ସ୍ୱାଭିମାନ ଅଞ୍ଚଳରେ ଗ୍ରାମବାସୀ-ମାଓବାଦୀ ମୁହାଁମୁହିଁ, ଜଣେ ମାଓବାଦୀ ନିହତ

1 min read

ମାଲକାନଗିରି: ଲାଲଗଡ଼ରେ ରକ୍ତଛିଟା । ମାଓବାଦୀଙ୍କୁ ଗ୍ରାମବାସୀଙ୍କ ବିରୋଧ, ଜଣେ କ୍ୟାଡରଙ୍କୁ ହତ୍ୟା ପରେ ରକ୍ତ ଚାଉଳ ଚୋବାଉଛି ଲାଲବାହିନୀ । ୧୦୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଫାଙ୍କା ଗୁଳି ଚାଳନା କରିଛନ୍ତି । ପୋଡ଼ି ଦେଇଛନ୍ତି ୧୫ଟି ଘର ସହ ୬ଟି ଗାଡ଼ି ।ଏହାକୁ ନେଇ ସ୍ୱାଭିମାନ ଅଞ୍ଚଳରେ ଯୋଡ଼ାଆମ୍ବ, ଜନ୍ତୁରାଇ, ଟିକରପଡ଼ାରେ ଉତ୍ତେଜନା ଲାଗି ରହିଛି । ୩ଟି ଗାଁର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ବିଏସଏଫ ଯବାନ ପହଞ୍ଚିଥିବା ଜଣାପଡ଼ିଛି । ମାଓବାଦୀମାନେ ଜନ୍ତୁରାଇ ଗାଁକୁ ଆସି ଉନ୍ନୟନ କାର୍ଯ୍ୟକୁ ବିରୋଧ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ । ଯାହାକୁ ନେଇ ମାଓବାଦୀଙ୍କ ସହ ଗ୍ରାମବାସୀଙ୍କ ବଚସା ହୋଇଥିଲା ।

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଓ ଗାଁ ଲୋକଙ୍କ ଭିତରେ ବଚସା ।

#ମାଓବାଦୀକୁ_ମାରିଦେଲେସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଓ ଗାଁ ଲୋକଙ୍କ ଭିତରେ ବଚସା ।ମାଓବାଦୀଙ୍କ ଫାଙ୍କା ଗୁଳିଚାଳନା ପରେ ଗାଁ ଲୋକଙ୍କ ପଥର ମାଡ଼ ।#NandighoshaTv #MaoAttack #Malkangiri

Nandighosha TV यांनी वर पोस्ट केले रविवार, २६ जानेवारी, २०२०

ଏଥିରେ ଉତକ୍ଷିପ୍ତ ମାଓବାଦୀ ଫାଙ୍କା ଗୁଳିଚାଳନା କରିବା ପରେ ଗାଁ ଲୋକ ଟେକା ପଥର ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଗାଁ ଲୋକ କାବୁ କରିଥିଲେ । ପରେ ହାନ୍ତାଳଗୁଡା ବିଏସଏଫ୍‌ କ୍ୟାମ୍ପକୁ ହସ୍ତାନ୍ତର କରାଯାଇଛି । ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରମଣ ଘଟଣା ପ୍ରଥମ କରି ସାମ୍ନାକୁ ଆସିଛି ।

Leave a Reply