spot_img
Home Blog Page 7438

ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା । ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବେ ମୋଟ ୫ଲକ୍ଷ ୬୦ହଜାର ୮୯୧ଛାତ୍ରଛାତ୍ରୀ । ସେଥିରୁ ୫ଲକ୍ଷ ୪୭ହଜାର ୭୪୭ରେଗୁଲାର, ୯ହଜାର ୭୭୧ଓପେନ, ମଧ୍ୟମାରେ ୩ହଜାର ୩୭୩ଛାତ୍ରଛାତ୍ରୀ ରହିଛନ୍ତି । ପରୀକ୍ଷା ପାଇଁ ୨ହଜାର ୨୮୮ସେଣ୍ଟର ଏବଂ ୬୧ଟି ଇଭାଲ୍ୟୁଏସନ ସେଣ୍ଟର କରାଯାଇଛି । ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Image result for matric exam students pic

ଅଜାଣତରେ ହୋଇଛି ୧ କୋଟି ୪୭ ଲକ୍ଷ ଟଙ୍କାର କାରବାର

ନବରଙ୍ଗପୁର: ଦିନ ମଜୁରିଆଙ୍କୁ ଆୟକର ନୋଟିସ୍‌ । ଆପଣମାନେ ଭାବୁଥିବା ଗୋଟେ ଦିନ ମଜୁରିଆଙ୍କୁ କାହିଁକି ଆୟକର ତରଫରୁ ନୋଟିସ ମିଳିଛି । ତେବେ ନୋଟିସରେ ହଜାର ଅଧିକ ଟଙ୍କା ନୁହେଁ ବରଂ ଲକ୍ଷାଧିକ ଟଙ୍କା ବାନ୍ଧିବାକୁ ନୋଟିସ ହୋଇଛି ।

ଘଟଣାଟି ହେଉଛି ନବରଙ୍ଗପୁର ଉମରକୋଟ ପୂଜାରୀଭରଣ୍ଡି ଗାଁର । ଦିନ ମଜୁରିଆ ଭାବରେ ଖଟି ତାର ପରିବାର ପୋଷୁଥିବା ସେହି ଗାଁର ସନଧର ଗଣ୍ଡଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ଆସିଛି । ୨ଲକ୍ଷ ୫୯ ହଜାର ୫୪୦ ଟଙ୍କା ବାନ୍ଧିବାକୁ ନୋଟିସ୍‌ କରିଛି ଆୟକର ବିଭାଗ । ସନଧରଙ୍କ ଅଜାଣତରେ ତାଙ୍କ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୪୭ ଲକ୍ଷ କାରବାର ହୋଇଥିବା ଅଭିଯୋଗ ହୋଇଛି ।

ତେଲ କାରଖାନା ଉପରେ ଚଢାଉ, ନକଲି ରନ୍ଧା ତେଲ ଜବତ

ରାୟଗଡ଼ା: ରାୟଗଡା ସହର ଗୌତମ ନଗରରେ ଏକ ନକଲି ତେଲ କାରଖାନା ଠାବ ହୋଇଛି । ପୋଲିସ ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନକଲି ତେଲ କାରଖାନା ଉପରେ ଚଢାଉ କରାଯିବା ସହ ବିପୁଳ ପରିମାଣର ରନ୍ଧା ତେଲ ଜବତ କରାଯାଇଛି ।

ଏହାଛଡା ଏହି ମାମଲାରେ ପୋଲିସ ବ୍ୟବସାୟୀ ଟି.ଦୁର୍ଗାପ୍ରସାଦଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଜବତ ହୋଇଥିବା ରନ୍ଧା ତେଲକୁ ପରୀକ୍ଷା ପାଇଁ ପଠାଯାଇଛି ।

ରାୟଗଡାର ଦୁର୍ଗା ଶ୍ରୀ କମ୍ପାନୀକୁ ଫଳ ଜୁସ୍‌ ଏବଂ କ୍ଷୀର ପାଇଁ ଲାଇସନ୍ସ ମିଳିଥିବାବେଳେ ସେଠାରେ ବେଆଇନ ଭାବରେ ତେଲ ପେକିଂ କାରବାର ଚାଲିଥିଲା ।

ତେବେ ଏନେଇ ପୋଲିସକୁ ସୂଚନା ମିଳିବା ପରେ ମିଳିତ ଭାବରେ ଏହି ଚଢାଉ କରାଯାଇଥିଲା ।

କୋରନା ଭାଇରସ ପାଇଁ ଭୁବନେଶ୍ୱରରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: କୋରନା ଭାଇରସ ନେଇ ଆରଏମଆରସିରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ଆରଏମଆରସିରେ ହୋଇଥିବା ବୈଠକରେ ସବୁ ଜିଲ୍ଲାମୁଖ୍ୟାଳୟ ଓ ଘରୋଇ ଡାକ୍ତର ଖାନାର ପ୍ରତିନିଧି ମାନେ ଯୋଗଦେଇଥିଲେ ।  ଆରଏମ୍ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଏସ୍. କର ଏହି ବୈଠକରେ ଉପସ୍ଥିତ ଥିଲେ । କରୋନା ପାଇଁ କି ପଦକ୍ଷେପ ନିଆଯିବ ଏବଂ କିଭଳି ପ୍ରତିଷୋଧକ ନେବା ଉଚିତ ସେନେଇ ବୈଠକରେ ଆଲୋଚନା ହୋଇଛି । ଓଡ଼ିଶାରେ ୧୦ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୪ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ବାକି ରିପୋର୍ଟ ହସ୍ତଗତ ହୋଇନଥିବାବେଳେ ଆହୁରି ନମୁନା ପଠାଯାଇଛି ।

ତେବେ କରୋନା ଭାଇରସ୍ ପାଇଁ ଘରୋଇ ଓ ସରକାରୀ ହସ୍ପିଟାଲକୁ ସଜାଗ ରହିବାକୁ ବୈଠକରେ ନଷ୍ପତି ହୋଇଛି । ଏହାସହ ଲାବ୍ ଟେକନିସିଆନ୍ କିପରି ଭାବେ ସନ୍ଦିଗ୍ଧଙ୍କ ନମୁନା ସତର୍କତାର ସହ ସଂଗ୍ରହ କରିବେ ସେନେଇ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ଯେପରି ସଂକ୍ରମଣ ନ ବ୍ୟାପେ ସେନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ସୁଶାନ୍ତ କର । ସାନିଟାଇଜେସନକୁ ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକତା ଅଛି ବୋଲି କହିଛନ୍ତି ଆରଏମ୍ଆରସି ନିର୍ଦ୍ଦେଶିକା ।

କରୋନା ଭାଇରସ୍‌’ର ଟାର୍ଗେଟ୍‌ରେ କାହିଁକି ଅଛି ମଣିଷ ?

ବ୍ୟୁରୋ ରିପୋର୍ଟ: ଚୀନ୍‌ରେ ଆତଙ୍କ ଖେଳାଇଛି କରୋନା ଭାଇରସ୍‌ । ମୃତ୍ୟୁ ସଂଖ୍ୟା ୩୬୦କୁ ଛୁଇଁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ୍‌ ସରକାରଙ୍କ ଉଦ୍ୟମ ପରେ ବି କରୋନା ନିୟନ୍ତ୍ରଣକୁ ଆସୁନି । ଚୀନ୍‌ରେ ଗତ ୨୪ଘଣ୍ଟା ମଧ୍ୟରେ ପୁଣି ୫୪ଜଣଙ୍କ ମୃତ୍ୟୁ ହୋଇଛି । ୨ହଜାର ୫୯୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ଏହାସହ ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୩୮୦ରେ ପହଞ୍ଚିଛି । କରୋନା ଭାଇରସ୍‌ ଏବେ ମହାମରୀର ରୂପ ନେଇଛି ।

କରୋନା ଭାଇରସ୍‌ କେଉଁଠୁ ଆସିଲା ତା ବିଷୟରେ କିଛି ଜାଣିଛନ୍ତି କି ?

ଏହି ରୋଗର ଶୀକାର ମଣିଷ କାହିଁକି ହେଲା ? ଯଦି ଜାଣିନାହାନ୍ତି ତେବେ ଜାଣିନିଅନ୍ତୁ…

ଉହାନର ରେଡ଼ ମାର୍କେଟରୁ ଆସିଛି ଏହି କରୋନା ଭାଇରସ । ଏହି ମାର୍କେଟରେ ୧୧୨ ପ୍ରକାରର ଜୀବଜନ୍ତୁଙ୍କର ମାଂସ ବିକ୍ରୀ କରାଯାଏ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ସେହି ମାନଙ୍କର ମାଂସ ଏଠାରେ ବିକ୍ରୀ କରାଯାଏ ।

ଏଠାରେ ଖାଲି କୁକୁଡ଼ା ଛେଳି କି ମାଛର ମାଂସ  ବିକ୍ରୀ କରଯାଏ ନାହିଁ । ସାପ, ଗଧ, ମାଙ୍କଡ଼, କୁମ୍ଭୀର, ଘୁଷୁରି, ମୁଷା, ଗାଇ, କୁକୁର, ଭଳି ବିଭିନ୍ନ  ଜୀବଜନ୍ତୁଙ୍କର ମାଂସ ବିକ୍ରୀ କରାଯାଇଥାଏ । ଗଧର କଞ୍ଚା ମାଂସ, କାଙ୍କଡ଼ ମୁଣ୍ଡର ସୁପ, ସାପର ମାଂସ ଚୀନିମାନଙ୍କୁ ଭାରି ପସନ୍ଦ ।

ଏହି ସବୁ ଜୀବଜନ୍ତୁଙ୍କୁ ଏଠାରେ କେମିତି ଖାନ୍ତି

ଗେଣ୍ଡା- ଜିଅନ୍ତା ଗେଣ୍ଡାକୁ ସିଝେଇ ଖାଇଥାନ୍ତି ଏହି ଚୀନି ମାନେ ।

ଚିଙ୍ଗୁଡ଼ି- ଜିଅନ୍ତା ଚିଙ୍ଗଡ଼ିରୁ ତାର ମୁଣ୍ଡ ଏବଂ ଲାଞ୍ଜ ଛିଡ଼ାଇ ରେଡ଼ ଚିଲି ସସ୍‌ରେ ଭୁଡ଼େଇ ଖାଇଥାନ୍ତି ଏମାନେ ।

ଗଧ ମାଂସ- ଚୀନରେ ଗଧର ଫ୍ରେସ୍‌ ମାଂସକୁ ବହୁତ ପସନ୍ଦ କରାଯାଇଥାଏ । ଏହାକୁ କଞ୍ଚା ମାଂସକୁ ଚୀନର ବଡ଼ ବଡ଼ ହୋଟେଲରେ ମଧ୍ୟ ଖାଇବା ପାଇଁ ଦିଆଯାଇଥାଏ  ।

ମାଙ୍କଡ଼ର ମୁଣ୍ଡ- ଚୀନରେ ମାଙ୍କଡ଼ର ମୁଣ୍ଡକୁ ବହୁତ  ପସନ୍ଦ କରିଥାନ୍ତି । ଦାମି ଖାଦ୍ୟ ଭିତରୁ ଏହା ହେଉଛି ଏକ ଖାଦ୍ୟ । ମାଙ୍କଡ଼ର ବ୍ରେନ୍‌କୁ ସୁପ୍‌ କରି ଚୀନି ମାନେ ଖାଇଥାନ୍ତି ।

ମୁଷା- ମୁଷା ଛୁଆକୁ ତନ୍ଦୁରିକରି, ମାନେ ନିଆଁରେ ପୋଡ଼ି ଖାଇଥାନ୍ତି ଏମାନେ ।

କୁମ୍ବୀର- କୁମ୍ଭୀରକୁ ମାରି ତାର ପୁରା ଶରିରକୁ ପୋଡ଼ି ବା ସିଝାଇ ଖାଇଥାନ୍ତି ଚୀନି ମାନେ ।

ସବୁଠାରୁ ବଡ଼ କଥା ହେଉଛି ଯେଉଁ ଜୀବଜନ୍ତୁ ମାନଙ୍କୁ ଚୀନି ମାରିକି ଖାଇଲା, ସେହିମାନଙ୍କ ଦେହରୁ ଏହି ଭାଇରସ୍‌ ମଣିଷ ଦେହରେ ପ୍ରବେଶ କରିଛି । ଯାହା ପୂର୍ବରୁ କେବଳ ଜୀବଜନ୍ତୁମାନଙ୍କ ଦେହରେ ଯାଉଥିଲା ତାହା ଆଜି ମଣିଷଙ୍କ ଦେହରେ ଘରକରି ବସିଛି ।

କହିବାକୁ ଗଲେ ଏହି କରୋନା ଭାଇରସ ଜୀବଜନ୍ତୁଙ୍କ ଦେହରୁ ମଣିଷ ଶରୀରକୁ ପ୍ରବେଶ କରିଛି । ସଂକ୍ରମିତ ସାପକୁ ଚୀନି ଖାଇବା ପରେ ଏହି ଭାଇରସ ଲୋକଙ୍କୁ ବ୍ୟାପିଥିବା କୁହାଯାଉଛି । ଏବେ ଏହି ଉହାନ ରେଡ୍‌ ମାର୍କେଟକୁ ପୂରାପୂରି ଭାବେ ବନ୍ଦ କରିଦିଆଯାଇଛି ।

ଏହି ଭାଇରସ୍‌କୁ ପ୍ରକୃତିର ପରିବର୍ତ୍ତନ କୁହାଯାଇପାରେ  । ମଣିଷ ପ୍ରକୃତି ସହ ବହୁତ ବଡ଼ ଖେଳ ଖେଳିଛି । ମଣିଷକୁ ବଢ଼ିବା ପାଇଁ ପ୍ରକୃତି ସବୁ କିଛି ଦେଲା । ମନୁଷ୍ୟକୁ ଯାହା ସବୁ ଦରକାର ପ୍ରକୃତି ସେସବୁ ଦାନ କଲା । ଗଛ ଲତା, ପାଣି ପବନ, ଫଳ ମୂଳ ସବୁକିଛି । ଯାହା ପାଇଁ ମଣିଷ ଆଜିର ଦୁନିଆରେ ସବୁଠାରୁ ଶକ୍ତିଶାଳି ପ୍ରଜାତିରେ ଗଣାଯାଉଛି ।

କିନ୍ତୁ ମଣିଷ ପ୍ରକୃତିକୁ ଦେଲା କ’ଣ । ପ୍ରତ୍ୟକ ସମୟରେ ପ୍ରକୃତିକୁ ଦହନ କରିବାରେ ଲାଗିଲା ମିଣିଷ । କେବେ ପ୍ରକୃତିକୁ ସଂରକ୍ଷଣ କରିବାର ଚିନ୍ତା କଲାନି । ୧୦୦ ଲୋକଙ୍କ ମଧ୍ୟରୁ ୯୮ ଜଣ କେବଳ ପ୍ରକୃତିକୁ ଦହନ କରିବାରେ ଲାଗିଲେ । ଆଉ ତାର ପରିଣାମ ବସତଃ ଆଜି ମନୁଷ୍ୟ ପ୍ରଜାତିକୁ ଏହି ଭାଇରସ ସହ ଲଢ଼ିବାକୁ ପଡ଼ୁଛି ।

କେମିତି ହେଲା ଏ ସବୁ ?

କଣ ଏହାକୁ ପ୍ରକୃତିର ପ୍ରତିଶୋଧ କହିବା ?

କଣ ପ୍ରକୃତି ମଣିଷଙ୍କୁ ଦେଇଥିବା ସ୍ଥାନ ପୁଣି ଛଡ଼େଇ ନେବାକୁ ଚାହୁଁଛି ?

କଣ ଆଗକୁ ମଣିଷ କୁ ପରିବର୍ତ୍ତନ ହେବାକୁ ପଡ଼ିବ ?

ସନ୍ଦେହ ଏବେବି ଉପୁଜୁଛି  ମଣିଷ ପୁଣି ସେହି ଦୋଷକୁ ଦୋହରାଇବନି ତ ?

ଦାବି ପୂରଣ ନ ହେଲେ ଆଗକୁ ସମୂହ ଆତ୍ମାହୂତି ଦେବାର ଧମକ୍

ଢେଙ୍କାନାଳ: ଧାରଣାରେ କଣ୍ଟ୍ରାକ୍ଟର । ଢେଙ୍କାନାଳ GMR କଳିଙ୍ଗ ଏନର୍ଜି ପ୍ରାଇଭେଟ ଲିମିଟେଡ ଆଗରେ ଆନ୍ଦେଳନ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ୫୦ରୁ ଅଧିକ କଣ୍ଟ୍ରାକ୍ଟର । ସେମାନଙ୍କ ବାକି ଥିବା ୨୨ କୋଟି ଦେବାକୁ ଦାବି କରିଛନ୍ତି । କଂପାନୀର ୩ଟି ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି କଣ୍ଟ୍ରାକ୍ଟର ।

ଦାବି ପୂରଣ ନ ହେଲେ ଆଗକୁ ସମୂହ ଆତ୍ମାହୂତି ଦେବା ସହ ବିଧାନସଭା ଘେରାଉ କରିବାକୁ ଧମକ ଦେଇଛନ୍ତି ଆନ୍ଦୋଳନକାରୀ ।

ଆନ୍ଦୋଳନକାରୀଙ୍କ ଅନୁସାରେ, କଂପାନୀ ହେବା ସମୟରେ ଠିକାଦାରମାନଙ୍କ ଜମି ଯାଇଥିଲା । କଂପାନି ନିର୍ମାଣ ହେଲା, ଉତ୍ପାଦନ ହେଲା କିନ୍ତୁ ତାଙ୍କୁ ବକେୟା ଟଙ୍କା ମିଳି ନ ଥିବା ଅଭିଯୋଗ ହୋଇଛି ।

ଗାନ୍ଧିଙ୍କୁ ନେଇ ବିଜେପି ସାଂସଦଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ । ବିଜେପି ସାଂସଦ ଅନନ୍ତ କୁମାର ହେଗଡେଙ୍କ ବୟାନକୁ ନେଇ ଝଡ଼ । ସେ ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମକୁ ଏକ ନାଟକ କହିଛନ୍ତି । ସେହିପରି ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଓ ଆମରଣ ଅନଶନକୁ ବି ସେ ଏକ ବଡ଼ ଡ୍ରାମା ବୋଲି ଦର୍ଶାଇଛନ୍ତି ।

ସେ ଆହୁରି କହିଛନ୍ତି, ଭାରତରେ ଏଭଳି ବ୍ୟକ୍ତିଙ୍କୁ ମହାତ୍ମା କିଭଳି କୁହାଯାଉଛି, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି । ଭାରତକୁ ସ୍ୱାଧୀନତା ଇଂରେଜମାନଙ୍କ ସହଯୋଗ ଓ ସହମତିରେ ମିଳିଛି । ଏଥିପାଇଁ ଶ୍ରେୟ ଦିଆଯାଉଥିବା କଥିତ ନେତାଙ୍କୁ ପୋଲିସ କେବେ ବି ମାଡ଼ ମାରିନାହିଁ । ସେମାନଙ୍କ ସ୍ୱାଧୀନତା ସଂଗ୍ରାମ ଏକ ବଡ଼ ନାଟକ ଥିଲା । ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଏବଂ କର୍ଣ୍ଣାଟକରୁ ବିଜେପିର ସାଂସଦ ହେଉଛନ୍ତି ଅନ୍ତ କୁମାର ହେଗଡେ ।

ଘଟଣାରେ କିଛି ଲୋକଙ୍କ ମୃତ୍ୟୁ

ଲଣ୍ଡନରେ ପୁଣି ଆତଙ୍କୀ ହମଲା । ଷ୍ଟ୍ରିଥମ ସହରରେ ଜଣେ ବ୍ୟକ୍ତି ଛୁରାରେ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସେପଟେ ପୋଲିସ ଗୁଳି ମାଡ଼ରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ଏହି ଘଟଣାରେ ଗୁରୁତର ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ମାଓବାଦୀଙ୍କ ବିରୋଧରେ ଲାଗିଲା ପୋଷ୍ଟର, ରାସ୍ତା କାମ ନେଇ ମାଓବାଦୀଙ୍କୁ ପ୍ରଶ୍ନ

କଲ୍ୟାଣସିଂହପୁର: ମାଓବାଦୀଙ୍କ ବିରୋଧରେ ଲାଗିଲା ପୋଷ୍ଟର । ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ପକ୍ଷରୁ ମାଓବାଦୀଙ୍କ ବିରୋଧରେ ୫ଟି ପୋଷ୍ଟର ଲାଗିଛି । ସେହିପରି କଲ୍ୟାଣସିଂହପୁରରେ ଗୋଟିଏ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

ନିୟମଗିରି ଅଞ୍ଚଳର ଉନ୍ନତି ପାଇଁ ରାସ୍ତାଘାଟ କେବେ ତିଆରି ହେବ । ନିୟମଗିରି ସୁରକ୍ଷା ସମିତି ନଁ।ରେ କେତେଦିନ ନୀରିହ ଡଙ୍ଗରିଆଙ୍କ ଉପରେ ଅତ୍ୟାଚାର ଚାଲୁରହିବ । ରାସ୍ତାକାମ ଠିକାଦାରଙ୍କ ଠାରୁ ଟଙ୍କା ନେବା କେବେ ବନ୍ଦ ହେବ ପୋଷ୍ଟରରେ ଉଲ୍ଲେଖ ରହିଛି ।

ଉନ୍ନତି କରୁଥିବା ଯୁବକମାନଙ୍କୁ ମାଓବାଦୀଙ୍କ ନାମରେ ମୃତ୍ୟୁର ଧମକଦେବା କେବେ ବନ୍ଦ ହେବ । ରାସ୍ତା କାର୍ଯ୍ୟରେ ଲାଗିଥିବା ଗାଡ଼ି ମୋଟର ପୋଡ଼ି ଦେବା ପାଇଁ ମାଓବାଦୀଙ୍କୁ କିଏ କହିଛି ।

ମାଓବାଦୀଙ୍କ କାର୍ଯ୍ୟକଳାପକୁ ନେଇ ନିୟମଗିରି ସୁରକ୍ଷା ସମିତି କିଛି କହୁନାହାନ୍ତି କାହିଁକି । ନିୟମଗିରି ସୁରକ୍ଷା ସମିତି କଣ ମାଓବାଦୀଙ୍କୁ ସାହାଯ୍ୟ କରୁଛି କିଏ ? ଏହି ଅଞ୍ଚଳର ଉନ୍ନତି ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସାହାଯ୍ୟ କରନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା !

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ନୂଆପଡ଼ାରେ ବର୍ଷା ହୋଇପାରେ ।

ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ମେଘୁଆ ପାଗ ରହିବ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁହୁଡ଼ି ଦେଖାଦେବ । ଘନ କୁହୁଡ଼ି ପାଇଁ କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି ।

ଏସବୁ ଜିଲ୍ଲାରେ ୨ଶହ ମିଟର ତଳେ ଭିଜିବିଲିଟି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।