ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଆଗକୁ ଲାଗିବ ଶୀତରେ ବ୍ରେକ୍‌

ଭୁବନେଶ୍ୱର: କମିବ ଶୀତ । ୯ ତାରିଖ ଯାଏଁ ଅଧିକ ରହିବ ସର୍ବନିମ୍ନ ତାପମାତ୍ରା । ଦିନତମାମ କୋହଲା ପାଗ ଜାରିରହିବ । ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆଜି ବଲାଙ୍ଗୀର, ବୌଦ୍ଧ, ସୋନପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳର ବିଭିନ୍ନ ସ୍ଥାନରେ କାଲି ରାତିରୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ବର୍ଷା ଲାଗିରହିଛି ।

୬ ତାରିଖ ପୂର୍ବାହ୍ନ ଯାଏ ହାଲୁକା ବର୍ଷା ହେବାକୁ ଥିବା ବେଳେ, ଅପରାହ୍ନରେ ପାଣିପାଗରେ ପରିବର୍ତ୍ତନ ଆସିପାରେ । ଅନ୍ୟପଟେ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବ ।

ଦୁଇ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Leave a Reply