ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରିବା ଦାବିରେ ଆନ୍ଦୋଳନ, ପୋଲିସ-ଜନତା ମୁହାଁମୁହିଁ

1 min read

ବରଗଡ଼: ବିଧାୟକଙ୍କ ପ୍ରତିଶ୍ରୁତି ପରେ ବରଗଡ ପୁରୁଣା ଡାକ୍ତରଖାନା ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି । ୨ଜଣ ଡାକ୍ତର ସେଠାରେ ଚିକିତ୍ସା ଆରମ୍ଭ କରିଥିବା ବେଳେ ଔଷଧ ବିତରଣ କେନ୍ଦ୍ରରୁ ରୋଗୀଙ୍କୁ ଔଷଧ ଦିଆଯାଇଛି । ଫଳରେ ସିଟି ହସ୍ପିଟାଲ ଦାବିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହତ ହୋଇଛି ।

ବରଗଡ ସହରର ଥିବା ପୁରୁଣା ଡାକ୍ତରଖାନାକୁ ଭଟଲି ରୋଡରେ ଥିବା ଖେଦାପାଲିକୁ ସ୍ଥାନାନ୍ତର କରିବା ପରେ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରିବା ଦାବିରେ ବରଗଡ ସହରରେ ରାସ୍ତା ଅବରୋଧ ସହ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଆନ୍ଦୋଳନ ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିବାବେଳେ ପୋଲିସ କଲୋନୀ ଉପରକୁ ଟେକା ମାଡ଼ କରିଥିଲେ ଆନ୍ଦୋଳନକାରୀ ।

Leave a Reply