spot_img
Home Blog Page 739

କଣ ଚାହୁଁଛି ଆମେରିକା ? କାହିଁକି ମୁନୀରଙ୍କୁ ଡାକିଲେ ଟ୍ରମ୍ପ ?

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଆମନ୍ତ୍ରିତ ଅତିଥି ପାକିସ୍ତାନ ସେନାମୁଖ୍ୟ ଜେନେରାଲ ଆସିମ ମୁନୀର। ହ୍ଵାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଲେ ମଧ୍ୟାହ୍ନ ଭୋଜନ। ବୈଦେଶିକ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟି ହେଗସେଥଙ୍କ ସହ ମୁନୀର ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆମେରିକା ଚାହୁଁଛି କଣ ? ପାକିସ୍ତାନୀର ସେନାମୁଖ୍ୟଙ୍କୁ ଡାକି ଭାରତକୁ କଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି ? ଯଦିଓ କୁଟନୈତିକ ମହଲରେ ଏଭଳି ଚର୍ଚ୍ଚା ହେଉଛି ତଥାପି ଉଭୟଙ୍କ ଲଞ୍ଚ କରିବାକୁ ନେଇ ଅଧିକ ଚର୍ଚ୍ଚା ଘନେଇଛି ।

ସେପଟେ ଟ୍ରମ୍ପ କହିଛନ୍ତି କି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ସମାପ୍ତ କରାଯାଇଛି । ଯୁଦ୍ଧ ବନ୍ଦ ହେବା ପରେ ଉଭୟଙ୍କ ଧନ୍ୟବାଦ ଦେବାକୁ ଚାହୁଁଛୁ । ଭାରତ ଏବଂ ପାକିସ୍ତାନ ସହ ବାଣିଜ୍ୟ ଚୁକ୍ତି ଉପରେ କାମ କରୁଛୁ । ମୁଁ ବହୁତ ଖୁସି, ମୋଦି ଏବଂ ମୁନୀର ବହୁତ ଜ୍ଞାନୀ ବ୍ୟକ୍ତି, ଉଭୟ ଯୁଦ୍ଧ ଜାରି ନରଖିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମୋଦି ଆମେରିକା ଆସିଥିଲେ ଆଉ ଏବେ ମୁନୀର ଆସିଛନ୍ତି । ମୁଁ ଉଭୟଙ୍କ ଭେଟି ବେଶ ସମ୍ମାନିତ ମନେ କରୁଛି । ମୁଁ ଯୁଦ୍ଧ ବନ୍ଦ କରି ଦେଇଛି । ମୋଦିଙ୍କ ସହ କଥା ହୋଇଛି ଆମେ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛୁ । ସେପଟେ ଆମେରିକା ଗସ୍ତ ପୂର୍ବରୁ ମୁନୀର କହିଛନ୍ତି କି, ଆମେ ଚାହୁଁଛୁ ଯୁଦ୍ଧ ତୁରନ୍ତ ଶେଷ ହେଉ । ପାକି୍ତାନକୁ ଏକ ସଭ୍ୟ ରାଷ୍ଟ୍ରଭାବେ ଦେଖାଯାଉ ।

 

ଇଂଲଣ୍ଡରେ କେମିତି ରହିବ ଟିମ୍ ଇଣ୍ଡିଆର ପ୍ରଦର୍ଶନ ?

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ନୂଆ ଟେଷ୍ଟ ଅଧିନାୟ ସାଙ୍ଗକୁ ଯୁବ ଖେଳାଳି । ଇଂଲଣ୍ଡରେ କେମିତି ରହିବ ଭାରତୀୟ ଦଳର ପ୍ରଦର୍ଶନ । ଏହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ବିରାଟ, ରୋହିତ ଏବଂ ଅଶ୍ବିନୀଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ବିନା ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି ଭାରତ । ତେବେ ଦଳର ପ୍ରଦର୍ଶନ କିଭଳି ରହିବ ? ତେବେ ଶୁଭମନ ଗିଲଙ୍କ ଅଧିନାୟକତ୍ବରେ ଦଳ ବିଜୟ ହାସଲ କରି ନୂଆ ରେକର୍ଡ କରିବ କି ? ସେପଟେ ଇଂଲଣ୍ଡ ଭଳି ଶକ୍ତିଶାଳି ଦଳ ବିପକ୍ଷରେ ପୁଣି ଇଂଲଣ୍ଡ ମାଟିରେ ବିଜୟ ମଧ୍ୟ ଏତେ ସହଜ ନୁହେଁ ଏହାସହ ଇଂଲଣ୍ଡ ମଧ୍ୟ ଭାରତୀୟ ଦଳକୁ ସହଜରେ ନେଇ ପାରିବ ନାହିଁ । ନିକଟରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ବହୁ ପ୍ରତିଭାବାନ ଖେଳାଳିମାନେ ଏହି ଗସ୍ତରେ ରହିଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କି, ବୁମରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଭାରତ ହେଉ କିମ୍ବା ବିଦେଶ ସବୁବେଳେ ଭାରତଙ୍କୁ ସଙ୍କଟରୁ ମୁକ୍ତ କରିଆସୁଥିବା ବୁମରା ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ଅକଳରେ ପକାଇ ପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ରଖିଛନ୍ତି । ବୁମରା ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟଙ୍କୁ ୯ଥର ଆଉଟ କରିଥିବାବେଳେ ବିଦେଶରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିବାର ନଜିର ରହିଛି । ଏପରିକି ଇଂଲଣ୍ଡରେ ୩୪ ଓ୍ବିକେଟ ଅକ୍ତିଆର କରିସାରିଛନ୍ତି ବୁମରା । ଏଣୁ ଆଶା ରଖାଯାଇଛି କି, ଏହି ସିରିଜରେ ସେ ୫୦ ଓ୍ବିକେଟ ଅକ୍ତିଆର କରିବା ସହ ପ୍ରଥମ ଭାରତୀୟ ବୋଲର ଭାବେ ନୂଆ ରେକର୍ଡ କରିବେ ।

କମିବ ଏୟାରପୋର୍ଟ ପାଖରେ ଥିବା ବିଲ୍ଡିଂର ଉଚ୍ଚତା

ନନ୍ଦିଘୋଷ ବ୍ୟୁରୋ: ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ସତର୍କତା। ବିମାନ ବନ୍ଦର ପାଖରେ ଥିବା ବିଲଡିଂର ଉଚ୍ଚତା ହ୍ରାସ କରାଯିବ। ଦରକାର ପଡ଼ିଲେ ଭଙ୍ଗାଯିବ। ଏ ସଂପର୍କିତ ଏକ ନିୟମର ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏଥିରେ କୁହାଯାଇଛି ଯେ, ଏୟାରପୋର୍ଟ ପାଖରେ ବଡ଼ ବିଲଡିଂ କିମ୍ଵା ଗଛ ଥିଲେ, ମାଲିକଙ୍କୁ ନୋଟିସ୍ ଦିଆଯିବ। ନୋଟିସ୍ ର ୬୦ ଦିନରେ ସେ ଘର ଭାଙ୍ଗିବା କିମ୍ଵା ଉଚ୍ଚତା ହ୍ରାସ କରିବେ। ଯଦି ନିଜେ ନ କରିବେ, ତେବେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ। ଏହା ପ୍ରଶାସନ ନିଜେ ପଦକ୍ଷେପ ନେବ। ଅନେକ ବିମାନ ବନ୍ଦର ପାଖରେ ଉଚ୍ଚ ବିଲଡିଂ ଓ ବଡ଼ ବଡ଼ ଗଛ ଥିବାରୁ ଏହା ବିପଦ ବୋଲି କୁହାଯାଇଛି। ବିଶେଷ କରି ଅହମଦାବାଦ ଦୁର୍ଘଟଣା ପରେ ଏ ନେଇ ଚିନ୍ତା ପ୍ରକାଶ ପାଇଛି।

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଏମିତି କହିଲେ ଖାମେନେଇଙ୍କ ପୁତୁରା

ନନ୍ଦିଘୋଷ ବ୍ୟୁରୋ: ସପ୍ତମ ଦିନରେ ମଧ୍ୟପ୍ରାଚ୍ୟ ଉତ୍ତେଜନା। ଗତକାଲି ଇସ୍ରାଏଲ ଉପରେ ଜବରଦସ୍ତ ହମଲା କରିଛି ଇରାନ। ଫତେହ -୧ ମିସାଇଲ ମାଡ଼ କରିଥିଲା ଇରାନ। ଏହାର ଜବାବରେ ଇସ୍ରାଏଲ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ତେବେ ଏଭଳି ଏକ ପରିସ୍ଥିତିରେ ଇରାନର ଶାସକ ବର୍ଗଙ୍କ ସର୍ବୋଚ୍ଚ ନେତା ଆୟୋଜୁଲ୍ଲା ଅଲ୍ଲୀ ଖାମେନେଇଙ୍କ ପୁତୁରା ଦେଇଥିବା ପ୍ରତିକ୍ରିୟା ବେଶ ଚର୍ଚ୍ଚାରେ ରହିଛି । ଫ୍ରାନ୍ସରେ ରହିଥିବା ତାଙ୍କ ପୁତୁରା କହିଛନ୍ତି କି, ସେ ଯୁଦ୍ଧ ସପକ୍ଷରେ ନାହାନ୍ତି । ତେବେ ସେ ବିଶ୍ବାସ କରନ୍ତି କି ଇସଲାମିକ ରାଷ୍ଟ୍ରରେ ଗଣରାଜ୍ୟର ଶେଷ ହେଉଛି ପ୍ରକୃତ ଶାନ୍ତିର ପଥ । ଏହାସହ ସେ କହିଛନ୍ତି କି, ତାଙ୍କ ଦାଦାଙ୍କ ଶାସନର ଅନ୍ତ ଘଟିବା ଜରୁରୀ । ଖାମେନେଇଙ୍କ ସ୍ବେଚ୍ଛାଚାରୀ ଶାସନ ବିରୋଧରେ ସେ ରହିଥିବା ମଧ୍ୟ ଇଣ୍ଟରଭିୟ୍ୟୁ ସମରେ କହିଛନ୍ତି । ଇସ୍ରାଏଲ ସହ ସାମରିକ ମୁକାବିଲା କରିବା ଦୁର୍ଭାଗ୍ୟଜନକ । କିନ୍ତୁ ଏପରି ଏକ ବ୍ୟବସ୍ଥା ଏହା ଅନିବାର୍ଯ୍ୟ ଯାହା ମୁଣ୍ଡ ନୁଆଁଏ କିମ୍ବା ସଂସ୍କାର ଗ୍ରହଣ କରେ ।

ସେପଟେ ପୁତୁରା ମୋରାଦଖାନି କହିଛନ୍ତି କି, ଇରାନରେ ଇସଲାମିକ ଶାସନ ଅନ୍ତ ହେବା ଉଚିତ୍ । କହିଛନ୍ତି କି, ପରିସ୍ଥିତି ଏଭଳି ସ୍ଥିତିରେ ପହଞ୍ଚିଛି ଯେ ମୁଁ ଦୁଃଖିତ । କିନ୍ତୁ ଇରାନୀ ଶାସନର ଦୁର୍ବଳତା ଦେଖି ବହୁତ ଖୁସି । ଇରାନରେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ମୁଁ ସେଠାକାର ଲୋକଙ୍କ ସହ କଥା ହୋଇପାରୁନାହିଁ । ତେବେ ଇସଲାମିକ ଗଣରାଜ୍ୟର ଯେତେ ଶୀଘ୍ର ଅନ୍ତ ହେବ ଏହା ବେଶ ଭଲ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ମଧ୍ୟ ସୋସିଆଲ ମିଡିଆରେ ଇରାନକୁ ଚେତାବନୀ ଦେଇସାରିଛନ୍ତି । ଆତ୍ମସମର୍ପଣ କରିବାକୁ କହିଛନ୍ତି ଟ୍ରମ୍ପ ।

ମହାପ୍ରଭୁଙ୍କ ଲାଗି ଦେଉଳି ମଠରୁ ଶଗଡ଼ରେ ଆସିଲା ଫଳ ଭାର

ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ଗଲା ଅଣସର ଫଳଭାର । ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ ଦେଉଳି ମଠରୁ ଶଗଡ଼ରେ ଶ୍ରୀଜୀଉଙ୍କ ପାଇଁ ଗଲା ଫଳ, ତୁଳସୀ ପଦ୍ମଫୁଲ । ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା କାକଟପୁର ଦେଉଳିମଠରୁ ପାରମ୍ପରିକ ତିନୋଟି ଶଗଡ଼ ଗାଡ଼ିରେ ଅଣସର ସେବା ପାଈଁ ଶ୍ରୀକ୍ଷେତ୍ରକୁ ଫଳଭାର ପଠାଯାଇଛି। ଶଗଡ଼ ଓ ବଳଦକୁ ପୂଜା କରି ପାରମ୍ପରିକ ପଦ୍ଧତିରେ ଅଣସର ଭାରକୁ ଶ୍ରୀକ୍ଷେତ୍ର ପଠାଇଛନ୍ତି ପ୍ରାଚୀ ସଂସ୍କୃତି ସୁରକ୍ଷା ସମିତିର ସଦସ୍ୟ। ଅଣସର ପିଣ୍ଡିରେ ଚାଲିଛି ଶ୍ରୀଜୀଉଙ୍କ ଜ୍ୱର ଉପଚାର। ଜ୍ୱରରେ ପୀଡିତ ଚତୃର୍ଦ୍ଧାବିଗ୍ରହଙ୍କୁ ସୁସ୍ଥ କରିବା ପାଈଁ ଦଇତା ପତି ସେବାୟତ କରୁଛନ୍ତି ଦଶ ମୂଳପଥି ସେବା । ଏ ସମୟରେ ଶ୍ରୀଜୀଉ ଙ୍କ ପାଖରେ ବିଭିନ୍ନ ପ୍ରକାର ଫଳ ମୂଳ ଭୋଗ ହେଉଛି ।  ଏଥିପାଇଁ ସ୍ଥାନୀୟ ଅଞ୍ଚଳ କାକଟପୁର, ଅସ୍ତରଙ୍ଗ, ନୟାହାଟ, କୋଣାର୍କ ଅଞ୍ଚଳର ଭକ୍ତ ମାନେ ନିଜ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, କଦଳୀ, ପିଜୁଳି, ଖଜୁରୀ ଭଳି ବିଭିନ୍ନ ପ୍ରକାର ଫଳ ତୁଳସୀ ଓ ପଦ୍ମଫୁଲକୁ ସୁସଜ୍ଜିତ ତିନୋଟି ଶଗଡ଼ ଗାଡ଼ିରେ ଦେଉଳି ମଠରୁ ପୁରୀକୁ ପଠାଇଛନ୍ତି।

ଯାତ୍ରା ଦେଖି ଯିବାବେଳେ ଅଘଟଣ, ବାଇକ ଦୁର୍ଘଟଣାରେ ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଯାତ୍ରା ଦେଖିଯିବା ହେଲା କାଳ। ଯାତ୍ରା ଦେଖିବାକୁ ଯାଉଥିବା ବେଳେ  ଟ୍ରକ ପଛରେ ପିଟିହେଲା ବାଇକ। ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥ  ଉଗ୍ରତାରା ଛକ ନିକଟରେ ଘଟିଛି ଦୁର୍ଘଟଣା। ମୃତ ବାଇକ ଚାଳକ ହେଲେ ୨୪ ବର୍ଷିୟ  ଉପେନ୍ଦ୍ର ବେହେରା । ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋବିନ୍ଦ ପୁର ସାହିରେ ବୋଲି ଜଣା ପଡିଛି। ଟାଙ୍ଗୀରୁ ଯାତ୍ରା ଦେଖିବା ପାଇଁ ମା ଉଗ୍ରତାରା  ମନ୍ଦିର ନିକଟକୁ ଯିବାବେଳେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ବାଇକ ପିଟି ହୋଇଥିଲା। ଖବର ପାଇ ଟାଙ୍ଗୀ ପୋଲିସ ମୃତଦେହ ଉଦ୍ଧାର କରିବା ସହ ବାଇକ ଓ ଟ୍ରକ ଜବତ କରି ତଦନ୍ତ କରୁଛି।

ଇରାନରୁ ସ୍ବଦେଶ ଫେରିଲେ ୧୧୦ ଭାରତୀୟ

ନନ୍ଦିଘୋଷ ବ୍ୟୁରୋ: ଇରାନରୁ ଫେରିଲେ ୧୧୦ ଜଣ ଭାରତୀୟ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କାଶ୍ମୀର ଛାତ୍ରଛାତ୍ରୀ। ଇରାନର ଉର୍ମିଆ ମେଡିକାଲ କଲେଜରେ ପଢୁଥିଲେ। ଆର୍ମେନିଆ ଏବଂ ଦୋହା ଦେଇ ସେମାନଙ୍କୁ ଭାରତ ଅଣାଯାଇଛି। ଗତକାଲି ରାତିରେ ସ୍ଵତନ୍ତ୍ର ବିମାନ ଦିଲ୍ଲୀରେ ପହଞ୍ଚିଛି। ଏବେ ଇରାନ-ଇସ୍ରାଏଲ ଯୁଦ୍ଧ ଚାଲିଥିବାରୁ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ସେଠାରେ ଫସିଥିବା ଲୋକେ ମଧ୍ୟ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ। ଏହା ପରେ କେନ୍ଦ୍ର ସରକାଙ୍କ ପକ୍ଷରୁ ଅପରେସନ ସିନ୍ଧୁ କରାଯାଇଥିଲା। ଏଥିରେ ଇରାନରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଯୋଜନା ହୋଇଥିଲା। ସିଧାସଳଖ ଇରାନକୁ ଭାରତୀୟ ବିମାନ ଯିବା ସମ୍ଭବ ନ ଥିବାରୁ ପ୍ରଥମେ ଆର୍ମେନିଆ, ପରେ ଦୋହା ଦେଇ ସେମାନଙ୍କୁ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁସାରେ ଇରାନରେ ୧୩ ହଜାରରୁ ଅଧିକ ଭାରତୀୟ ଛାତ୍ର ପଢୁଛନ୍ତି। ଅଧିକାଂଶ ମେଡିକାଲ ପଢୁଛନ୍ତି।

ଛାତ୍ରମାନଙ୍କ ବ୍ୟତୀତ, ତୀର୍ଥଯାତ୍ରୀ ଓ ଅନେକ ଭାରତୀୟ ନାଗରିକ ଇରାନରେ ଫସି ରହିଛନ୍ତି। ତେହେରାନରେ ଥିବା ଭାରତୀୟ ଦୂତାବାସ ଏକ ଜରୁରୀକାଳୀନ ହେଲ୍ପଲାଇନ୍ ସ୍ଥାପନ କରିଥିଲା ​​ଏବଂ ଭାରତୀୟମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା। ଇରାନରୁ ଫେରିଥିବା ଭାରତୀୟ ଦିଲ୍ଲୀରେ ପହଞ୍ଚିବା ପରେ ବହୁତ ଖୁସି ହୋଇଛନ୍ତି।

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ବର୍ଷା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି। ପ୍ରବଳ ବର୍ଷା ସହିତ ଓଡିଶାକୁ ସତର୍କ କରାଇଲା ପାଣିପାଗ ବିଭାଗ। ପୂର୍ବ ଓ ପଶ୍ଚିମ ଭାଗରେ ସକ୍ରିୟ ଦୁଇଟି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୁରଭଞ୍ଜ ଓ କେନ୍ଦୁଝର ପାଇଁ ରେଡ ଆଲର୍ଟ ଜାରି ହୋଇଛି। ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ,ସମ୍ବଲପୁର,ଝାରସୁଗୁଡାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ୨୪ ଘଣ୍ଟା ଭିତରେ ଅଧିକାଂଶ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଅଧିକ ସ୍ଥାନରେ ହାଲୁକା ବର୍ଷା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଗାମୀ ୪ ରୁ ୫ ଦିନ ବର୍ଷା ଲାଗି ରହିବ। ଲଘୁଚାପ  ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ରହିବ। ବିଜୁଳି ଘଡଘଡି ସହ ଝଟକା ପବନ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ରହିବା ସମ୍ଭାବନା ରହିଛି।ମସ୍ତ୍ୟଜୀବୀମାନକୁ ୪୮ ଘଣ୍ଟା ପାଇଁ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ତେବେ ଗଭୀର ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ବିଭାଗ ।

 

ହ୍ଵାଇଟ ହାଉସରେ ଅତିଥି ପାକ ସେନାମୁଖ୍ୟ ଅସୀମ ମୁନୀର, କଣ ହେଲା ଆଲୋଚନା ?

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଆମନ୍ତ୍ରିତ ଅତିଥି ପାକିସ୍ତାନ ସେନାମୁଖ୍ୟ ଜେନେରାଲ ଆସିମ ମୁନୀର। ହ୍ଵାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଲେ ମଧ୍ୟାହ୍ନ ଭୋଜନ। ବୈଦେଶିକ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟି ହେଗସେଥଙ୍କ ସହ ମୁନୀର ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ସହ ପାକିସ୍ତାନ ସେନା ମୁଖ୍ୟ ଆସୀମ ମୁନୀଙ୍କ ସାକ୍ଷାତ ନେଇ ଲାଗି ରହିଛି ଚର୍ଚ୍ଚା।ଇରାନ ଉପରେ ଆକ୍ରମଣ ଲାଗି ପାକିସ୍ତାନ ବାୟୁସୀମା ବ୍ୟବହାର କରିବା ନେଇ ଚର୍ଚ୍ଚା ହେଉଛି। ତେବେ କେଉଁ କାରଣରୁ ଦୁଇ ନେତା ସାକ୍ଷାତ କରିଛନ୍ତି ଏ ନେଇ କିଛି ତଥ୍ୟ ସ୍ପଷ୍ଟ ହୋଇନାହିଁ। ଆମେରିକା ଓ ପାକିସ୍ତାନ ମଧ୍ୟରେ ସାମରିକ ଓ କୌଶଳଗତ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ମୁନୀର। ତେବେ ଆମେରିକା ସେନାର ୨୫୦ ବର୍ଷ ପୂର୍ତ୍ତି ଉତ୍ସବରେ ସେ ସାମିଲ ହୋଇନଥିବା ଜଣାଯାଇଛି।

ନିଜ ଫିଲ୍ମର ନିଜେ କାହିଁକି ମଜାକ୍ ଉଡ଼ାଇଲେ ସଲମାନ ?

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନ ସର୍ବଦା ରହିଥାନ୍ତି ଚର୍ଚ୍ଚାରେ । ନିଜର ଅଭିନୟ ହେଉ ଅବା ଷ୍ଟାଇଲ୍ । ସବୁବେଳେ ଭିନ୍ନ ଅନ୍ଦାଜରେ ନଜର ଆସି ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତେବେ ତାଙ୍କ ଫିଲ୍ମ ହିଟ୍ ହେଉ କି ଫ୍ଲପ୍ ତାଙ୍କ ପ୍ରଂଶସକମାନେ ସବୁବେଳେ ଭଲ ପାଇବା ଦେଇ ଆସିଛନ୍ତି । ତେବେ ତାଙ୍କର ଶେଷ ଦୁଇ ଫିଲ୍ମ ଫ୍ଲପ ହୋଇଥିବାବେଳେ ନିଜ ଫିଲ୍ମକୁ ନିଜେ ନିଜେ ଉଡ଼ାଇଛନ୍ତି ମଜାକ୍ ।

ତେବେ ଆପଣମାନେ ଅନେକ ସମୟରେ ଦେଖିଥିବେ କି, କମେଡି ଅନ୍ଦାଜରେ ରହିଥାନ୍ତି ସଲମାନ । ନିକଟରେ ସେ କପିଲ ଶର୍ମାଙ୍କ ନୂଆ ସିଜିନରେ ନଜର ଆସିଥିଲେ । ଏହି ସିଜିନର ସେ ପ୍ରଥମ ଅତିଥୀ ଭାବେ ଯୋଗ ଦେଇଥିଲେ । ଏହି ଶୋ’ର ପୋଷ୍ଟର ଏବଂ ପ୍ରୋମୋ ସାମ୍ନାକୁ ଆସିଥିବାବେଳେ ନେଟଫ୍ଲିକ୍ସ ପକ୍ଷରୁ ଏହାକୁ ସେୟାର କରାଯାଇଛି । ଇନଷ୍ଟାଗ୍ରାମରେ ଏହି ପୋଷ୍ଟରେ ସଲମାନ ଏକ ମଜାଳିଆ କମେଣ୍ଟ ନିଜ ଫିଲ୍ମକୁ ନେଇ ଦେଇଥିବା ଦେଖିବାକୁ ମିଳିଥିଲା ।

ତେବେ ଭିଡିଓରେ ଦେଖାଯାଇଛି କି, ସଲମାନ ମଞ୍ଚ ଉପରେ ଛିଡ଼ା ହୋଇ ପଚାରିଛନ୍ତି କି, ସିକନ୍ଦର କିଛି ପ୍ରଭାବ ପକାଇଛି କି ? ସାମ୍ନାରେ ଥିବା ଫ୍ୟାନ୍ସମାନେ ହସିବାକୁ ଲାଗିଥିଲେ । ତେବେ ସଲମାନ ମଧ୍ୟ ନିଜେ ନିଜର ଫିଲ୍ମକୁ କଟାକ୍ଷ କରିବା ଭଳି ଦେଖା ଦେଇଛନ୍ତି । ତେବେ ସେୟାର କରାଯାଇଥିବା ଭିଡିଓରେ ସେମାନେ ବହୁତ ମଜା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ କହି ରଖୁଛୁ କି, କପିଲ ଶର୍ମାଙ୍କ ନୂଆ ସିଜିନ ଆସନ୍ତା ଜୁନ୍ ୨୧ରୁ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବାକୁ ଯାଉଛି । ଯେଉଁଥିରେ ପ୍ରଥମ ଶୋ’ର ଅତିଥୀ ସାଜିଛନ୍ତି ସଲମାନ  ।