ଫାଟିଲା ଗ୍ୟାସ୍ ସିଲିଣ୍ଡର, ୫ଆହତ

ଗଞ୍ଜାମ: ଗ୍ୟାସ୍‌ ସିଲିଣ୍ଡର ଫାଟି ୫ ଆହତ । ଗଞ୍ଜାମର ନୂଆଗାଁ ଜାନକୀମଣିପୁରରେ ଏଭଳି ଦୁର୍ଘଟଣା ଘଟିଛି । ସ୍ଥାନୀୟ ପିରଞ୍ଜନ ପାଢୀଙ୍କ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା । ଫଳରେ ପରିବାରର ୫ଜଣ ଗୁରୁତର ଆହତ ହୋଇ ଚିକିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହା ସହିତ ଘରେ ମଧ୍ୟ ବିଭିନ୍ନ ଆସବାବପତ୍ର ନଷ୍ଟ ହେବା ସହିତ ଘର କାନ୍ଥରେ ପାଟ ଦେଖାଦେଇଛି ।

Leave a Reply