ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଭାଇରସ୍‌ ପାଇଁ ଜାରି ହେଲା ଟୋଲ୍‌ ଫ୍ରି ନମ୍ବର

1 min read

ଭୁବନେଶ୍ୱର: କରୋନା ଭାଇରସ୍‌ ସତର୍କତା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯଦି କେହି ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରନ୍ତି, ତାହେଲେ ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ପକ୍ଷରୁ ଏଥିପାଇଁ ଦୁଇଟି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି ।  ନମ୍ବର ହେଲା – ୦୬୭୪- ୨୩୯୦୪୬୬୬ ଏବଂ ୯୪୩୯୯୯୪୮୫୭ । ଦୁଇଟି ନମ୍ବର ୨୪ ଘଣ୍ଟା ଖୋଲା ରହିବ । କରୋନା ଭାଇରସ୍‌ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଥିଲା ।

Leave a Reply