତତ୍ତ୍ଵ ବିଭାଗ ଓ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହାପରେ ମନ୍ତ୍ରୀ ଚନ୍ଦ୍ରଭାଗ ଇକୋ ରି-ଟ୍ରିଟ୍‌ରେ ଆୟୋଜିତ ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଯୋଗଦେଇଥିଲେ ।

ସ୍ୱାମୀ, ସ୍ତ୍ରୀଙ୍କ କଳହ ରୋକିବାକୁ ଯାଇ ମାଡ଼ ଖାଇଲା ପୋଲିସ

ଆନନ୍ଦପୁର: ସ୍ୱାମୀ – ସ୍ତ୍ରୀଙ୍କ ବିବାଦ ସମାଧାନ କରିବାକୁ ଯାଇଥିବା ପୋଲିସ୍‌ ଉପରେ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପଦନପୁର ଗାଁରେ ଏହି ଘଟଣା ଘଟିଛି । ଆକ୍ରମଣରେ ଘଷିପୁରା ଥାନା ମହିଳା ସବ୍‌-ଇନ୍‌ସପେକ୍ଟର ଅନୁରାଧା ସେଠୀ ଆହତ ହୋଇଛନ୍ତି ।

ପଦନପୁରର କମଳଲୋଚନ ରାଉତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପତ୍ନୀଙ୍କ ବାପାଘର ଲୋକ ପହଞ୍ଚିବା ପରେ ଉଗ୍ରରୂପ ନେଇଥିଲା ବିବାଦ । ସମାଧାନ ପାଇଁ ପହଞ୍ଚିଥିଲା ଘଷିପୁରା ପୋଲିସ ।

ସେଠାରେ ଜଣେ ଯୁବକଙ୍କ ଆକ୍ରମଣରେ ମହିଳା ସବ୍‌-ଇନ୍‌ସ୍ପେକ୍ଟର ଅନୁରାଧା ସେଠୀ ଆହତ ହୋଇଛନ୍ତି । ଆକ୍ରମଣକାରୀ ଯୁବକଙ୍କ ନାଁରେ ମାମଲା ରୁଜୁ କରାଯାଇଛି ଓ ତାଙ୍କୁ ଗିରଫ କରାଯିବ ବୋଲି ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍‌ ପଣ୍ଡା କହିଛନ୍ତି ।