କରୋନା ଭାଇରସ୍‌’ର ଟାର୍ଗେଟ୍‌ରେ କାହିଁକି ଅଛି ମଣିଷ ?

1 min read

ବ୍ୟୁରୋ ରିପୋର୍ଟ: ଚୀନ୍‌ରେ ଆତଙ୍କ ଖେଳାଇଛି କରୋନା ଭାଇରସ୍‌ । ମୃତ୍ୟୁ ସଂଖ୍ୟା ୩୬୦କୁ ଛୁଇଁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ୍‌ ସରକାରଙ୍କ ଉଦ୍ୟମ ପରେ ବି କରୋନା ନିୟନ୍ତ୍ରଣକୁ ଆସୁନି । ଚୀନ୍‌ରେ ଗତ ୨୪ଘଣ୍ଟା ମଧ୍ୟରେ ପୁଣି ୫୪ଜଣଙ୍କ ମୃତ୍ୟୁ ହୋଇଛି । ୨ହଜାର ୫୯୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ଏହାସହ ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୩୮୦ରେ ପହଞ୍ଚିଛି । କରୋନା ଭାଇରସ୍‌ ଏବେ ମହାମରୀର ରୂପ ନେଇଛି ।

କରୋନା ଭାଇରସ୍‌ କେଉଁଠୁ ଆସିଲା ତା ବିଷୟରେ କିଛି ଜାଣିଛନ୍ତି କି ?

ଏହି ରୋଗର ଶୀକାର ମଣିଷ କାହିଁକି ହେଲା ? ଯଦି ଜାଣିନାହାନ୍ତି ତେବେ ଜାଣିନିଅନ୍ତୁ…

ଉହାନର ରେଡ଼ ମାର୍କେଟରୁ ଆସିଛି ଏହି କରୋନା ଭାଇରସ । ଏହି ମାର୍କେଟରେ ୧୧୨ ପ୍ରକାରର ଜୀବଜନ୍ତୁଙ୍କର ମାଂସ ବିକ୍ରୀ କରାଯାଏ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ସେହି ମାନଙ୍କର ମାଂସ ଏଠାରେ ବିକ୍ରୀ କରାଯାଏ ।

ଏଠାରେ ଖାଲି କୁକୁଡ଼ା ଛେଳି କି ମାଛର ମାଂସ  ବିକ୍ରୀ କରଯାଏ ନାହିଁ । ସାପ, ଗଧ, ମାଙ୍କଡ଼, କୁମ୍ଭୀର, ଘୁଷୁରି, ମୁଷା, ଗାଇ, କୁକୁର, ଭଳି ବିଭିନ୍ନ  ଜୀବଜନ୍ତୁଙ୍କର ମାଂସ ବିକ୍ରୀ କରାଯାଇଥାଏ । ଗଧର କଞ୍ଚା ମାଂସ, କାଙ୍କଡ଼ ମୁଣ୍ଡର ସୁପ, ସାପର ମାଂସ ଚୀନିମାନଙ୍କୁ ଭାରି ପସନ୍ଦ ।

ଏହି ସବୁ ଜୀବଜନ୍ତୁଙ୍କୁ ଏଠାରେ କେମିତି ଖାନ୍ତି

ଗେଣ୍ଡା- ଜିଅନ୍ତା ଗେଣ୍ଡାକୁ ସିଝେଇ ଖାଇଥାନ୍ତି ଏହି ଚୀନି ମାନେ ।

ଚିଙ୍ଗୁଡ଼ି- ଜିଅନ୍ତା ଚିଙ୍ଗଡ଼ିରୁ ତାର ମୁଣ୍ଡ ଏବଂ ଲାଞ୍ଜ ଛିଡ଼ାଇ ରେଡ଼ ଚିଲି ସସ୍‌ରେ ଭୁଡ଼େଇ ଖାଇଥାନ୍ତି ଏମାନେ ।

ଗଧ ମାଂସ- ଚୀନରେ ଗଧର ଫ୍ରେସ୍‌ ମାଂସକୁ ବହୁତ ପସନ୍ଦ କରାଯାଇଥାଏ । ଏହାକୁ କଞ୍ଚା ମାଂସକୁ ଚୀନର ବଡ଼ ବଡ଼ ହୋଟେଲରେ ମଧ୍ୟ ଖାଇବା ପାଇଁ ଦିଆଯାଇଥାଏ  ।

ମାଙ୍କଡ଼ର ମୁଣ୍ଡ- ଚୀନରେ ମାଙ୍କଡ଼ର ମୁଣ୍ଡକୁ ବହୁତ  ପସନ୍ଦ କରିଥାନ୍ତି । ଦାମି ଖାଦ୍ୟ ଭିତରୁ ଏହା ହେଉଛି ଏକ ଖାଦ୍ୟ । ମାଙ୍କଡ଼ର ବ୍ରେନ୍‌କୁ ସୁପ୍‌ କରି ଚୀନି ମାନେ ଖାଇଥାନ୍ତି ।

ମୁଷା- ମୁଷା ଛୁଆକୁ ତନ୍ଦୁରିକରି, ମାନେ ନିଆଁରେ ପୋଡ଼ି ଖାଇଥାନ୍ତି ଏମାନେ ।

କୁମ୍ବୀର- କୁମ୍ଭୀରକୁ ମାରି ତାର ପୁରା ଶରିରକୁ ପୋଡ଼ି ବା ସିଝାଇ ଖାଇଥାନ୍ତି ଚୀନି ମାନେ ।

ସବୁଠାରୁ ବଡ଼ କଥା ହେଉଛି ଯେଉଁ ଜୀବଜନ୍ତୁ ମାନଙ୍କୁ ଚୀନି ମାରିକି ଖାଇଲା, ସେହିମାନଙ୍କ ଦେହରୁ ଏହି ଭାଇରସ୍‌ ମଣିଷ ଦେହରେ ପ୍ରବେଶ କରିଛି । ଯାହା ପୂର୍ବରୁ କେବଳ ଜୀବଜନ୍ତୁମାନଙ୍କ ଦେହରେ ଯାଉଥିଲା ତାହା ଆଜି ମଣିଷଙ୍କ ଦେହରେ ଘରକରି ବସିଛି ।

କହିବାକୁ ଗଲେ ଏହି କରୋନା ଭାଇରସ ଜୀବଜନ୍ତୁଙ୍କ ଦେହରୁ ମଣିଷ ଶରୀରକୁ ପ୍ରବେଶ କରିଛି । ସଂକ୍ରମିତ ସାପକୁ ଚୀନି ଖାଇବା ପରେ ଏହି ଭାଇରସ ଲୋକଙ୍କୁ ବ୍ୟାପିଥିବା କୁହାଯାଉଛି । ଏବେ ଏହି ଉହାନ ରେଡ୍‌ ମାର୍କେଟକୁ ପୂରାପୂରି ଭାବେ ବନ୍ଦ କରିଦିଆଯାଇଛି ।

ଏହି ଭାଇରସ୍‌କୁ ପ୍ରକୃତିର ପରିବର୍ତ୍ତନ କୁହାଯାଇପାରେ  । ମଣିଷ ପ୍ରକୃତି ସହ ବହୁତ ବଡ଼ ଖେଳ ଖେଳିଛି । ମଣିଷକୁ ବଢ଼ିବା ପାଇଁ ପ୍ରକୃତି ସବୁ କିଛି ଦେଲା । ମନୁଷ୍ୟକୁ ଯାହା ସବୁ ଦରକାର ପ୍ରକୃତି ସେସବୁ ଦାନ କଲା । ଗଛ ଲତା, ପାଣି ପବନ, ଫଳ ମୂଳ ସବୁକିଛି । ଯାହା ପାଇଁ ମଣିଷ ଆଜିର ଦୁନିଆରେ ସବୁଠାରୁ ଶକ୍ତିଶାଳି ପ୍ରଜାତିରେ ଗଣାଯାଉଛି ।

କିନ୍ତୁ ମଣିଷ ପ୍ରକୃତିକୁ ଦେଲା କ’ଣ । ପ୍ରତ୍ୟକ ସମୟରେ ପ୍ରକୃତିକୁ ଦହନ କରିବାରେ ଲାଗିଲା ମିଣିଷ । କେବେ ପ୍ରକୃତିକୁ ସଂରକ୍ଷଣ କରିବାର ଚିନ୍ତା କଲାନି । ୧୦୦ ଲୋକଙ୍କ ମଧ୍ୟରୁ ୯୮ ଜଣ କେବଳ ପ୍ରକୃତିକୁ ଦହନ କରିବାରେ ଲାଗିଲେ । ଆଉ ତାର ପରିଣାମ ବସତଃ ଆଜି ମନୁଷ୍ୟ ପ୍ରଜାତିକୁ ଏହି ଭାଇରସ ସହ ଲଢ଼ିବାକୁ ପଡ଼ୁଛି ।

କେମିତି ହେଲା ଏ ସବୁ ?

କଣ ଏହାକୁ ପ୍ରକୃତିର ପ୍ରତିଶୋଧ କହିବା ?

କଣ ପ୍ରକୃତି ମଣିଷଙ୍କୁ ଦେଇଥିବା ସ୍ଥାନ ପୁଣି ଛଡ଼େଇ ନେବାକୁ ଚାହୁଁଛି ?

କଣ ଆଗକୁ ମଣିଷ କୁ ପରିବର୍ତ୍ତନ ହେବାକୁ ପଡ଼ିବ ?

ସନ୍ଦେହ ଏବେବି ଉପୁଜୁଛି  ମଣିଷ ପୁଣି ସେହି ଦୋଷକୁ ଦୋହରାଇବନି ତ ?

Leave a Reply