spot_img
Home Blog Page 7369

୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘୂର୍ଣ୍ଣଝଡ଼ ସମ୍ଭାବନା, ୫ଟି ଜିଲ୍ଲାକୁ ୱାର୍ଣ୍ଣଂ ଜାରି

ଭୁବନେଶ୍ୱର: ଦକ୍ଷିଣ ତାମିଲନାଡୁ ଉପରେ ଘୁର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ଓ ପବନ ଏବଂ କେତେକ ସ୍ଥାନରେ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ବୁଧବାର ଉତ୍ତର ଓଡିଶାର ୫ଟି ଜିଲ୍ଲାରେ ୱାର୍ଣ୍ଣଂ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାରେ କୁଆପଥର ମାଡ଼ ହେବା ସହିତ ବାଲେଶ୍ୱର ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ ଓ ସମ୍ବଲପୁରରେ ଘୁର୍ଣ୍ଣିଝଡ ହେବ।

ଏହି ସମୟରେ ଘଣ୍ଟା ପ୍ରତି ୩୦/୪୦କିଲୋମିଟର ବେଗରେ ପବନ ବହିବ। ସେହିଭଳି ଆସନ୍ତା ୧୨ତାରିଖରେ ଉତ୍ତର ଓଡିଶାର ଅଳ୍ପ ଓ ଦକ୍ଷିଣ ଓଡ଼ିଶାର ଅଳ୍ପକେତେକ ଜିଲ୍ଲାରେ ଯଥା ଯାଜପୁର, ଢେଙ୍କାନାଳ ମୟୁରଭଞ୍ଜ, କଟକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୩ତାରିଖରେ ବଲାଙ୍ଗୀର, ବରଗଡ,ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଆଦି ୧୪ଟି ଜିଲ୍ଲାରେ ଘଣ୍ଟାପ୍ରତି ୩୦/୪୦କିମି ବେଗରେ ପବନ ବହିବା ସହିତ ଘଡଘଡି ହେବାର ସମ୍ଭାବନା ରହିଛି।

ସେହିଭଳି ଆସନ୍ତା ୧୪ତାରିଖରେ ପାଗରେ ପରିବର୍ତ୍ତନ ଯଦିଓ ହେବ ତଥାପି ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ବାଲେଶ୍ଵର, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ପାଗରେ ପରିବର୍ତ୍ତନ ହେବ ଓ ପାଗ ଶୁଖିଲା ରହିବ। ତେବେ ଦିନ ସମୟରେ ତାପମାତ୍ରାରେ କିଛି ହ୍ରାସ ପାଇବାର ସମ୍ଭାବନା କମ ରହିଛି ।

ଆଜି ନୁହେଁ କାଲି ବିଜେପିରେ ମିଶିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ !

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସରକାର ସଙ୍କଟ । ଦିଲ୍ଲୀରେ ତିଆରି ଚାଲିଛି ରଣନୀତି । କଂଗ୍ରେସ ସରକାରକୁ ସଂକଟରେ ପକାଇ ଦଳ ଛାଡ଼ିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିକୁ ସସପେନ୍ସରେ ରଖିଛନ୍ତି । ମଙ୍ଗଳବାର ସକାଳେ ସେ ମୋଦି ଓ ଅମିତ ଶାହାଙ୍କୁ ଭେଟିବା ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ, ସନ୍ଧ୍ୟାରେ ବସିଥିବା ବିଜେପି ସିଇସିରେ ସେମିତି କିଛି ହେଲାନି ।

କ’ଣ ହେବ ବିଦ୍ରୋହୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭବିଷ୍ୟତ: ପୂରା ହେବ କି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ?

ସିନ୍ଧିଆ ହାତ ଛାଡ଼ି ପଦ୍ମ ଧରିବା ଏକ ପ୍ରକାର ଥୟ ଥିବା ବେଳେ ସେ ଦିଲ୍ଲୀରୁ ଗ୍ୱାଲିୟର ଯାଉଥିବା ଜଣାପଡ଼ିଛି । ଗ୍ୱାଲିୟରରୁ ୧୨ କିମ୍ବା ୧୩ ତାରିଖରେ ସିନ୍ଧିଆ ଭୋପାଳ ଯିବେ । ସେଠାରେ ବିଜେପିରେ ମିଶିବେ ବୋଲି କୁହାଯାଉଛି । ତାଙ୍କ ସହିତ ବିଧାୟକ ପଦରୁ ଇସ୍ତଫା ଦେଇଥିବା କଂଗ୍ରେସର ୨୨ ବିଧାୟକ ମଧ୍ୟ ବିଜେପିରେ ମିଶି ପାରନ୍ତି ।

ସିନ୍ଧିଆ ବିଜେପିରେ ଯୋଗଦେବା ପୂର୍ବରୁ ମଙ୍ଗଳବାର ଭୋପାଳ ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସିନ୍ଧିଆଙ୍କ ଯୋଗଦାନ ନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି ।

ଅନ୍ୟପଟେ ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । କମଲନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୯୨ ବିଧାୟକ ଥିଲେ । ଯେଉଁଥିରେ ୯ ନିର୍ଦ୍ଦଳୀୟ ବିଧାୟକ ସାମିଲ୍ । ୨୨ ବିଧାୟକ ଇସ୍ତଫା ଦେଇଥିବା ବେଳେ ୪ ଜଣ ବୈଠକରେ ନଥିବା ଦଳଠାରୁ ୨୬ ବିଧାୟକ ସମ୍ପର୍କ ଛିନ୍ନ କରୁଥିବା ସୂଚାଉଛି ।

ହୋଲି ପାଇଁ ଲକ୍ଷ୍ନୌ ଯାଇଥିବା ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନ ଭୋପାଳ ରାଜଭବନ ଫେରିବା ପରେ ସ୍ଥିତି ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

ଭୋପାଳରୁ ଦିଲ୍ଲୀ ଚାଲିଛି ରାଜନୈତିକ ଛକାପଞ୍ଝା, ବିଜେପିରେ ମିଶିବେ ସିନ୍ଧିଆ !

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାର ସଙ୍କଟକୁ ନେଇ କମ୍ପୁଛି ଦିଲ୍ଲୀ । ଭୋପାଳରୁ ଦିଲ୍ଲୀ ଚାଲିଛି ରାଜନୈତିକ ଛକାପଞ୍ଝା । କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ସହ ବିଜେପିର ବଡ଼ ନେତାଙ୍କୁ ଭେଟିବା ଅପରେସନ୍ ଲୋଟସକୁ ଆଉ ପାଦେ ଆଗକୁ ନେଇଛି । ମଧ୍ୟପ୍ରଦେଶରେ ରାଜନୈତିକ ହଟଚମଟ ସୋମବାର ରାତିରୁ ଲାଗି ରହିଛି । ଏହାରି ଭିତରେ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବସିଛି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ।

କ’ଣ ହେବ ବିଦ୍ରୋହୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭବିଷ୍ୟତ: ପୂରା ହେବ କି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ?

ଆଶା କରାଯାଉଛି ବୈଠକରେ ସିନ୍ଧିଆ ବିଜେପିରେ ଯୋଗଦେବା ନେଇ ଚୂଡ଼ାନ୍ତ କରାଯିବ । ଯଦି ସିନ୍ଧିଆ ଯୋଗ ଦିଅନ୍ତି ତେବେ ତାଙ୍କୁ କେଉଁ ପଦ ମିଳିବ । ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ନା କେନ୍ଦ୍ର ମନ୍ତ୍ରୀ ପଦ ଦିଆଯିବ । ସେନେଇ ବିଚାର ବିମର୍ଶ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ବିଜେପି ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇପାରେ ।

ଏସବୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ବିଜେପିର ସିଇସି ଉପରେ ସମସ୍ତଙ୍କ ନଜର ରହିଛି । କିଛି ସମୟ ପରେ ସିନ୍ଧିଆ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳରେ ଔପଚାରିକ ଭାବେ ମିଶିପାରନ୍ତି ।

ହୋଲିରେ ଅଘଟଣ: ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୧୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଲୁହରେ ଭିଜିଲା ହୋଲିର ରଙ୍ଗ । ରଙ୍ଗର ପର୍ବ ହୋଲିକୁ ନେଇ ଗୋଟିଏ ପଟେ ହର୍ସ ଉଲ୍ଲାସର ମାହୋଲ ଥିବାବେଳେ କିଛି ଜଣଙ୍କ ଜୀବନରେ ମାଡ଼ି ଆସିଛି ଦୁଃଖ । ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଯୋଗୁଁ ଚାଲିଗଲା ୧୬ ଜଣଙ୍କ ଜୀବନ । ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଶୋକର ଛାୟା । ଅସାବଧାନତା ଯୋଗୁଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଛନ୍ତି ଲୋକେ ।

ଗୁଣୁପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା କେନ୍ଦୁଗୁଡ଼ା ଡ୍ୟାମରେ ଗାଧୋଉଥିବା ବେଳେ ବୁଡ଼ିଯାଇ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି କେ. ବରୁଣ, କେ. ଅଭିଷେକ କୁମାର ଓ ସୁରେଶ ଚୌଧୁରୀ । ସମସ୍ତଙ୍କ ବୟସ ୧୯ରୁ ୨୦ ବର୍ଷ । ରଙ୍ଗ ଖେଳି ଡ୍ୟାମରେ ଗାଧୋଉଥିବା ବେଳେ ବୁଡ଼ି ସେମାନଙ୍କ ମୃତ୍ୟୁ ଘଟିଛି ।

ବାଲେଶ୍ୱର: ସେହିଭଳି ବାଲେଶ୍ୱରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ହୋଲି ଖେଳ ସାରି ସୀତାପତି ଡ୍ୟାମ୍‌ରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ଯୁବକ ନିଖୋଜ ଅଛନ୍ତି  । ଯୁବକ ଜଣଙ୍କ ହେଲେ ନୀଳଗିରି ବ୍ଲକ ଶିଆଡ଼ିମାଳ ଗାଁର ନିଶିକାନ୍ତ ସାଏ । ଦୀର୍ଘ ୩ ଘଣ୍ଟରା ଖୋଜା ଖୋଜି ପରେ ନିଶିକାନ୍ତର ମୃତଦେହ ଜବତ କରଛି  ଅଗ୍ନୀଶମ ବାହିନୀ ।

ନବରଙ୍ଗପୁର: ନଦୀରେ ପାଣିରେ ବୁଡି ଜଣେ ମୃତ । ହୋଲିରେ ସାଙ୍ଗ ସାଥି ଙ୍କ ସହ ମିଶି ଖେଳିବା ପରେ ନବରଙ୍ଗପୁର ସହର ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ । ମୃତକ ବିନାୟକ ନାୟକଙ୍କ ପୁତ୍ର ଆଦିତ୍ୟ ନାୟକ । ଚାରି ଜଣ ସାଙ୍ଗ ମିଶି ଗାଧୋଇବାକୁ ଯାଇଥିବା ସମୟରେ ଘଟିଛି ଅଘଟଣ ।

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ କାଇମାଟି ଛକରେ ଏକ ପଲସର ଗାଡ଼ିରେ  ଆସୁଥିବା ୩ଜଣ ଯୁବକ ଗୋଟିଏ ଗଛ ରେ ପିଟି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। । ମୃତକମାନେ ହେଲେ କୈଳାଶ ସାହୁ, ବ୍ରହ୍ମା ଦେହୁରୀ ଓ ଜଗୁ ଯାହାର । ୩ ଜଣ ଯାକ କପିଳାଶ ଆଡୁ ଏକ ପଲସର ଯୋଗେ ଆସୁଥିବା ବେଳେ କାଇମାଟି ଛକ ପୂର୍ବରୁ ଗୋଟିଏ ଗଛ ରେ ଭାରସାମ୍ୟ ହରାଇ ପିଟି ହୋଇଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ୩ ଜଣ ସାଙ୍ଗକୁ ରଙ୍ଗ ମାରିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳୁଛି। ।

କଟକ: ହୋଲିଖେଳି ସାଙ୍ଗମାନଙ୍କ ସହିତ ଗାଧୋଇବାକୁ ଯାଇଥିଲେ ୩ ସାଙ୍ଗ । ଗାଧୋଉଥିବା ବେଳେ ଜଣେ ବୁଡି ଗଲେ। । ଅଗ୍ନିଶମବାହିନୀ ଖୋଜାଖୋଜି ଜାରି ରଖିଛି । କଟକ ୪୨ ମୌଜା ସ୍ଥିତ କାଠଯୋଡି ନଦୀରେ ବୁଡି ୨ ସାଙ୍ଗ  ମୃତ୍ୟୁ ବରଣ କରିଛନ୍ତି। ହୋଲି ଖେଳି କାଠଯୋଡି ନଦୀ ରେ ଗଧାଉଥିବା ବେଳେ ଅଘଟଣ ଘଟିଛି। ମୃତ ୨ଜଣଙ୍କ ବୟସ ୧୪ ବର୍ଷ ହେବ । ସେମାନଙ୍କ ନାମ ଶୁଭମ୍‌ କୁମାର, ନିଶାନ୍ତ ପାଢ଼ୀ । ସେମାନେ କେନ୍ଦ୍ରୀୟ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର। । ସେମାନଙ୍କୁ  ନଦୀରୁ ଉଦ୍ଧାର କରାଯିବା ପରେ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡିକାଲ୍ ରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଆଳି: ରଙ୍ଗ ଖେଳି ପୋଖରୀରେ ଗାଧୋଇ ଥିବା ସମୟରେ ବୁଡ଼ିଗଲେ ୨ଭାଇ । ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କଲେ ମୃତଦେହ ।

ଗଜପତି: ହୋଲି ଖେଳି ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜରଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ପାରଳାଖେମୁଣ୍ଡି ଶ୍ରୀଧରନଗରର ଶିକ୍ଷକ ଟୁକୁନା ବେହେରା । ହୋଲି ଖେଳିବା ପରେ ଚାରିଜଣ ସାଥିଙ୍କ ସହ ପାରଳାଖେମୁଣ୍ଡି ଓ ପାଥ୍‌ପାଟଣମ୍‌ ମହେନ୍ଦ୍ରଥନୟା ନଦୀରେ ଗାଧୋଉଥିବା ସମୟରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଟୁକୁନା ସାରଦାପୁର ହାଇସ୍କୁଲରେ ପିଇଟି ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ସକାଶେ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।

ପିପିଲି: ଗାଁ ନିକଟରେ ଥିବା ଭାର୍ଗବୀକୁ ଗାଧୋଇବାକୁ ଯାଇ ଥିବା ବେଳେ ନଦୀରେ ବୁଡି ଜଣେ ମୃତ I ବରକଣା ଗାଁର ପିଣ୍ଟୁ ମହାରଣା ମୃତ ।  ନିମାପଡ଼ା ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରିଛି ।

ସାଲେପୁର; ଭୋଜି ସାରି ଜଳହରି  ଘାଟ ଚିତ୍ରୋତ୍ପୋଳା ନଦୀରେ ଗାଧୋଇବା ବେଳେ ଗୋଡ ଖସିଯିବାରୁ ଛାତ୍ରଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ  ମହନାପୁର ଅଂଚଳର ଶୁଭମ ପ୍ରତୀକ ଦାଶ ସାଲେପୁରରେ ରହି ପାଠ ପଢ଼ୁଥିଲେ ।

ମୟୂରଭଞ୍ଜ: ହୋଲି ଖେଳି ସାରି ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ଜଣେ ଯୁବକ ମୃତ । ମୃତକ ବାରିପଦା ସହର କାଳିମନ୍ଦିର ସାହିର ଶିବୁନ୍ ମହାନ୍ତି। ଆଜି ଦିନ ପ୍ରାୟ ସାଢେ ୧୨ଟା ବେଳେ ହୋଲି ଖେଳ ସାରି ନିଜର ଜଣେ ବନ୍ଧୁଙ୍କ ସହ ବାରିପଦା ସହର ଠାରୁ ୧୭ କି.ମି. ଦୂର ଜମ୍ଭୀରା ଡ୍ୟାମ୍‌ରେ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ପ୍ରଖର ସୁଅରେ ୨ ବନ୍ଧୁ ଭାସି ଯାଇଥିଲେ। କିଛି ସମୟ ପରେ ୨ ବନ୍ଧୁଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲେ ସ୍ଥାନୀୟ ବାସିନ୍ଦା। ତେବେ ବହୁ ଚେଷ୍ଟା କରିବା ପରେ ରବିଙ୍କର ଚେତା ଫେରିଥିବା ବେଳେ ଶିପୁନ୍ ଙ୍କର ଚେତା ଫେରି ନଥିଲା। ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କୁ ଅଣା ଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସୋର: ରଙ୍ଗ କିଣିବାକୁ ଆସୁଥିବା ଜଣେ ଯୁବକଙ୍କୁ ପ୍ରଥମେ ଷଣ୍ଢ ସହ ଧକ୍କା ହୋଇଥିଲା । ଷଣ୍ଢ ସହ ଧକ୍କା ହେବା ପରେ ଝିଟ୍‌କି ପଡ଼ି ଥିଲେ ଯୁବକ । ଫଳରେ ସେହି ସମୟରେ ସେହିପଟେ ଯାଉଥିବା ଟ୍ରକ୍ ଚାପାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ମହୁମୁହାଣ ଗାଁର ନରେନ୍ଦ୍ର କୁମାର ଜେନା । ନିଜ ମୋଟର ସାଇକେଲ୍‌ରେ ସୋର ଅଞ୍ଚଳକୁ ରଙ୍ଗ କିଣିବା ପାଇଁ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା ।

 

ମାଆ ତାରାତାରିଣୀଙ୍କ ପୀଠରେ ଧୁମଧାମରେ ପାଳନ କରାଯାଉଛି ଚୈତ୍ର ଉତ୍ସବ

ପୁରୁଷୋତ୍ତମପୁର: ଆଜି ଚୈତ୍ର ପ୍ରଥମ ମଙ୍ଗଳବାର । ଗଂଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ଚୈତ୍ର ଉତ୍ସବ । ୫ ପାଳି ଚୈତ୍ର ମଙ୍ଗଳବାର ମାଆଙ୍କର ହେବ ସ୍ୱତନ୍ତ୍ର ପୂଜା । ରୋପ-ୱେ ଏବଂ ୯୯୯ ପାହାଚ ଚଢ଼ି ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଫୁଲ ତୋରଣରେ ସଜେଇ ହୋଇଥିଲା ପୁରା ମନ୍ଦିର ।

ଛୋଟ ଛୋଟ ଛୁଆମାନଙ୍କ ମୁଣ୍ଡନ କରାଯାଇଥିଲା । ଜିଲ୍ଲା ପ୍ରଶାସନ, ଆର୍‌ଟିଓ ଏବଂ ବସ୍‌ ମାଲିକ ସଂଘ ପକ୍ଷରୁ ୧୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ମାଗଣା ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।

ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଜୀବନକୁ ରଙ୍ଗୀନ କରିଥିଲା ଅବିର, ଜଳ ଧୋଇନେଲା…

କଟକ/ଗୁଣୁପୁର: ହୋଲିରେ ଫିକା ପଡ଼ିଛି ରଙ୍ଗ । ନିମିଷକେ ଜଳ ଲିଭେଇ ଦେଇଛି ୫ ଜୀବନ ଦୀପ । ଆନନ୍ଦ, ଉଲ୍ଲାସର ପର୍ବ ହୋଲି ଆଣିଦେଇଛି ଦୁଃଖ । ଅବିର ଖେଳି ଗାଧୋଇବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ନିଖୋଜ ଅଛନ୍ତି ।

ରଙ୍ଗ ଖେଳି କଟକ କାଠଯୋଡ଼ିରେ ଗାଧୋଇବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବୟାଳିଶ ମୌଜା ନିକଟରେ କେନ୍ଦ୍ରୀୟ ବିଦ୍ୟାଳୟ ୨ର ଅଷ୍ଟମ ଶ୍ରେଣୀର ଛାତ୍ର ଶୁଭମ କୁମାର ଓ ନିଶାନ୍ତ ପାଢୀ ରଙ୍ଗ ଖେଳିସାରି ଗାଧୋଉଥିଲେ । ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି ।

ସେହିଭଳି ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା କେନ୍ଦୁଗୁଡ଼ା ଡ୍ୟାମରେ ଗାଧୋଇବାକୁ ଯାଇ ୩ ଜଣଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି କେ. ବରୁଣ, କେ. ଅଭିଷେକ କୁମାର ଓ ସୁରେଶ ଚୌଧୁରୀ । ସମସ୍ତଙ୍କ ବୟସ ୧୯ରୁ ୨୦ ବର୍ଷ । ରଙ୍ଗ ଖେଳି ଡ୍ୟାମରେ ଗାଧୋଉଥିବା ବେଳେ ବୁଡ଼ି ସେମାନଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ନରାଜରେ କାଠଯୋଡ଼ି ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଅଗ୍ନିଶମ ବାହିନୀ ତାଙ୍କୁ ଖୋଜୋଖୋଜି ଜାରି ରଖିଛି ।

https://youtu.be/NoQJ2KDAGDU

କ’ଣ ହେବ ବିଦ୍ରୋହୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭବିଷ୍ୟତ: ପୂରା ହେବ କି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ?

ଭୋପାଳ: ଦୀର୍ଘ ଦିନର ପୁଞ୍ଜିଭୂତ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମଧ୍ୟପ୍ରଦେଶ କଂଗ୍ରେସର ତୁଙ୍ଗ ନେତା ତଥା କଂଗ୍ରେସର ୟଙ୍ଗ୍‌ ଆଇକନ୍‌ ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ସହିତ ୨୦ ଜଣ ବିଧାୟକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହି ବିଧାୟକଙ୍କ ଇସ୍ତଫା ସହ ବର୍ତ୍ତମାନ ଅଡ଼ୁଆ ସ୍ଥିତିରେ କଂଗ୍ରେସ ।

ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୀତିକ ହଟଚମଟର ମୁଖ୍ୟ କାର୍ପୋଟଦାର ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ସହ ଲାଗିରହିଥିବା ତିକ୍ତତା ଏବଂ ନିଜ ଆଶାନୁରୂପ ପଦବୀ ପାଇନଥିବାରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ । ଅପରପକ୍ଷରେ ବିଧିବଦ୍ଧଭାବେ ବିଜେପିରେ ଜ୍ୟୋତିରାଦିତ୍ୟ ଯୋଗଦେଇନଥିଲେ ମଧ୍ୟ କେବଳ ଔପଚାରିକତା ବାକି ଥିବା କୁହାଯାଉଛି । ତେବେ ବିଜେପିର ଜ୍ୟୋତିରାଦିତ୍ୟଙ୍କ କ’ଣ ହେବ ଭବିଷ୍ୟତ କଂଗ୍ରେସ ବିପକ୍ଷରେ ବିଦ୍ରୋହ ନେଇ ବିଜେପି ସହ କ’ଣ ଡିଲ୍‌ ହୋଇଛି ଏ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା ।

 ଜ୍ୟୋତିରାଦିତ୍ୟ କାହିଁକି ଦେଲେ ଇସ୍ତଫା

ପ୍ରାୟ ୧୮ବର୍ଷ ଧରି କଂଗ୍ରେସ ଦଳରେ ରହିବା ପରେ ଜ୍ୟୋତିରାଦିତ୍ୟ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସରେ ଥିବାବେଳେ ମୁଁ ଲୋକଙ୍କ ସେବା କରିପାରି ନାହିଁ। ମୁଁ ଶ୍ରମିକମାନଙ୍କ ଆକାଂକ୍ଷା ପୂରଣ କରିବାରେ ସକ୍ଷମ ହୋଇ ନାହିଁ, ତେଣୁ ମୁଁ ବର୍ତ୍ତମାନ ପୁନର୍ବାର ଆରମ୍ଭ କରିବାକୁ ଯାଉଛି। କୌତୁଳହର ବିଷୟ ହେଉଛି ଜ୍ୟୋତିରାଦିତ୍ୟ ମାର୍ଚ୍ଚ ୯ରେ ଇସ୍ତଫା ଦେଇଛନ୍ତି ଏବଂ ଆଜି ଏ ନେଇ ଘୋଷଣା କରିଛନ୍ତି।

 ବିଜେପିରେ ପରିଚୟ ହରାଇପାରନ୍ତି

କୁହାଯାଉଛି ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ଯୋଗଦେବେ ଏବଂ ତାଙ୍କୁ ରାଜ୍ୟସଭା ଟିକେଟ୍ ଦିଆଯିବ। ସିନ୍ଧିଆ ବୁଧବାର ରାଜ୍ୟସଭା ପାଇଁ ପ୍ରାର୍ଥୀ କରିବେ। ଜ୍ୟୋତିରାଦିତ୍ୟଙ୍କୁ କେନ୍ଦ୍ର ସରକାରରେ ମନ୍ତ୍ରୀ ପଦ ଦିଆଯାଇପାରେ। ତେବେ ତାଙ୍କୁ ରାଜ୍ୟରେ ଡେପୁଟୀ ସିଏମ୍ କରାଯାଇପାରିବ ବୋଲି କେତେକ ସୂତ୍ରରୁ ପ୍ରକାଶ। ତେବେ ମଧ୍ୟପ୍ରଦେଶ ବିଜେପିରେ ସିନ୍ଧିଆଙ୍କ ରାସ୍ତା ସହଜ ହେବ ନାହିଁ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।

ରୀଜନୀତିକ ବିଶ୍ଳେଷକଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ଅଲଗା ପରିଚୟ ଥିବା ଜ୍ୟୋତିରାଦିତ୍ୟ ବିଜେପିରେ ଯୋଗ ଦେଇ ନିଜର ପରିଚୟ ହରାଇପାରନ୍ତି | ତାଙ୍କ ମାଉସୀ ଯଶୋଦାର ରାଜେ ସିନ୍ଧିଆଙ୍କ ପରି ତାଙ୍କୁ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଗ୍ରହଣ କରିବାକୁ ପଡିବ। ଜ୍ୟୋତିରାଦିତ୍ୟଙ୍କର ଗ୍ୱାଲିଅର ଅଞ୍ଚଳର ୧୮ ଜଣ ବିଧାୟକ ଅଛନ୍ତି ଏବଂ ଏହି ସମସ୍ତ ବିଧାୟକ ବିଜେପି ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଛନ୍ତି। ଏବେ ଆଗାମୀ ନିର୍ବାଚନରେ ​​ବିଜେପିକୁ ଏହି ପ୍ରୋ-ସିନ୍ଧିଆ ବିଧାୟକମାନଙ୍କୁ ଟିକେଟ୍ ଦେବାକୁ ପଡ଼ିବ, ଫଳରେ ମୂଳ ବିଜେପି ନେତା ଓ କର୍ମୀଙ୍କ ମଧ୍ୟ ଅସନ୍ତୋଷର ମଞ୍ଜି ବୁଣିପାରେ ।

ବିଜେପିରେ ସିନ୍ଧିଆଙ୍କ ଅନେକ ବିରୋଧୀ ଅଛନ୍ତି

ମଧ୍ୟପ୍ରଦେଶ ହେଉଛି ବିଜେପି ନେତାଙ୍କ ସମୁଦ୍ର ଯେଉଁଠାରେ ଜ୍ୟୋତିରାଦିତ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇବା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ସିନ୍ଧିଆଙ୍କ ପାଇଁ ମନ୍ତ୍ରୀ ପଦ ଏବଂ କେନ୍ଦ୍ର ସରକାରରେ ରାଜ୍ୟସଭା ସଦସ୍ୟତା ଗ୍ରହଣ କରିବା ସର୍ବୋତ୍ତମ ବିକଳ୍ପ ହେବ। ତାଙ୍କ ସମର୍ଥକଙ୍କୁ ମଧ୍ୟପ୍ରଦେଶର ବିଜେପି ସରକାରରେ ମନ୍ତ୍ରୀ ପଦ ଦିଆଯାଇପାରେ। ବିଶ୍ଳେଷକଙ୍କ ଅନୁଯାୟୀ ଜ୍ୟୋତିରାଦିତ୍ୟଙ୍କ ମାଉସୀ ଯଶୋଧରା ରାଜେ ସିନ୍ଧିଆ ଶିବପୁରୀର ଜଣେ ବିଧାୟକ କିନ୍ତୁ ସେ ଦଳରେ ସେ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି।

ମଧ୍ୟପ୍ରଦେଶ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ଜ୍ୟୋତିରାଦିତ୍ୟଙ୍କୁ ଗ୍ରହଣ କଲେ ମଧ୍ୟ ଗେରୁଆ ଦଳର ନେତା ମଧ୍ୟପ୍ରଦେଶରେ ସିନ୍ଧିଆଙ୍କୁ ଦୀର୍ଘ ସମୟ ଚାଲିବାକୁ ଦେବେ,ଏଥିରେ ସନ୍ଦେହ ରହିଛି। ନରେନ୍ଦ୍ର ତୋମାର, ଜୟବନ ସିଂ ପୋୱାୟା, ଅଟଳ ବିହାରୀ ବାଜପେୟୀଙ୍କ ଭଣଜା ଅନୁପ ମିଶ୍ର, ବିଡି ଶର୍ମା, ଅରବିନ୍ଦ ଭଦୋରିଆ, ନରୋତ୍ତମ ମିଶ୍ର ସମସ୍ତେ ଗ୍ୱାଲିଅର ଅଞ୍ଚଳର ବିଜେପି ନେତା ଏବଂ ଏମାନଙ୍କୁ ସିନ୍ଧିଆଙ୍କ ବିରୋଧୀ ବୋଲି ବିବେଚନା କରାଯାଏ।

ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶ ସ୍ଥିତି ଉପରେ ପକାନ୍ତୁ ନଜର

କଂଗ୍ରେସକୁ ଝଟ୍‌କା। ହାତ ଛାଡ଼ିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ୧୮ ବର୍ଷ ଧରି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଥିଲେ। ହେଲେ ଏବେ ରାସ୍ତା ବଦଳାଇବା ସମୟ ଆସିଛି। ସବୁ ଜାଣି ସୋନିଆ ଗାନ୍ଧୀ କିଛି କରିନଥିବା ସେ ଅଭିଯୋଗ କରିଛନ୍ତି। ଗତକାଲି ତାରିଖରେ ଇସ୍ତଫାପତ୍ର ଲେଖାଯାଇଛି। ଜବାବରେ ଦଳବିରୋଧୀର କାର୍ଯ୍ୟ କରୁଥିବା ଦର୍ଶାଇ କଂଗ୍ରେସ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳରୁ ବାହାର କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ବିଜେପିରେ ସାମିଲ ହେବା ସହ କେନ୍ଦ୍ର କ୍ୟାବିନେଟରେ ତାଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି।

ଅନ୍ୟପଟେ ମଧ୍ୟପ୍ରଦେଶରେ ଭାଙ୍ଗିବାକୁ ଯାଉଛି କମଲନାଥ ସରକାର। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ୨୦ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ବିଧାୟକଙ୍କ ମଧ୍ୟରେ ୬ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି। ରାଜ୍ୟପାଳଙ୍କୁ ବିଧାୟକମାନେ ସେମାନଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଏଥିସହ କମଲନାଥ ସରକାର ଭାଙ୍ଗିବା ନିଶ୍ଚିତ ହୋଇଛି । ୨୩୦ଟି ଆସନ ଥିବା ମଧ୍ୟପ୍ରଦେଶ ବିଧାନସଭାରେ ୨ଜଣ ବିଧାୟକଙ୍କ ପରଲୋକ ହୋଇଛି। କଂଗ୍ରେସର ୧୧୪ ବିଧାୟକ ଥିବା ବେଳେ ୪ଜଣ ସ୍ୱାଧୀନ, ୨ ବିଏସପି ଓ ଜଣେ ଏସପି ବିଧାୟକଙ୍କ ସମର୍ଥନ ରହିଛି। ତେବେ ୨୦ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ପାଖରେ ୧୦୧ ବିଧାୟକ ଅଛନ୍ତି। ସେପଟେ ବିଜେପି ପାଖରେ ୧୦୭ ବିଧାୟକ ଅଛନ୍ତି ।

ତେବେ ଆସନ୍ତୁ ନଜର ପକାଇବା ସିନ୍ଧିଆ ପରିବାରର ବିଜେପି କନେକ୍ସନ ଉପରେ। ଗୋଆଲିୟର ରାଜମାତା ବିଜୟାରାଜେ ସିନ୍ଧିଆ ୧୯୫୭ରେ କଂଗ୍ରେସରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ୧୦ ବର୍ଷ ପରେ କଂଗ୍ରେସରୁ ତାଙ୍କର ମୋହଭଙ୍ଗ ହୋଇଥିଲା। ସେ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ। ବିଜୟାରାଜେ ସିନ୍ଧିଆଙ୍କ ଯ଼ୋଗୁଁ ଗୋୱାଲିୟରରେ ଜନସଂଘ ମଜଭୁତ ହୋଇଥିଲା। ୧୯୭୧ରେ ଇନ୍ଦିରା ଗାନ୍ଧୀଙ୍କ ଲହରୀ ସତ୍ତ୍ୱେ ଜନସଂଘ ୩ଟି ଆସନରେ ବିଜୟୀ ହୋଇଥିଲା। ଗୁନା ଆସନରରେ ସିନ୍ଧିଆ ପରିବାର ଲମ୍ବା ସମୟ ଧରି କବ୍‌ଜା କରିଛି । ମାଧବ ରାଓ ସିନ୍ଧିଆ ମାତ୍ର ୧୬ ବର୍ଷ ବୟସରେ ସାଂସଦ ନିର୍ବାଚିତ ହୋଇଥିଲେ। ୧୯୭୭ରେ ଏମରଜେନ୍ସି ପରେ ମା’ ବିଜୟାରାଜେଙ୍କ ରାଜନୈତିକ ରାସ୍ତାରୁ ଅଲଗା ହୋଇଯାଇଥିଲେ ମାଧବ ରାଓ । କଂଗ୍ରେସରୁ ନିର୍ବାଚନ ଲଢି ବିଜୟୀ ହୋଇ କେନ୍ଦ୍ରମୃନ୍ତ୍ରୀ ହୋଇଥିଲେ। ସେପଟେ ବିଜୟାରାଜେଙ୍କ ଝିଅ ବସୁନ୍ଧରା ରାଜେ ସିନ୍ଧିଆ ଓ ଯଶୋଧରା ରାଜେ ସିନ୍ଧିଆ ବି ରାଜନୀତିରେ ସକ୍ରିୟ ଅଛନ୍ତି । ୧୯୮୪ରେ ବସୁନ୍ଧରା ରାଜେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାମିଲ ହୋଇଥିଲେ। ୨ ଥର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ତାଙ୍କ ପୁଅ ଦୁଷ୍ୟନ୍ତ ବିଜେପିରୁ ସାଂସଦ ଅଛନ୍ତି । ସେହିପରି ବସୁନ୍ଧରାଙ୍କ ଭଉଣୀ ଯ଼ଶୋଧରା ୧୯୯୮ରେ ବିଜେପି ଟିକଟରୁ ନିର୍ବାଚନ ଲଢିଥିଲେ। ଶିବରାଜ ସିଂହ ଚୌହାନଙ୍କ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବାପାଙ୍କ ପଦାଙ୍କ ଅନୁସରଣ କରି କଂଗ୍ରେସର ତୁଙ୍ଗ ନେତା ଥିଲେ। ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

କ’ଣ ଥିଲା ବିଜେପି ସହ ରାଜପରିବାରର ସମ୍ପର୍କ, ଜ୍ୟାେତିରାଦିଦ୍ୟ କେମିତି ପୂରା କରିବେ ରାଜମାତାଙ୍କ ସ୍ୱପ୍ନ

ମଧ୍ୟପ୍ରଦେଶ କଂଗ୍ରେସରେ ଦେଖାଦେଇଛି ବିଦ୍ରୋହ । କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ଦଳର ତୁଙ୍ଗ ନେତା ତଥା  ମଧ୍ୟପ୍ରଦେଶ ରାଜନୀତିର ‘ମହାରାଜ’ ଜ୍ୟୋତିରାଦିଦ୍ୟ ସିନ୍ଧିଆ । କୁହାଯାଉଛି ଯେ ଜ୍ୟୋତିରାଦିତ୍ୟ ତାଙ୍କ ଜେଜେମା ବିଜୟରାଜ ସିନ୍ଧିଆଙ୍କ ‘ସ୍ୱପ୍ନ’କୁ ସାକାର କରିବେ ଏବଂ ବିଜେପିରେ ଯୋଗଦେବେ । ଜ୍ୟୋତିରାଦିତ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଏବଂ ଏହା ପରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ୪ଥର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ରାଜମାତା ନାମରେ ଜଣାଶୁଣା ବିଜୟାରାଜେ ସିନ୍ଧିଆ ଚାହୁଁଥିଲେ ଯେ ତାଙ୍କ ପରିବାର ଭାରତୀୟ ଜନତା ପାର୍ଟି (ବିଜେପି) କୁ ଫେରିଯାଉ। ବର୍ତ୍ତମାନ ଜ୍ୟୋତିରାଦିତ୍ୟ ତାଙ୍କ ସ୍ୱପ୍ନକୁ ସାକାର କରୁଥିବା ଦେଖାଯାଉଛି |

ସିନ୍ଧିଆ ପରିବାର ଏବଂ ବିଜେପି ମଧ୍ୟରେ କ’ଣ ସମ୍ପର୍କ

ଗ୍ୱାଲିଅରରେ ଶାସନ କରୁଥିବା ରାଜାମାତା ବିଜୟରାଜେ ସିନ୍ଧିଆ ୧୯୫୭ ମସିହାରେ କଂଗ୍ରେସରୁ ତାଙ୍କ ରାଜନୀତି ଆରମ୍ଭ କରିଥିଲେ। ସେ ଗୁନା ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।  ମାତ୍ର ୧୦ ବର୍ଷ ମଧ୍ୟରେ କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ହୋଇପଡ଼ିଥିଲେ ଏବଂ ୧୯୬୭ ମସିହାରେ ସେ ଜନସଂଘରେ ସାମିଲ ହେଲେ ।

ବିଜୟରାଜେ ସିନ୍ଧିଆ ସାହାଯ୍ୟରେ ଗ୍ୱାଲିୟର ଅଞ୍ଚଳରେ ଜନସଂଘ ଅଧିକ ଶକ୍ତିଶାଳୀ ହୋଇଥିଲା ଏବଂ ୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ସପକ୍ଷରେ  ଦେଶରେ ପ୍ରବଳ ଲହର ଦେଖାଯାଇଥିବା ବେଳେ ଜନ ସଂଘ ଏଠାରେ ୩ ସିଟ୍ ଜିତିବାରେ ସଫଳ ହୋଇଥିଲା । ବିଜୟାରାଜେ ସିନ୍ଧିଆ ନିଜେ ବିନ୍ଦରୁ ସାଂସଦ, ଗ୍ୱାଲିୟର୍‌ରୁ ଅଟଳ ବିହାରୀ ବାଜପେୟୀ ଏବଂ ବିଜୟା ରାଜେ ସିନ୍ଧିଆ ପୁତ୍ର ତଥା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆ ଗୁନାରୁ ସାଂସଦ ହୋଇଥିଲେ ।

ମାଧବରାଓ ସିନ୍ଧିଆ ଏକ ଭିନ୍ନ ରାସ୍ତା ବାଛିଥିଲେ

ସିନ୍ଧିଆ ପରିବାର ଗୁନାକୁ ଦୀର୍ଘ ସମୟ ଧରି ଦଖଲ କରିଥିଲେ | ମାଧବରାଓ ସିନ୍ଧିଆ ମାତ୍ର ୨୬ ବର୍ଷ ବୟସରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ମଧ୍ୟ ସେ ଦୀର୍ଘ ଦିନ ଧରି ଜନସଂଘରେ ରହିନଥିଲେ।

୧୯୭୭ ରେ ଜରୁରୀକାଳୀନ ପରିସ୍ଥିତି ପରେ ସେ ଜନସଂଘ ଏବଂ ତାଙ୍କ ମାତା ବିଜୟରାଜ ସିନ୍ଧିଆଙ୍କ ଠାରୁ ଅଲଗା ହୋଇଥିଲେ। ୧୯୮୦ରେ, ମାଧବରାଓ ସିନ୍ଧିଆ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ ଏବଂ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ।

ବସୁନ୍ଧରା ରାଜେ ସିନ୍ଧିଆ ବିଜେପିରେ ନିଜ ଦବଦବା କାଏମ୍‌ କରିଥିଲେ

ଅନ୍ୟପକ୍ଷରେ ବିଜୟା ରାଜେ ସିନ୍ଧିଆଙ୍କ ଝିଅ ବସୁନ୍ଧରା ରାଜେ ସିନ୍ଧିଆ ଏବଂ ଯଶୋଦାର ରାଜେ ସିନ୍ଧିଆ ମଧ୍ୟ ରାଜନୀତିରେ ପ୍ରବେଶ କରିଥିଲେ। ୧୯୮୪ରେ, ବସୁନ୍ଧରା ରାଜେ ବିଜେପିର ଜାତୀୟ କାର୍ଯ୍ୟନିର୍ବାହୀ ଭାବରେ ଯୋଗ ଦେଇଥିଲେ। ସେ ଅନେକ ଥର ରାଜସ୍ଥାନର ସିଏମ୍ ହୋଇଛନ୍ତି। ତାଙ୍କ ପୁଅ ଦୁଶାନ୍ତ ମଧ୍ୟ ରାଜସ୍ଥାନର ଜାଲୱାର ଆସନରୁ ସାଂସଦ ହୋଇଛନ୍ତି ।

ଯଶୋଦରା ରାଜେ ସିନ୍ଧିଆ ବିଜେପି ସରକାରରେ ମନ୍ତ୍ରୀ ହୋଇଥିଲେ

ବସୁନ୍ଧରା ରାଜେ ସିନ୍ଧିଆଙ୍କ ଭଉଣୀ ଯଶୋଧରା ୧୯୭୭ରେ ଆମେରିକା ଯାଇଥିଲେ। ସେମାନଙ୍କର ୩ଟି ସନ୍ତାନ ଅଛନ୍ତି କିନ୍ତୁ କେହି ରାଜନୀତିରେ ଆଗ୍ରହ ଦେଖାଇ ନାହାଁନ୍ତି ।

୧୯୯୪ରେ ଯେତେବେଳେ ଯଶୋଧରା ଭାରତକୁ ଫେରିଥିଲେ, ସେତେବେଳେ ସେ ମାତାଙ୍କ ଇଚ୍ଛା ଅନୁଯାୟୀ ବିଜେପିରେ ଯୋଗଦେଇଥିଲେ ଏବଂ ୧୯୯୮ ରେ ବିଜେପି ଟିକେଟ୍ ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୫ ଥର ବିଧାୟକ ଥିବା ଯଶୋଦାର ରାଜେ ସିନ୍ଧିଆ ମଧ୍ୟ ଶିବରାଜ ସିଂହ ଚୌହାନ୍‌ଙ୍କ ସରକାରରେ ମନ୍ତ୍ରୀ ରହିଛନ୍ତି ।

ମହାରାଜସମ୍ଭାଳିଥିଲେ ପିତାଙ୍କ କଂଗ୍ରେସ ସଂଗଠନ

ଏହା ବ୍ୟତୀତ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ପିତାଙ୍କ ସଂଗଠନକୁ ସମ୍ଭାଳିଥିଲେ ଏବଂ ଜଣେ ଶକ୍ତିଶାଳୀ କଂଗ୍ରେସ ନେତା ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । ୨୦୦୧ରେ ଏକ ଦୁର୍ଘଟଣାରେ ମାଧବରାଓ ସିନ୍ଧିଆଙ୍କର ମୃତ୍ୟୁ ହୋଇଥିଲା | ୨୦୦୨ ରେ ପ୍ରଥମ ବିଜୟ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କୌଣସି ନିର୍ବାଚନରେ ​​ହାରି ନଥିଲେ କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ​​ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କର ଏକମାତ୍ର ସହଯୋଗୀ କୃଷ୍ଣ ପାଲ ସିଂ ଯାଦବ ସିନ୍ଧିଆଙ୍କୁ ପରାସ୍ତ କରିଥିଲେ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ଡବଲ ଝଟକା

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ସରକାର ଗଠନ କରିଥିଲା ​​କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅନେକ ଚେଷ୍ଟା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ। ୬ ମାସ ପରେ, ଲୋକସଭା ନିର୍ବାଚନରେ ​​ପରାଜୟ ସିନ୍ଧିଆ ପାଇଁ ଦ୍ୱିତୀୟ ବଡ଼ ପ୍ରତିବନ୍ଧକ ବୋଲି ପ୍ରମାଣିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ହେବାରେ ସକ୍ଷମ ହୋଇନଥିଲେ ମଧ୍ୟ ସେଠାରେ ପ୍ରାୟ ୨୩ ଜଣ ବିଧାୟକ ଅଛନ୍ତି ଯେଉଁମାନେ ସିନ୍ଧିଆ ସଂଠଗନର ଭାବେ ପରିଗଣିତ । ସେଥିମଧ୍ୟରୁ ୬ ଜଣଙ୍କୁ ମନ୍ତ୍ରୀ ମଧ୍ୟ କରାଯାଇଥିଲା। ଏହି ବିଧାୟକମାନଙ୍କ ମଧ୍ୟରୁ କେତେକ କମଲ ନାଥଙ୍କ ସରକାରକୁ ଅସୁବିଧାରେ ପକାଇଛନ୍ତି।

ଲୋକସଭା ନିର୍ବାଚନରେ ​​ହାରିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକୁଟିଆ ଅନୁଭବ କରିଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ତାଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ୱ ମିଳିନଥିଲା । ଯାହା ତାଙ୍କ ପକ୍ଷରେ ନିଆଁରେ ଇନ୍ଧନ ଢ଼ଳିବା ବୋଲି ମନେ ହୋଇଥିଲା । ଏହି ସମୟରେ ଶିବରାଜ ସିଂ ଚୌହାନ୍‌ଙ୍କ ସହ ସାକ୍ଷାତ ବିବାଦକୁ ବଢ଼ାଇ ଦେଇଥିଲା। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ସେ କଂଗ୍ରେସ ଛାଡିବେ ନାହିଁ । ନଭେମ୍ବର ୨୦୧୯ରେ, ସେ କଂଗ୍ରେସ ଦଳର ସମସ୍ତ ପଦ ଛାଡି ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କର ଏହି ଉଦ୍ୟମ ମଧ୍ୟ ସଫଳ ହୋଇନଥିଲା ।

ବୁଝିବା ମୁଡ୍‌ରେ ନାହାନ୍ତି ଜ୍ୟୋତିରାଦିତ୍ୟ ସିନ୍ଧଆ

ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ବିଜେପି ମଧ୍ୟ ଏକ ସୁଯୋଗକୁ ଅପେକ୍ଷାରେ ଥିଲା । କଂଗ୍ରେସର ଭେଟେରାନ ନେତାମାନେ ଚେଷ୍ଟା କରୁଛନ୍ତି କିନ୍ତୁ ସିନ୍ଧିଆଙ୍କୁ ମନେଇବାରେ ଅସମର୍ଥ ହେଲେ । ମାର୍ଚ୍ଚ ୧୩ ହେଉଛି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ରର ଶେଷ ଦିନ | କୁହାଯାଉଛି ଯେ ସିନ୍ଧିଆ ନିଜ ପାଇଁ ରାଜ୍ୟସଭା ଆସନ କିମ୍ବା ମଧ୍ୟପ୍ରଦେଶ କଂଗ୍ରେସର ସଭାପତି ପଦ ଚହୁଁଥିଲେ ।  ଜ୍ୟାେତିରାଦିତ୍ୟ ବିଜେପିରେ ଯୋଗଦେଲେ ଜେଜେମା’ଙ୍କ ସ୍ୱପ୍ନକୁ ପୂରଣ କରିବେ ଏବଂ ପୂରା ସିନ୍ଧିଆ ପରିବାର ବିଜେପିକୁ ଫେରିବେ ।

ମଧ୍ୟପ୍ରଦେଶରେ ବର୍ତ୍ତମାନ ସଂକଟ କ’ଣ

ମଧ୍ୟପ୍ରଦେଶ ସରକାରଙ୍କ ୬ ଜଣ ମନ୍ତ୍ରୀଙ୍କ ସମେତ ମୋଟ ୧୭ ଜଣ ବିଧାୟକ ବେଙ୍ଗାଲୁରୁରେ ଅଛନ୍ତି। ଏହି ସମସ୍ତଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦଳ ଭାବେ ବିବେଚନା କରାଯାଏ | କୁହାଯାଉଛି ଯେ ସେମାନେ ସମସ୍ତେ ନିଜ ଫୋନ୍ ବନ୍ଦ କରି ଦେଇଛନ୍ତି । ଏହା ଏକ ଚର୍ଚ୍ଚାର ବିଷୟ ଯେ ସିନ୍ଧିଆ ତାଙ୍କ ସମର୍ଥକଙ୍କ ସହ ବିଜେପିରେ ଯୋଗଦେବାକୁ ଯାଉଛନ୍ତି କିମ୍ବା ସେ କଂଗ୍ରେସରୁ କିଛି ବଡ ପାଇବାକୁ ଚାହୁଁଛନ୍ତି। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏ ଯାଏଁ କୌଣସି ବିବୃତ୍ତି ମିଳିପାରିନାହିଁ  ।

 

କଂଗ୍ରେସ ଛାଡ଼ିଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସ କାର୍ୟ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଲେ ଇସ୍ତାଫା ପତ୍ର  । ଆଜି ସକାଳେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ମିଶି ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ଜ୍ୟୋତିରାଦିତ୍ୟ ।

 

ସାକ୍ଷାତକାର ପରେ ଦଳରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଜିତ୍ୟ । ଗତକାଲି ମଧ୍ୟପ୍ରଦେଶ ମନ୍ତ୍ରୀମଣ୍ଡଳରୁ ୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।