ଭୁବନେଶ୍ୱର: କରୋନା ଭାଇରସ୍ ସତର୍କତା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯଦି କେହି ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରନ୍ତି, ତାହେଲେ ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ପକ୍ଷରୁ ଏଥିପାଇଁ ଦୁଇଟି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ନମ୍ବର ହେଲା – ୦୬୭୪- ୨୩୯୦୪୬୬୬ ଏବଂ ୯୪୩୯୯୯୪୮୫୭ । ଦୁଇଟି ନମ୍ବର ୨୪ ଘଣ୍ଟା ଖୋଲା ରହିବ । କରୋନା ଭାଇରସ୍ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍ଭାଇଜରି ଜାରି କରାଯାଇଥିଲା ।






ଏସସିବିର ନବ ନିର୍ମାଣ ପାଇଁ ଏହାର ଆଖପାଖରେ ଥିବା ୧୬୦ଟି ସରକାରୀ କ୍ୱାଟର, ୫ଟି ବସ୍ତି ଓ ଅନେକ ବେସରକାରୀ ଘର, ଦୋକାନ ଗୃହ ଏବଂ ମନ୍ଦିରଗୁଡିକୁ ଉଚ୍ଛେଦ କରାଯିବ । ଏହି ଉଚ୍ଛେଦ ଦ୍ୱାରା ପ୍ରାୟ ୮ ଶହ ପରିବାର ପ୍ରଭାବିତ ହେବା ଅନୁମାନ କରାଯାଉଛି । ପିଲାମାନଙ୍କ ପରୀକ୍ଷା ମୁଣ୍ଡ ଉପରେ ଥିବାରୁ କିପରି ସ୍ଥାନାନ୍ତରିତ ହେବେ ତାକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଛି ।



ଏହାକୁ ନେଇ ସ୍ୱାଭିମାନ ଅଞ୍ଚଳରେ ଯୋଡ଼ାଆମ୍ବ, ଜନ୍ତୁରାଇ, ଟିକରପଡ଼ାରେ ଉତ୍ତେଜନା ଲାଗି ରହିଛି । ୩ଟି ଗାଁର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ବିଏସଏଫ ଯବାନ ପହଞ୍ଚିଥିବା ଜଣାପଡ଼ିଛି । ମାଓବାଦୀମାନେ ଜନ୍ତୁରାଇ ଗାଁକୁ ଆସି ଉନ୍ନୟନ କାର୍ଯ୍ୟକୁ ବିରୋଧ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ । ଯାହାକୁ ନେଇ ମାଓବାଦୀଙ୍କ ସହ ଗ୍ରାମବାସୀଙ୍କ ବଚସା ହୋଇଥିଲା ।