spot_img
Home Blog Page 7323

ଟ୍ରଲର ଡ୍ରାଇଭର ପଛରୁ ଦେଖି କହିଲା ତମ ଟ୍ରକ୍‌ ପଛରେ ନିଆଁ ଲାଗିଯାଇଛି

କରଞ୍ଜିଆ: ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ । ଜଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ନିକଟ କୁଇତାରେ ଜଳିଲା ଟ୍ରକ୍‌ । ଚାଲୁଥିବା ଅବସ୍ଥାରେ ହିଁ ଟ୍ରକ୍‌ରେ ନିଆଁ ଲାଗିଥିଲା ।

ଟ୍ରକ୍‌ ପଛରେ ଆସୁଥିବା ଟ୍ରଲର ଚାଳକ ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ନିଆଁ ଲାଗିଥିବା ଜାଣି ଗାଡ଼ିକୁ ରାସ୍ତା କଡ଼ରେ ଛିଡ଼ା କରିଥିଲା ଟ୍ରକ୍‌ ଡ୍ରାଇଭର ।

ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଛି । ଟ୍ରକ୍‌ରେ ଲୁହାପଥର ବୋଝେଇ ରହିଥିଲା । ଘଟଣାରେ କେହି ମଧ୍ୟ ଆହତ ହୋଇନାହାନ୍ତି ।

ଆସିଲାନି ଆମ୍ବୁଲାନ୍ସ, ପାହାଡ଼ିଆ ରାସ୍ତାରେ ଟୋକେଇରେ ଡ଼ାକ୍ତରଖାନା ଗଲେ ପ୍ରସୂତି

ବାଲିଗୁଡ଼ା: କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା । ଗାଁ କୁ ରାସ୍ତା ନଥିବାରୁ ପାଖାପାଖି ସାତ କିଲୋମିଟର ଟୋକେଇରେ ବୁହାହେଲେ ପ୍ରସୂତି ମହିଳା । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ କରୁକୁଡୁପା  ପଞ୍ଚାୟତର  ଶାନ୍ଦେବଣ୍ଡାଙ୍ଗି ଗାଁରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, ସେହି ଗାଁର ଆଶିଷ ଦିଗାଲଙ୍କ ସ୍ତ୍ରୀ ରଜନୀ ଦିଗାଲଙ୍କୁ ଜନନୀ ଯନ୍ତ୍ରଣା ହୋଇଥିଲା । ଏନେଇ ଗାଁ ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ  । କିନ୍ତୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସିପାରିନଥିଲା ।  ସମ୍ପର୍କୀୟ ଟୋକେଇରେ ବୋହି ଜଙ୍ଗଲ ରାସ୍ତା ଦେଇ ଶାନ୍ଦେବଣ୍ଡାଙ୍ଗୀ ରୁ ସିନ୍ଦୀପଙ୍କାଲ ଗ୍ରାମ ପର୍ଯ୍ୟନ୍ତ ବୋହି ଆଣିଥିଲେ ।

ପରେ ଏକ ଅଟୋ ସାହାଯ୍ୟରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ପ୍ରସୂତିଙ୍କୁ । ସେଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବାବେଳେ ଉଭୟ ସୁସ୍ଥ ଅବସ୍ଥାରେ ଘରକୁ ଫେରିଥିବା ଜଣାପଡିଛି ।

ସୂଚନା ପ୍ରକାରେ ସାନ୍ଦେ ବଣ୍ଡାଙ୍ଗୀ,ଗୁଗୁଡ଼ି ସୁଗା,ପୁନ୍ଦେଡି ୩ଟି ଗ୍ରାମକୁ ରାସ୍ତାନାହିଁ । ଫଳରେ ଗାଁ କୁ ଗାଡ଼ି ମୋଟର ଯାଇପାରେନାହିଁ ।  ଗ୍ରାମବାସୀ ଏହିପରି ବାରମ୍ବାର ରୋଗୀଙ୍କୁ କୁର୍ତ୍ତମଗଡ଼ ପର୍ଯ୍ୟନ୍ତ ଆଣିବାପାଇଁ ଏଭଳି ସମସ୍ୟାର ସାମ୍ନା କରନ୍ତି ।

ଚିଲିକା ଏବଂ ଭିତରକନିକାରେ ଆରମ୍ଭ ହେଲା ଡଲ୍‌ଫିନ୍‌ ଗଣନା

ଚିଲିକା/ବ୍ରହ୍ମଗିରି: ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା । ୧୮ଟି ଟିମ୍‌ ଥିବା ୧୩୩ ସଦସ୍ୟ ଏହି ଗଣନା କରୁଛନ୍ତି । କେନ୍ଦ୍ରୀୟ ଚିଲିକାରେ ୧୦ଟି ଟିମ୍‌ ଏବଂ ବାହ୍ୟ ଚିଲିକାରେ ୮ଟି ଟିମ୍‌ ଗଣନା କାମରେ ନିୟୋଜିତ ହୋଇଛନ୍ତି । ଜିପିଏସ୍‌ ଓ ବାଇନାକୁଲାର ସାହାଯ୍ୟରେ ଡଲ୍‌ଫିନ୍‌ଙ୍କୁ ଟ୍ରାକ କରାଯାଉଛି ।

ଗତବର୍ଷ ଡଲ୍‌ଫିନ୍‌ଙ୍କ ସଂଖ୍ୟା କମିଥିବା ବେଳେ ଏଥରର ଗଣନା ଉପରେ ସମସ୍ତଙ୍କ ନଜର ରହିଛି । ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା ।  ସେପଟେ ଭିତରକନିକାରେ ବି ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା । ରାଜନଗର, କନିକା, ମହାକାଳପଡ଼ା, ଗହୀରମଥା ଓ କୁଜଙ୍ଗ ପରି ୫ଟି ରେଞ୍ଜରେ ଗଣନା କାମ ଆରମ୍ଭ ହୋଇଛି ।

ମୋଟ ୯ଟି ଟିମ୍‌ ଗଣନା କାମରେ ନିୟୋଜିତ ହୋଇଛନ୍ତି । ପ୍ରତି ଟିମ୍‌ରେ ରହିଛନ୍ତି ୪ରୁ ୫ ଜଣ ସଦସ୍ୟ । ଡଲଫିନ୍‌ ବିଶେଷଜ୍ଞ ମମତାଜ ଖାନ୍‌ ଓ ଶିବଚରଣ ପରିଡ଼ାଙ୍କ ନେତୃତ୍ୱରେ ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା ।

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସ୍ୱାମୀଙ୍କ ସହ ୩ଜଣ ସମ୍ପୃକ୍ତ ଥିବା ଅଭିଯୋଗ କଲେ ପୀଡ଼ିତା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଲଜ୍ଜା । ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣାରେ ପୀଡ଼ିତାଙ୍କ ସ୍ୱାମୀ ଓ ତିନି ଜଣ ଯୁବକ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଘର ରାଇଘର ବ୍ଲକରେ ବୋଲି ଜଣାପଡ଼ିଛି । ଉମରକୋଟ ଚଢେଇଗୁଡ଼ା ଗାଁର ସଜୁ ହରିଜନଙ୍କ ସହ ପୀଡ଼ିତାଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ଉଭୟ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ପରିବାର ଲୋକେ ବିବାହକୁ ସ୍ୱୀକୃତି ଦେଇନଥିଲେ । ତେଣୁ ଉଭୟେ ରାଇଘରରେ ଏକ ଭଡ଼ା ଘରେ ରହୁଥିଲେ । ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହିଥିଲା । ଗତ ୧୩ ତାରିଖ ସନ୍ଧ୍ୟାରେ ଉଭୟେ ସ୍ୱାମୀ ସ୍ତ୍ରୀ ଉମରକୋଟ ବୁଲିବାକୁ ଆସିଥିଲେ । ରାତି ୯ଟାବେଳେ ସ୍ଥାନୀୟ ଏକ ମନ୍ଦିର ପଛପଟକୁ ସଜୁ ସ୍ତ୍ରୀଙ୍କୁ ଡାକି ନେଇଥିଲେ । ପରେ ତିନି ଜଣ ଯୁବକ ଏକ ବାଇକରେ ଆସି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।

Related image

ଏନେଇ ପୀଡ଼ିତା ଉମରକୋଟ ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ମହିଳାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ସେପଟେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ ।

କୁହୁଡ଼ି ପାଇଁ ମଝି ସମୁଦ୍ରରେ ଦୁଇଟି ଡ଼ଙ୍ଗା ମଧ୍ୟରେ ଦୁର୍ଘଟଣା, ୧୮ ମତ୍ସ୍ୟଜୀବୀ ଉଦ୍ଧାର

ଗଞ୍ଜାମ: ସମୁଦ୍ର ମଝିରେ ଡ଼ଙ୍ଗା ଡ଼ଙ୍ଗା ମଧ୍ୟରେ ଦୁର୍ଘଟଣା । କୁହୁଡ଼ି ଯୋଗୁଁ ଡ଼ଙ୍ଗା ସହ ଡ଼ଙ୍ଗା ମଝି ସମୁଦ୍ରରେ ପିଟି ହେଲା ।  ଗୋପାଳପୁର ସମୁଦ୍ରରେ ଘଟିଛି ଏଭଳି ଏକ ଅଘଟଣ । ସୁରକ୍ଷିତ ଭାବେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଥିଲେ କିଛି ମତ୍ସ୍ୟଜୀବୀ । ସମୁଦ୍ର ମଝିରେ ଘନ କୁହୁଡ଼ି ପାଇଁ ରାସ୍ତା ଦେଖା ଯାଇନଥିଲା । ଯାହାଫଳରେ ମାଛ ଧରିବାକୁ ଯିବା ବେଳେ ଉଚ୍ଚ ଲହଡ଼ି ଯୋଗୁଁ ଦୁଇ ଡଙ୍ଗା ମଧ୍ୟରେ ଦୁର୍ଘଟଣା ହୋଇଥିଲା ।

 

ଦୁର୍ଘଟଣା ଫଳରେ ଦୁଇ ଡ଼ଙ୍ଗା ଭାଙ୍ଗିଯିବା ସହ ଡ଼ଙ୍ଗାରେ ଥିବା ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଛି । ସେପଟେ ଦୁଇଟି ଡ଼ଙ୍ଗାରୁ ସୁରକ୍ଷିତ ଭାବେ ୧୮ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍

0

ବେଙ୍ଗାଲୁର: ଆଜି ବେଙ୍ଗାଲୁରର ଚିନ୍ନସ୍ୱାମୀ ଷ୍ଟାଡିୟମରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଶୁକ୍ରବାର ମ୍ୟାଚ ଭାରତ ଜିତିବା ପରେ ୧-୧ରେ ବରାବର ହୋଇଛି ସିରିଜ ।

Image result for ind vs aus last odi match today

ଆଜି ଉଭୟ ଦଳ ସିରିଜ ହାତେଇବା ପାଇଁ ଚେଷ୍ଟା କରିବେ । ପ୍ରଥମ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ପରେ ଶୁକ୍ରବାର ରାଜକୋଟରେ ହୋଇଥିବା ମ୍ୟାଚକୁ ହାତେଇଥିଲା ଭାରତ ।

ତିନି ଦିନରେ ସେସୁ ଆଦାୟ କଲାଣି ୧୪ କୋଟି ୯୧ ଲକ୍ଷ ଟଙ୍କା ବକେୟା ବଦ୍ୟୁତ ବିଲ୍‌

ଜୋରସୋରରେ ବକେୟା ବିଦ୍ୟୁତ ବିଲ୍‌ ଆଦାୟ କରୁଛି ସେସୁ । ତାରିଖ ଘୋଷଣାର ତୃତୀୟ ଦିନରେ ୪ କୋଟି ୮୬ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଏଥିସହ ୧ ହଜାର ୬୨୨ଟି ବ୍ୟବସାୟିକ ଅନୁଷ୍ଠାନର ବିଦ୍ୟୁତ ଯୋଗାଯୋଗ ବିଛିନ୍ନ କରାଯାଇଛି ।

ମୋଟ ତିନି ଦିନରେ ୧୪ କୋଟି ୯୧ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ୫ ହଜାର ୧୨୩ଟି ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ବିଛିନ୍ନ ହୋଇଛି । ଆଜି ରବିବାର ସତ୍ୱେ ସେସୁ ପକ୍ଷରୁ ବିଦ୍ୟୁତ ବିଲ୍‌ ଆଦାୟ କରାଯିବ । ବିଲ୍‌ ଆଦାୟ ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ।

ଓଡ଼ିଶାରେ ହେବ ମୁଖ୍ୟମନ୍ତ୍ରୀ ସମ୍ମିଳନୀ

ଭୁବନେଶ୍ୱର: ଜାନୁଆରୀ ୩୧ରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀ । ଚଳିତବର୍ଷ ଏହି ସମ୍ମିଳନୀକୁ ଆୟୋଜନ କରୁଛି ଓଡ଼ିଶା । ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଓ ତଥ୍ୟ ଆଦାନ ପ୍ରଦାନ ଏହି ସମ୍ମିଳନୀର ଲକ୍ଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ  ହେମନ୍ତ ସୋରେନ୍‌, ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବକି ନାହିଁ ସ୍ପଷ୍ଠ ହୋଇନାହିଁ । ସେପଟେ କେନ୍ଦ୍ର ଗହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ହେବାର ପରମ୍ପରା ରହିଛି । ହେଲେ ଗୃହମନ୍ତ୍ରୀ ଅମିତ ଶାହା , ଗୃହ ରାଷ୍ଟ୍ରମନ୍ତ୍ରୀ କିଶନ ରେଡ୍ଡି ଯୋଗଦେବେକି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି  ।

କଳିଙ୍ଗ ଷ୍ଟାଡିୟମ୍‌ରେ ଟିମ୍‌ ଇଣ୍ଡିଆର କମାଲ୍‌: ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚ୍‌ରେ ୫-୨ରେ ବିଜୟୀ

ଭୁବନେଶ୍ୱର: କଳିଙ୍ଗରେ କମାଲ କଲା ଟିମ ଇଣ୍ଡିଆ। ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚ୍‌କୁ  ୫-୨ ଗୋଲରେ ଜିତିଲା ଟିମ ଇଣ୍ଡିଆ । ଶକ୍ତିଶାଳୀ ନେଦରଲ୍ୟାଣ୍ଡସ୍‌କୁ ବଡ଼ ବ୍ୟବଧାନରେ ହରାଇ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଛି ଇଣ୍ଡିଆ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗତ ବିଶ୍ୱକପରେ ନେଦରଲ୍ୟାଣ୍ଡସ୍‌ ଠାରୁ ହାରି ବିଶ୍ୱକପରୁ ବାହାର ହୋଇଯାଇଥିଲା ଆୟୋଜକ ଇଣ୍ଡିଆ। ତାହାର ଆଜି ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ।

 ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗର ଏହି ମ୍ୟାଚରେ ଭାରତ ନେଦରଲ୍ୟାଣ୍ଡସ୍‌କୁ ୫-୨ ଗୋଲରେ ପରାସ୍ତ କରିଛି। ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ମ୍ୟାଚ ଆରମ୍ଭର ମାତ୍ର୧୩ ସେକେଣ୍ଡରେ ଭାରତ ଏକ ଗୋଲ କରିବାରେ ସକ୍ଷମ ହୋଇଥିଲା।

ମନ୍‌ଦୀପ ସିଂହ ଏହି ଗୋଲ ସ୍କୋର କରିଥିଲେ। ଏହାପରେ ନେଦରଲ୍ୟାଣ୍ଡସ୍‌ ଖେଳାଳିଙ୍କୁ ଚକମା ଦେଇ ଗୋଟିଏ ପରେ ଗୋଟିଏ ଗୋଲ ସ୍କୋର କରିଥିଲେ ଭାରତୀୟ ଖେଳାଳି। ଆସନ୍ତା କାଲି ପୁଣି ଥରେ ଏହି କଳିଙ୍ଗ ଷ୍ଟାଡିୟମରେ ନେଦରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା ହେବ।

୮ ବର୍ଷରେ ୪୪ ଦୋଷୀଙ୍କ ୩୨ କ୍ଷମା ଆବେଦନ ଖାରଜ: ଫାଶୀ ପାଇଛନ୍ତି ୩ ଜଣ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ମଧ୍ୟରୁ ଜଣଙ୍କ କ୍ଷମା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ଥର ପାଇଁ କ୍ଷମା ଆବେଦନକୁ ଖାରଜ କରିଛନ୍ତି । ଏହା ପୂର୍ବରୁ ୨୦୧୮ରେ ଜଣେ ପରିବାର ୬ ଜଣ ସଦସ୍ୟଙ୍କ ହତ୍ୟା ମାମଲାର ଦୋଷୀ ଜଗତ ରାୟର କ୍ଷମା ଆବେଦନକୁ ଖାରଜ କରିଥିଲେ ।

କୌଣସି ଦୋଷୀଙ୍କ କ୍ଷମା ଆବେଦନ ଖାରଜ ହେବ ପରେ ଫାଶୀ ପାଇବା ଏକ ପ୍ରକାର ଥୟ । କିନ୍ତୁ ମିଳିଥିବା ତଥ୍ୟ ଅନୁଯାୟୀ ଜୁଲାଇ ୨୦୧୨ଠାରୁ ଏଯାଏଁ ୪୪ ଦୋଷୀଙ୍କ ମଧ୍ୟରୁ ୩୨ ରାଜକ୍ଷମା ଆବେଦନ ଖାରଜ ହୋଇଛି । ଏଥିମଧ୍ୟରୁ କେବଳ ୩ ଜଣଙ୍କୁ ଫାଶୀ ହୋଇଥିବା ବେଳେ ୭ ଜଣ ଦୋଷୀଙ୍କ ଦଣ୍ଡାଦେଶରେ ପରିବର୍ତ୍ତନ କରାଯାଇଛି । ଫାଶୀ ଦଣ୍ଡାଦେଶକୁ ଅଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଛି । ତେବେ ଫାଶୀ ପାଇଥିବା ୩ ଜଣ ହେଲେ  ଅଜମଲ କସାବ, ଅଫଜଲ୍ ଗୁରୁ ଓ ୟାକୁବ ମେନନ୍‌ ।

ଅଜମଲ କସାବ: ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କୀ ଅଜମଲ କସାବ ୧୫ ନଭେମ୍ୱର ୨୦୧୨ରେ ରାଜ କ୍ଷମା ପାଇଁ ଆବେଦନ କରିଥିଲେ । କିନ୍ତୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଖାରଜ କରିଥିଲେ ।

୨୬ ନଭେମ୍ୱର ୨୦୦୮ରେ ହୋଇଥିବା ମୁମ୍ୱାଇ ଆକ୍ରମଣ ଘଟଣାରେ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା । କସାବ ୨୧ ନଭେମ୍ୱର ୨୦୧୨ରେ ଫାଶୀ ଦିଆଯାଇଥିଲା ।

ଅଫଜଲ୍‌ ଗୁରୁ: ସଂସଦ ଉପରେ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ୧୩ ଡିସେମ୍ୱର ୨୦୦୧ରେ ୫ ଆତଙ୍କୀ ସଂସଦ ପରିସରକୁ ଭିତରକୁ ପଶି ଆଖିବୁଝା ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁ ୨୦୧୧ରେ ରାଜକ୍ଷମା ନେଇ ଆବେଦନ କରିଥିଲେ ।

୩ ଫେବ୍ରୁଆରୀ ୨୦୧୩ରେ ଏହା ଖାରଜ ହୋଇଥିଲା । ଏହା ପରେ ୯ ଫେବ୍ରୁଆରୀ ୨୦୧୩ରେ ଆଫଜଲ୍‌ ଗୁରୁକୁ ଫାଶୀ ଦିଆଯାଇଥିଲା ।

ୟାକୁବ ମେନନ୍: ୧୨ ମାର୍ଚ୍ଚ ୧୯୯୩ରେ ମୁମ୍ୱାଇରେ ୧୨ ସିରିଏଲ୍‌ ବ୍ଳାଷ୍ଟ ହୋଇଥିଲା । ଏଥିରେ ୨୫୭ ଜଣ ଲୋକ ପ୍ରାଣ ହରାଇଥିଲେ । ଆକ୍ରମଣର ମୁଖ୍ୟ କାର୍ପୋଟଦାର ୟାକୁବ ମେନନ୍‌ ୧୪ ମାର୍ଚ୍ଚ ୨୦୧୪ରେ ରାଜକ୍ଷମା ପାଇଁ ଆବେଦନ କରିଥିଲା । ୧୧ ଆପ୍ରେଲ ୨୦୧୪ରେ ଏହାକୁ ଖାରଜ କରିଦିଆଯାଇଥିଲା । ଏହା ପରେ ପୁଣି ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ୨୯ ଜୁଲାଇ ୨୦୧୫ରେ ପୁଣି ରାଜକ୍ଷମା ପାଇଁ ଆବେଦନ କରାଯାଇଥିଲା ।

କିନ୍ତୁ ପୁଣି ଖାରଜ ହୋଇଥିଲା ଆବେଦନ । ୟାକୁବ ମେନନ୍‌ର ଓକିଲ ଫାଶୀକୁ ଅଟକାଇବା ପାଇଁ ପୁଣି ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲା ।  ରାତି ୩ଟାରେ ବସିଥିଲା କୋର୍ଟ । କିନ୍ତୁ ପୁଣି ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ । ଆଉ ୟାକୁବ ମେନନର ଜନ୍ମଦିନ ୩୦ ଜୁଲାଇ ୨୦୧୫ରେ ଦିଆଯାଇଥିଲା ଫାଶୀ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ଯାଏଁ ୨ ଜଣଙ୍କ ରାଜକ୍ଷମା ଆବେଦନ ଖାରଜ କରିଛନ୍ତି । ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଜଗତ ରାୟ ଓ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଜଣେ ଦୋଷୀ  ମୁକେଶ ସିଂହର ଆବେଦନକୁ ଖାରଜ କରିଛନ୍ତି ।

ବିଗତ ୮ ବର୍ଷ ମଧ୍ୟରେ ୪ ଜଣ ମହିଳାଙ୍କ କ୍ଷମା ଆବେଦନ ଖାରଜ ହୋଇଛି । ଏହି ମହିଳାଙ୍କ ମଧ୍ୟରେ ୨ ଭଉଣୀ ମଧ୍ୟ ରହିଛନ୍ତି । ଏହି ୨ ଭଉଣୀ ହେଲେ ରେଣୁକା ସିନ୍ଧେ ଓ ସୀମା ଗୋବିତ । ସେମାନେ ନିଜ ମା’ ଅଞ୍ଜନା ଗୋବିତଙ୍କ ସହ ମିଶି ୧୯୯୦ରୁ ୧୯୯୬ ମଧ୍ୟରେ ପୁନେର ୪୨ ଜଣ ଶିଶୁଙ୍କୁ ହତ୍ୟା କରିଛନ୍ତି । ୧୯୯୮ରେ ଅଞ୍ଜନା ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ଏହାପରେ ୨  ଭଉଣୀଙ୍କୁ  ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏମାନେ ୨୦୧୩ ରେ ରାଜ କ୍ଷମା ପାଇଁ ଆବେଦନ କରିଥିଲେ । ୭ ଜୁଲାଇ ୨୦୧୪ରେ ଖାରଜ ହୋଇଥିଲା

ସମ୍ପତ୍ତିକୁ ନେଇ ନିଜ ପିତାଙ୍କ ସମେତ ୮ଜଣଙ୍କୁ ହତ୍ୟା କରିଥିବା ସୋନିଆଙ୍କ ରାଜ କ୍ଷମା ଆବେଦନ ମଧ୍ୟ ଖାରଜ ହୋଇଛି । ସେ ନିଜ ସ୍ୱାମୀ ସଞ୍ଜୀବଙ୍କ  ମିଶି ଏହି ହତ୍ୟାକାଣ୍ଡ  ଭିଆଇଥିଲେ । ୨୯ ଜୁନ୍ ୨୦୧୩ରେ ଉଭୟଙ୍କ ରାଜ କ୍ଷମା ଆବେଦନ ଖାରଜ ହୋଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ଫାଶୀ ଦିଆଯାଇନାହିଁ ।

ଶବନମ୍‌ ନାମକ ଜଣେ ମହିଳାଙ୍କ ମଧ୍ୟ ରାଜକ୍ଷମା ଆବେଦନ ଖାରଜ ହୋଇଛି । ଅପ୍ରେଲ୍‌ ୨୦୦୮ରେ ନିଜ ପ୍ରେମିକ ସଲିମ୍‌ ସହ ମିଶି ନିଜ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରିଥିଲେ । ତାଙ୍କ ପରିବାର ଲୋକ ତାଙ୍କ ବାହାଘରକୁ ବିରୋଧ କରିଥିଲେ । ସେମାନଙ୍କୁ ମାନ୍ୟବର କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି । ୭ ଅଗଷ୍ଟ ୨୦୧୬ରେ ସେମାନଙ୍କ ରାଜକ୍ଷମା ଆବେଦନ ମଧ୍ୟ ଖାରଜ ହୋଇଛି ।

ଆଇନ ବିଷାରଦଙ୍କ କହିବା ହେଲା ଯେ, ରାଜକ୍ଷମା ଖାରଜ ପରେ ଫାଶୀ ଦେବାରେ ବିଳମ୍ୱର ୨ ଟି କାରଣ ରହିଛି ।

୧. ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ ପରେ ଯଦି ପୁଣି ମାମଲା କୋର୍ଟକୁ ଆସିଯାଇଥିବ ।  ଯେଉଁଥି ପାଇଁ ଦୋଷୀଙ୍କ ନାଁରେ ଡେଥ୍‌ ଓ୍ୱାରେଣ୍ଟ ଜାରି ହୋଇ ପାରିନଥିବ ।

୨. କିଛି ଦୋଷୀ ବିରୋଧରେ ଜାରି ଫାଶୀ ଦଣ୍ଡାଦେଶରେ ପରିବର୍ତ୍ତ କରାଯାଇ ତାକୁ ଆଜୀବନ କାରାଦଣ୍ଡ କରାଯାଇଛି । ୧୯୯୩ ଦିଲ୍ଲୀ ବିସ୍ଫୋରଣ ମାମଲାର ଦୋଷୀ ଦେବେନ୍ଦ୍ର ପାଲ ସିଂହ ଭୁଲ୍ଲଙ୍କ ରାଜ କ୍ଷମା ଆବେଦନ ଖାରଜ ହୋଇଯାଇଥିଲା । ଆଉ ତାଙ୍କ ଦ୍ୱାରା ଆବେଦନ ରାଜ କ୍ଷମା ଆବେଦନ ଖାରଜ ହେବାରେ ୮ ବର୍ଷ ସମୟ ଲାଗିଥିଲା । ୨୦୦୩ରେ ଆବେଦନ କରିଥିବା ବେଳେ ୨୦୧୧ ଖାରଜ ହୋଇଥିଲା । ପରେ ୨୦୧୪ରେ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ପ୍ରତି ଜାରି ଫାଶୀ ଦଣ୍ଡାଦେଶରେ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।