spot_img
Home Blog Page 7403

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସମ୍ପର୍କୀୟ ଭାଇକୁ ହାଣିଲା ଭାଇ

ବୌଦ୍ଧ: ପାରିବାରିକ କଳହର କରୁଣ ଚିତ୍ର । ସମ୍ପର୍କୀୟ ଭାଇକୁ ହାଣିଲା ଭାଇ। ବୌଦ୍ଧ ଜିଲ୍ଲାର ହରଭଙ୍ଗା କୁଳସାହିରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ହେଉଛନ୍ତି କବିରାଜ ପ୍ରଧାନ। ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ହୋଇଯାଇଛି ।

ଅଭିଯ଼ୁକ୍ତମାନେ ହେଉଛନ୍ତି ଜଗବନ୍ଧୁ ପ୍ରଧାନ, ତପନ ପ୍ରଧାନ, ଚତୁର୍ଭୁଜ ପ୍ରଧାନ । କବିରାଜ ଓ ଜଗବନ୍ଧୁଙ୍କ ପରିବାର ମଧ୍ୟରେ ଦୀର୍ଘବର୍ଷ ହେଲା କଳହ ଲାଗିରହିଥିଲା । ଗତକାଲି ବିଳମ୍ବିତ ରାତିରେ ଏହି କଳହ ହତ୍ୟାକାଣ୍ଡର ରୂପ ନେଇଥିଲା। ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ତଦନ୍ତ କରୁଛି।

ମୃତ୍ୟୁ ପରେ ବି ମିଳିଲାନି ଆମ୍ବୁଲାନ୍ସ

ଭବାନୀପାଟଣା: ପୁଣି ମିଳିଲାନି ଶବବାହକ ଆମ୍ବୁଲାନ୍ସ । ମୃତଦେହକୁ କାନ୍ଧରେ ବୋହିଲେ ସଂପର୍କୀୟ । ଏଭଳି ଘଟଣାକୁ ନେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା । ଏପରିକି ଘଟଣାସ୍ଥଳରେ ପୋଲିସକୁ ମଧ୍ୟ ପହଞ୍ଚିବାକୁ ପଡ଼ିଥିଲା ।

କିନ୍ତୁ ତଥାପି ବି ଆସି ନ ଥିଲା ମହାପ୍ରୟାଣ ଗାଡ଼ି । ମୃତକ ହେଲେ ଲାଞ୍ଜିଗଡ଼ ସୁକନାଭଟା ଗାଁର କୁନି ନାୟକ । ସେ ଜରରେ ପୀଡ଼ିତ ହୋଇ ଗତ ୬ ଦିନ ହେବ ଚିକିତ୍ସିତ ହେଉଥିଲେ । ତେବେ ବୁଧବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ  ହୋଇଥିଲା । ଦୀର୍ଘ ସମୟ ଧରି ଅପେକ୍ଷା ପରେ ବି ଆମ୍ବୁଲାନ୍ସ  ଆସି ନ ଥିବା ଅଭିଯୋଗ ହୋଇଛି ।

ଘାଟିରୁ ଖସିଲା ଆଲୁମିନିୟମ୍‌ ପାଉଡର ଟ୍ୟାଙ୍କର, ଡ୍ରାଇଭର ମୃତ ହେଲପର ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁମ୍ମା ଘାଟିରେ ଦୁର୍ଘଟଣା। ଘାଟିରୁ ତଳକୁ ଖସିଲା ଆଲୁମିନିୟମ୍‌ ପାଉଡର ଟ୍ୟାଙ୍କର । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଟ୍ୟାଙ୍କରଟି ଉତ୍କଳ ଆଲୁମିନା କମ୍ପାନୀରୁ ଉତ୍ତରପ୍ରଦେଶ ଯାଉଥିବା ବେଳେ ଗୁମ୍ମା ଘାଟିରେ ଭାରସାମ୍ୟ ହରାଇ ପ୍ରାୟ ୨୫ ଫୁଟ୍‌ ତଳକୁ ଖସି ପଡିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସେପଟେ ପୋଲିସ ଘଟଣାର ତଦନ୍ତ କରୁଛି ।

ବିଦ୍ୟୁତ ଜାଳିଦେଲା ୮ ଏକରର ଆଖୁ ଫସଲ

ନବରଙ୍ଗପୁର: ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ । ୮ ଏକର ଆଖୁ ଫସଲ ପୋଡ଼ି ପାଉଁଶ । ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ ଦୁରଗାଁରେ ଅଘଟଣ । ଗତକାଲି ଗାଁର ସଦନ ମାଳି ଓ ଖଗପତି ମାଳିଙ୍କ ଜମିରେ ଲାଗିଥିଲା ନିଆଁ । ଅପରାହ୍ନରେ ହଠାତ୍‌ ସର୍ଟସର୍କିଟ ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି ।

ତେବେ ବଡ଼ କଥା ହେଉଛି, ଅଗ୍ନିଶମ ବିଭାଗକୁ ବାରମ୍ବାର ଫୋନ ଲଗାଇବା ପରେ ବି ଫୋନ ଉଠାଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବାକୁ ଦାବି କରାଯାଇଛି। ସେପଟେ ଅବହେଳା ପାଇଁ ଅଗ୍ନିଶମ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

ଦ୍ଵାଦଶ ପ୍ରତିଷ୍ଠା ଦିବସ ଅବସରରେ ଘୋଷଣା କଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ୱର: ବଦଳିବ କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ନାଁ ।  ଏହାକୁ ପୋଲିସ ସେବା ଭବନ ନାଁରେ ନାମିତ କରାଯିବ। କମିଶନରେଟ୍‌ ପୋଲିସର ଦ୍ଵାଦଶ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ସପ୍ତମ ବାଟାଲିଅନରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପୋଲିସ ଡିଜି ଅଭୟ ଯୋଗ ଦେଇଛନ୍ତି।

ସମବେଦନା, ସହାନୁଭୁତି, ବୃତ୍ତିଗତ ଦକ୍ଷତା ସହ କାମ କଲେ ଲୋକେ ଉତ୍ତମ ସେବା ପାଇପାରିବେ ବୋଲି ଡିଜି କହିଛନ୍ତି । ଟ୍ୱିନ୍‌ ସିଟିରେ ଏକକ ତ୍ୱରିତ ଜରୁରୀକାଳିନ ପୋଲିସ ସେବା ବା ୟୁନିଫାଏଡ୍‌ କଣ୍ଟ୍ରାୋଲ ରୁମ୍‌ ପ୍ରତିଷ୍ଠା ହେବ । ତ୍ୱରିତ ଓ ଜରୁରୀକାଳିନ ସେବା ଯୋଗାଇବା ଦିଗରେ ଏହା କାମ କରିବ ବୋଲି ପୋଲିସ ଡିଜି କହିଛନ୍ତି ।

୨୦୦୮ ଜାନୁଆରୀ ପହିଲାରେ କଟକ, ଭୁବନେଶ୍ୱର ଟ୍ୱିନ୍‌ସିଟିକୁ ନେଇ କମିଶନରେଟ୍‌ ପୋଲିସ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା । ଦ୍ଵାଦଶ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ପୋଲିସ ଡିଜିପି ଶ୍ରୀ ଅଭୟ ଉଦ୍‌ଘାଟନ କରିଛନ୍ତି । ଏହାପରେ ପରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । କମିଶନରେଟ୍‌ ପୋଲିସର ବିଭିନ୍ନ ପ୍ଲାଟୁନ୍‌ ପରେଡ୍‌ ପ୍ରଦର୍ଶନ କରିଥିଲେ।

ଗେଷ୍ଟହାଉସର ବନ୍ଦଘରୁ ହେଲା ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଆରଡ଼ି ଛକ ସୁଗୁନା ଫୁଡ୍‌ ଗେଷ୍ଟହାଉସରୁ ମୃତଦେହ ଉଦ୍ଧାର । ସନ୍ଦେହଜନକ ଅବସ୍ଥାରେ କମ୍ପାନୀର ସୁପରଭାଇଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଖୋର୍ଦ୍ଧା ଅଞ୍ଚଳର ଦେବୀପ୍ରସାଦ ଚମ୍ପତିରାୟ ।

ସେ ଦୀର୍ଘଦିନ ଧରି ସୁଗୁନା କଂପାନୀରେ ସୁପରଭାଇଜର ଭାବେ ଭଦ୍ରକରେ ରହି କାମ କରୁଥିଲେ । ମୃତ୍ୟୁ ପୂର୍ବରୁ ସେ ନୂଆବର୍ଷ ଭୋଜି କରିବା ପାଇଁ ଶାଖା ପରିଚାଳକଙ୍କୁ କହିଥିଲେ । ତେବେ ଘରକୁ ପଳାଇଥିଲେ ପରିଚାଳକ । ତା ପରେ ଆସିଥିଲା ଦେବୀପ୍ରସାଦଙ୍କ ମୃତ୍ୟୁ ଖବର । ତାଙ୍କୁ ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଗଲା ସ୍ତ୍ରୀର ଜୀବନ

କୋରାପୁଟ: କୋରାପୁଟ ସୁନାବେଡ଼ାରେ ଅଭାବନୀୟ ଘଟଣା । ଲୁଗା ଶୁଖାଇବା ହେଲା କାଳ । ସ୍ୱାମୀକୁ ବଞ୍ଚାଇବାକୁ ଯାଇ ପତ୍ନୀଙ୍କର ବି ମୃତ୍ୟୁ । ବିଦ୍ୟୁତ୍ ଆଘାତରେ ସ୍ୱାମୀ,ସ୍ତ୍ରୀଙ୍କର ମୃତ ହୋଇଛି  । ଲୁହା ତାରରେ ଲୁଗା ଶୁଖାଇଲା ବେଳେ ଗଲା ଦୁଇ ଜଣଙ୍କ ଜୀବନ ଗଲା । ମୃତକ ହେଲେ ସୁଧାକର ବିଶ୍ୱାଳ ଓ ତାଙ୍କର ପତ୍ନୀ ।

ସୂଚନା ଅନୁସାରେ ସକାଳୁ ଗାଧୋଇ ସାରି ଛାତରେ ସୁଧାକର ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଷ ଆସିଥିଲେ ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ ବଞ୍ଚେଇବାକୁ ସ୍ତ୍ରୀ ଧାଇଁ ଯାଇଥିଲେ । ତେବେ ଘଟଣା ସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଛି । ସୁଧାକର ସୁନାବେଡ଼ା ମ୍ୟୁନିସିପାଲିଟିରେ କାମ କରୁଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଜଗା ଦର୍ଶନ ହେଲା ଶେଷ ଦର୍ଶନ

କେନ୍ଦ୍ରାପଡ଼ା: ଶ୍ରୀଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ। ପୁରୀ ଶ୍ରୀମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଗଲା ଜୀବନ । କେନ୍ଦ୍ରାପଡ଼ା ଜିଲ୍ଲା ଦୁହୁରିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି ।

ଗତକାଲି ପୁରୀରୁ ଫେରୁଥିବା କାର, ଦୁହୁରିଆ ଛକ ନିକଟରେ ଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ୨ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ପ୍ରଣତି ପଣ୍ଡା ଓ ବିଜୟ ସାହୁ । ଗୁରୁତରଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଯାଜପୁର: ସୁକିନ୍ଦା ଥାନା ଦାମୋଦରପୁର ଗାଁରେ ନିଶାସକ୍ତ ୨ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ୨ ଯୁବକଙ୍କ ଆକ୍ରମଣରେ ଜଣେ ନାବାଳକ ସମେତ ୫ ଜଣ ରକ୍ତାକ୍ତ । ଗୁରୁତର ନାବାଳକ କଟକ ସ୍ଥାନାନ୍ତର, ଆହତ ସୁକିନ୍ଦା ମେଡିକାଲାରେ ଭର୍ତ୍ତି । ଜଣକୁ କାବୁ କରି ପୋଲିସରେ ଦେଲେ ଗ୍ରାମବାସୀ ।

ଯାଜପୁର: ସୁକିନ୍ଦା ଥାନା ଦାମୋଦରପୁର ଗାଁରେ ନିଶାସକ୍ତ ୨ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ୨ ଯୁବକଙ୍କ ଆକ୍ରମଣରେ ଜଣେ ନାବାଳକ ସମେତ ୫ ଜଣ ରକ୍ତାକ୍ତ । ଗୁରୁତର ନାବାଳକ କଟକ ସ୍ଥାନାନ୍ତର, ଆହତ ସୁକିନ୍ଦା ମେଡିକାଲାରେ ଭର୍ତ୍ତି । ଜଣକୁ କାବୁ କରି ପୋଲିସରେ ଦେଲେ ଗ୍ରାମବାସୀ ।

ଦିଗପହଣ୍ଡି: କେ.,ନୂଆଁଗାଁ ଥାନା ଚିକିଟି ଅଳପୁରରେ ଦୁର୍ଘଟଣା । ଚକା ପାଟିଯାଇ ବାଇକକୁ ଧକ୍କାଦେଲା ଟ୍ରାକ୍ଟର । ଘଟଣାସ୍ଥଳରେ ଚିକିତିପେଣ୍ଠ ଅଞ୍ଚଳର ବାଇକ୍ ଆରୋହୀ ସୁନୀଲ ସାହୁ ମୃତ । ବ୍ରହ୍ମପୁରରୁ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ।

ଦିଗପହଣ୍ଡି: କେ.ନୂଆଁଗାଁ ଥାନା ଚିକିଟି ଅଳପୁରରେ ଦୁର୍ଘଟଣା । ଚକା ପାଟିଯାଇ ବାଇକକୁ ଧକ୍କାଦେଲା ଟ୍ରାକ୍ଟର । ଘଟଣାସ୍ଥଳରେ ଚିକିତିପେଣ୍ଠ ଅଞ୍ଚଳର ବାଇକ୍ ଆରୋହୀ ସୁନୀଲ ସାହୁ ମୃତ । ବ୍ରହ୍ମପୁରରୁ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ।