spot_img
Home Blog Page 7433

ହୋମିଓ କ୍ଲିନିକ୍‌ରୁ ଜବତ ହେଲା ବିପୁଳ ପରିମାଣର ବେଆଇନ୍‌ କଫ୍‌ ସିରପ୍‌

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ କ୍ଲିନିକ୍‌ରୁ ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ । ସହରର ଲିଙ୍ଗରାଜ ନଗରରେ ଥିବା ଗଣନାଥ ହୋମିଓ କ୍ଲିନିକ୍‌ରେ ଚଢାଉ କରି କଫ୍‌ ସିରପ୍‌ ଜବତ କରାଯାଇଛି ।

ଘଟଣାରେ କ୍ଲିନିକ୍‌ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଜବତ କଫ ସିରପରେ ଆଲକହଲ ପରିମାଣ ଅଧିକ ଥିବା ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳିଛି ।

ଡ୍ରଗ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଚଢାଉରେ ସାମିଲ ହୋଇଥିଲେ । ବର୍ତ୍ତମାନ ଚଢାଉ ଜାରି ଥିବା ବେଳେ ଜବତ କଫ୍‌ ସିରପ୍‌ର ମୂଲ୍ୟ ଆକଳନ ହୋଇନି  ।

ଭୁବନେଶ୍ୱର: ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା । ନୋଟିସ୍ ପଠେଇବୁ କି ନାହିଁ, ଅନୁଧ୍ୟାନ କରୁଛୁ । ଦରକାର ପଡ଼ିଲେ ଶଙ୍କରାଚାର୍ଯ୍ୟ ଓ ମୁକ୍ତି ମଣ୍ଡପ ପଣ୍ଡିତଙ୍କ ମତ ନେବୁ ।

ଭୁବନେଶ୍ୱର: ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା । ନୋଟିସ୍ ପଠେଇବୁ କି ନାହିଁ, ଅନୁଧ୍ୟାନ କରୁଛୁ । ଦରକାର ପଡ଼ିଲେ ଶଙ୍କରାଚାର୍ଯ୍ୟ ଓ ମୁକ୍ତି ମଣ୍ଡପ ପଣ୍ଡିତଙ୍କ ମତ ନେବୁ ।

ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ । ଦେଶରେ ହିନ୍ଦୁ, ମୁସଲିମ୍, ସିଖ୍, ଖ୍ରୀଷ୍ଟିଆନ୍, ବୌଦ୍ଧ, ପାରସୀ ଓ ଜୈନ୍ ଗୋଟିଏ ପରିବାରର ଅଂଶ । ପରିବାରର ପ୍ରତି ସଦସ୍ୟଙ୍କ ବିକାଶ ହେବା ଉଚିତ୍ । ଆମ ସରକାର ‘ସବକା ସାଥ୍ ସବକା’ ବିକାଶ ନୀତିରେ କାମ କରୁଛନ୍ତି ।

ରାଜ୍ୟସଭାରେ ଦାବି ଦୋହରାଇଲେ ସସ୍ମିତ ପାତ୍ର, ହେଉ ଜାତି ଭିତ୍ତିକ ଗଣନା

ନୂଆଦିଲ୍ଲୀ: ୨୦୨୧ ଜନଗଣନା ସମୟରେ ଓଡିଶାରେ ସାମାଜିକ, ଆର୍ଥିକ ତଥା ଅନ୍ୟ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର । ଏହି ପ୍ରସଙ୍ଗକୁ ସେ ରାଜ୍ୟସଭାରେ ଉପସ୍ଥାପନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିବାକୁ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖିଛନ୍ତି ।

୧୯୩୧ରୁ ଦେଶରେ ଜନଗଣନା ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟରେ ସାମାଜିକ, ଆର୍ଥିକ ତଥା ଅନ୍ୟ ପଛୁଆ ବର୍ଗଙ୍କ ପ୍ରକୃତ ସଂଖ୍ୟା କିମ୍ବା ତଥ୍ୟ ପ୍ରସ୍ତୁତ ହୋଇପାରିନାହିଁ । ଫଳରେ ସେମାନଙ୍କ ବିକାଶ ପାଇଁ ନିର୍ଦ୍ଧିଷ୍ଟ ଯୋଜନା ପ୍ରଣୟନ କରିବା ଦିଗରେ ଅନେକ ଅସୁବିଧା ହେଉଛି । ତେଣୁ ଆଗାମୀ ଜନଗଣନା ସମୟରେ ଏହାକୁ ସାମିଲ କରିବାକୁ ଓଡିଶା କ୍ୟାବିନେଟରେ ପ୍ରସ୍ତାବ ଗୃହୀତ ହୋଇଛି ଏବଂ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ ମଧ୍ୟ କରାଯାଇଛି । ଜନଗଣନା ସମୟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ମଧ୍ୟ ସସ୍ମିତ ପାତ୍ର କହିଛନ୍ତି ।

ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ ୫ ଗୁରୁତର

ବାଲିଗୁଡ଼ା/ପାରାଦୀପ: ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଜଣେ ମୃତ, ଜଣେ ଗୁରୁତର । କନ୍ଧମାଳ ବାଲିଗୁଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ହେଲେ ମହାସିଙ୍ଗି ଗାଁର ପିତବାସ କହଁର ।

ଆହତ ଜଣକ ହେଲେ ଦଣ୍ଡପଦର ଗଁ।ର ଧିରେନ ନାୟକ । ଦୁର୍ଘଟଣା ପରେ ଉଭୟଙ୍କୁ ବାଲିଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ପିତବାସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଧିରେନ୍‌ଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି ।

ପାରାଦୀପ ଗଡ଼ ଲୋକନାଥ ମନ୍ଦିର ଗଡାରେ ଟ୍ରକ୍‌କୁ ପଛରୁ ପିଟିଛି କାର୍‌ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଗତ ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମୃତକ ହେଉଛନ୍ତି ସାରଦା ସ୍ୱାଇଁ ।

ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ । ଅଯୋଧ୍ୟା ରାମ ମନ୍ଦିର ବିକାଶ ପାଇଁ ଯୋଜନା କରିଛୁ । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନାଁରେ ଟ୍ରଷ୍ଟ ଗଠନ କରାଯାଇଛି ।

ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ । ଅଯୋଧ୍ୟା ରାମ ମନ୍ଦିର ବିକାଶ ପାଇଁ ଯୋଜନା କରିଛୁ । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନାଁରେ ଟ୍ରଷ୍ଟ ଗଠନ କରାଯାଇଛି ।

ଢେଙ୍କାନାଳ: ପରଜଙ୍ଗ ଥାନା ଦଦରାଘାଟି ୩ ନମ୍ବର କଲୋନୀ ଦଳିତବସ୍ତି ନିକଟରୁ ନାବାଳକର ମୃତଦେହ ଠାବ । ମୃତକ ମକୁ ନାୟକ, ହତ୍ୟା ଅଭିଯୋଗ ।୩ ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ।

ଢେଙ୍କାନାଳ: ପରଜଙ୍ଗ ଥାନା ଦଦରାଘାଟି ୩ ନମ୍ବର କଲୋନୀ ଦଳିତବସ୍ତି ନିକଟରୁ ନାବାଳକର ମୃତଦେହ ଠାବ । ମୃତକ ମକୁ ନାୟକ, ହତ୍ୟା ଅଭିଯୋଗ ।୩ ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ।

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଆଗକୁ ଲାଗିବ ଶୀତରେ ବ୍ରେକ୍‌

ଭୁବନେଶ୍ୱର: କମିବ ଶୀତ । ୯ ତାରିଖ ଯାଏଁ ଅଧିକ ରହିବ ସର୍ବନିମ୍ନ ତାପମାତ୍ରା । ଦିନତମାମ କୋହଲା ପାଗ ଜାରିରହିବ । ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆଜି ବଲାଙ୍ଗୀର, ବୌଦ୍ଧ, ସୋନପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳର ବିଭିନ୍ନ ସ୍ଥାନରେ କାଲି ରାତିରୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ବର୍ଷା ଲାଗିରହିଛି ।

୬ ତାରିଖ ପୂର୍ବାହ୍ନ ଯାଏ ହାଲୁକା ବର୍ଷା ହେବାକୁ ଥିବା ବେଳେ, ଅପରାହ୍ନରେ ପାଣିପାଗରେ ପରିବର୍ତ୍ତନ ଆସିପାରେ । ଅନ୍ୟପଟେ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବ ।

ଦୁଇ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଭୁବନେଶ୍ୱର: କିଡନୀ ଦାନ କରି ଅନ୍ୟ ଜୀବନ ବଞ୍ଚାଇଥିବା ମୃତ ପ୍ରିୟଙ୍କାରାଣୀଙ୍କ ପରିବାର ସୂରଜ ଯୋଜନାରେ ସାମିଲ ହେବ । ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।

ଭୁବନେଶ୍ୱର: କିଡନୀ ଦାନ କରି ଅନ୍ୟ ଜୀବନ ବଞ୍ଚାଇଥିବା ମୃତ ପ୍ରିୟଙ୍କାରାଣୀଙ୍କ ପରିବାର ସୂରଜ ଯୋଜନାରେ ସାମିଲ ହେବ । ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।

ପ୍ରିୟଙ୍କାଙ୍କ ଝିଅକୁ ମାଗଣା ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର

କିଡନି ଦାନ କରିଥିବା ପ୍ରିୟଙ୍କାଙ୍କ ଝିଅକୁ ମାଗଣା ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଗୁରୁତର ହୋଇ ପ୍ରିୟଙ୍କାଙ୍କ ଝିଅ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ । ପ୍ରିୟଙ୍କାଙ୍କ ପରିବାରର ତ୍ୟାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

Image result for chief minister of odisha

କିଡନୀ ଦାନ କରି ୨ଜଣଙ୍କ ଜୀବନ ବଞ୍ଚାଇଛନ୍ତି ପ୍ରିୟଙ୍କା । ତାଙ୍କ ପରିବାରକୁ ସୁରଜ ଯୋଜନାରେ ସମ୍ବର୍ଦ୍ଧିତ କରାଯିବ । ଏଥିସହ ସଫଳ କିଡନି ପ୍ରତିରୋପଣ ପାଇଁ ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।