ନନ୍ଦିଘୋଷ ବ୍ୟୁରୋ : ସୁନ୍ଦରଗଡ଼ ଲାଠିକଟା ଥାନା ମତକମଝରଣ ଠାରେ ଥିବା CRPF କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତ ଯବାନ ଜଣଙ୍କ ହେଲେ ୫୬ ବର୍ଷୀୟ ସୁବାସ ପ୍ରସାଦ। ନିଜ ବନ୍ଧୁକରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ମୃତଦେହ ରଖାଯାଇଛି । ଲାଠିକଟା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ସଂସଦ ଭବନକୁ ଉଡ଼ାଇ ଦେବା ଲାଗି ଧମକ ; ବିସ୍ଫୋରଣ ଧମକ ପରେ ଦିଲ୍ଲୀରେ ହାଇଆଲର୍ଟ
ନନ୍ଦିଘୋଷ ବ୍ୟୁରୋ : ସଂସଦ ଭବନକୁ ଉଡ଼ାଇ ଦେବା ଲାଗି ଧମକ। ଏହା ସହ ଦିଲ୍ଲୀର କିଛି ସ୍କୁଲକୁ ଉଡ଼ାଇ ଦେବା ଲାଗି ଆସିଛି ଧମକ। ଆସନ୍ତା ୧୩ ଅପରାହ୍ଣ ୧ଟା ୧୧ରେ ସଂସଦ ଭବନ ଭିତରେ ବିସ୍ଫୋରଣ ଘଟିବ ବୋଲି ଇମେଲରେ କୁହାଯାଇଛି। ଏହାକୁ ନେଇ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ୨୦୦୧ ଡିସେମ୍ବର ୧୩ରେ ହୋଇଥିଲା ସଂସଦ ଭବନ ଉପରେ ଆକ୍ରମଣ। ଏହି ଲୋମହର୍ଷକ ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅଫଜଲ ଗୁରୁକୁ ୨୦୧୩ ଫେବ୍ରୁଆରୀ ୯ରେ ମିଳିଥିଲା ଫାଶୀଦଣ୍ଡ। ଦିଲ୍ଲୀ ତିହାର ଜେଲରେ ତାର ଶେଷକୃତ୍ୟ ହୋଇଥିଲା। ଖଲିସ୍ତାନ ନ୍ୟାସନାଲ ଆର୍ମି ନାମକ ସଂଗଠନ ପକ୍ଷରୁ ଆସିଛି ମେଲ। ସେଥିରେ ବୋମା ଧମକ ସହ ପଞ୍ଜାବ ହେଉଛି ଖଲିସ୍ତାନ ବୋଲି ଉଲ୍ଲେଖ ରହିଛି।
ସେପଟେ ଦିଲ୍ଲୀର ଲୋରେଟ କନଭେଣ୍ଟ ସ୍କୁଲ, କେମ୍ବ୍ରିଜ ସ୍କୁଲ, ଭେଙ୍କଟଶ୍ବର ସ୍କୁଲ, ଇଣ୍ଡିଆନ ସ୍କୁଲ, ସିଏମ ସ୍କୁଲ, ଡିଟିଏ ସ୍କୁଲ, ବାଲ ଭାରତୀ ସ୍କୁଲ ସମେତ ୯ଟି ସ୍କୁଲକୁ ବୋମା ଧମକ ଆସିଥିବା ସୂଚନା ମିଳିଛି। ବୋମା ଧମକ ପରେ ସ୍କୁଲରେ ଚାଲିଛି ସର୍ଚ୍ଚ ଅପରେସନ। ସକାଳ ୮ଟା ୩୦ରୁ ୯ ଟା ମଧ୍ୟରେ ସ୍କୁଲଗୁଡ଼ିକୁ ମିଳିଥିଲା ବୋମା ଧମକ। ଦିଲ୍ଲୀ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ଅଗ୍ନିଶମ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଦଳକୁ ତୁରନ୍ତ ନିୟୋଜିତ କରାଯାଇଥିଲା। ବୋମା ଧମକ ପରେ ଛାତ୍ରଛାତ୍ରୀ ଓ କର୍ମଚାରୀ ତୁରନ୍ତ ପରିସରରୁ ବାହାର କରାଯାଇଥିଲା। ବର୍ତ୍ତମାନ ସନ୍ଧାନ ଜାରି ରହିଛି।
ଫିକା ଫିକାରେ ସରିଲା ଜଗତସିଂହପୁରରେ ସୁଭଦ୍ରା ଶକ୍ତି ମେଳା ; ଚୌକି ଫାଙ୍କା ସାଙ୍ଗକୁ ଷ୍ଟଲ ବି ଫାଙ୍କା
ନନ୍ଦିଘୋଷ ବ୍ୟୁରୋ : ଫିକା ଫିକାରେ ସୁଭଦ୍ରା ଶକ୍ତି ମେଳା ଉଦଯାପିତ। ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ସରିଲା ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା । ସାତ ଦିନ ଧରି ଚାଲିଥିବା ଏହି ଲକ୍ଷ ପତି ଦିଦି ମେଳାର ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଯୋଗ ଦେଇଥିଲେ । ତାଙ୍କ ସହ ଜିଲ୍ଲାପାଳ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଏସଡିପିଓ ଯୋଗ ଦେଇଥିଲେ। ଏହି ମେଳା ନିମନ୍ତେ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା । କିନ୍ତୁ ଆରମ୍ଭରୁ ଫସର ଫାଟିଥିଲା ସୁଭଦ୍ରା ଶକ୍ତି ମେଳା। ମେଳାରେ ଜିଲ୍ଲା ଏବଂ ଜିଲ୍ଲାବାହାରୁ ବହୁ ଷ୍ଟଲ ବି ପଡ଼ିଥିଲା। କିନ୍ତୁ ଚୌକି ଫାଙ୍କା ସାଙ୍ଗକୁ ଷ୍ଟଲ ବି ଫାଙ୍କା ଫାଙ୍କା ଦେଖିବାକୁ ମିଳିଥିଲା । ସେପରି ବ୍ୟବସାୟ ମଧ୍ୟ ଫିକ ପଡିଥିବା ଦେଖିବାକୁ ମିଳିଥିଲା ।
ବେଆଇନ ଖଣି ଖନନକୁ ବିରୋଧ ; ମାରିବାକୁ ଧମକ ଦେଲେ ଖଣି ମାଫିଆ
ନନ୍ଦିଘୋଷ ବ୍ୟୁରୋ : ବେଆଇନ ଖଣି ଖନନକୁ ବିରୋଧ କରିବାରୁ ମାରିବାକୁ ଧମକ ଦେଲେ ଖଣି ମାଫିଆ । ଥାନାରେ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ । ଖୋର୍ଦ୍ଧା ଜିଲ୍ଲା ଜଟଣୀର ବିଭିନ୍ନ ସରକାରୀ ଓ ଜଗନ୍ନାଥଙ୍କ ଜମିରୁ ପ୍ରତିଦିନ ଶହ ଶହ ମୋରମ ଏବଂ ମାଙ୍କଡା ପଥର ଚୋରା ଚାଲାଣ ହେଉଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଚଢାଉ କରି ବେଆଇନ ଖଣି ଖନନରେ ନିୟଜିତ ଥିବା ପାୱର ଟେଲର, ଜେସିବି, ହାଇବା ଏବଂ ଟ୍ରାକ୍ଟର ଜବତ କରାଯାଉଛି। ତଥାପି ଖଣି ମାଫିଆ ମାନେ ରାତି ହେଲେ ନିରନ୍ତର ଖଣି ଖନନ କରୁଛନ୍ତି । ଯାହାକୁ ବିରୋଧ କରିଛନ୍ତି ରଥିପୁର ଗ୍ରାମବାସୀ । ରଥିପୁର, କନ୍ତିଆ ଏବଂ କୁଦିଆରୀ ଆଖ ପାଖରେ ବେଆଇନ ଖଣି ଖନନ ହେଉଛି । ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଖଣି ମାଫିଆ ବମ ଫୋପାଡ଼ି ମାରିବା ପାଇଁ ଖୁଲମଖୁଲା ଧମକ ଦେଉଛନ୍ତି। ସେଥିପାଇଁ ରଥିପୁର ଗ୍ରାମର ଯୁବକମାନେ ଜଟଣୀ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି।
ତିବ୍ବତୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ; ଅଭିଯୁକ୍ତ ଓଡ଼ିଆ ନାବାଳକ ଅଟକ
ନନ୍ଦିଘୋଷ ବ୍ୟୁରୋ : ତିବ୍ବତୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଓଡ଼ିଆ ନାବାଳକ ଅଟକ । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବତିୟ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି l ପରିବାର ଲୋକଙ୍କ ଅନୁପସ୍ଥିତ ଦେଖି ନାବାଳିକାକୁ ଦୁଷ୍କର୍ମ କରିଛି ଜଣେ ଓଡିଆ ନାବାଳକ l ପରିବାର ଲୋକେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ନାବାଳକକୁ ଥାନାକୁ ଆଣି ପଚରାଉଚରା କରୁଛି l
ପୁଣି ଆମେରିକା ସହ ବଢ଼ିଲା ଇରାନର ତିକ୍ତତା ; ୟୁରାନିୟମ ଏନରିଚମେଣ୍ଟ କାର୍ଯ୍ୟକ୍ରମ ବନ୍ଦ ହେବ ନାହିଁ କହିଲା ଇରାନ
ନନ୍ଦିଘୋଷ ବ୍ୟୁରୋ : ପୁଣି ଆମେରିକା ସହ ଇରାନର ବଢ଼ିଲା ତିକ୍ତତା। ନିଜର ୟୁରାନିୟମ ଏନରିଚମେଣ୍ଟ କାର୍ଯ୍ୟକ୍ରମ ବନ୍ଦ ହେବ ନାହିଁ ବୋଲି କହିଛି ଇରାନ। ସାନି କଟକଣା ଓ ସାମରିକ ଧମକ ପରେ ବି ମୁଣ୍ଡ ନୋଇଁବାକୁ ଚାହୁଁନି ଇରାନ। ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଚି କହିଛନ୍ତି- ନିଜ ଦେଶର ଆଣବିକ ନୀତିକୁ ବାତିଲ କରାଯିବ ନାହିଁ କିମ୍ବା କାହାର ଚାପ ଆଗରେ ତାଙ୍କ ଦେଶ ମୁଣ୍ଡ ନୁଆଁଇବ ନାହିଁ। ଏହା ସହ ଆମେରିକା ସହ କଥାବାର୍ତ୍ତାର ସଫଳତା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଆଣବିକ ପ୍ରସଙ୍ଗ ନେଇ ଓମାନରେ ହୋଇଥିବା ଆମେରିକା-ଇରାନ କଥାବାର୍ତ୍ତା ପରେ ଆରାଗାଚି କିହଛନ୍ତି- ଇରାନ ନିଜର ୟୁରାନିୟମ ଏନରିଚମେଣ୍ଟ ପ୍ରକ୍ରିୟା ଜାରି ରଖିବ। ଏହି ପ୍ରସଙ୍ଗକୁ ନେଇ କିଛି ମାସ ତଳେ ଇସ୍ରାଏଳ ସହ ମିଶି ଇରାନ ଉପରେ ହମଲା କରିଥିଲା ଆମେରିକା। ସେପଟେ ଇରାନ ବିରୋଧରେ ଆମେରିକା ଲଗାଇଥିବା ଆର୍ଥିକ କଟକଣାକୁ ହଟାଇବା ଲାଗି ଦାବି କରିଛି ଇରାନ। ଇରାନ ନିକଟରେ ଆମେରିକା ୟୁଏସଏସ ଆବ୍ରାହମ ଲିଙ୍କନ ସାମରିକ ଜାହାଜ ମୁତୟନ କରିଥିଲେ ବି ତାଙ୍କ ଦେଶ ଡରିବ ନାହିଁ ବୋଲି ସେ କହିଛନ୍ତି। ଗତ ଡିସେମ୍ବରରୁ ଆରମ୍ଭ ହୋଇଥିବା ଇରାନ ହିଂସାରେ ୨ ହଜାର ୧୧୭ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଇରାନ କହୁଥିବାବେଳେ ମୃତ୍ୟୁ ସଖ୍ଯା ୭ ହଜାରରୁ ଅଧିକ ବୋଲି କହିଛି ଆମେରିକାର ମାନବାଧିକାର ସଂସ୍ଥା।
ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନାଏ ତାକାଇଚି
ନନ୍ଦିଘୋଷ ବ୍ୟୁରୋ: ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନାଏ ତାକାଇଚି। ଅନୁଷ୍ଠିତ ନିର୍ବାଚନରେ ସାନାଏଙ୍କୁ ମିଳିଛି ବହୁମତ। ଶାସକ ଲିବରାଲ ଡେମୋକ୍ରାଟିକ ପାର୍ଟି ବା ଏଲଡିପିର ସଭାପତି ସାନାଏଙ୍କ ନୀତିକୁ ଦେଶବାସୀ କରିଛନ୍ତି ସମର୍ଥନ। ଗତ ୮ ତାରିଖରେ ହୋଇଥିବା ନିର୍ବାଚନରେ ଏଲଡିପି ଦୁଇ ତୃତୀୟାଂଶ ଆସନରେ ବିଜୟ ଲାଭ କରିଥିଲା। ଜାପାନକୁ ଅଧିକ ଶକ୍ତିଶାଳୀ ଓ ବିକଶିତ କରିବା ଦିଗରେ ସେ କାର୍ଯ୍ଯ କରିବେ ବୋଲି କହିଛନ୍ତି ସାନାଏ। ୪୬୫ ଆସନ ବିଶିଷ୍ଟ ଜାପାନ ନିମ୍ନ ସଦନରେ ଏଲଡିପି ମ୍ୟାଜିକ ନମ୍ବରଠାରୁ ବହୁ ଅଧିକ ଆସନ ଅର୍ଥାତ ୩୧୬ ଆସନରେ ବିଜୟୀ ହୋଇଛି।
ଏଲଡିପିକୁ ବି ସମର୍ଥନ କରୁଛି ଜାପାନ ଇନୋଭେସନ ପାର୍ଟି। ୧୦୯ ଆସନରେ ବିରୋଧୀଙ୍କ ବିଜୟ ଘଟିଛି। ଶେଷ ଥର ଲାଗି ୧୯୮୬ରେ ଏଲଡିପି ସର୍ବାଧିକ ୩୦୦ ଆସନ ଲାଭ କରିଥିଲା। ଏଲଡିପିର ପ୍ରତିଷ୍ଠା ୧୯୫୫ରେ ହୋଇଥିବାବେଳେ ପ୍ରଥମ ଥର ଲାଗି ଦଳ ସର୍ବାଧିକ ୩୧୬ ଆସନ ହାସଲ କରିଛି। ଯଦିଓ ନିମ୍ନ ସଦନରେ ଏଲଡିପି ଭଲ କରିଛି ତଥାପି ଉଚ୍ଚ ସଦନରେ ଦଳର ସଂଖ୍ୟା ଗରିଷ୍ଠତା ନାହିଁ। ୨୪୮ ଆସନ ବିଶିଷ୍ଟ ଉଚ୍ଚ ସଦନରେ ଏଲଡିପି ୧୦୧ ସଦସ୍ୟ ଥିବାବେଳେ ବିରୋଧୀଙ୍କ ସଂଖ୍ଯା ରହିଛି ୧୨୧। ଚୀନ ସହ ଜାପାନର ବିବାଦ ବଢୁଥିବାରୁ ଆମେରିକା ସହ ସମ୍ପର୍କ ମଜଭୁତ କରିବାରେ ଲାଗିଛି ଜାପାନ। ଜାପାନର ନିରାପତ୍ତା, ପ୍ରବାସୀ ସମସ୍ୟା ଓ ଅଭିବୃଦ୍ଧିକୁ ଫୋକସ କରିପାରନ୍ତି ନୂଆ ପ୍ରଧାନମନ୍ତ୍ରୀ।
ଶିଶୁ ଭବନ ଛକରେ ସଡ଼କ ଦୁର୍ଘଟଣା ; ଓଭର ବ୍ରିଜ ବ୍ୟାରିକେଡ ଭାଙ୍ଗି ତଳକୁ ଖସି ପଡ଼ିଲା କାର
ଭୁବନେଶ୍ବର : ଭୁବନେଶ୍ୱର ଶିଶୁ ଭବନ ଛକରେ ସଡ଼କ ଦୁର୍ଘଟଣା । ଶିଶୁ ଭବନ ଓଭର ବ୍ରିଜ ବ୍ୟାରିକେଡ଼ ଭାଙ୍ଗି ତଳକୁ ଖସି ପଡ଼ିଲା କାର। ପ୍ରାୟ 10 ଫୁଟ ତଳକୁ ଖସିଲା କାର l କେଦାର ପଲ୍ଲୀ ବସ୍ତିର ଏକ ଘର ଉପରେ ପଡିଲା କାର l ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ବେଳେ କାର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାର ଡ୍ରାଇଭର ଜଣଙ୍କ ଅତ୍ୟଧିକ ମଦ୍ୟପାନ ଓ ଗାଡି ଅଧିକ ବେଗରେ ଚଳାଇଥିବାରୁ ଏଭଳି ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ଯୁବକ ମାନେ କହୁଛନ୍ତି ।
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଚିଫ ଅଫ ଷ୍ଟାଫ ମୋର୍ଗାନ ମାକସୁଇନଙ୍କ ଇସ୍ତଫା
ନନ୍ଦଘୋଷ ବ୍ୟୁରୋ : ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମରଙ୍କ ଚିଫ ଅଫ ଷ୍ଟାଫ ମୋର୍ଗାନ ମାକସୁଇନଙ୍କ ଇସ୍ତଫା। ଆମେରକା ଲାଗି ବ୍ରିଟେନର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରିବା ଲାଗି ପିଟର ମାଣ୍ଡେଲସନଙ୍କ ନା ସୁପାରିସ କରିବା ତାଙ୍କ ପାଇଁ ପଡିଲା ମହଙ୍ଗା। ଆମେରିକାର ବହୁଚର୍ଚ୍ଚିତ ଜେଫେରୀ ଏପଷ୍ଟିନଙ୍କ ସହ ସମ୍ପର୍କ ଥିବା ସତ୍ତ୍ବେ ମାଣ୍ଡେଲସନଙ୍କ ନାଁ ସୁପାରିସ କରିବା କାରଣରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି।
ଗତ ଜାନୁଆରୀ ୩୦ରେ ଆମେରିକା ନ୍ୟାୟ ବିଭାଗ ପକ୍ଷରୁ ପ୍ରକାଶିତ ଏପଷ୍ଟିନ ଫାଇଲରେ ମାଣ୍ଡେଲସନଙ୍କ ସହ ଏପଷ୍ଟିନଙ୍କ ସମ୍ପର୍କ ଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ଲେବର ପାର୍ଟି ସରକାରରେ ବାଦ ବିବାଦ ଜୋର ଧରିଥିଲା। ମାଣ୍ଡେଲସନଙ୍କ ନାଁ ସୁପାରିସ କରି ସେ ଭୁଲ୍ କରିଛନ୍ତି ଏବଂ ଏହି ଭୁଲ୍ ଲାଗି ସେ ନିଜେ ଦାୟୀ ବୋଲି କହିଛନ୍ତି ମାକସୁଇନ। ମାଣ୍ଡେଲସନଙ୍କ ନାଁ ପ୍ରସ୍ତାବ ଦିଆଯିବା ପରେ ଦଳରେ ଏକ ରକମ ବିଦ୍ରୋହ ସୃଷ୍ଟି ହୋଇଥିଲା। ସେପଟେ ଏପଷ୍ଟିନଙ୍କ ସହ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ସହ ସମ୍ପର୍କ ରହିଛି ବୋଲି ଚାଲିଥିବା ଚର୍ଚ୍ଚାକୁ ଦଲାଇଲାମାଙ୍କ ଅଫିସ ପକ୍ଷରୁ ଖଣ୍ଡନ କରାଯାଇଛି। ଏପଷ୍ଟିନଙ୍କୁ ଦଲାଇଲାମା କେବେ ବି ସାକ୍ଷାତ କରିନାହାନ୍ତି ବୋଲି କୁହାଯାଇଛି।
ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଝଟକା …ଭାରତକୁ କ୍ଷତି ପହଞ୍ଚାଇଲେ କାନାଡ଼ା ନେବ ଦୃଢ କାର୍ଯ୍ୟାନୁଷ୍ଠାନ
ନନ୍ଦିଘୋଷ ବ୍ୟୁରୋ: ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଝଟକା । ଭାରତକୁ କ୍ଷତିପହଞ୍ଚାଇବାକୁ ଚାହିଁଲେ କାନାଡ଼ା ନେବ ଦୃଢ କାର୍ଯ୍ୟାନୁଷ୍ଠାନ । ଦୁଇ ଦେଶ ମଧ୍ୟରେ ସୁଦୃଢ ହେଉଛି ସମ୍ପକ । କାନାଡା ଗସ୍ତରେ ଥିବା ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ସୁରକ୍ଷା ଆଲୋଚନା ହୋଇଛି । ବୈଠକ ସମୟରେ, ଅଜିତ ଡୋଭାଲ କାନାଡାର ଜାତୀୟ ସୁରକ୍ଷା ଏବଂ ଗୁଇନ୍ଦା ପରାମର୍ଶଦାତା ଏବଂ ପ୍ରଧାନମନ୍ତ୍ରୀଙ୍କ ଡେପୁଟି କ୍ଲର୍କ ନାଥାଲି ଡ୍ରୋଇନଙ୍କ ସହିତ କଥା ହୋଇଛନ୍ତି ।
ଭାରତ ଏବଂ କାନାଡା ଜାତୀୟ ସୁରକ୍ଷା, ଆଇନ ପ୍ରବର୍ତ୍ତନ ଏବଂ ସାଇବର ସୁରକ୍ଷା ଉପରେ ସହଯୋଗକୁ ଆହୁରି ଶକ୍ତ କରିବା ପାଇଁ ଏକ ମିଳିତ କାର୍ଯ୍ୟ ଯୋଜନା ଉପରେ ସହମତ ପ୍ରକାଶ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ବୈଠକ ଭାରତ ଏବଂ କାନାଡା ମଧ୍ୟରେ ନିୟମିତ ଦ୍ୱିପାକ୍ଷିକ ସୁରକ୍ଷା ଆଲୋଚନାର ଏକ ଅଂଶ । ଉଭୟ ପକ୍ଷ ସେମାନଙ୍କ ଦେଶ ଏବଂ ନାଗରିକଙ୍କ ସୁରକ୍ଷା ବୃଦ୍ଧି ପାଇଁ ପଦକ୍ଷେପ ଉପରେ ସମୀକ୍ଷା କରିଥିଲେ।

