spot_img
Home Blog Page 7391

କଟକ: କରୋନା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଇ-ଫାଇଲିଙ୍ଗ୍ ଓ ଭିଡିଓ କନଫରେନ୍ସିଂ ସ୍କିମ-୨୦୨୦ । ଲକଡାଉନ୍ ସମୟରେ ଲୋକଙ୍କୁ ନ୍ୟାୟ ଦେବାକୁ ପ୍ରୟାସ । ଘରେ ରହି ରୁଜୁ କରିହେବ ମାମଲା । ମାମଲାର ଶୁଣାଣି ଘରୁ ଭିଡିଓ କନଫରେନ୍ସିଂରେ ହୋଇପାରିବ । ମାମଲା ଦାଏର ପାଇଁ କୋର୍ଟ ଆସିବା ଆବଶ୍ୟକତା ନାହିଁ ।

କଟକ: କରୋନା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଇ-ଫାଇଲିଙ୍ଗ୍ ଓ ଭିଡିଓ କନଫରେନ୍ସିଂ ସ୍କିମ-୨୦୨୦ । ଲକଡାଉନ୍ ସମୟରେ ଲୋକଙ୍କୁ ନ୍ୟାୟ ଦେବାକୁ ପ୍ରୟାସ । ଘରେ ରହି ରୁଜୁ କରିହେବ ମାମଲା । ମାମଲାର ଶୁଣାଣି ଘରୁ ଭିଡିଓ କନଫରେନ୍ସିଂରେ ହୋଇପାରିବ । ମାମଲା ଦାଏର ପାଇଁ କୋର୍ଟ ଆସିବା ଆବଶ୍ୟକତା ନାହିଁ ।

ବିଷାଦ ନେଲା ଆନନ୍ଦଙ୍କ ଜୀବନ, କ୍ୱାରେଣ୍ଟାଇନ ସେଣ୍ଟରରୁ ବାଛିନେଲେ ଶେଷରାସ୍ତା

ବଣାଇ: ଡରାଇଲା ଏକାନ୍ତବାସ । ଗୋଡ଼ାଇ ଖାଇଲା ମାନସିକ ଦୁଶ୍ଚିନ୍ତା । ଶେଷରାସ୍ତାର ପଥିକ ସାଜିଲେ କରୋନା ସନ୍ଦିଗ୍ଧ । କରୋନା ଭୟ ଓ ଏକାନ୍ତବାସର ଅବସାଦ ଭିତରେ ୩୦ ବର୍ଷୀୟ ଯୁବକ ପ୍ରାଣ ଯାଇଥିବା ଅଭିଯୋଗ ହୋଇଛି। ବଡ଼ଗାଁ ମତଲବଗଡ଼ର ଆନନ୍ଦ ଲାକ୍ରା । ପେଟପାଟଣା ସନ୍ଧାନରେ ମହାରାଷ୍ଟ୍ର ଯାଇ, ଦେଢମାସ ତଳେ ଫେରିଥିଲେ ଭିଟାମାଟିକୁ । ମଙ୍ଗଳବାର ଥଣ୍ଡା ଓ କାଶ ହେବାରୁ, ଯାଇଥିଲେ ଗୁରୁଣ୍ଡିଆ ସ୍ୱାସ୍ଥ୍ୟକେନ୍ଦ୍ର ।

ଡାକ୍ତର ଚିକିତ୍ସା ପରେ ତାଙ୍କୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇଦେଇଥିଲେ । ମାତ୍ର କରୋନା ଭୟ ଆନନ୍ଦଙ୍କ ମନରେ ଭରି ଦେଇଥିଲା ମାନସିକ ଅବସାଦ । ଶେଷରେ ଆନନ୍ଦ ବାଛି ନେଇଥିଲେ ଶେଷ ବାଟ । ବିଦ୍ୟାଳୟ ପରିସରରେ ଏକ ଗଛରୁ ଉଦ୍ଧାର କରାଯାଇଛି ଆନନ୍ଦଙ୍କ ମୃତଦେହ । ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସେପଟେ ବୟସର ଅପରାହ୍ଣରେ ଏବେ ଏକୁଟିଆ ହୋଇ ଯାଇଛନ୍ତି ବିଧବା ମାଆ ।

ହୁଏତ ଏକାନ୍ତବାସର ସଂଜ୍ଞା ବୁଝିନଥିବେ ଏହି ନିରୀହ ଆଦିବାସୀ ଯୁବକ । କରୋନାର ଲକ୍ଷଣ ବିଷୟରେ ବି ବିଶେଷ ଅଭିଜ୍ଞତା ନଥିବ । ହେଲେ ଅବସାଦର ଅଶ୍ରୁ ଆନନ୍ଦଙ୍କ ଜୀବନରେ ଭରି ଦେଇଥିଲା ଘନ ଅନ୍ଧାର, ଯେଉଁ ଅନ୍ଧାର ଭିତରୁ ଫେରିବା ତାଙ୍କ ପାଇଁ ଅସମ୍ଭବ ହୋଇ ପଡିଥିଲା ।

https://www.facebook.com/nandighoshatv/videos/2599889963634108

କାର୍ ରେ ଜୀବନ ବିତାଉଛନ୍ତି ଭୋପାଳର ଏହି ଡାକ୍ତର

ଭୋପାଳ: ସାରା ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ ଓ ସଫେଇ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଏମାନଙ୍କୁ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି। କାରଣ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ଡାକ୍ତର ଓ ନର୍ସଙ୍କୁ ସଂକ୍ରମଣ ହେବାର ଭୟ ଅଧିକ ରହୁଛି। ତେଣୁ ନିଜ ପରିବାର ଲୋକଙ୍କୁ ସଂକ୍ରମଣରୁ ବଞ୍ଚେଇ ରଖିବା ପାଇଁ ସେମାନେ ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରୁଛନ୍ତି। ବିଶେଷ କଥା ହେଲା ଏଭଳି ସ୍ଥିତିରେ କେତେକ ଡାକ୍ତର ଓ ନର୍ସ ଘରକୁ ଯାଉ ନ ଥିବା ଜଣାପଡ଼ିଛି।

ଇତିମଧ୍ୟରେ ମଧ୍ୟପ୍ରଦେଶର ଭୋପାଳରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି। ଭୋପାଳର ଜେପି ହସ୍ପିଟାଲରେ କାର୍ଯ୍ୟରତ ଥିବା ଡାକ୍ତର ସଚିନ କରୋନା ସଂକ୍ରମଣରୁ ନିଜ ଘର ଲୋକଙ୍କୁ ଦୂରେଇ ରଖିବା ପାଇଁ ନିଜ କାର୍‌ରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି।

ସେ ନିଜ କାର୍‌କୁ ଏକପ୍ରକାର ଘରରେ ପରିଣତ କରିଦେଇଛନ୍ତି। ସୂଚନାଯୋଗ୍ୟ, ସଚିନ ଯେଉଁ ହସ୍ପିଟାରେ କାର୍ଯ୍ୟ କରୁଛନ୍ତି ସେଠାରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରାଯାଉଛି। ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ଡାକ୍ତର ଓ ନର୍ସଙ୍କୁ ସଂକ୍ରମଣ ହେବାର ଭୟ ରହିଛି। ତେଣୁ ସଚିନ ନିଜ ପରିବାର ଲୋକଙ୍କୁ ସୁରକ୍ଷିତ କରିବାକୁ ଯାଇ କାର୍‌ରେ ରହୁଥିବା ଜଣାପଡ଼ିଛି। ସେଠାରେ ସେ ରହିବା, ଶୋଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ସମୟରେ ଦେଶ ଯେଉଁ ସଙ୍କଟ ଦେଇ କରୁଛି ସେଠାରେ ସଚିନଙ୍କ ଭଳି ଯୋଦ୍ଧାଙ୍କର ସାହସିକତା ଓ ତ୍ୟାଗ ଅତ୍ୟନ୍ତ ପ୍ରଶଂସନୀୟ। ସଚିନଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଏହା ସମାଜ ପାଇଁ ଏକ ବାର୍ତ୍ତା ସୃଷ୍ଟି କରିଛି।

କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବଙ୍କ ସହ 5T ସଚିବ

ଭୁବନେଶ୍ୱର: କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ । ବୁଧବାର ଦିନ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ  ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଡିକାଲକୁ ୧୫୦ ଶଯ୍ୟା ବିଶିଷ୍ଟ COVID-19 ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି । ଆସନ୍ତା ୨ ଦିନ ମଧ୍ୟରେ ଏହା ଲୋକାର୍ପିତ ହେବାକୁ ଥିବାବେଳେ ମେଡିକାଲରେ ପହଞ୍ଚି ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ । ଆସନ୍ତା ଶୁକ୍ରବାର ଦିନ ଏହି ୧୫୦ ଶଯ୍ୟା ବିଶିଷ୍ଟ ମେଡିକାଲକୁ ଲୋକାର୍ପିତ କରାଯିବ ବୋଲି ସୂଚନା ମିଳିଛି । ତେବେ Covid-19 ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ନେଇ ମେଡିକାଲ ପକ୍ଷରୁ ୩୦ ଜଣ ଅଭିଜ୍ଞ ଡାକ୍ତର ନିଯୁକ୍ତ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ପାଖାପାଖି ୨୮୦ ପାରା ମେଡିକାଲ ଷ୍ଟାଫଙ୍କୁ ସ୍ଵତନ୍ତ୍ର ଭାବେ ନିଯୁକ୍ତି ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ସେହିଭଳି ଭଦ୍ରକ ସହର ସ୍ଥିତ ମୋଟେଲ ଛକ ନିକଟରେ ଥିବା ସାଳନ୍ଦୀ ହସ୍ପିଟାଲରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଥିବା କୋଭିଡ-19 ହସ୍ପିଟାଲକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ଯାଇଥିଲେ । ଭଦ୍ରକରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

କେନ୍ଦ୍ରାପଡ଼ାରେ ସମ୍ ହସ୍ପିଟାଲ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲକୁ ମଧ୍ୟ ଆଜି ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ବୁଲି ଦେଖିଥିଲେ । ସମ୍ ହସ୍ପିଟାଲ ସହଯୋଗରେ ନିର୍ମିତ ଏହି ୧୦୦ ବେଡ୍ ହସ୍ପିଟାଲରେ ୧୬୦ ଗୋଟି ସଂଗରୋଧ ବେଡ୍ ମଧ୍ୟ ଉପଲବ୍ଧ  ରହିଛି । ହସ୍ପିଟାଲ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଓ ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ।

ଅନ୍ୟପକ୍ଷରେ ବୁଧବାର ଦିନ ଗଜପତି ଜିଲ୍ଲାରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ପାରଳାଖେମୁଣ୍ଡି, ଆର୍.ସୀତାପୁର ନିକଟ ଭାରତମାତା ଛାତ୍ରାବାସରେ ଏହାର ନିର୍ମାଣ କରାଯାଇଛି । କରୋନା ସଂକ୍ରମିତଙ୍କୁ ଖାଦ୍ୟପେୟ ସହ ଏଠାରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡର ସହାୟତାରେ ହାଇଟେକ୍ ମେଡିକାଲ୍ ସହଯୋଗ ଏବଂ ଜିଲ୍ଲା ପ୍ରଶାସନର ତଦାରଖରେ ଏହି ହସ୍ପିଟାଲ ପରିଚାଳିତ ହେବ । ପ୍ରାଥମିକ ପର୍ଯ୍ୟାୟରେ ୧୧୦ ଶଯ୍ୟା ବେଡ ବିଶିଷ୍ଟ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ସଂଖ୍ୟା ବୃଦ୍ଧି କରାଯିବା ବ୍ୟବସ୍ଥା ରହିଛି । ୧୫ରୁ ୨୦ ଜଣ ସ୍ୱତନ୍ତ୍ର ଡାକ୍ତର ସହ ୬୦ରୁ ୭୦ଜଣ ତାଲିମ ପ୍ରାପ୍ତ ନର୍ସ, ୧୦ଜଣ ସ୍ୱାସ୍ଥ୍ୟ କର୍ମୀ କରୋନା ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ନିୟୋଜିତ ହୋଇଛନ୍ତି ।

ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

ଭୁବନେଶ୍ୱର: ରାଜଧାନୀରେ ୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକ ପ୍ରଭାବିତ ହୋଇଛି ସୂର୍ଯ୍ୟନଗର, ସତ୍ୟନଗର, ବମିଖାଲ ଅଞ୍ଚଳ । ସଂକ୍ରମଣ ରୋକିବାକୁ ପ୍ରଶାସନ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବା ନିଷିଦ୍ଧାଞ୍ଚଳ ଘୋଷଣା କରିଛି । କରୋନା ପଜିଟିଭ କେଉଁ ସ୍ଥାନକୁ ଯାଇଛନ୍ତି ଓ କାହା ସହ ମିଶିଛନ୍ତି ସେ ସବୁର ଅନୁଧ୍ୟାନ କରାଯାଉଛି ।

ଜଣେ କରୋନା ଆକ୍ରାନ୍ତ ସତ୍ୟନଗର ତୋଷାଳି ଭବନ ସମ୍ମୁଖରେ ଥିବା ଓମଫେଡ ଷ୍ଟଲକୁ ଯାଇଥିବା ଜଣାପଡ଼ିଛି । ଏହାପରେ ଉକ୍ତ ଓମଫେଡ୍ ସିଲ୍ ସହ ସମ୍ପୃକ୍ତ ଅଞ୍ଚଳକୁ ବିଏମସି ସିଲ୍ କରିଛି । କରୋନା ସଂକ୍ରମିତ ଜଣଙ୍କ ଉକ୍ତ ସ୍ଥାନକୁ ଏକାଧିକ ଥର ଯାଇଥିବାରୁ ସିଲ୍ କରାଯାଇଥିବା ଜଣାପଡ଼ିଛି ।

ସଂକ୍ରମଣ ରୋକିବାକୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଏଥିସହ ୧୪ ଦିନ ମଧ୍ୟରେ ଉକ୍ତ ଓମଫେଡକୁ ଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କରୋନା ସଂକ୍ରମିତ କୌଣସି ଲକ୍ଷଣ ଦେଖାଦିଏ ତୁରନ୍ତ ୧୦୪ ନମ୍ବରରେ ଜଣାଇବାକୁ ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । କୋଭିଡ୍-୧୯ ଯୁଦ୍ଧ ଲମ୍ବା ଦୌଡ଼ । ମନକୁ ଶାନ୍ତ ରଖନ୍ତୁ । ଘରେ ଅଟକ ବେଳେ ଶାରିରୀକ ପରିଶ୍ରମ କରନ୍ତୁ, ଇମ୍ୟୁନିଟି ପାୱାରକୁ ବଢ଼ାନ୍ତୁ । ଘର ଭିତରେ ଏକାଠି ଖିଆପିଆ କରନ୍ତୁ । ଅଳ୍ପ ଖାଆନ୍ତୁ, ସୁସ୍ଥ ରୁହନ୍ତୁ ।

ଭୁବନେଶ୍ୱର: କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । କୋଭିଡ୍-୧୯ ଯୁଦ୍ଧ ଲମ୍ବା ଦୌଡ଼ । ମନକୁ ଶାନ୍ତ ରଖନ୍ତୁ । ନିଜକୁ ଓ ପ୍ରିୟଜନକୁ ଦେଖି ସାନ୍ତ୍ୱନା ପାଆନ୍ତୁ । ଘରେ ଅଟକ ବେଳେ ଶାରିରୀକ ପରିଶ୍ରମ କରନ୍ତୁ, ଇମ୍ୟୁନିଟି ପାୱାରକୁ ବଢ଼ାନ୍ତୁ । ଘର ଭିତରେ ଏକାଠି ଖିଆପିଆ କରନ୍ତୁ । ଅଳ୍ପ ଖାଆନ୍ତୁ, ସୁସ୍ଥ ରୁହନ୍ତୁ ।

ଲକଡାଉନ୍ ଭିତରେ ଭାଇରାଲ ହେଉଛି ଐଶ୍ୱର୍ଯ୍ୟାଙ୍କ ୨୩ ବର୍ଷ ତଳର ପୁରୁଣା ଭିଡିଓ

କରୋନାଭାଇରସ୍ ସଂକ୍ରମଣ ହେତୁ ଦେଶରେ ଲକ୍ ଡାଉନ୍ ଥିବାବେଳେ ସମସ୍ତେ ସୋସିଆଲ ମିଡିଆରେ ଏବେ ବେଶ୍ ସକ୍ରିୟ ଅଛନ୍ତି। କେବଳ ଫଟୋ, ଭିଡିଓ ଏବଂ ଅପଡେଟ୍ ସେୟାର୍ କରି ନୁହେଁ ବରଂ ଅତୀତକୁ ଖୋଳିବା ସହ କିଛି ସୁନ୍ଦର ଥ୍ରୋବ୍ୟାକ୍ ମଧ୍ୟ ସେୟାର କରୁଛନ୍ତି । ତେବେ ଏହି ଲକ୍ ଡାଉନ୍ ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ରିଲିଜ୍ ହୋଇନଥିବା ୧୯୯୭ ଚଳଚ୍ଚିତ୍ରର ଏକ ଦୃଶ୍ୟ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି | ୨୩ ବର୍ଷ ପୂର୍ବେ ରାଧେଶ୍ୟାମ ସୀତାରାମ ନାମକ ଏକ ଚଳଚ୍ଚିତ୍ର ପାଇଁ ଐଶ୍ୱର୍ଯ୍ୟାଙ୍କ ସୁଟିଂର ଏକ ବିଟିଏସ୍ ଭିଡିଓକୁ କେହି ଜଣେ ଖୋଜି ପାଇଛନ୍ତି ଏବଂ ଏହା ପରଠାରୁ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି।

https://www.instagram.com/p/B-jxfMnB-Sd/?utm_source=ig_embed

ଭିଡିଓରେ, ବାଇଗଣୀ ରଙ୍ଗର ଲେହେଙ୍ଗା ଚୋଲି ପିନ୍ଧି ଏକ ଡ୍ୟାନ୍ସ ନମ୍ବର ପାଇଁ ଐଶ୍ୱର୍ଯ୍ୟା ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି | ଏ ଭିଡିଓରେ ସେ ନିଜ ଚମତ୍କାରିତା ଏବଂ ସୁନ୍ଦର ହସ ସହିତ କେମିତି ସମସ୍ତଙ୍କୁ ମୁଗ୍ଧ କରୁଛନ୍ତି ତାହା ଦେଖିବାକୁ ପାଇବେ। ଏହି ଚଳଚ୍ଚିତ୍ରରେ ସୁନୀଲ ଶେଟ୍ଟୀ ଏବଂ ଫରିଦା ଜାଲାଲ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଚଳଚ୍ଚିତ୍ରଟି ରିଲିଜ୍ ହୋଇପାରିନଥିଲା।  କ୍ୟାରିୟରର ପ୍ରଥମ ଦିନରୁ ଆସୁଥିବା ଏହି ଭିଡିଓରେ ଐଶ୍ୱର୍ଯ୍ୟା କେମିତି ନିଜ ସୌନ୍ଦର୍ଯ୍ୟ ରେ ସମସ୍ତଙ୍କୁ  ବାନ୍ଧି ରଖିଥିଲେ  ତାହା ଜାଣିବାକୁ  ଦେଖନ୍ତୁ ଏହି ଭିଡିଓ   ।

ଦେଶରେ ୫ ହଜାର ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ଆଖି ବୁଜିଲେ ୩୨ ଆକ୍ରାନ୍ତ

ନୂଆଦିଲ୍ଲୀ: କାବୁ ହେଉନି କରୋନା । ଦେଶରେ କାୟା ବିସ୍ତାର କରି ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । ମଙ୍ଗଳବାର ଗୋଟିଏ ଦିନରେ ସାରା ଦେଶରେ ୭୭୩ଟି କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି ।

ସେହିଭଳି ମଙ୍ଗଳବାର ମୃତ୍ୟୁବରଣ କରିଛନ୍ତି ୩୨ ଜଣ କରୋନା ସଂକ୍ରମିତ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୯୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।

ଦେଶରେ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ମହଜୁଦ୍ ରହିଛି । ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।

ବଢିପାରେ ଲକ୍ ଡାଉନର ଅବଧି ! ସଙ୍କେତ ଦେଲେ ମୋଦି

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶରେ ବଢୁଛି ଚିନ୍ତା । ପୂରା ଦେଶ ଲକଡାଉନରେ ଥିବା ବେଳେ ଏବେ ଲକଡାଉନର ଅବଧି ବଢିବା ନେଇ ସନ୍ଦେହ କରାଯାଉଛି । ଏନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସର୍ବଦଳୀୟ ବୈଠକରେ ଲକଡାଉନକୁ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘କରୋନା ଭୂତାଣୁ ବିରୋଧରେ ଦୀର୍ଘ ଦିନିଆ ଲଢେଇ ଏବେ ବି ଜାରି ରହିଛି । ତେଣୁ ଦେଶବାସୀଙ୍କ ଜୀବନ ବଞ୍ଚାଇବା ହେଉଛି ସରକାରଙ୍କ ପ୍ରାଥମିକତା । ଦେଶର ପରିସ୍ଥିତି ଏବେ ‘ସାମାଜିକ ଜରୁରୀକାଳୀନ ପରିସ୍ଥିତି’ ସହ ସମାନ । ଏଥିପାଇଁ କଠୋର ନିଷ୍ପତ୍ତି ଆବଶ୍ୟକତା ରହିଛି । ଏବଂ ଆମେ ଏଥିପାଇଁ ନିରନ୍ତର ସଜାଗ ରହିବା ଉଚିତ୍ । ଏହାସହ ସେ କହିଛନ୍ତି ଯେ ମୁଁ ପୁଣି ଥରେ ଏନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ।’

ବିରୋଧୀ ଦଳ ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସରକାର ନେଇଥିବା ପଦକ୍ଷେପ ବାବଦରେ ଦେଲେ ସୂଚନା

ପ୍ରଧାନମନ୍ତ୍ରୀ ମୋଦୀ ଆଜି କରୋନା ଭାଇରସ ଏବଂ ଲକଡାଉନ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏନେଇ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ବିଜେପି, କଂଗ୍ରେସ, ଡିଏମକେ, ଏଆଇଏଡିଏମକେ, ଟିଆରଏସ, ସିପିଏମ, ଟିଏମସି, ଶିବସେନା, ଏନସିପି, ଅକାଳୀ ଦଳ, ଏଲଜେପି, ଜେଡିୟୁ, ଏସପି, ବିଏସପି, ବାଅଏସଆର କଂଗ୍ରେସ ଏବଂ ବିଜେଡି ନେତାଙ୍କ ସହ କରୋନା ଏବଂ ଲକଡାଉ ଉପରେ ଆଲୋଚନା କରିଛନ୍ତି । ତେବେ ଏପ୍ରିଲ ୧୧ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଆଜି ବୈଠକରେ ବିଜେଡ଼ି ନେତା ପିନାକି ମିଶ୍ର ଉପସ୍ଥିତ ଥିଲେ ।

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍ । ଦିନକରେ ୭୭୩ କରୋନା ପଜିଟିଭ୍ ଚିହ୍ନଟ । ଗତକାଲି ମୃତ୍ୟୁବରଣ କରିଛନ୍ତି ୩୨ ଜଣ କରୋନା ସଂକ୍ରମିତ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୯୪ । ଆଜି ଯାଏଁ ୪୦୨ ଜଣ ଆକ୍ରାନ୍ତ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍ । ଦିନକରେ ୭୭୩ କରୋନା ପଜିଟିଭ୍ ଚିହ୍ନଟ । ଗତକାଲି ମୃତ୍ୟୁବରଣ କରିଛନ୍ତି ୩୨ ଜଣ କରୋନା ସଂକ୍ରମିତ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୯୪ । ଆଜି ଯାଏଁ ୪୦୨ ଜଣ ଆକ୍ରାନ୍ତ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।