spot_img
Home Blog Page 7439

ସାଥୀ କଏଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣି ଚାଲିଗଲା ପ୍ରାଣ

କେନ୍ଦୁଝର: ଫାଶୀ ଦଣ୍ଡାଦେଶକୁ ନେଇ ଛାନିଆ ହେଲେଣି ଦୁଷ୍କର୍ମକାରୀ । ଗତକାଲି ଜଣେ କଏଦୀଙ୍କୁ କୋର୍ଟ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଆଉ ଏହି ଖବର ପରେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ଆଜି ମୃତ୍ୟୁ ହୋଇଛି । ମୃତକ ପଣ୍ଡାପଡ଼ା ଥାନା ମିଶ୍ରମାଳ ଗାଁର ଟୁରୀ ମୁଣ୍ଡା ।ସେ ଆଜି ସକାଳେ ଖାଦ୍ୟ ସଂଗ୍ରହ କରି ନିଜ ବାରାକକୁ ନେଇଥିଲେ । ଖାଦ୍ୟ ଖାଇବା ପାଇଁ ତଳେ ବସିଥିବା ବେଳେ ହଠାତ୍ ପଡ଼ିଥିଲେ । ତାଙ୍କୁ ଜେଲ ଡାକ୍ତର ଦେଖିବା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।ମୃତ ଟୁରୀ ମୁଣ୍ଡା ୨୦୧୮ ମେ ମାସରେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜେଲରେ ଥିଲେ । ତାଙ୍କ ବିରୋଧରେ ୩୫୪(ଏ), ୩୫୪(ବି) ଆଦି ଦଫା ଲାଗିଥିଲା । ତେବେ, ଗତକାଲି ସୁନୀଲ ନାଏକ ନାମକ କଏଦୀଙ୍କୁ ପୋକ୍ସୋ ମାମଲାରେ ଫାଶୀ ଦଣ୍ଡ ଶୁଣାଯିବା ପରେ ଆଜି ଟୁରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।

https://nandighoshatv.comkeonjhar-girl-child-rapist-sentenced-death/

ସମ୍ଵଲପୁର: ୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ । ୫ ଲକ୍ଷ ଟଙ୍କା, ୩୦ଟି ଏଟିଏମ କାର୍ଡ, କ୍ଲୋନିଂ ମେସିନ, ଲାପଟପ ଆଦି ଜବତ କଲା ପୋଲିସ । ୨ ଲୁଟେରା ବିହାର ଗୟାର ହୋଇଥିବା ବେଳେ ଅନ୍ୟ ୨ ଜଣ ସମ୍ବଲପୁର ସହରର ହୋଇଥିବା ପୋଲିସର ସୂଚନା ।

ସମ୍ଵଲପୁର: ୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ । ୫ ଲକ୍ଷ ଟଙ୍କା, ୩୦ଟି ଏଟିଏମ କାର୍ଡ, କ୍ଲୋନିଂ ମେସିନ, ଲାପଟପ ଆଦି ଜବତ କଲା ପୋଲିସ । ୨ ଲୁଟେରା ବିହାର ଗୟାର ହୋଇଥିବା ବେଳେ ଅନ୍ୟ ୨ ଜଣ ସମ୍ବଲପୁର ସହରର ହୋଇଥିବା ପୋଲିସର ସୂଚନା ।

ଚିଫ ୱାଇଲ୍ଡ ଲାଇଫ ୱାର୍ଡନ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା । ବ୍ୟାଘ୍ର ପ୍ରକଳ୍ପକୁ ବିଫଳ କହିବା ଠିକ୍ ନୁହେଁ । ଏନଟିସିଏ, WII ଅଧିକାରୀମାନେ ବାରମ୍ବାର ସାତକୋଶିଆ ଗସ୍ତ କରିଥିଲେ । ଭବିଷ୍ୟତରେ ସ୍ଥିତି ସ୍ୱାଭାବିକ ହେଲେ ପୁଣି ପ୍ରକଳ୍ପ ଆରମ୍ଭ ହେବ ।

ଚିଫ ୱାଇଲ୍ଡ ଲାଇଫ ୱାର୍ଡନ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା । ବ୍ୟାଘ୍ର ପ୍ରକଳ୍ପକୁ ବିଫଳ କହିବା ଠିକ୍ ନୁହେଁ । ଏନଟିସିଏ, WII ଅଧିକାରୀମାନେ ବାରମ୍ବାର ସାତକୋଶିଆ ଗସ୍ତ କରିଥିଲେ । ଭବିଷ୍ୟତରେ ସ୍ଥିତି ସ୍ୱାଭାବିକ ହେଲେ ପୁଣି ପ୍ରକଳ୍ପ ଆରମ୍ଭ ହେବ ।

ରାଜଧାନୀର ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ, ଜାଣନ୍ତୁ କଣ କିଣିଲେ…

ଭୁବନେଶ୍ୱର: ଇଣ୍ଡିଜ୍ ଟିମର ମନ ଜିଣିଛି ରାଜଧାନୀ । ଆଜି ଅଭ୍ୟାସ ମ୍ୟାଚ୍ ନଥିବାରୁ ଇଣ୍ଡିଜ ଟିମର ଖେଳାଳି, କୋଚ ଓ ଅଫିସିଆଲ ମଲ୍ ଯାଇ ସପିଂ କରିଛନ୍ତି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲରେ କିଣାକିଣି କରିଛନ୍ତି ଖେଳାଳି ଓ କୋଚ୍ ।

ଖେଳାଳି ଓ ଟିମ୍ ସଦସ୍ୟ ଏସପ୍ଲାନେଡ ମଲ୍ ବୁଲିବା ସହ ସପିଂ କରିଛନ୍ତି । ବ୍ୟାଗ୍, ଜୋତା, ଘଣ୍ଟା, ଡ୍ରେସ୍ ସହ ସ୍ନାକ୍ସ କିଣିଥିବା ଜଣାପଡ଼ିଛି । ଇଣ୍ଡିଜ୍ ଖେଳାଳିଙ୍କୁ ଦେଖିବା ପାଇଁ ମଲରେ ଭିଡ଼ ଲାଗିଥିଲା ।

ଟିମ୍ ସଦସ୍ୟ କିଣାକିଣି କରିବା ସହ ଫ୍ୟାନଙ୍କ ମନ ଜିଣିଛନ୍ତି । ଫ୍ୟାନମାନଙ୍କ ସହ ଫଟୋ ଉଠାଇଛନ୍ତି । ତେବେ, ଟିମର ପୂର୍ବତନ ଅଧିନାୟକ ଜାସନ ହୋଲ୍ଡରଙ୍କ ସହ ସେଲ୍ଫି ନେବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ ।

https://www.facebook.com/nandighoshatv/videos/2713543658875574/

ପୁରୀ: ଆରମ୍ଭ ହେଲାଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୁରୀ ଏସପି ଓ ପରିଚାଳନା କମିଟିର ସଦସ୍ୟ ବୈଠକରେ ସାମିଲ୍ ।

ପୁରୀ: ଆରମ୍ଭ ହେଲାଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୁରୀ ଏସପି ଓ ପରିଚାଳନା କମିଟିର ସଦସ୍ୟ ବୈଠକରେ ସାମିଲ୍ ।

ମ୍ୟାଚ୍ ଦିନ କେଉଁ ବାଟେ ଯିବେ, କେଉଁଠି ଗାଡ଼ି ପାର୍କିଂ କରିବେ ଜାଣନ୍ତୁ…

ଭୁବନେଶ୍ୱର: ଦିନକ ପରେ ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି । ମ୍ୟାଚ୍ ଦିନ ଭିଡ଼କୁ ଦୃଷ୍ଟିରୁ ରଖି କେତକ ରାସ୍ତାରେ ଯାନବାହାନ ଯାତାୟାତ ଉପରେ କଟକଣା ମଧ୍ୟ ଲଗାଯାଇଛି । ଏଥିସହ ଷ୍ଟାଡିୟମ୍ ନିକଟବର୍ତ୍ତୀ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରଯାଇଛି । ତେବେ, ସାଧାରଣ ଲୋକ ଓ ପାସ୍ ଧାରୀଙ୍କ ପାଇଁ ଗାଡ଼ି ପାର୍କିଂ ସ୍ଥାନ ଅଲଗା ଅଲଗା ରହିଛି । ଏହି ଅସ୍ଥାୟୀ ଯାନବାହାନ କଟକଣା ୨୨ ତାରିଖ ସକାଳ ୮ଟାରୁ ଖେଳ ସରିବା ବା ଭିଡ଼ ଭାଙ୍ଗିବା ଯାଏଁ ବଳବତ୍ତର ରହିବ ।

୧) ମାତାମଠ ପଟୁ ରିଂ ରୋଡରେ ଆସୁଥିବା ଗାଡ଼ି ଗଡ଼ ଗଡ଼ିଆ ମନ୍ଦିର ପୂର୍ବରୁ ଥିବା ଗଡ଼ା ପାଖରେ ଡାହାଣକୁ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ । ପାସ୍ ଥିବା ଯାନବାହନ ଗୁଡ଼ିକ ଗଡ଼ଗଡ଼େଶ୍ୱର ମନ୍ଦିର ଦେଇ ବାମ୍ବୋଡିପୋ ଗଡ଼ାରେ ବାମ ପଟକୁ ଯାଇ, ପୁରୁଣା ବାଲିଯାତ୍ରା ପଡ଼ିଆରେ ଗାଡି ପାର୍କିଂ କରିପାରିବେ ।

୨) ହାରଡ଼ା ମୋଟର ଛକ ଓ ଗଡ଼ଗଡ଼ାଛକ ପଟୁ ଆସୁଥିବା ଗାଡ଼ି ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ଛକ ପାଖରୁ ଡାହାଣ ପଟେ ରିଂ ରୋଡ୍କୁ ଯାଇ ସେଠାରୁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ ।

୩) ବିଜୁ ପଟ୍ଟନାୟକ ଛକ ଆଡ଼ୁ ଆସୁଥିବା ଗାଡ଼ି ପି.ଏଚ.ଡି ଅଫିସ୍ ଛକ ପାଖରୁ ସିଧା ବାରବାଟୀ ଷ୍ଟାଡିୟମ୍ ରୋଡ୍ ଆଡ଼କୁ ଆସିପାରିବେ ନାହିଁ । ସେମାନେ ଦୟାଶ୍ରମରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିବେ ।

୪) ବିଜୁ ପଟ୍ଟନାୟକ ଛକ ବା ମଧୁସୂଦନ ଆଡ଼ୁ ଆସୁଥିବା ଯାନବାହନ ଆନନ୍ଦଭବନ ଛକ ପାଖରେ ଥିବା ପଡ଼ିଆରେ ଗାଡ଼ି ପାର୍କିଂ କରିବେ । ଏହି ଯାନବାହାନ ଗୁଡ଼ିକ ଜିଲ୍ଲାପୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ବା ଚମ୍ପାବନ ରୋଡକୁ ଆସିପାରିବେ ନାହିଁ ।

୫) ହରିଣ ପାର୍କ ବା ମଧୁସୂଦନ ନଗର ଆଡୁ ରିଂ ରୋଡରେ ଗଡ଼ଗଡ଼େଶ୍ୱର ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ି କାର୍ତ୍ତିକେଶ୍ୱର ଗଡ଼ାରେ ବାମକୁ ଗଡ଼ି ପାର୍କିଂ ଷ୍ଟାଣ୍ଡରେ ରଖିବେ ।ପାର୍କିଂ ବ୍ୟବସ୍ଥା

  • ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡ଼ି ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ ।
  • ହାରଡ଼ା ମୋଟର ଛକ ଓ ମଣୀସାହୁ ଛକ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ ।
  • ଚହଟା ଛକ ପଟୁ ଆସୁଥିବା ଗାଡ଼ି କାର୍ତ୍ତିକେଶ୍ୱର ଗଡ଼ାରେ ତଳ ବାଲିଯାତ୍ରା ପଡ଼ିଆରେ ପାର୍କି କରିପାରିବେ ।
  • କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡ଼ି ଆନନ୍ଦ ଭବନ ପଡ଼ିଆରେ ପାର୍କି କରିପାରିବେ ।
  • ଓସିଏ ପାର୍କିଂ ପାସ୍ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚ୍ୟୁ କିମ୍ବା ନାରୀସେବା ସଦନ ଛକ ଦେଇ ଗେଟ୍ ନମ୍ବର-୧ରେ ଯାଇ ଓସିଏ ପଡ଼ିଆରେ ପାର୍କି କରିବେ ।
  • ଜାଭିୟର ଗ୍ରାଉଣ୍ଡରେ ପାସ୍ ପାଇଥିବା ବ୍ୟକ୍ତି ବାମ୍ବୋଡିପୋ ଓ ଚମ୍ପାବନ ରାସ୍ତା ଦେଇ ଗେଟ୍ ନମ୍ବର-୧୪ରେ ଯାଇ ପଡ଼ିଆରେ ପାର୍କିଂ କରିବେ ।

ଖୋର୍ଦ୍ଧା: ବାଘମାରୀ ଥାନା କୋଟପଳାରେ ଅବକାରୀ ବିଭାଗର ରେଡ୍ । ୧୮ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ ।

ଖୋର୍ଦ୍ଧା: ବାଘମାରୀ ଥାନା କୋଟପଳାରେ ଅବକାରୀ ବିଭାଗର ରେଡ୍ । ୧୮ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ ।

ଢେଙ୍କାନାଳ: ପରଜଙ୍ଗ ଥାନା ରୋଡ଼ ଗାଁରେ ହାତୀ ଆତଙ୍କ । କ୍ଷେତରେ ଧାନ କାଟୁଥିବା ବେଳେ ଚାଷୀଙ୍କୁ କଚାଡ଼ି ମାରିଲା ଦନ୍ତା । ମୃତକ ସେହି ଗାଁର ଶ୍ରୀକାନ୍ତ ମୁଦୁଲି ।

ଢେଙ୍କାନାଳ: ପରଜଙ୍ଗ ଥାନା ରୋଡ଼ ଗାଁରେ ହାତୀ ଆତଙ୍କ । କ୍ଷେତରେ ଧାନ କାଟୁଥିବା ବେଳେ ଚାଷୀଙ୍କୁ କଚାଡ଼ି ମାରିଲା ଦନ୍ତା । ମୃତକ ସେହି ଗାଁର ଶ୍ରୀକାନ୍ତ ମୁଦୁଲି ।

ସୁରକ୍ଷାକର୍ମୀଙ୍କୁ ନିସ୍ତୁକ ମାଡ଼ମାରି ଲୁଟିଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । ସୁରକ୍ଷାକର୍ମୀଙ୍କୁ ମାଡ଼ମାରି ଲୁଟିନେଲେ ଦୁର୍ବୃତ୍ତ । ମାର୍ଶାଘାଇ ଥାନା ଅନ୍ତର୍ଗତ ୫ନମ୍ବର (କ) ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଲୁଟ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପେଟ୍ରୋଲ ପମ୍ପର ସୁରକ୍ଷା କର୍ମୀଙ୍କୁ ବନ୍ଧୁକ ଦେଖାଇ ଲୁଟିବାକୁ ଉଦ୍ୟମ କରିଥିଲେ । ସୁରକ୍ଷା କର୍ମୀ ଏହାର ବିରୋଧ କରିବାରୁ ତାଙ୍କୁ ନିସ୍ତୁକ ମାଡ ମାରି ଟଙ୍କା ଲୁଟିନେଇ ଥିବା ସୂଚନା ମିଳିଛି । ଏ ସମ୍ପର୍କରେ ମାର୍ଶାଘାଇ ଥାନାରେ ଏତଲା ପରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

୬ ମହଲା ବିଲ୍ଡିଂରୁ ଠେଲି ଯୁବତୀଙ୍କୁ ହତ୍ୟା !

ନୂଆଦିଲ୍ଲୀ: ନୋଏଡ଼ାରେ ଜଣେ ଓଡ଼ିଆ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ନୋଏଡ଼ାର ସେକ୍ଟର-୪୯ ସ୍ଥିତ ହନୁମାନ ମୂର୍ତ୍ତି ପାଖରେ ଥିବା ଓୟୋ ଟାଉନସିପ୍ ହୋଟେଲର ୬ ମହଲାରୁ ଖସିପଡ଼ି ସେ ପ୍ରାଣ ହରାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମୃତ ଯୁବତୀ ହେଉଛନ୍ତି ପଦ୍ମିନୀ ପାଢ଼ୀ। ସେ ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡିର ଶ୍ରୀଧର ନଗର-୧ର ବାସିନ୍ଦା। ସେ ଭୁବନେଶ୍ୱରରେ ଗୋଟିଏ ଆଇଟି କମ୍ପାନିରେ କନସଲଟାଣ୍ଟ୍ ଇଞ୍ଜିନିୟର୍ ରୂପେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ରାତିରେ ଏହି ଘଟଣା ଘଟିବା ସମୟରେ ତାଙ୍କ ସହିତ ତାଙ୍କର ଜଣେ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ସାହୁ ମଧ୍ୟ ସେଠାରେ ଉପସ୍ଥିତ ଥିବା ରିପୋର୍ଟରୁ ଜଣା ପଡିଛି । ତେବେ ଘଟଣା ପରେ ପୂର୍ଣ୍ଣଚନ୍ଦ୍ର ସେଠାରୁ ଫେରାର୍‌ ହୋଇଯାଇଥିବା ନୋଏଡ଼ା ପୁଲିସ୍‌ ସୂଚନା ଦେଇଛି ।

ରିପୋର୍ଟ ଅନୁଯାୟୀ ୧୦ ତାରିଖ ଦିନ ତାଙ୍କ ବନ୍ଧୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଖା କରିବା ପାଇଁ ସେ ନୋଏଡାରେ ପହଞ୍ଚିଥିଲେ । ପଦ୍ମିନୀଙ୍କ ପରିବାର ଲୋକ ଏ ସମ୍ପର୍କରେ ଜାଣି ନଥିଲେ। ପୂର୍ଣ୍ଣଚନ୍ଦ୍ର ସାହୁ ନୋଏଡ଼ା ଫେଜ୍-୨ର ଏକ କମ୍ପାନିରେ ଡିଜାଇନର ରୂପେ କାର୍ଯ୍ୟ କରନ୍ତି । ନୋଏଡ଼ା ପହଞ୍ଚିବା ପରେ ସେକ୍ଟର-୪୯ର ଓୟୋ ଟାଉନସିପ୍ ହୋଟେଲର ୬ ମହଲାରେ ୨୦୪ ନମ୍ବର ରୁମ୍‌ରେ ପଦ୍ମିନୀ ରହୁଥିଲେ । ସେହି ସମୟରେ ପୂର୍ଣ୍ଣଚନ୍ଦ୍ର ମଧ୍ୟ ସେହି ରୁମ୍‌ରେ ଥିଲେ । ମଙ୍ଗଳବାର ମଧ୍ୟରାତ୍ରୀରେ ୬ ମହଲାରୁ ପଦ୍ମିନୀ ଖସିପଡ଼ିଥିଲେ । ଏସମ୍ପର୍କରେ ହୋଟେଲ ମାଲିକ ପୁଲିସ୍‌କୁ ସୂଚନା ଦେଇଥିଲେ । ପଦ୍ମିନୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ପଦ୍ମିନୀଙ୍କ ଖୋଜଖବର ନ ମିଳିବାରୁ ପରିବାର ଲୋକ ପ୍ରଥମେ ପୂର୍ଣ୍ଣଚନ୍ଦ୍ରଙ୍କୁ ଫୋନ୍‌ କରିଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ । ଏହାପରେ ପରିବାର ପକ୍ଷରୁ ଭୁବନେଶ୍ୱରରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । ତେବେ ପୁଲିସ୍‌ ପାଖରୁ ସୂଚନା ପାଇ ଗତକାଲି ପଦ୍ମିନୀଙ୍କ ପରିବାର ଲୋକ ନୋଏଡ଼ାରେ ପହଞ୍ଚିଥିଲେ । ପରିବାର ଲୋକ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଆଉ ତାଙ୍କର ଅନ୍ୟ ଜଣେ ସହଯୋଗୀ ରୋହନ କୁମାରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ପୁଲିସ୍‌ ପଦ୍ମିନୀଙ୍କ ଶବ ଜବତ କରିବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ପଦ୍ମିନୀଙ୍କ ବାପା ମା’ ଗତକାଲି ପଦ୍ମିନୀଙ୍କ ଶବକୁ ନେଇ ଓଡ଼ିଶା ଫେରିଯାଇଥିବା ଜଣାପଡ଼ିଛି ।