spot_img
Home Blog Page 7417

ଅନୁଗୁଳ ହାତୀମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

0

ଅନୁଗୁଳ: ପୁଣି ମାତିଲା ହାତୀ । ଅନୁଗୁଳ ହାତୀମୁ୍ଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର । ଗୁରୁତର ଜଣକ ସେହି ଗାଁର ଧନେଶ୍ୱର ପ୍ରଧାନ ବୋଲି ଜଣାପଡିଛି । ନିଜ କ୍ଷେତରୁ ଫେରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିବା ସେ କହିଛନ୍ତି ।

ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକଲରେ ଭର୍ତ୍ତି କରାଯାଇଛି ।

 

ଆଜି ସୂର୍ଯ୍ୟପରାଗ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ବିଧି, ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆଜି ସୂର୍ଯ୍ୟପରାଗ ।  ଏହି ସମୟରେ ପୃଥିବୀ ଓ ସୂର୍ଯ୍ୟମଧ୍ୟରେ ଚନ୍ଦ୍ର ଅବସ୍ଥାନ କରିଥାଏ ।  ସକାଳ ୮ଟା ୨୦ ମିନିଟରେ ସ୍ପର୍ଶ କରିବ ପରାଗ ଏବଂ ଦିନ ୧୧ଟା ୨୯ରେ ହେବ ସର୍ବମୋକ୍ଷ ।  ତେଣୁ ଅମାବାସ୍ୟା ଦିନ ହିଁ ସୂର୍ଯ୍ୟପରାଗ ହୋଇଥାଏ । ‘ସୂର୍ଯ୍ୟପରାଗ’ର ବିରଳ ଦୃଶ୍ୟ କେରଳର କୋଚିକୋଡ, ତାମିଲନାଡୁର କୋଏମ୍ବଟୁର , ମଦୁରାଇ , ଉଟି , ତିରୁଚିରାପଲ୍ଲୀରେ ଅଧିକ ଦୃଶ୍ୟମାନ ହେବ । ଓଡିଶାରେ ୫୧ ପ୍ରତିଶତ ପରାଗ ଦେଖିହେବ ।

ସୂର୍ଯ୍ୟପରାଗ ଦେଖିବା ପାଇଁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ପରାଗ ଖାଲିଆଖିରେ ନଦେଖିବା ପାଇଁ ବୈଜ୍ଞାନିକଙ୍କ ପରାମର୍ଶ । ସେପଟେ  ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରର ପୂଜା ବିଧି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।  ପରାଗ ସ୍ପର୍ଶ ହେବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିରରେ ଗତକାଲି ରାତି ୮ଟା ୨୦ ମିନିଟ ସୁଦ୍ଧା ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ସମାପନ ହୋଇଛି  ।

ପରାଗ ସ୍ପର୍ଶ ହେବା ମାତ୍ରେ ଶ୍ରୀଜୀଉଙ୍କ ପରାଗ ମହାସ୍ନ।ନ ସହ ତଡପ ଲାଗି, ମଇଲମ ବେଶ, ମଙ୍ଗଳ ଆଳତୀ, ଅବକାଶ, ରୋଷ ହୋମ  , ସୂର୍ଯ୍ୟ ଓ ଦ୍ଵାରପାଳ ପୂଜା,  ପରାଗ ସାଦାବେଶ ଅନୁଷ୍ଠିତ ହେବ । ପରେ ଭୋଗ, ପୁନର୍ବାର ମଇଲମ ବେଶ ହୋଇ ଗୋପାଳ ବଲ୍ଲଭ ନୀତି ହେବ ।

ଏହାପରେ ଶ୍ରୀଜୀଉଙ୍କୁ ଦୁର୍ଲଭ ପହିଲି ଭୋଗ କରାଯାଇ ସକାଳ ଧୁପ ନୀତି ଅନୁଷ୍ଠିତ ହେବ । ଏହି ସୂର୍ଯ୍ୟପରାଗ ପରେ ୨୦୨୦ ଜୁନ ୧ ତାରିଖରେ ପୁଣି ଆଉ ଏକ ସୂର୍ଯ୍ୟପରାଗ ରହିଛି ।

ଆଜି ବିଜେଡିର ଜନ୍ମଦିନ, ଅପରାହଣରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜେଡି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ୧୯୯୭ରେ  ଗଠିତ ହୋଇଥିଲା ପୂର୍ବ ଭାରତର ଏକ ପ୍ରମୁଖ ରାଜନୀତିକ ଦଳ । ୧୯୯୭ର ବିଜୁ ବାବୁଙ୍କ ଦେହାନ୍ତ ପରେ ଦୀର୍ଘ ୯ ମାସର କସରତ ପରେ ଡିସେମ୍ବର ୨୬ ତାରିଖରେ ଜନ୍ମ ନେଇଥିଲା ବିଜେଡି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ହାସଲ ପାଇଁ ଗଠିତ ହୋଇଥିବା ଦଳ ଆଜି ୨୨ ବର୍ଷ ପୂରଣ କରି ୨୩ ବର୍ଷରେ ପାଦ ଥାପିଛି । ବିଜୁ ପଟ୍ଟନାୟକଙ୍କ ସାନ ପୁଅ ନବୀନ ପଟ୍ଟନାୟକ ପ୍ରଥମରୁ ଦଳର ନେତୃତ୍ୱ ସମ୍ଭାଳିଛନ୍ତି । ତାଙ୍କର ଦକ୍ଷ ନେତୃତ୍ୱ ଦଳକୁ ଗତ ୨ ଦଶନ୍ଧି ମଧ୍ୟରେ ବହୁ ଆଗକୁ ନେଇଛି । ୨୦୦୦ ମସିହାରୁ ୨୦୧୯ ଯାଏଁ ଲଗାତର ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି ବିଜେଡି। ବିଜୁ ବାବୁଙ୍କ ନୀତି, ଆଦର୍ଶ ଓ ସ୍ୱପ୍ନକୁ ନେଇ ଗଠିତ ହୋଇଥିବା ବିଜେଡି ଆଜି ବି ସ୍ୱତନ୍ତ୍ରତା ବଜାୟ ରଖିଛି । ରାଜ୍ୟର ସ୍ୱାର୍ଥ ପାଇଁ ଦଳ ଜାତୀୟ ସ୍ତରରେ ସ୍ୱର ଉତ୍ତୋଳନ କରିଛି । ନବୀନଙ୍କ ଶାସନରେ ବଦଳିଛି ଓଡ଼ିଶାର କଳେବର ।BJD-OFFICEଆଜି ରାଜ୍ୟ କାର୍ଯ୍ୟାଳୟ ସହିତ ଜିଲ୍ଲା ଓ ବ୍ଲକ ସ୍ତରରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ସୂର୍ଯ୍ୟ ପରାଗ ପାଇଁ କାର୍ଯ୍ୟକ୍ରମ ପୂର୍ବାହ୍ନ ପରିବର୍ତ୍ତେ ଅପରାହ୍ଣରୁ ଆରମ୍ଭ ହେବ ।

 

ଉଷୁମ ପାଣିରେ ସୁଣ୍ଠି ମିଶାଇ ପିଇଲେ ଦୂର ହେବ ଏହି ସବୁ ସମସ୍ୟା

ଆପଣଙ୍କର ଛାତିରେ କଫ ଜମୁଛି କି ? ଶୀତ ଦିନେ ଆଜମା, କାଶ କାରଣରୁ ଅସୁବିଧା ଭୋଗୁଛନ୍ତି କି ? ଯଦି ଏଭଳି କିଛି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଉଷୁମ ପାଣିରେ ସୁଣ୍ଠି ଗୁଣ୍ଡ ମିଶାଇ ପିଅନ୍ତୁ । ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଶୁଣ୍ଠି ଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ । ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ ।ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ ତରଳି ବାହାରି ଯାଇଥାଏ । ଫଳରେ କାଶରୁ ମୁକ୍ତି ମିଳେ । ଆଜ୍‌ମା ରୋଗୀ ସକାଳୁ ଏପରି ନିୟମିତ କଲେ ଏଥିରୁ ମୁକ୍ତି ମିଳେ । ଉଷୁମ ପାଣି ସକାଳୁ ପିଇଲେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । ଏହାଦ୍ୱାରା ହାର୍ଟ ଆଟାକ୍‌ର ଆଶଙ୍କା ଦୂର ହୁଏ । ଶୁଣ୍ଠି ବଦହଜମୀ, ଏସିଡିଟିରୁ ଦୂରେଇ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିୟମିତ ଏପରି କଲେ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ । ସେହିପରି କିଡ୍‌ନୀ ସମସ୍ୟାରୁ ଏହା ଦୂରେଇ ରଖିଥାଏ ।

ଏୟାରଟେଲ ଆଣିଲା ଭୋ ଓ୍ୱାଇ ଫାଇ ସେବା, ମୋବାଇଲରେ ବାଲାନ୍ସ ନପକାଇ କଥା ହେବେ ଘଣ୍ଟା ଘଣ୍ଟା

ନୂଆଦିଲ୍ଲୀ: ଆପଣଙ୍କ ଫୋନରେ ନେଟଓ୍ୱର୍କ ପ୍ରୋବ୍ଲେମ ଅଛି କି ? କଥା ହେଲା ବେଳେ ଫୋନ ଅଧାରୁ କଟିଯାଉଛି କି ? କିମ୍ବା ବେଳେ କଥା ଛାଡ଼ି ଛାଡ଼ି ଶୁଭୁଛି କି ? ଯଦି ଏଭଳି ହେଉଛି ତେବେ ଜାଣନ୍ତୁ ଆପଣଙ୍କ ଫୋନ ଖରାପ ନେଟ୍ଓ୍ୱର୍କ ଦେଇ ଗତିକରୁଛି । କିନ୍ତୁ, ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏଥର ଫୋନରେ କଥା ହେବା ପାଇଁ ନେଟ୍ଓ୍ୱର୍କ କି ବାଲାନ୍ସର ଆବଶ୍ୟକତା ପଡ଼ିବ ନାହିଁ ।

ଆପଣ ବିନା ଫୋନ ନେଟଓ୍ୱର୍କରେ ବି ଅନ୍ୟ ଜଣଙ୍କ ସହ କଥା ହେଇପାରିବେ । କାରଣ ଟେଲିକମ୍‌ ଦୁନିଆକୁ ଆସିଛି ଏୟାରଟେଲର ଭୋ ଓ୍ୱାଇ ଫାଇ । ଏହାଦ୍ୱାରା ଗ୍ରାହକ ମାନେ ବିନା ନେଟଓ୍ୱର୍କରେ ଓ୍ୱାଇ ଫାଇ ଦ୍ୱାରା କଥା ହେଇପାରିବେ । ସାରା ଦେଶରେ କଲ ଦରରେ ବୃଦ୍ଧି ନେଇ ଗ୍ରାହକଙ୍କ ନିଦ ହଜିଥିବା ବେଳେ ଏୟାରଟେଲର ଏହି ବ୍ୟବସ୍ଥା ଗ୍ରାହକ ମାନଙ୍କ ମଧ୍ୟରେ ଟିକେ ସାନ୍ତ୍ୱନା ଦେଇଛି ।

ଏୟାରଟେଲ ହେଉଛି ଏକମାତ୍ର ଅପରେଟର ଯିଏ ଏହି ସେବା ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ କରିଛି । ଗ୍ରାହକ ମାନେ ଏଥର ବିନା ସେଲୁଲାର ନେଟଓ୍ୱର୍କରେ କଲ୍‌, ଏସ୍‌ଏମ୍‌ଏସ୍‌, ଏମ୍‌ଏମ୍‌ଏସ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ । କାରଣ ଆପଣ ଏସବୁ ଏୟାରଟେଲର ଭୋ ଓ୍ୱାଇଫାଇ ସେବା ଦ୍ୱାରା କରିପାରିବେ  ।

ଏହି ସେବା ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରଥମେ ଓ୍ୱାଇ ଫାଇର ସେବା ମଧ୍ୟରେ ରହିବାକୁ ପଡ଼ିବ । ସବୁଠାରୁ ବଡ଼କଥା ହେଉଛି ଏହି ସୁବିଧା ପାଇଁ ଆପଣଙ୍କ ଫୋନରେ ଓ୍ୱାଇ ଫାଇ କଲିଂର ରହିବା ନିହାତି ଆବଶ୍ୟକ । ଆପଣ ଫୋନରେ କଥା ହେଉଥିବା ସମୟରେ ନେଟଓ୍ୱର୍କ ପ୍ରୋବ୍ଲେମ ରହିଲେ ଏହା ଅଟୋମେଟିକ୍‌  ଓ୍ୱାଇ ଫାଇ ନେଟଓ୍ୱର୍କକୁ କନଭର୍ଟ ହେଇଯିବ  । ଏଥିପାଇଁ ଆପଣଙ୍କୁ ଫୋନରେ ଭୋଲଟି ଏବଂ ଓ୍ୱାଇପାଇ କୁ ଅନ୍‌ କରି ରଖିବାକୁ ପଡ଼ିବ ।

ଏହି ସେବାକୁ ସେହି ମାନେହିଁ ବ୍ୟବହାର କରିପାରିବେ ଯେଉଁ ମାନଙ୍କ ପାଖରେ ଏୟାରଟେଲ ସିମ କାର୍ଡ ଏବଂ ଏୟାରଟେଲ ଏକ୍ସଟ୍ରିମ ହୋମ ବ୍ରଡବ୍ୟାଣ୍ଡ ଲଗାଇଥିବେ । ଯେଉଁ ଫୋନରେ ଓ୍ୱାଇଫାଇ କଲିଂର ସୁବିଧା ଥିବ ସେହି ମାନେ କେବଳ ଏହି ସେବାକୁ ବ୍ୟବହାର କରିପାରିବେ  ।

ମଦ ଦୋକାନରେ ନିଆଁ ଲଗାଇ ଦେଲେ ମହିଳା

0

ଆସିକା: ମଦ ବିକ୍ରିକୁ ନେଇ ଦୀର୍ଘ ଦିନର ପୂଞ୍ଜିଭୂତ ଅସନ୍ତୋଷ ଆଜି ନିଆଁରେ ପରିଣତ ହୋଇଛି । ସଂସାରକୁ ଛାରଖାର୍ କରି ଦେଉଥିବା ମଦ ଦୋକାନକୁ ଭାଙ୍ଗିବା ସହ ଜାଳି ଦେଇଛନ୍ତି ଶହ ଶହ ମହିଳା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ.ବରିଡ଼ା ଗାଁରେ ଥିବା ବିଦେଶୀ ଦୋକନରେ ମହିଳାମାନେ ପୋଡ଼ି ଦେଇଛନ୍ତି । ଗାଁରେ ମଦ ଦୋକାନ ଥିବାରୁ ମହିଳାମାନେ ସବୁବେଳେ ପ୍ରତିବାଦ କରୁଥିଲେ । ଏଥିଯୋଗୁଁ ପ୍ରାୟତଃ ଗାଁରେ ଗଣ୍ଡଗୋଳ ହେଉଥିଲା । ମଦ ଦୋକାନ ଭଙ୍ଗାରୁଜା ପୋଡ଼ାଜଳା ପରେ ଏବେ ଗାଁରେ ସ୍ଥିତି ଗମ୍ଭୀର ରହିଛି ।