କାରରେ ଲକ୍ଷେ ୧୦ ହଜାର ଟଙ୍କା ନେଇ ଯାଉଥିଲେ ଜିଲ୍ଲା ଯୋଗାଣ ଅଧିକାରୀ, ଧରିଲା ଭିଜିଲାନ୍ସ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା । ମୋଟା ଅଙ୍କର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ରେଡ୍ ମାରିଥିଲା ।ତାଙ୍କ କାରରୁ ୧ ଲକ୍ଷ ୧୦ ହଜାର ନଗଦ ଟଙ୍କା ଜବତ ହୋଇଛି । ଶିବ ପ୍ରସାଦ ଟଙ୍କା ନେଇ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା କରୁଛି ।ତେବେ, ଜିଲ୍ଲା ଯୋଗାଣ ଅଧିକାରୀ କେଉଁ ଉଦ୍ଦେଶ୍ୟରେ କାହା ଠାରୁ ଏତେ ଟଙ୍କା କୁଆଡ଼େ ନେଇ ଯାଉଥିଲେ ? ତାର ଛାନଭିନ୍ କରୁଛି ଭିଜିଲାନ୍ସ ।

Leave a Reply