ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୪ ଜଣଙ୍କ ମୃତ୍ୟୁ

1 min read

ଉତ୍ତର ପ୍ରଦେଶ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ-ୱେରେ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ବସ୍‌ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି ।ବସରେ ୪୦ରୁ ୪୫ ଜଣ ଯାତ୍ରୀ ଥିଲେ । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ହାଇୱେରେ ପମ୍ପଚର ହୋଇଥିବା ଟ୍ରକକୁ ବସଟି ପିଟିଥିଲା ।ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ର ଆଗ ଭାଗ ପୂରା ଭାଙ୍ଗିଯାଇଥିଲା । ଦୁର୍ଘଟଣାଗ୍ରସ୍ତ ବସଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିଲା । ଭଦାନ ଗାଁ ନିକଟରେ ଭାରସାମ୍ୟ ହରାଇ ଏହା ରାସ୍ତାରେ ଠିଆ ହୋଇଥିବା ଟ୍ରକରେ ପିଟି ହୋଇଯାଇଥିଲା । ବସରେ ଥିବା ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ ।

Leave a Reply