spot_img
Home Blog Page 7428

ପାଇଖାନାରୁ ମିଳିଲା ଝୁଲନ୍ତା ମୃତଦେହ, ପରିବାର ଲୋକ କହିଲେ ଯୌତୁକ ପାଇଁ କରାଯାଇଛି ହତ୍ୟା

0

ସୁବର୍ଣ୍ଣପୁର: ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ମହିଳା ପ୍ରିୟବତୀ ମହାଲିକ । ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମହିଳାଙ୍କ ପରିବାର ଲୋକେ ଆଣିଲେ ଯୌତୁକ ଜନିତ ହତ୍ୟା ଅଭିଯୋଗ ।

ସୁବର୍ଣ୍ଣପୁର ଜିଲ୍ଲା କୁକିଆ ଗାଁର ପ୍ରିୟବତୀ ମହାଲିକଙ୍କ ଝୁଲନ୍ତା ମୃତଦେହ ପାଇଖାନା ଭିତରୁ ଉଦ୍ଧାର କରାଯାଇଛି । ଗତ ୪ବର୍ଷ ତଳେ ପ୍ରିୟବତୀ, କୁକିଆ ଗାଁର ବାବୁଲା ତରିଆଙ୍କୁ ବିବାହ କରିଥିଲେ । ଆଜି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ, ଶ୍ୱଶୁର ଘର ବିରୋଧରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ମୃତ ପ୍ରିୟବତୀଙ୍କ ବାପା ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଶବ ଜବତ କରିବାସହ ତଦନ୍ତ ଆରମ୍ଭ କରିଛି ।

୨୦୨୦ ଜାନୁଆରୀରୁ ଶ୍ରମ ବିଭାଗରେ ଲାଗୁ ହେବ ମୋ ସରକାର, ଦାଦନ ରୋକିବାକୁ ହେବ ବଡ଼ ଘୋଷଣା

ଭୁବନେଶ୍ୱର : ୨୦୨୦ ଜାନୁଆରୀ ମାସରେ ମୋ ସରକାରରେ ସାମିଲ ହେବ ଶ୍ରମ ବିଭାଗ । ଯେଉଁ ସରକାରୀ ଅଧିକାରୀ ଚଂଚକତା କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।


ସେ ଆହୁରି କହିଛନ୍ତି ଯେ, କେହି ବି ଚାହୁଁନାହାନ୍ତି ସରକାରୀ ଅଧିକାରୀ ଦଣ୍ଡିତ ହୁଅନ୍ତୁ । ସେଥିପାଇଁ ସେମାନଙ୍କୁ ଭଲ କାମ କରିବାକୁ ପଡ଼ିବ । ଦଲାଲଙ୍କ ହାବୁଡ଼ରେ ଯେମିତି ଶ୍ରମିକ ନ ପଡ଼ନ୍ତୁ, ସେ ନେଇ ବିଭାଗ ସଚେତନ ଅଛି । ଦଲାଲଙ୍କ ଖବର ମିଳିଲେ ତୁରନ୍ତ ପଦକ୍ଷେପ ନିଆଯାଉଛି । ୫ଟି ରାଜ୍ୟରେ ଓଡ଼ିଶା ଶ୍ରମିକଙ୍କ ପାଇଁ ହେଲ୍ପଡେସ୍କ ଖୋଲାଯାଇଛି । ଏହି ୫ ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ ।


ବିଦେଶକୁ ଯାଉଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରିବାକୁ ଦିଲ୍ଲୀଠାରେ ସ୍ୱତନ୍ତ୍ର ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଦାଦନ ରୋକିବାକୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବେ । ହେଲେ ଦାଦନ ସମସ୍ୟା ଦଶନ୍ଧିରୁ ଚାଲିଛି, କାରଣ ସଚେତନତାର ଅଭାବ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ଏହି ସମସ୍ୟା ଅଧିକ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଶ୍ରମ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ମୋ ସରକାର ସଚେତନତା କର୍ମଶାଳାରେ ଯୋଗଦେଇ କହିଛନ୍ତି । ଏଥିରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ସୁବାଷ ସିଂ, ଶ୍ରମ କମିଶନର ନିରଂଜନ ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଥାନା ଓ ଡାକ୍ତରଖାନାରେ ଲାଗୁ ହୋଇଥିବା ମୋ-ସରକାର ଧିରେ ଧିରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ପଞ୍ଚାୟତି ରାଜ ବିଭାଗରେ ମଧ୍ୟ ଲାଗୁ କରାଯାଇଛି । ଲୋକଙ୍କୁ ଉତ୍ତମ ସରକାରୀ ସେବା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏହାର ଆରମ୍ଭ କରିଛନ୍ତି ।

ଆଜିର ରାଶିଫଳ(୨୩.୧୨.୨୦୧୯) ସୋମବାର

ଆଜିର ପଞ୍ଚାଙ୍ଗ(୨୩.୧୨.୨୦୧୯)ସୋମବାର

ଆଜି ୨୦୧୯ମସିହା ଡିସେମ୍ବର ୧୩ ତାରିଖ, ସୋମବାର, ପୌଷ କୃଷ୍ଣ ପକ୍ଷ, ସୌରମାସ, ଧନୁ, ୮ଦିନ ଦ୍ୱାଦଶୀ ତିଥି ଦିବା ୧/୪୧ଗତେ ତ୍ରୟୋଦଶୀ, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର ଦିବା ୧୧/୫୨ ଗତେ ବିଛା, ଧୃତିଯୋଗ, ତୈତିଳ କରଣ ।

ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିର ।

ଦିବା ୧୧/୫୨ଗତେ ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିର

ଘାତବାର- ମିଥୁନ ରାଶିର

ଘାତଚନ୍ଦ୍ର- ନାସ୍ତି

ରାହୁକାଳ- ପ୍ରାତଃ ୭/୪୨ମି.ରୁ ଦିବା ୯/୦୩ମି.

କାଳବେଳା- ପ୍ରାତଃ ୭/୪୨ମି.ରୁ ଦିବା ୯/୦୩ମି.

ଶୁଭବେଳା- ଦିବା ୯/୨୪ମି.ରୁ ଦିବା ୧୧/୨୩ମି.

ଆଜିର ରାଶିଫଳ

ମେଷ-ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ । ଆତ୍ମୀୟ ପରିଜନଙ୍କ ଗହଣରେ ସମୟ ଅତିବାହିତ କରିବେ । ପୂରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ବୃଷ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ବିଭିନ୍ନ ସୂତ୍ରରୁ ଅର୍ଥାଗମନ ହେବ । ମାନସିକ ସ୍ଥିତି ଦୃଢ ରହିବ । ସାମାଜିକ ସ୍ତରରେ ତତ୍ପରତା ପ୍ରକାଶ ପାଇବ ।

ମିଥୁନ- ମାନସିକ ଅସ୍ଥିରତା ଦେଖାଦେବ । କର୍ମ କ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ଆୟ ବ୍ୟୟର ସ୍ଥିତି ସମାନ ରହିବ । ପାରିବାରିକ ଜୀବନ ଅଶାନ୍ତ ରହିବ ।

କର୍କଟ- କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଅଯଥା ବାର୍ତ୍ତାଳାପରୁ ଦୂରେଇ ରୁହନ୍ତୁ । ଆର୍ଥିକ ସମ୍ପୁର୍ଣ୍ଣତା ମିଳିବ । ପାରିବାରିକ ଜୀବନରେ ସୁଖୀ ହେବେ ।

ସିଂହ- କର୍ମକ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ । ସାମାଜିକ ସ୍ତରରେ ଯଶଖ୍ୟାତି ବୃଦ୍ଧି ପାଇବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କନ୍ୟା- ଆର୍ଥିକ ଅଭାବରେ ପଡି ଚାପଗ୍ରସ୍ଥ ହୋଇପାରନ୍ତି । ପଡ଼ୋଶୀଙ୍କ ସହିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ହଠାତ କାହାକୁ ବିଶ୍ୱାସ କରନ୍ତୁ ନାହିଁ । ପାରିବାରିକ ଜୀବନ ସମସ୍ୟା ବହୁଳ ରହିବ ।

ତୁଳା- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳ ହେବେ । ପୁଞ୍ଜି ବିନିଯୋଗ କରିବା ପାଇଁ ଦିନଟି ଶୁଭପ୍ରଦ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବ । ପାରିବାରିକ ଜୀବନରେ ସନ୍ତୋଷଲାଭ କରିବେ ।

ବିଛା- ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତିହେବେ । ଦେବ ଦର୍ଶନ ଓ ତୀର୍ଥଭ୍ରମଣ ଯୋଗ ରହୁଛି । ପାରିବାରିକ ଜୀବନ ସୁଖମୟ ହେବ ।

ଧନୁ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ଆର୍ଥିକ କ୍ଷେତ୍ରରେ ସମ୍ପୁର୍ଣ୍ଣତା ମିଳିବ । ସନ୍ତାନ ବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ । କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

ମକର- ମାନସିକ ଅସ୍ଥିରତା ଦେଖାଦେବ । ବନ୍ଧୁବର୍ଗମାନେ ଅସହଯୋଗ କରିବେ । ଆୟ ଅପେକ୍ଷା ବ୍ୟୟର ମାତ୍ରା ବୃଦ୍ଧି ପାଇବ । ଶାରୀରିକ ଅସୁସ୍ଥତା କାରଣରୁ ବିବ୍ରତ ହୋଇ ପଡିବେ ।

କୁମ୍ଭ- ଅର୍ଥଚିନ୍ତା ମନକୁ ଭାରାକ୍ରାନ୍ତ କରିବ । କର୍ମକ୍ଷେତ୍ର ରେ ସମାଲୋଚନାର ଶିକାର ହେବେ । ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ପାରିବାରିକ ଜୀବନ ସମସ୍ୟାବହୁଳ ରହିବ ।

ମୀନ- ଅଯଥା କାର୍ଯ୍ୟ ସଂପୃକ୍ତ ହୋଇ ବ୍ୟସ୍ତ ବିବ୍ରତ ହୋଇ ପଡିବେ । କର୍ମକ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖିନ ହୋଇ ପାରନ୍ତି । ସନ୍ତାନ ବର୍ଗଙ୍କୁ ନେଇ ଚିନ୍ତିତ ରହିବେ । ଗୃହସ୍ଥ ଜୀବନରେ ଅଶାନ୍ତି ଲାଗି ରହିବ ।

ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ

ଯୋଗଯୋଗ- ୯୮୬୧୨୭୧୫୫୭

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ ପ୍ୟାଡରୁ QRSAM (କ୍ୱିକ୍ ରେସପନ୍ସ ସରଫେସ୍ ଟୁ ଏୟାର) କ୍ଷେପଣାସ୍ତ୍ରର ପରୀକ୍ଷଣ । ଦିନ୧୧ଟା ୪୯ ମିନିଟରେ ପରୀକ୍ଷଣ ହେଲା । ଲକ୍ଷ୍ୟଭେଦ କ୍ଷମତା 30 କିଲୋମିଟର ।

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ ପ୍ୟାଡରୁ QRSAM (କ୍ୱିକ୍ ରେସପନ୍ସ ସରଫେସ୍ ଟୁ ଏୟାର) କ୍ଷେପଣାସ୍ତ୍ରର ପରୀକ୍ଷଣ । ଦିନ୧୧ଟା ୪୯ ମିନିଟରେ ପରୀକ୍ଷଣ ହେଲା । ଲକ୍ଷ୍ୟଭେଦ କ୍ଷମତା 30 କିଲୋମିଟର ।

ଦୁଷ୍କର୍ମ ପରେ ଭିଡିଓ ଭାଇରାଲ କରିଦେବାକୁ ଧମକ

0

ନୂଆପଡ଼ା: ନୂଆପଡ଼ାରେ ପୁଣି ଲଜ୍ଜା । ଜୋଙ୍କ ଥାନା ଅଞ୍ଚଳରେ ୪ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ପରେ ଭିଡ଼ିଓ ଭାଇରାଲ କରିଦେବା ନେଇ ଧମକ ଦେଉଥିଲା ଅଭିଯୁକ୍ତ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ୨ ମାସ ତଳେ ସେହି ଗାଁର ନାବାଳକ ଜଣେ ପିଡ଼ିତାଙ୍କୁ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲେ । ଏନେଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ କାନ୍ଦି କାନ୍ଦି ଜଣାଇଥିଲେ । ପୋଲିସରେ ଖବର ଦେଲେ ଭିଡ଼ିଓ ଭାଇରାଲ କରିଦେବି କହି ଧମକ ଦେଇଆସୁଥିଲା ନାବାଳକ । ଏନେଇ ଗତକାଲି ପିଡ଼ିତାଙ୍କ ପରିବାରବର୍ଗ ଜୋଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ମାମଲା ରୁଜୁ କରି ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଇଛି ।

ରାଜ୍ୟରୁ ଶୀତ ଗାଏବ, ୨ରୁ ୪ ଡିଗ୍ରୀ ଯାଏଁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ମାର୍ଗଶୀର ଯାଇ ପୌଷ ଅଧାହେବାକୁ ବସିଲାଣି । କିନ୍ତୁ, ହାଡ଼ଭଙ୍ଗା ଜାଡ଼ ତ ଛାଡ଼ନ୍ତୁ ଶୀତ ହିଁ ନାହିଁ । ଉପାନ୍ତରୁ ଉପକୂଳ ସବୁଠୁ ଶୀତ ହଜିଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୩ ଦିନ ଯାଏଁ ତାପମାତ୍ରା ବଢ଼ିବ । ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବଢ଼ିପାରେ ।ବଡ଼ଦିନ ବା ଖ୍ରୀଷ୍ଟମାସ ୨୫ ଓ ୨୬ ତାରିଖରେ ରାଜ୍ୟର ଗୋଟିଏ ୨ଟି ସ୍ଥାନରେ ବର୍ଷା ହୋଇପାରେ । ଫଳରେ ପୂର୍ବରୁ ଡିସେମ୍ବରରେ ହେଉଥିବା ହାଡ଼ଭଙ୍ଗା ଶୀତ ଚଳିତଥର ଅନୁଭୂତ ହେବନାହିଁ । ପୂର୍ବରୁ ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ହାଲକା ତୁଷାରପାତ ହେଉଥିଲା । ଚଳିତବର୍ଷ ସେଠାରେ ତାପମାତ୍ରା ପାଖାପାଖି ୧୦ ଡିଗ୍ରୀ ରହିଛି ।ଉତ୍ତର ଭାରତରେ ପାଣିପାଗ ସ୍ଥିତି ବଦଳୁଥିବାରୁ ଓଡ଼ିଶାରେ ତାର ପ୍ରଭାବରେ ଏମିତି ସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ସୁନ୍ଦରଗଡ଼ ଏବଂ ତାଳଚେରରେ ୧୨ ଡିଗ୍ରୀ, ଭୁବନେଶ୍ୱରରେ ୧୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

୫୫ ନମ୍ବର ଜାତୀୟ ରାଜପଥ ଛକିଲେ ହାତୀ ପଲ

0

ଆଠଗଡ଼/କରଞ୍ଜିଆ: ପୁଣି ମାତିଲା ହାତୀ । ଜଙ୍ଗଲରୁ ଆସି ରାସ୍ତା ଉପରେ ଠିଆ ହେଲେ । ଆଠଗଡ଼ ୫୫ ନମ୍ବର ଜାତୀୟ ରାଜପଥରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଚୌଦ୍ଵାରରୁ ନେଇ ଖୁଣ୍ଟୁଣୀ  ଯାଏଁ ରାସ୍ତାରେ ଦିନ ଦିପହରରେ ହାତୀ ଆତଙ୍କ ଖେଳାଇଛନ୍ତି । ରାଜପଥରେ ହାତୀ ବୁଲୁଥିବାରୁ ଲୋକେ ଭୟବିତ ହୋଇପଡିଛନ୍ତି । ଆଜି ସକାଳୁ ସକାଳୁ ୮ ଟି ହାତୀ ରାସ୍ତା ପାର ହେଉଥିବା ବେଳେ ସେଥିମଧ୍ୟରୁ ୨ଟି ହାତୀ ରାସ୍ତା ଉପରେ ଠିଆହୋଇ ରହିଥିଲେ । ଏନେଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଥିଲା । ଖବର ପାଇ ବନବିଭାଗ ଓ ଚୌଦ୍ୱାର ପୋଲିସ ସେମାନଙ୍କୁ ଘଉଡ଼େଇଥିଲା ।

ସେପଟେ କରଞ୍ଜିଆର ବନଖଣ୍ଡ ଅଞ୍ଚଳରେ ବିଭିନ୍ନ ଗାଁରେ ହାତୀ ଉପଦ୍ରବ ଜାରି ରହିଛି । ଗାଁ ନିକଟ ଜଙ୍ଗଲରୁ ୨୨ଟି ହାତୀ ଗାଁରେ ଉପଦ୍ରବ କରିଛନ୍ତି ।  ଉତାଳିପାଟରୁ ନେଇ ବେଗୁନାବିନ୍ଧା ଗାଁରେ ହାତୀ ପଲ ପଶି ଘରଦ୍ଵାର ଭାଙ୍ଗିବା ସହିତ ଏକର ଏକର ଫସଲ ସବୁ ନଷ୍ଟ କରିଛନ୍ତି । ତା ସହିତ ଗାଁନିକଟରେ ଥିବା ପନିପରିବା ଗଛ ନଷ୍ଟ କରିବା ସହିତ ସ୍କୁଲ ଘର ବି ଭାଙ୍ଗିରୁଜି ପକାଛନ୍ତି ହାତୀ ।

ହାତୀ ଘଉଡ଼ାଇବାକୁ ବନବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉନଥିବାରୁ ବିରୋଧ କରିଛନ୍ତି ଲୋକେ । କିଛି ଦିନ ହେଲା ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ ବି କୈାଣସି ପଦକ୍ଷେପ ନିଆଯାଇନି । ସେପେଟ ଖୁବଶିଘ୍ର ହାତୀ ଘଉଡାଇବାର ବ୍ୟବସ୍ଥା କରାନଗଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାର ଚେତବାନୀ ଦେଇଛନ୍ତି ଗାଁର ଲୋକେ ।

 

ସରକାର ଗଠନ ପାଇଁ ଆଜସୁ ଓ ଜେଭିଏମ୍ ସହ ବିଜେପିର ଆଲୋଚନା

ରାଞ୍ଚି: ଏକଜିଟ୍ ପୋଲ୍ ଆଉ ଟ୍ରେଣ୍ଡ । ଖସୁଛି ବିଜେପି, ବଢ଼ୁଛି ଜେଏମ୍ଏମ୍-କଂଗ୍ରେସ ମେଣ୍ଟ । ଝାଡ଼ଖଣ୍ଡରେ କ୍ଷମତାରୁ ଖସିପାରେ ବିଜେପି । ଟ୍ରେଣ୍ଡରେ ବର୍ତ୍ତମାନ ଯାଏଁ ବିଜେପି ପଛୁଆ ରହିଛି । କଡ଼ା ଟକ୍କର ଦେଉଛି ଜେଏମ୍ଏମ୍-କଂଗ୍ରେସ ମେଣ୍ଟ । ମେଣ୍ଟ ଟ୍ରେଣ୍ଡରେ ବହୁମତ ଛୁଇଁଛି । ଆଉ ଏକାକୀ ଲଢ଼ୁଥିବା ବିଜେପି ଏବେବି ପଛୁଆ ରହିଛି ।

https://nandighoshatv.comjharkhand-election-trends-bjp-slightly-trailing/

ରଘୁବରଙ୍କ ନେତୃତ୍ୱରେ ଲଢ଼ୁଥିବା ବିଜେପି ଟ୍ରେଣ୍ଡରେ ପଛୁଆ ଥିଲେ ବି ସରକାର ଗଠନ ଆଶା ଛାଡ଼ିନି । ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପି ଲାଗିପଡ଼ିଛି । ବିଜେପି ନେତା ଆଜସୁ ମୁଖ୍ୟ ସୁଦେଶ ମାହତୋଙ୍କ ସହ ସରକାର ଗଠନ ପାଇଁ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଜେଭିଏମ୍ ନେତା ବାବୁଲାଲ ମରାଣ୍ଡିଙ୍କ ସମ୍ପର୍କରେ ଅଛନ୍ତି ବିଜେପି ନେତା ।ବର୍ତ୍ତମାନ କଂଗ୍ରେସ-ଜେଏମ୍ଏମ୍-ଆରଜେଡି ମେଣ୍ଟ ୪୪ ସିଟରେ ଆଗୁଆ ଥିବାବେଳେ ବିଜେପି ୨୫ଟି ଆସନରେ ଆଗୁଆ ଚାଲିଛି । ଜେଭିଏମ୍ ୩, ଆଜସୁ ୪ ଓ ଅନ୍ୟ ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି ।

ଟ୍ରେଣ୍ଡରେ ଆଗୁଆ ରହିବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରତିକ୍ରିୟା ରଖିଛନ୍ତି । ଆମେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଥିଲୁ । ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ତେଜସ୍ୱୀ ଯାଦବ କହିଛନ୍ତି ।

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ଟ୍ରେଣ୍ଡ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା । ମେଣ୍ଟ କ୍ଷମତା ଦଖଲ କରିବ । ହେମନ୍ତ ସୋରେନଙ୍କ ନେତୃତ୍ୱରେ ଲଢ଼ୁଥିଲୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ।

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ଟ୍ରେଣ୍ଡ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା । ମେଣ୍ଟ କ୍ଷମତା ଦଖଲ କରିବ । ହେମନ୍ତ ସୋରେନଙ୍କ ନେତୃତ୍ୱରେ ଲଢ଼ୁଥିଲୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ।

ବାଲିଗୁଡ଼ା: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଡ୍ରାଇଭର ଗୁରୁତର, ମେଡିକାଲରେ ଭର୍ତ୍ତି ।

ବାଲିଗୁଡ଼ା: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଡ୍ରାଇଭର ଗୁରୁତର, ମେଡିକାଲରେ ଭର୍ତ୍ତି ।