ନୃତ୍ୟର ତାଳେ ତାଳେ ଜ୍ଞାନର ବିସ୍ତାର କରୁଛନ୍ତି ଶିକ୍ଷକ

ଗଞ୍ଜାମ: ଡ୍ୟାନ୍ସ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ । ପିଲାଙ୍କ ସହ ନୃତ୍ୟର ତାଳେ ତାଳେ ନାଚୁଛନ୍ତି ଶିକ୍ଷକ । ଗଞ୍ଜାମ ଜିଲ୍ଲା ପୋଡ଼ାମାରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସହକାରୀ ଶିକ୍ଷକ ଶିବ ପାଢ଼ୀ ନୃତ୍ୟ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ।

ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଶିକ୍ଷକ ଜଣକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଶିକ୍ଷକଙ୍କ ଏଭଳି ଡ୍ୟାନ୍ସିଂ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସେପଟେ ଏଭଳି ଆନନ୍ଦମୟ ଶିକ୍ଷା ପ୍ରତି ଆକୃଷ୍ଟ ହୋଇ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଛି ।

Leave a Reply