ଭୁବନେଶ୍ୱର: ଆଜି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷାରେ ଓଡ଼ିଶା ମୋ ପରିବାର ପ୍ରଥମ ଆନୁଷ୍ଠାନିକ ବୈଠକ ନବୀନ ନିବାସରେ ବସିଥିଲା। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେବା କରିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟତଃ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ଦିଗରେ ଅଣ-ରାଜନୈତିକ ଫୋରମ୍ ଭାବେ କାମ କରିବେ କମିଟିର ସଦସ୍ୟ।

ଗତ ବର୍ଷର ପଦଯାତ୍ରାରେ ବିଜେଡ଼ିର ସାମାଜିକ ସେବା ଓ୍ବିଙ୍ଗ ଗଠନ ସଂପର୍କରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅରୁପ ପଟ୍ଟନାୟକଙ୍କ ଆବାହକତ୍ୱରେ ଆରମ୍ଭ ହୋଇଥିବା ଓଡ଼ିଶା ମୋ ପରିବାରର ଫୋକସରେ ରହିବ ସେବା । ଏଥିରେ ଏକ ଲକ୍ଷ ଲୋକ ସେବା ପ୍ରଦାନ ଦିଗରେ କାମ କରିବେ ବୋଲି ଏହାର ପ୍ରଥମ ବୈଠକରେ ଆଲୋଚନା ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ କାମ କରିବ ‘ଓଡ଼ିଶା ମୋ ପରିବାର’ ।

ଓଡ଼ିଶା ମୋ ପରିବାରର ତିନୋଟି କମିଟି ଉପରେ ନଜର ପକାଇବା:
ପରିବେଶ- ସାଂସଦ ପିନାକୀ ମିଶ୍ର ନେବେ ନେତୃତ୍ୱ । ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ଓଡ଼ିଶା, ଜଳଶୟର ପୁନରୁଦ୍ଧାର କରାଯିବ। ଦେଶରେ ପ୍ଲାଷ୍ଟିକମୁକ୍ତ ଅଭିଯାନରେ ଓଡ଼ିଶା ପରେ ମହାରାଷ୍ଟ୍ର କାମ କରିଛି। ସେହିପରି ଜାତୀୟ ଫରେଷ୍ଟ ରିପୋର୍ଟରେ ଓଡ଼ିଶା ଅଧିକ ଗଛ ଲଗାଇଥିବା ଉଲ୍ଲେଖ ରହିଛି। ଏହାକୁ ଆହୁରି ଆଗକୁ ନେବ ପରିବେଶ କମିଟି।
ସ୍ୱାସ୍ଥ୍ୟ- ବିଧାୟକ ଅତନୁ ସବ୍ୟସାଚୀ ନାୟକ ନେବେ ନେତୃତ୍ୱ । ଜୀବନ ବିନ୍ଦୁ ଜରିଆରେ ରକ୍ତଦାନ ଓ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ରହିବ ମୁଖ୍ୟ କାର୍ଯ୍ୟ ।
ପ୍ରବାସୀ ଓଡ଼ିଆ- ସାଂସଦ ଚନ୍ଦ୍ରଶେଖର ସାହୁ ନେବେ ନେତୃତ୍ୱ । ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଓ ଦାଦାନ ଖଟିବାକୁ ଯାଇଥିବା ଓଡ଼ିଆଙ୍କ ଡାଟାବେସ୍ କରାଯିବ। ସେମାନଙ୍କ ଅସୁବିଧା ନିରାକରଣ ସହ ପ୍ରବାସୀ ଓଡ଼ିଆଙ୍କ ସହ ଓଡ଼ିଶାର ଅଧିକ ସଂପର୍କ ଗଢିବା ରହିବ କମିଟିର ଲକ୍ଷ୍ୟ।

ସାରା ଭାରତରେ ଓଡ଼ିଶା ମୋ ପରିବାର ପରି କାର୍ଯ୍ୟରତ ଅନୁଷ୍ଠାନମାନଙ୍କ ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀଙ୍କ ଏହି ସେବା ଅଭିଯାନରେ ସାମିଲ କରାଯିବାର ପ୍ରସ୍ତାବ ରହିଛି ।


ସର୍ବଦା କୃଷିକୁ ନେଇ ଚର୍ଚ୍ଚାରେ ରହୁଥିବା ମହାରାଷ୍ଟ୍ରରେ ଶିବସେନା କୃଷି ବିଭାଗକୁ ନିଜ ପାଖରେ ରଖିଛି । ଯେତେବେଳେ କି କଂଗ୍ରେସର ଅଧିକାଂଶ ବିଧାୟକ ଗାଁ ଅଞ୍ଚଳରୁ ନିର୍ବାଚିତ ହୋଇଛନ୍ତି । ତେବେ, ଗାଁ ସହିତ ସମ୍ପର୍କ ଅଧିକ ବିଭାଗ ପାଇବାକୁ କଂଗ୍ରେସ ଆଶା ରଖିଥିବା ବେଳେ ନିରାଶ ହେବାକୁ ପଡ଼ିଛି । ମନ୍ତ୍ରୀ ମଣ୍ଡଳରେ ଆଦିତ୍ୟ ଠାକରେଙ୍କୁ ପର୍ଯ୍ୟଟନ ବିଭାଗ ମିଳିଛି ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଉଦ୍ଧବ ସେନାରେ ଏବେ ୪୩ ମନ୍ତ୍ରୀ ଅଛନ୍ତି । ୨୮ ନଭେମ୍ବରକୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେତେବେଳେ ଶିବସେନା, କଂଗ୍ରେସ ଓ ଏନସିପିରୁ ୨ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।




୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଦେବ ଘନ କୁହୁଡ଼ି । ଶୀତଋତୁରେ ୨ ଦିନ ଧରି ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ତାଳଚେରରେ ସର୍ବାଧିକ ୫୮ ମିଲିମିଟର, ବାଲେଶ୍ୱରରେ ୨୨, କେନ୍ଦୁଝରରେ ୧୫ ଓ ଭୁବନେଶ୍ୱରରେ ୧୨ମିଲିମିଟର ବର୍ଷା ହୋଇଛି ।
ଆସନ୍ତା ୬ ତାରିଖଠାରୁ ରାଜ୍ୟର ଉପାନ୍ତରୁ ଉପକୂଳ, ସବୁଠି ଶୀତ ଅନୁଭୂତ ହେବ । ସାରା ଓଡ଼ିଶାକୁ ଥରାଇବ ହାଡ଼ଭଙ୍ଗା ଶୀତ । ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ । କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ ବହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆହତରୁ ଦଳକୁ କମବ୍ୟାକ କରିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ଓପନର ଶିଖର ଧୱନ । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମା ଖେଳୁନଥିବାରୁ ଧୱନ ଇନିଂସ ଓପନ କରିପାରନ୍ତି । ସେପଟେ ଆହତ କାରଣରୁ ଭୁବନେଶ୍ୱର କୁମାର ଓ ଦୀପକ ଚହର ଦଳରୁ ବାଦ୍ ପଡ଼ିଛନ୍ତି ।
ସେହିପରି ମହମଦ ସାମିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷେ ଶ୍ରୀଲଙ୍କା ବିଜୟରୁ ତାର ୨୦୨୦ ଟି-୨୦ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଲସିତ ମାଲିଙ୍ଗାଙ୍କ ସହ ଆଞ୍ଜେଲା ମାଥ୍ୟୁସଙ୍କ ଭଳି ବରିଷ୍ଠ ଖେଳାଳି ଥିବାରୁ ଦଳ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ରହିଛି ।