spot_img
Home Blog Page 7437

ଚିଲିକାରେ କାହିଁକି ବୁଡ଼ିଲା ଡଙ୍ଗା ? ଆଜିଠୁ ପ୍ରଶାସନର ଯାଞ୍ଚ

ଚିଲିକା: ଡଙ୍ଗାବୁଡ଼ି ଘଟଣାରେ ଆଜିଠୁ ଆରମ୍ଭ ହେବ ପ୍ରଶାସନର ଯାଞ୍ଚ । ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ବିଭାଗର ମିଳିତ ଟିମ୍‌ ଡଙ୍ଗା ଗୁଡ଼ିକର ଯାଞ୍ଚ କରିବ । ଉଭୟ ଯାତ୍ରୀବାହୀ ଏବଂ ମାଛଧରା ଡଙ୍ଗାର ଯାଞ୍ଚ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତିନି ଡଙ୍ଗା ମାଲିକଙ୍କ ସମେତ ୪ ଜଣଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି । କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନକୁ ଦାୟୀ କରି ଦୋଷ ଝାଡ଼ିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଡଙ୍ଗାବୁଡିର ସାମନା କରିଥିବା ସମସ୍ତ ଯାତ୍ରୀ ସୁସ୍ଥ ହେଲେଣି । ବାଲୁଗାଁ ମେଡିକାଲରେ ଭର୍ତ୍ତି ୨ଜଣ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଏବେ ବି ମେଡିକାଲରେ ଅଛନ୍ତି । ଚିଲିକା ଡେଭଲପମେଣ୍ଟ ଅଥୋରିଟି-ସିଡିଏ କହିଛି, ମାଛଧରା ଡଙ୍ଗାରେ ଯାତ୍ରା କରିବା ଦୁର୍ଭାଗ୍ୟଜନକ ।

ବିଶ୍ୱ ପାଳୁଛି କ୍ୟାନସର ଦିବସ

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ପାଳନ କରାଯାଉଛି କ୍ୟାନସର ଦିବସ । ମାରାତ୍ମକ କ୍ୟାନସର ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଚଳିତ ବର୍ଷର ଥିମ୍ ରହିଛି  I AM AND I WILL   । ଏହାର ଅର୍ଥ, ମୁଁ ଅଛି ଏବଂ ମୁଁ କରିବି । କ୍ୟାନସର ସହ ଯୁଦ୍ଧରେ ଆମେ ହାର ମାନିବାନି ।

କ୍ୟାନସର କିପରି ହୁଏ ଏବଂ ଏହାଠାରୁ କିପରି ଦୁରେଇ ରହି ହେବ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ସଚେତନ କରାଯାଉଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ବିଶ୍ୱର ସବୁଠାର ମାରାତ୍ମକ ରୋଗ ଭାବେ ବିବେଚନା କରାଯାଉଛି । ଏହି ରୋଗରେ ପିଡିତ ଲୋକମାନଙ୍କ ଅବସ୍ଥା କିପରି ଶୋଚନୀୟ ହୋଇଥାଏ ତାକୁ ନେଇ ଆଜି ବିଶ୍ୱବ୍ୟାପି ସସେଚତନ କରାଯାଉଛି । ବର୍ତ୍ତମାନ ସମୟରେ କ୍ୟାନସର ରୋଗରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଛି ।

ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ବିଭତ୍ସ ମାଡ଼, ଭିଡ଼ିଓ ଭାଇରାଲ୍

ପଶ୍ଚିମବଂଗରେ ମାନବିକତାର ଲଙ୍ଗଳା ନାଚ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଏହାର ଭିଡିଓ କରି ଭାଇରାଲ କରାଯାଇଛି । ଏହି ଭିଡ଼ିଓ ଆପଣଙ୍କୁ ବିଚଳିତ କରିପାରେ । ଦୁଇ ମହିଳାଙ୍କ ଗୋଡରେ ଦଉଡ଼ି ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାଡ ମରାଯାଉଥିବା ଦେଖିବାକୁ ମିଳିଛି । ଟିଏମସି ନେତା ଅମଳ ସରକାରଙ୍କ ନେତୃତ୍ୱରେ ଏଭିଳି ଭୟାନକ କାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ସ୍ଥାନୀୟ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । ତାଙ୍କ ଭଉଣୀକୁ ମଧ୍ୟ ରାସ୍ତାରେ ଘୋଷାଡ଼ି ଘୋଷାଡି ମରାଯାଇଛି ।

ଘଟଣା ଘଟିଛି ଦିନାଜପୁର ଜିଲ୍ଲାର ଫାଟାନଗର ଗାଁରେ । ଏହି ମହିଳାଙ୍କ ଜମିକୁ ଜବର ଦଖଲ କରି ରାସ୍ତା ତିଆରି କରାଯାଉଥିବା ବେଳେ ମହିଳା ଜଣକ ଏହାକୁ ବିରୋଧ କରିଥିଲେ । ପରେ ସେଠାରେ ଥିବା ଟିଏମସି ସମର୍ଥକ ମାନେ ତାଙ୍କୁ ମାଡ ମାରିଥିଲେ ।

ଘଟଣା ଆହୁରି ସାଂଘାତିକ ହୋଇଥିଲା । ମହିଳାଙ୍କ ଗୋଡରେ ରଶି ବାନ୍ଧି ଟାଣି ଟାଣି ନେଇଥିଲେ । ଏହାକୁ ମହିଳାଙ୍କ ଭଉଣୀ ବିରୋଧ କରିବାରୁ ତାକୁ ମଧ୍ୟ ମାଡ ମରାଯାଇଥିଲା । ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଭିଡିଓଟି ଭାଇରାଲ ହେବା ପରେ ରାଜ୍ୟରେ ଆଇନକାନୁନ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

ବାଲି ଟ୍ରାକ୍ଟର ଅଟକାଇବାରୁ ତହସିଲଦାରଙ୍କ ଅଫିସରେ ପଶି ପିଟିଲେ ଦୁର୍ବୃତ୍ତ

ଭଦ୍ରକ:  ଅଫିସରେ ମଧ୍ୟ ଆଉ ସୁରକ୍ଷିତ ନୁହନ୍ତି ସରକାରୀ କର୍ମଚାରୀ । ବାଲି ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅତିରିକ୍ତ ତହସିଲଦାର ଓ ରାଜସ୍ୱ ନିରୀକ୍ଷିକ । ଅଫିସରେ କାମ କରୁଥିବାବେଳେ ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁଙ୍କ ଉପରେ ୧୦ରୁ ଅଧିକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ ।  ବିଭିନ୍ନ ମାରଣାସ୍ତ୍ରରେ ଧରି ସେମାନେ ଅଫିସ ଭିତରେ ପଶି ଆକ୍ରମଣ କରିବା ସହ ଗୁଣ୍ଡାରାଜ ଚଳାଇଥିଲେ ।

ଘଟଣାନୁଯାୟୀ, ଭଣ୍ଡାରୀପୋଖରୀ ମଂଜୁରୀରୋଡରେ ରାଜସ୍ୱ ନିରୀକ୍ଷକ ୨ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇଥିଲେ । ତେବେ ଟ୍ରାକ୍ଟରରୁ ବାଲି ଢାଳି ଡ୍ରାଇଭର ଟ୍ରାକ୍ଟର ଧରି ଫେରାର ହେବାକୁ ଚେଷ୍ଟା କରିଥିଲା । ଏହାପରେ ରାଜସ୍ୱ ନିରୀକ୍ଷକ ଗାଡି ନମ୍ବର ନୋଟ୍‌ କରିବା ସହ ସେମାନଙ୍କ ମୋବାଇଲ ରଖି ପକାଇଥିଲେ ।  ଘଟଣାର ସମ୍ପର୍କରେ ସୂଚନା ପାଇବା ପରେ ଅତିରିକ୍ତ ତହସିଲଦାର ଭଣ୍ଡାରୀପୋଖରୀରେ ପହଞ୍ଚିଥିଲେ । ଏହାପରେ ରାଜସ୍ୱ ନିରୀକ୍ଷକଙ୍କ ସହ ଅଫିସରେ ବସି ଆଲୋଚନା କରୁଥିବା ବେଳେ ୧୦ରୁ ଅଧିକ ଲୋକ ହଠାତ୍‌ ପଶି ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟିଯାଇଥିବାବେଳେ ରାଜସ୍ୱ ନିରୀକ୍ଷକ ମଧ୍ୟ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ।

ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରିବା ଦାବିରେ ଆନ୍ଦୋଳନ, ପୋଲିସ-ଜନତା ମୁହାଁମୁହିଁ

ବରଗଡ଼: ବିଧାୟକଙ୍କ ପ୍ରତିଶ୍ରୁତି ପରେ ବରଗଡ ପୁରୁଣା ଡାକ୍ତରଖାନା ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି । ୨ଜଣ ଡାକ୍ତର ସେଠାରେ ଚିକିତ୍ସା ଆରମ୍ଭ କରିଥିବା ବେଳେ ଔଷଧ ବିତରଣ କେନ୍ଦ୍ରରୁ ରୋଗୀଙ୍କୁ ଔଷଧ ଦିଆଯାଇଛି । ଫଳରେ ସିଟି ହସ୍ପିଟାଲ ଦାବିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହତ ହୋଇଛି ।

ବରଗଡ ସହରର ଥିବା ପୁରୁଣା ଡାକ୍ତରଖାନାକୁ ଭଟଲି ରୋଡରେ ଥିବା ଖେଦାପାଲିକୁ ସ୍ଥାନାନ୍ତର କରିବା ପରେ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରିବା ଦାବିରେ ବରଗଡ ସହରରେ ରାସ୍ତା ଅବରୋଧ ସହ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଆନ୍ଦୋଳନ ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିବାବେଳେ ପୋଲିସ କଲୋନୀ ଉପରକୁ ଟେକା ମାଡ଼ କରିଥିଲେ ଆନ୍ଦୋଳନକାରୀ ।

କଳା ସଂସ୍କୃତିରେ ଭରପୂର କନ୍ଧମାଳ: ଦୂତୀ ଚାନ୍ଦ

କନ୍ଧମାଳ: ଆରମ୍ଭ ହୋଇଛି କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ଫୁଲବାଣୀ କରୋନେସନ୍‌ ପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ମହୋତ୍ସବ । ଏଥିରେ ଦୂରଦୂରାନ୍ତରୁ ବହୁ କଳାକାର ସାମିଲ ହୋଇଥିବା ବେଳେ ପଲ୍ଲିଶ୍ରୀ ମୁଖ୍ୟ ଆକର୍ଷଣ ପାଲଟିଛି । ତେବେ ଏନେଇ ମହାରାଷ୍ଟ୍ରରୁ ଆସିଥିବା କଳାକାରମାନେ ନିଜ ଲୋକାଲ୍ ଡ୍ୟାନ୍ସ ଲାଓନୀ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ । ପଡ଼ିଆରେ ପ୍ରାୟ ୧୪୩ଟି ଷ୍ଟଲରେ ବିଭିନ୍ନ ସାମଗ୍ରୀର କିଣାବିକା ଚାଲିଛି । ଏନେଇ ଲାଗିଛି ଲୋକଙ୍କର ଭିଡ ।

ଏହି ମହୋତ୍ସବରେ ମୂଖ୍ୟ ଅତିଥି ଭାବେ କନ୍ଧମାଳର ଲୋକସଭା ସାଂସଦ ଡଃ ଅଚ୍ୟୁତ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ ।

ଏହାସହ ମହୋତ୍ସବରେ ଜାତୀୟ ଆଥେଲେଟିକ୍ ଦୂତୀ ଚାନ୍ଦ, ଓଡ଼ିଆ ସିନେ ତାରକା ସବ୍ୟସଚୀ ଓ ଅର୍ଚ୍ଚିତା ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ସଭ୍ୟା ଆକାଂକ୍ଷା ପ୍ରଧାନ ଯୋଗ ଦେଇଥିଲେ ।

କନ୍ଧମାଳରେ କଳା ସଂସ୍କୃତି ଭରପୂର ରହିଛି । କନ୍ଧମାଳ ଜିଲ୍ଲା ପ୍ରଗତି ପଥରେ ଆଗେଇ ଚାଲିଛି । ଧାବିକା ଦୂତୀ ଚାନ୍ଦ ନିଜ ଆଥଲେଟିକ୍ କ୍ୟାରିୟରରେ ସଫଲତା ପାଇବା ପଛରେ ଅଚ୍ୟୁତ ସାମନ୍ତଙ୍କ ଯଥେଷ୍ଟ ଭୁମିକା ରହିଥିବା କହିଥିଲେ ଦୂତି ।

ବିଦ୍ୟୁତ ଦର ଧାର୍ଯ୍ୟ ପାଇଁ ଓଇଆର୍‌ସିରେ ଶୁଣାଣି ଆରମ୍ଭ, ଦର ବୃଦ୍ଧିର ପ୍ରସ୍ତାବ ରଖିଲା ଓଏଚ୍‌ପିସି

ଭୁବନେଶ୍ବର : ୨୦୨୦-୨୦୨୧ ଆର୍ଥକ ବର୍ଷ ପାଇଁ ବିଦ୍ୟୁତ ଦର ଧାର୍ଯ୍ୟ କରିବାକୁ ଓଡ଼ିଶା ବିଦ୍ୟୁତ୍‌ ନିୟମାକ ଆୟୋଗ-ଓଇଆର୍‌ସି ଶୁଣାଣି ଆରମ୍ଭ କରିଛି । ପ୍ରଥମ ଦିନରେ ଜଳ ବିଦ୍ୟୁତ ନିଗମ- ଓଏଚ୍‌ପିସି ଚଳିତବର୍ଷ ୟୁନିଟ୍‌ ପିଛା ବିଦ୍ୟୁତ୍‌ ଦର ୮୮ ପଇସାରୁ ୯୬ ପଇସାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛି । ଓଏଚ୍‌ପିସିର ଏହି ପ୍ରସ୍ତାବକୁ ବିରୋଧ କରିଛି ବିଦ୍ୟୁତ୍ ଉପଭୋକ୍ତ ମହାସଂଘ ।


ବିଦ୍ୟୁତ ଦର ଧାର୍ଯ୍ୟ ପାଇଁ ଓଇଆର୍‌ସିର ଶୁଣାଣି ବେଳେ ପ୍ରଥମ ଦିନ ପକ୍ଷ ରଖିଛି ଓଏଚ୍‌ପିସି । ବୃଦ୍ଧି ପାଇଁ ଦେଇଛି ପ୍ରସ୍ତାବ । ଉପଭୋକ୍ତ। ସଂଘ କିନ୍ତୁ ଏହାକୁ ସିଧା ସଳଖ ବିରୋଧ କରିଛି । ତେବେ ମାର୍ଚ୍ଚରେ ହେବ ଚୂଡ଼ାନ୍ତ ନିଷ୍ପତ୍ତି । ପୁରୁଣା ୟୁନିଟ୍‌ର ରକ୍ଷଣାବେକ୍ଷଣ ଓ ନବୀକରଣ ପାଇଁ ଅଧିକ ଅର୍ଥ ଆବଶ୍ୟକ । ତେଣୁ ଦର ବୃଦ୍ଧି ପାଇଁ ଓଏଚ୍‌ପିସି ଯୁକ୍ତି ଦର୍ଶାଇଛି । ୨୦୨୦-୨୧ ବର୍ଷରେ ୫ ହଜାର ୬୦୨ ଦଶମିକ ୬୦ ମିଲିୟନ ୟୁନିଟ ବିଦ୍ୟୁତ୍‌ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି ଓଏଚ୍‌ପିସି । ଏହାସହ ବାର୍ଷିକ ଆୟ ୫୩୬ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ସଂସ୍ଥା ଲକ୍ଷ୍ୟ ରଖିଛି ।


ସେପଟେ ଟାରିଫ ବୃଦ୍ଧି ପ୍ରସ୍ତାବକୁ ବିଦ୍ୟୁତ ଉପଭୋକ୍ତା ସଂଘ ଓ ବିଶେଷଜ୍ଞ ବିରୋଧ କରିଛନ୍ତି । ରାଜ୍ୟ ସରକାରଙ୍କୁ ୩୧କୋଟି ଟଙ୍କା ଲାଭାଂଶ ଦେବା ଓ ୬୬୨ କୋଟି ଫିକ୍ସଡ ଡିପୋଜିଟ୍‌ ପରେ କିପରି ଓଏଚ୍‌ପିସି ଟାରିଫ ବୃଦ୍ଧି ପ୍ରସ୍ତାବ ଦେଉଛି ବୋଲି ଉପଭୋକ୍ତ। ସଂଘ ପ୍ରଶ୍ନ କରିଛି । ଓଏଚ୍‌ପିସି କାହଁକି ବକେୟା ୪ ଶହ କୋଟି ଟଙ୍କା ଆଦାୟ କରୁନାହିଁ ବୋଲି ବିଦ୍ୟୁତ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ପ୍ରଶ୍ନ କରିଛନ୍ତି ।


୧୪ ତାରିଖ ପର୍ଯ୍ୟନ୍ତ ଓଇଆରସିରେ ଶୁଣାଣି ଚାଲିବ । ବିଭିନ୍ନ ବିଦ୍ୟୁତ ବିତରକ ସଂସ୍ଥା ପକ୍ଷ ରଖିବେ । ତେବେ ମାର୍ଚ୍ଚ ତୃତୀୟ ସପ୍ତାହରେ ଜଣା ପଡ଼ିବ ବିଦ୍ୟୁତ ଟାରିଫ ବୃଦ୍ଧି ପାଇବ କି ନାହିଁ । ୨ ବର୍ଷ ହେଲା ବିଦ୍ୟୁତ ଦର ବୃଦ୍ଧି ପାଇ ନଥିବାରୁ ଏଥର ବଢ଼ିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି ।

ପାରମ୍ପରିକ ଢେମସା ନୃତ୍ୟରେ ଝୁମିଉଠିଲେ ଛୋଟରୁ ବଡ଼ 

ମାଲାକାନଗିରି: ମାଲାକାନଗିରିରେ ଆରମ୍ଭ ହୋଇଛି ମାଲ୍ୟବନ୍ତ ମହୋତ୍ସବ । ମହୋତ୍ସବ ଆରମ୍ଭରୁ ଏକ ବିରାଟ କଳସ ଶୋଭାଯାତ୍ରା ବାହାରିଥିଲା ।

ଆଉ ତା ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପାରମ୍ପରିକ ଢେମସା ନୃତ୍ୟରେ ଝୁମିଉଠିଥିଲେ ଛୋଟରୁ ବଡ଼ ସମସ୍ତେ ।

ସାଂସ୍କୃତିକ ମଞ୍ଚରେ ଶୋଭାଯାତ୍ରାରେ ଅଣାଯାଇଥିବା କଳସ ପୂଜାର୍ଚ୍ଚନା ସହିତ ସ୍ଥାପନ କରାଯାଇଥିଲା । ସେପଟେ ଲୋକଙ୍କ ଭିଡ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଆଇଏଏସ୍‌ ବିଜୟ କେତନଙ୍କୁ ମିଳିଲା ଜାମିନ

କଟକ: IAS ବିଜୟ କେତନ ଉପାଧ୍ୟୟଙ୍କୁ ମିଳିଲା ଜାମିନ ଜାମିନ ପ୍ରଦାନ କଲେ ମାନ୍ୟବର ହାଇକୋର୍ଟ ତଳକୋର୍ଟଙ୍କ ଦ୍ୱାରା ସର୍ତ୍ତ ଧାର୍ଯ୍ୟ ନେଇ କୋର୍ଟଙ୍କ ନିର୍ଦ୍ଦେଶ । ୧ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ବିଜୟ କେତନ ଉଦ୍ୟନ କୃଷି ବିଭାଗର ନିର୍ଦ୍ଦେଶକଭାବେ କାର୍ଯ୍ୟରତଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ବିଜୟ କେତନ । ବିଜୟଙ୍କ ସହ ୟେସ୍‌ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ଗିରଫ କରିଥିଲା ଭିଜିଲାନ୍ସ । ପୂର୍ବରୁ ତାଙ୍କ ପତ୍ନୀ ତୋଷିମା ମିଶ୍ରଙ୍କ ତାଙ୍କୁ ଫସାଇ ଦିଆଯାଇଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଗିରଫ ପରେ ବିଜୟ କେତନଙ୍କୁ ନିଲମ୍ୱିତ ମଧ୍ୟ କରାଯାଇଥିଲା । 

ହଷ୍ଟେଲରେ ବିଟେକ୍‌ ଛାତ୍ରଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟିର ହଷ୍ଟେଲରେ ଜଣେ ବିଟେକ୍‌ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଛାତ୍ର ହେଲେ ତାଳଚେର କଣିହାଁର ପଙ୍କଜ ନାୟକ । ହଷ୍ଟେଲ ରୁମ୍‌ରେ ରହୁଥିବା ଅନ୍ୟ ଛାତ୍ରମାନେ କ୍ଲାସ୍‌ କରିବାକୁ ଯାଇଥିଲେ ।

ଏହି ସମୟରେ ପଙ୍କଜଙ୍କ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସାଥୀମାନେ ଫେରିବା ବେଳକୁ ରୁମ୍‌ ବନ୍ଦ ଥିଲା । ସେମାନେ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ପଙ୍କଜଙ୍କୁ ଦେଖି କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ ।

ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ମୃଣ୍ଡାପାଳ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ପଙ୍କଜଙ୍କୁ ମୃତ ଘୋଷଣା କରିଥିଲେ ।

ପୁଅକୁ ହତ୍ୟା କରାଯାଇଥିବା ଓ ଏକଥା ପଚାରିବାରୁ କଲେଜ ଅଧ୍ୟକ୍ଷ ତାଙ୍କୁ ମାଡ଼ ମାରିଥିବା ପଙ୍କଜଙ୍କ ବାପା ଅଭିଯୋଗ କରିଛନ୍ତି ।

କଲେଜ ଅଧ୍ୟକ୍ଷ ଏହାକୁ ଖଣ୍ଡନ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।