spot_img
Home Blog Page 7359

ଆସନ୍ତାକାଲିଠାରୁ ପୁଣି ଭିଜିବ ଓଡ଼ିଶା, ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ଭିଜିବ ସାରା ରାଜ୍ୟ । ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ଦକ୍ଷିଣ ଓଡ଼ିଶା ଠାରୁ ଆରମ୍ଭ କରି ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଘନ କୁହଡ଼ି ଦେଖାଦେବ । ୧୨ ତାରିଖ ପରେ ପୁଣି ଫେରିବ ଶୀତ।

ଶୀତ ସହ ବର୍ଷାର ଲୁଚକାଳି ଖେଳ। ଆସନ୍ତକାଲି ଶୀତକୁ ଠେଲି ପୁଣି ଆସୁଛି ବର୍ଷା। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଏବଂ ଅପର ଏୟାର ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଘଡଘଡି ସହ ବର୍ଷା ହେବ। ୯ ଓ ୧୦ ତାରିଖରେ କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, ଝାରସୁଗୁଡା, ଦେଓଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷିବ। ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ଷା ପରେ ପୁଣି ଚାଲିବ ଶୀତର ରାଜ୍‌ । ପ୍ରବଳ ଜାଡ଼ରେ ଥରିବ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା । ଉପକୂଳ ଜିଲ୍ଲା ଗୁଡ଼ିକରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିଯିବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଶୀତ ସମେତ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଆଭ୍ୟନ୍ତରୀଣ ଓଡ଼ିଶାକୁ ଘୋଡାଇ ରଖିବ କୁହୁଡି। ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ପୁରୀ ଏବଂ ଖୋର୍ଦ୍ଧାରେ ଘନ କୁହୁଡ଼ି ଦେଖାଦେବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ୱାସ ।

ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସତର୍କ ରହିବାକୁ ପରାମର୍ଶ ଦେଇଛି। ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦେଇଛି ।

 

ଓଡ଼ିଶାର ବିକାଶ ମାନଚିତ୍ରରେ ମିଳିବ ମୟୂରଭଞ୍ଜକୁ ସ୍ୱତନ୍ତ୍ର ସ୍ଥାନ: ମୁଖ୍ୟମନ୍ତ୍ରୀ

ବାରିପଦା: ଓଡ଼ିଶାର ବିକାଶ ମାନଚିତ୍ରରେ ମୟୂରଭଞ୍ଜକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ବାରିପଦାଠାରେ କିସର ଆବାସିକ ବିଦ୍ୟାଳୟର ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଆଜି ୨୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହିସବୁ ପ୍ରକଳ୍ପ ମୁଖ୍ୟତଃ ପାନୀୟ ଜଳ, ରାସ୍ତାନିର୍ମାଣ ଏବଂ ଅନ୍ୟାନ ଭିତ୍ତିଭୂମୀ ବିକାଶ ସମ୍ପର୍କୀତ । ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ରର ବିକାଶ ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କିସର ଆବାସିକ ବିଦ୍ୟାଳୟ ପାଇଁ ଆଦାନି ଗ୍ରୁପ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶକୁ ସରକାର ଅଗ୍ରାଧିକାର ଦେଉଛନ୍ତି, କାରଣ ଶିକ୍ଷା ହିଁ ପ୍ରକୃତ ସଶକ୍ତିକରଣ । ଏହାଦ୍ଵାରା ପରିବର୍ତ୍ତନ ସମ୍ଭବ ହେଉଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ସରକାର ୬୫୦୦ରୁ ଅଧିକ ଛାତ୍ରାବାସ କରିଛନ୍ତି, ଯେଉଁଥିରେ ୬ଲକ୍ଷରୁ ଅଧିକ ପିଲା ପାଠ ପଢୁଛନ୍ତି ।

ସହରାଞ୍ଚଳରେ ମଧ୍ୟ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମ ଶିକ୍ଷା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

ମୟୁରଭଞ୍ଜ: ମୟୁରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବାଙ୍କୀଷୋଳଠାରେ ସ୍ଥାପିତ ଏକ ରେସିଡେନସିଆଲ ସ୍କୁଲ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ଆୟୋଜିତ ଏକ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁଦାମ ମାଣ୍ଡୀ,  ସାଂସଦ ଅଚ୍ୟୁତ ସାମନ୍ତ, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ସାଂସଦ ବିଶେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଅଛନ୍ତି । ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

 

ପାନ ଦୋକାନରେ ବିକୁଥିଲେ ବେଆଇନ କଫ୍‌ସିରପ୍‌, ଧରାପଡ଼ି ଜେଲ୍‌ ଗଲେ

ବଲାଙ୍ଗିର: ପାନ ଦୋକନରୁ ଜବତ ହେଲା ବେଆଇନ କଫ୍‌ସିରପ୍‌ । ନିଶାଖୋର ବ୍ୟକ୍ତିଙ୍କୁ ଏହି ସବୁ କଫ୍‌ସିରପ୍‌କୁ ବ୍ୟବସାୟ  କରାଯାଉଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ଏହା ସହ ବ୍ୟାପକ ପରିମାଣରେ ଗଞ୍ଜେଇ ମଧ୍ୟ ଜବତ ହୋଇଛି ପାନ ଦୋକାନରୁ । ଏଭଳି ଏକ ଘଟଣା ବଲାଙ୍ଗିର ସହରରେ ଦେଖିବକୁ ମିଳିଛି ।

ସୂଚନା ଅନୁଯାୟୀ, ଆଜି ବଲାଙ୍ଗିର ପୋଲିସ ସରକାରୀ ବସଷ୍ଟାଣ୍ଡ ପଛପଟ ନରସିଂହ ମନ୍ଦିର ଆଗରୁ ଏକ ପାନଦୋକାନରୁ  ବ୍ୟାପକ ମାତ୍ରାରେ କଫସିରଫ ଜବତ କରିଛି । ଏହା ସହ ଅଧକେଜି ଗଞ୍ଜେଇ ସମେତ ବ୍ୟାପକ ମାତ୍ରାରେ ଗଞ୍ଜେଇ ସିଗାରେଟ ଜବତ କରିଛି ।

ପାନ ଦୋକାନରେ ବେଆଇନ ନିଶା କାରବାର କରୁଥିବା ମାଫିଆ ସମୀର ନାରାୟଣ ନାୟକକୁ ପୋଲିସ ଗିରଫ କରିଥିବା ବେଳେ ଦୁଇଜଣ ସହଯୋଗୀ ଧରଣୀଧର ସାହୁ ଓ ପଙ୍କଜ ସାହୁକୁ ଥାନାରେ ଅଟକ ରଖିଛି ।

ଗତ ଦୁଇମାସ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୦ହଜାରରୁ ଅଧିକ ବୋତଲ କଫସିରଫ ଜବତ କରି ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରିଛି।

ବନ୍ଦ ପ୍ରଭାବ: ୩ଟି ପାସେଞ୍ଜର ଟ୍ରେନ୍‌ ବାତିଲ କଲା ରେଳବାଇ

ଖୋର୍ଦ୍ଧା:  ଦରଦାମ ବୃଦ୍ଧି, ଶ୍ରମ ମାରଣ ନୀତି, ବେକାରୀ ସମସ୍ୟା ସମେତ ମୋଟ ୧୨ ଦଫା ଦାବି ନେଇ ବିଭିନ୍ନ ଟ୍ରେଡ୍ ୟୁନିଅନ୍‌ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି । ଏହି ଆନ୍ଦୋଳନରେ ମୋଟ ୧୦ଟି ଟ୍ରେଡ୍‌ ୟୁନିଅନ୍‌ ସାମିଲ ହୋଇଥିବା ବେଳେ କଂଗ୍ରେସ ଓ ସମାଜବାଦ ପାର୍ଟି ଏହାକୁ ସମର୍ଥନ କରିଛନ୍ତି । ବନ୍ଦ ପାଳନ ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଛି । ଟ୍ରେଡ୍‌ ୟୁନିଅନ୍ କର୍ମକର୍ତ୍ତା ବିଭିନ୍ନ ଷ୍ଟେସନ୍‌ରେ ଟ୍ରେନ୍‌ ଅଟକାଇବ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାହାଫଳରେ ଟ୍ରେନ୍ ଚଳାଚଳରେ ବିଳମ୍ୱ ହୋଇଥିବା ବେଳେ କିଛି ଟ୍ରେନ୍ ଚଳାଚଳକୁ ବାତିଲ କରିଛି ରେଳବାଇ । କଟକ-ଭଦ୍ରକ-କଟକ ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର, ପରାଦୀପ-କଟକ-ପରାଦୀପ ପାସେଞ୍ଜରକୁ ବାତିଲ କରାଯାଇଛି ।

ଅପରପକ୍ଷରେ ଟ୍ରେନ୍ ଯାତ୍ରା ନେଇ ବହୁ ସମୟ ଧରି ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିିଥିବା ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଷ୍ଟେସନ୍‌କୁ ଯିବା ପାଇଁ ମଧ୍ୟ ଯାତ୍ରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଅଟୋ ଚଳାଚଳ ସେତେଟା ସ୍ୱାଭାବିକ ନଥିଲା । ଅଳ୍ପ କିଛି ଅଟୋ ଚଳାଚଳ କରୁଥିବା ବେଳେ ସେମାନେ ଅନ୍ୟ ଦିନମାନଙ୍କ ଅପେକ୍ଷା ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେଉଥିବା ଦେଖିବାକୁ ମିଳିଛି ।

ବନ୍ଦ ପାଳନ ଯୋଗୁଁ ପଶ୍ଚିମବଙ୍ଗରେ ସର୍ବାଧିକ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଏଯାଏଁ ମୋଟ ୪୧ଟି ଟ୍ରେନ୍‌ ବାତିଲ ହୋଇଥିବା ସୂଚନା ରହିଛି । ତେବେ ସରକାର ଅଫିସ ଗୁଡ଼ିକରେ ବନ୍ଦର ପ୍ରଭାବ ଦେଖିବକୁ ମିଳିନି । ପ୍ରାୟ ୯୦%ରୁ ଅଧିକ କର୍ମଚାରୀ ଉପସ୍ଥିତ ରହିଛନ୍ତି ।

 

ବ୍ରହ୍ମଗିରି ରେଞ୍ଜରେ ଆରମ୍ଭ ହେଲା ପକ୍ଷୀ ଗଣନା

ବ୍ରହ୍ମଗିରି: ଆଜି ବ୍ରହ୍ମଗିରି ରେଞ୍ଜର ୪ଟି ଜୋନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବର୍ତମାନ ସୁଦ୍ଧା ୪୦ ପ୍ରଜାତିର ୧୦ ହଜାରରୁ ଅଧିକ ପକ୍ଷୀ ଗଣନା ସରିଛି । ସକାଳ ୬ଟାରୁ ବ୍ରହ୍ମଗିରି ବନଖଣ୍ଡ ଅଧିନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି ।

ଢାବାଛକ ଠାରୁ ତଳମାଳ ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯାଉଛି । ମୋଟ ୪ଟି ଟିମ୍‌ ରେ ୪୦ ଜଣ ଗଣନା କାମରେ ସାମିଲ ଅଛନ୍ତି ।

ତେହେରାନରେ ବିମାନ ଦୁର୍ଘଟଣା, ବିମାନରେ ଥିଲେ ୧୮୦ଜଣ ଯାତ୍ରୀ

ଇରାନର ତେହେରାନରେ ବିମାନ ଦୁର୍ଘଟଣା । ୧୮୦ ଜଣ ଯାତ୍ରୀ ବିମାନରେ ଯାତ୍ରା କରୁଥିଲେ । ବୋଇଂ ୭୩୭ ଦୁର୍ଘଟଣାର ଶିକାର ହୋଇଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେହେରାନର ଇମାମ ଖୋମେଇମ ଏହାରପୋର୍ଟରୁ ଉଡ଼ାଣ ଆରମ୍ଭ କରିଥିଲା ।

ତେହେରାନ ବିମାନ ବନ୍ଦର ନିକଟରେ ବିମାନଟି ଉଡାଣ ଆରମ୍ଭ ହେବା କ୍ଷଣି କ୍ରାସ ହୋଇଥିବା ଜଣାପଡିଛି ।

ବର୍ତମାନ ସୁଧା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣା ପଡିନାହିଁ ।

ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି ହେବ। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ଏ‌ ବୋବଡେ, ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଶୁଣାଣି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଆକ୍ସନ ଟେକେନ୍‌ ରିପୋର୍ଟ କୋର୍ଟକୁ ପ୍ରଦାନ କରିଛନ୍ତି।

ଗତବର୍ଷ ନଭେମ୍ବର ୪ ତାରିଖ ଦିନ ସୁପ୍ରିମକୋର୍ଟ ନିଜର ଅନ୍ତରୀଣ ରାୟରେ ଯେଉଁ ୨୨ଟି ପ୍ରସ୍ତାବ ଦେଇଥିଲେ ସେଗୁଡିକର କାର୍ଯ୍ୟକାରିତା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି ।

ମନ୍ଦିର ପରିଚାଳନା ନେଇ ପୂର୍ଣ୍ଣକାଳୀନ ପ୍ରଶାସକ, ସେବାୟତଙ୍କ ପିଲାଙ୍କ ପାଇଁ ଗୁରୁକୁଳ ଢାଞ୍ଚାରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ରୋଷଘର ତଥା ଆନନ୍ଦବଜାର ପରିଚ୍ଛନ୍ନତା, ୬୦ହଜାର ଭକ୍ତଙ୍କ ରହିବା ଭଳି ଭକ୍ତ ନିବାସ ପ୍ରତିଷ୍ଠା, ଶ୍ରୀମନ୍ଦିର ଜମିଜମା ରେକର୍ଡର ହିସାବ ପ୍ରଭୂତି ନେଇ କଣ ରିପୋର୍ଟ ଦିଆଯାଇଛି ଓ ଏନେଇ ଖଣ୍ଡପୀଠ କଣ ଶୁଣାଣି କରିବେ ତା ଉପରେ ନଜର ରହିଛି।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ, ଗାଡ଼ି ଚଳାଚଳ ବନ୍ଦ ଲୋକେ ହନ୍ତସନ୍ତ

ଭୁବନେଶ୍ୱର: ଆଜି ଅଖ ଚକ ବନ୍ଦ ସବୁ ବନ୍ଦ । ଭାରତ ବନ୍ଦ ପ୍ରଭାବରେ ଦୋକାନ ବଜାର ଠାରୁ ଗାଡ଼ି ଚଳାଚଳ ସବୁ ବନ୍ଦ ଦେଖିବାକୁ ମିଳିଛି । ଯାହାକୁ ନେଇ ଯାତ୍ରୀ ମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଏହି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚ ।

ଦେଶର ଆର୍ଥିକ ମାନ୍ଦାବସ୍ଥା ସହ ଅନ୍ୟ ସମସ୍ୟା ବିରୋଧରେ ଏହି ଆନ୍ଦୋଳନକୁ ପାଞ୍ଚଟି ବାମଦଳ, କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ବିଭିନ୍ନ ଟ୍ରେଡ୍‌ ୟୁନିୟନ ସମର୍ଥନ କରିଛନ୍ତି । ବାମପନ୍ଥୀ ଦଳ, ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ କରିଛି । ବ୍ୟାଙ୍କ, ଇନସ୍ୟୁରାନସ୍‌ କଂପାନୀ, ରେଳବାଇ, ରାଷ୍ଟ୍ର।ୟତ୍ତ ଉଦ୍ୟୋଗ ଆଗରେ ପିକେଟିଂ କରାଯାଉଛି ।

ବନ୍ଦର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ରାଉରକେଲା, ଭଦ୍ରକ, ଗଞ୍ଜାମ, ଖୋର୍ଦ୍ଧା, ଭଳି ବିଭିନ୍ନ ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଛି ।  ଜରୁରୀକାଳୀନ ସେବା, ଓମଫେଡ୍‌ ଗାଡ଼ି, ପରୀକ୍ଷାର୍ଥୀଙ୍କୁ ଏହି ଆନ୍ଦୋଳନରୁ ବାଦ୍‌ ଦିଆଯାଇଛି ।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି ।

ଘୂର୍ଣ୍ଣି ବଳୟ ପ୍ରଭାବରେ କାଲିଠୁ ବର୍ଷା, ଅମଳ ଶସ୍ୟକୁ ସୁରକ୍ଷିତ ରଖିବାକୁ ପରାମର୍ଶ

ଭୁବନେଶ୍ୱର: ପାଗ ଖେଳୁଛି ଲୁଚକାଳି । ୩ ଦିନର ଲଗାଣ ବର୍ଷା ପରେ କୋହଲା ପାଗ । ପୁଣି କାଲିଠୁ ବର୍ଷା । ଘୂର୍ଣ୍ଣି ବଳୟ ପ୍ରଭାବରେ କାଲିଠୁ ବର୍ଷା ହୋଇପାରେ । ୧୨ ଜିଲ୍ଲାରେ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ନୂଆପଡ଼ା, ବଲାଙ୍ଗି, ବରଗଡ଼, ଝାସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାର କେତକ ସ୍ଥାନରେ ହାଲୁକାରୁ ଧ୍ୟ ଧରଣ ବର୍ଷା ହୋଇପାରେ ।

ନୂଆ ବର୍ଷରେ ମହଙ୍ଗା ମାଡ଼, ଟ୍ରେନ୍ ଭଡ଼ା ବଢ଼ାଇଲେ କେନ୍ଦ୍ର ସରକାର

ଏହି ସବୁ ଜିଲ୍ଲାର ଚାଷୀମାନେ ସେମାନଙ୍କ ଅଳ ଧାନ ଓ ଶସ୍ୟ ସୁରକ୍ଷିତ ରଖିବାକୁ ପରାର୍ଶ ଦିଆଯାଇଛି ୧୦ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ କିଛି ସ୍ଥାନରେ ଅଳ୍ପ ବର୍ଷା ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ । ବର୍ଷା ୧୦ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ଦେବଗଡ଼ ଆଉ ଅନୁଗୁଳରେ ଘନ କୁହୁଡ଼ି ହେବ ବୋଲି ସୂଚନା ମିଳିଛି

ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, କମିବ ଥଣ୍ଡା

୧୧ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱ, ଯାଜପୁର, କଟକ, ଭଦ୍ରକ, ଖୋର୍ଦ୍ଧା, ପୁରୀ ଆଉ କନ୍ଧମାଳରେ ଘନ କୁହୁଡ଼ି ଆଶଙ୍କା ରହିଛି ଘନ କୁହୁଡ଼ି ଆଶଙ୍କା ଥିବା ସସ୍ତ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର

ପଶ୍ଚିମା ପବନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ