spot_img
Home Blog Page 7297

ମହଙ୍ଗା ପଡ଼ିପାରେ କାହାକୁ ‘ଏପ୍ରିଲ ଫୁଲ୍’ ବନେଇବା: ଆପଣଙ୍କୁ ହୋଇପାରେ ଜେଲ!

ଆଜି ଏପ୍ରିଲ୍ ମାସର ପ୍ରଥମ ଦିନ ଓ ‘ଏପ୍ରିଲ୍ ଫୁଲ୍ କରିବାର ତାରିଖ । ସାଧାରଣତଃ ଏପ୍ରିଲ ୧ ତାରିଖ ଦିନ କିଛି ଲୋକେ ପରସ୍ପରକୁ ବୋକା ବନାନ୍ତି । କିନ୍ତୁ ଚଳିତ ବର୍ଷ ଯଦି କେହି  କାହାକୁ ଏପ୍ରିଲ୍ ଫୁଲ୍ କରନ୍ତି, ତାହେଲେ ଜେଲ୍ ଯିବାର ସମ୍ଭାବନା ରହିଛି । ଦିଲ୍ଲୀ, ମୁମ୍ବାଇ ଭଳି ରାଜ୍ୟ ଏପ୍ରିଲ ଫୁଲ୍ ବାହାନା କରି ‘ଗୁଜବ ପ୍ରଚାର’ କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଏହାର କାରଣ ହେଉଛି କରୋନା । ସମଗ୍ର ଦେଶରେ କରୋନା ଯୋଗୁଁ ଲକଡାଉନ୍ ଜାରି ରହିଛି । ଦିଲ୍ଲୀ, ମହାରାଷ୍ଟ୍ର ଏବଂ ହିମାଚଳ ପ୍ରଦେଶରେ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଏଥର ଏପ୍ରିଲ ଫୁଲ ବାହାନାରେ କରୋନା ‘ଗୁଜବ ଏବଂ ଗାଳିଗୁଲଜ’ ରୁ ଦୂରେଇ ନରହିଲେ, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଟ୍ୱିଟରରେ ଏନେଇ ସୂଚନା ଦିଆଯାଇଛି । ଯଦି ‘ଏପ୍ରିଲ୍ ଫୁଲ୍’ ବାହାନା କରି ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାକୁ ଚେଷ୍ଟା କରାଯାଏ, ତାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁଜବ ଏବଂ ପ୍ରାଙ୍କ କାରଣରୁ କରୋନା ଭାଇରସ ଯୋଗୁଁ ହୋଇଥିବା ଲକଡାଉନ୍ରେ ପ୍ରଭାବ ପଡିପାରେ । ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ଏଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ଯଦି ଏପରି ଗୁଜବ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ରୁ ରିପୋର୍ଟ କରାଯାଏ, ତେବେ ଏହା ଗ୍ରୁପ୍ ଆଡମିନିଷ୍ଟ୍ରେଟରଙ୍କ ଦାୟିତ୍ୱ ହେବ । ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ପୋଲିସ ସୋସିଆଲ ମିଡିଆ ଉପରେ ନଜର ରଖିବ। ସୋମବାର ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଯିଏ ହ୍ୱାଟସ୍ଆପରେ ଏକ ଫେକ୍ ତଥ୍ୟ ପଠାଉଥିଲେ ।

ପ୍ରତିବର୍ଷ ଏପ୍ରିଲ ମାସ ୧ତାରିଖରେ ଲୋକମାନେ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଥଟାମଜା କରନ୍ତି । କିନ୍ତୁ ଚଳିତ ବର୍ଷ ଏହି ମଜାଠୁ ଦୂରେଇ ରୁହିବାକୁ ହେବ । ମହାରାଷ୍ଟ୍ର ସମେତ ସମଗ୍ର ଦେଶ କରୋନା ଭୂତାଣୁ ବିରୋଧରେ ଯୁଦ୍ଧ କରୁଛନ୍ତି। ଏପ୍ରିଲ୍ ଫୁଲ ନାଁରେ ମିଥ୍ୟା ବାର୍ତ୍ତା, ଗୁଜବ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଯଦି କେହି ଏପରି କରନ୍ତି ତାହେଲେ ପୋଲିସ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସମସ୍ତଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ହିମାଚଳ ପୋଲିସ ମଧ୍ୟ ଏପ୍ରିଲ ଫୁଲ ନକରିବାକୁ ଚେତାବନୀ ଦେଇଛନ୍ତି। କେବଳ ପ୍ରଶାସନ ଦ୍ୱାରା ଦିଆଯାଇଥିବା ସୂଚନା ଉପରେ ବିଶ୍ୱାସ କରିବାକୁ ସେ ଆବେଦନ କରିଛନ୍ତି।

 

 

 

ଝାଡ଼ଖଣ୍ଡ ଓ ଆସାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ଏବେ ଧିରେ ଧିରେ ଭାରତରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । । ମଙ୍ଗଳବାର ଦେଶରେ କୋଭିଡ -୧୯ ର ୩୧୫ ଟି ନୂଆ ମାମଲା ରୁଜୁ ହୋଇଛି । ପ୍ରଥମ ଥର ପାଇଁ ଦେଶରେ ଦିନକୁ ୩ ଶହରୁ ଅଧିକ ମାମଲା ସମ୍ନାକୁ ଆସିଛି ।

Coronavirus updates: India confirm cases rise to 6 as Italian ...

ସୋମବାର ତୁଳନାରେ ଏହା କୋଭିଡ -୧୯ ପଜିଟିଭ୍ ସଂଖ୍ୟା ପ୍ରାୟ ଦୁଇ ଗୁଣ | ବର୍ତ୍ତମାନ ଦେଶରେ କରୋନା ଜୀବାଣୁ ପୀଡିତଙ୍କ ସଂଖ୍ୟା ୧୬୮୧ କୁ ବୃଦ୍ଧି ପାଇଛି ଏବଂ ଏହି କାରଣରୁ ୫୨ ଜଣଙ୍କ ମୃତ୍ୟୁ ହୋଇଛି ।

ଗତ ୩ ଦିନ ମଧ୍ୟରେ ୬୨୬ ଟି ନୂଆ ମାମଲା ରୁଜୁ ହୋଇଛି। ସର୍ବାଧିକ ମାମଲା ମହାରାଷ୍ଟ୍ରରରେ ଦେଖିବାକୁ ମିଳିଛି । ଯେଉଁଠାରେ ୩୦୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ପରେ ଦ୍ୱିତୀୟ ସ୍ଥାନରେ କେରଳ ୨୪୧, ତୃତୀୟ ସ୍ଥାନରେ ତାମିଲନାଡୁ ୧୨୪ ଏବଂ ଚତୁର୍ଥରେ ଦିଲ୍ଲୀ ୧୨୦ ରହିଛି ।

ସଙ୍କଟରେ ବିଶ୍ୱ…ଇଟାଲୀରୁ ଆମେରିକା ସବୁଠି କରୋନା ଆତଙ୍କ

ଏଯାଏଁ ଝାଡ଼ଖଣ୍ଡ ଏବଂ ଆସାମ ଏହି ଭୟଙ୍କର ମହାମାରୀ କବ୍‌ଜାରେ ଆସିନଥିଲା କିନ୍ତୁ ମଙ୍ଗବାର ସେଠାରେ ମଧ୍ୟ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଝାରଖଡ଼ର ରାଜଧାନୀ ରାଞ୍ଚିରେ ମାଲେସିଆରୁ ଫେରିଥିବା ୨୨ ବର୍ଷୀୟ ଯୁବତୀ କରୋନା ଆକ୍ରାନ୍ତର ଶିକାର ହୋଇଛନ୍ତି । ସେ ତବଲିଗି ଜମାତରେ ମଧ୍ୟ ଭାଗ ନେଇଥିଲେ ।

 

କଣ ପାଇଁ ଏମରଜେନ୍ସି ଲାଗୁ କରିବା ପାଇଁ କହିଲେ ଋଷି କପୁର, ଜାଣନ୍ତୁ

ଦିଲ୍ଲୀର ନିଜାମୁଦ୍ଦିନର ତବଲିଗୀ ଜମାତର କରୋନା କନେକ୍ସନକୁ ନେଇ ଦେଶବ୍ୟାପି ଉତ୍ତେଜନା ସୃଷ୍ଚି ହୋଇଛି । ତବଲିଗ୍ ଜମାତରେ ଯୋଗ ଦେବାକୁ ଆସିଥିବା ଲୋକଙ୍କ ମଧ୍ୟରୁ  ୨୪ଜଣ ଲୋକେ ସଂକ୍ରମିତ ହୋଇଥିବା ବେଳେ ୪୪୧ ଜଣ ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମର୍କଜ ସହିତ ଜଡିତ ଲୋକମାନେ ଉତ୍ତରପ୍ରଦେଶ,ତେଲେଙ୍ଗାନା,ତାମିଲନାଡୁ,ମହାରାଷ୍ଟ୍ର,ପଶ୍ଚିମବଙ୍ଗ ସମେତ ଦେଶର ଅନେକ ରାଜ୍ୟରେ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରୁ କିଛି କରୋନା ପଜିଟିଭ୍ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଏନେଇ ଅଭିନେତା ଋଷି କପୁର ନୀରବତା ଭାଙ୍ଗି ନିଜର ପ୍ରତିକ୍ରିୟା ରଖିଛନ୍ତି। ବଲିଉଡ କଳାକାର ଏନେଇ ଟ୍ୱିଟ୍ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ଋଷି କପୁରଙ୍କର ଏହି ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି ।

ଋଷି ଟ୍ୱିଟ୍ କରି କହିଛନ୍ତି ଯେ, ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ଉଚିତ୍। ଲୋକମାନେ ପୋଲିସ ଏବଂ ମେଡିକାଲ କର୍ମଚାରୀଙ୍କୁ ମାଡ ମାରୁଛନ୍ତି। ଏଭଳି  ପରିସ୍ଥିତିର ମୁକାବିଲା ପାଇଁ  ଅନ୍ୟ କୌଣସି ଉପାୟ ନାହିଁ । ଏହା ହେଉଛି ଏକମାତ୍ର ଉପାୟ ଯାହା ସମସ୍ତଙ୍କ ପାଇଁ ଭଲ ହେବ । ଋଷି କପୁରଙ୍କ ଅନୁସାରେ ପରିସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ଜରୁରୀକାଳୀନ ସ୍ଥିତି  ଘୋଷଣା କରିଦେବା ଉଚିତ୍ ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୩ଟି ନୂଆ କରୋନା ଭାଇରସ ରିପୋର୍ଟ ହେବା ପରେ ମଙ୍ଗଳବାର ଦିନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୨୦ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। ଏହି ୧୨୦ ମାମଲାରେ ମଧ୍ୟରୁ ୨୪ ଜଣ ଦିଲ୍ନୀର ନିଜାମୁଦ୍ଦିନସ୍ଥିତ ତବଲିଗର ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ। ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଅତି କମରେ ପାଞ୍ଚ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଦେଶ ବାହାରକୁ ଯାଇଛନ୍ତି। ତେବେ ଏନେଇ ନିଜକୁ ସତର୍କତା ଅବନମ୍ବନ କରିବାକୁ କହିଛନ୍ତି ଅଭିନେତା ।

 

 

 

କରୋନା ମହାମାରୀ ଲାଗି ପାଳିତ ହେବନି ଜନ୍ମ ଦିବସ

ଭୁବନେଶ୍ୱର:  ୮୪ ବର୍ଷ ଅତିକ୍ରମ କରି ସେଦିନର ଉତ୍କଳ ଓ ଏବେକାର ଓଡ଼ିଶା ୮୫ ବର୍ଷରେ ପଦାର୍ପଣ କରିଛି । ଏଥିର ସରକାରୀ କିମ୍ବା ବେସରକାରୀ ସ୍ତରରେ ପାଳନ ହେବ ନାହିଁ ଉତ୍କଳ ଦିବସ । କରୋନ କଟକଣା ଯୋଗୁଁ ଏମିତି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଲକଡାଉନ ସମୟରେ ଜୟନ୍ତୀ, ଶ୍ରାଦ୍ଧ ଦିବସ ପାଳନ ଦେବନାହିଁ ବୋଲି ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପରେ ପ୍ରଥମ ଥର ପାଇଁ ଉତ୍କଳ ଦିବସ ପାଳନ ହେଉନାହିଁ । । ଏପ୍ରିଲ ୧, ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହୋଇଥିଲା । ସ୍ୱତନ୍ତ୍ର ପ୍ରଦେଶ ଗଠନର ପୁରୋଧାଙ୍କୁ ମନେ ପକେଇବା ଲାଗି ପ୍ରତିବର୍ଷ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ ହୋଇ ଆସୁଅଛି ।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାକୁ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ଵାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମହାପୁରୁଷମାନଙ୍କୁ ମନେ ପକାଇଛନ୍ତି ନବୀନ । କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଟ୍ୱିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

https://www.facebook.com/nandighoshatv/videos/220434722371814/

 

 

କର୍ମ କ୍ଷେତ୍ର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ…ପାରିବାରିକ ନିବିଡତା ବଢିବ

ମେଷ ରାଶି

ଅଶ୍ବିନୀ ନକ୍ଷତ୍ର – କିଛି କିଛି ସରକାରି ସହାୟତା ମିଳିବ ଫଳରେ ମାନସିକ ସ୍ତରରେ ଉତ୍ସାହ ଉଦ୍ଦିପନା ସହିତ ପାରିବାରିକ ଶାନ୍ତି ବଜାୟ ରହିବ ।

ଦ୍ବିଜା ନକ୍ଷତ୍ର – ମାନ ସମ୍ମାନ,ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଦୂରରେ ରହୁଥିବା କୌଣସି ବନ୍ଧୁପରିଜନଙ୍କର ସ୍ବାସ୍ଥ୍ୟଗତ ଅସୁବିଧାର ଖବର ମନକୁ କିଛିକିଛି ଦୁର୍ବଳ କରିଦେବ ।

କୃତ୍ତିକା ନକ୍ଷତ୍ର – ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ଅଧିକ ହଳଦିଆ ଦ୍ରବ୍ୟ ବ୍ୟବହାର କରିବା ଶୁଭ ଦାୟକ ହେବ, ମାତୃ ବର୍ଗରେ କାହାର ସ୍ବାସ୍ଥ୍ୟହାନି ହେବ ।

ଶୁଭ ରଙ୍ଗ – ଧଳା, ହଳଦିଆ

ହନୁମାନ ବାଣ ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – କର୍ମ କ୍ଷେତ୍ର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଲୋକସଂପର୍କ ବୃଦ୍ଧି ହେବ ।

ରୋହିଣି ନକ୍ଷତ୍ର – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, ନିଜ ପାଖପଡୋସିଙ୍କର ସେବାରେ ବ୍ୟସ୍ତ ରହି ମାନଶିକ ଆତ୍ମତୃପ୍ତି ବଢିବ ।

ମୃଗଶିରା ନକ୍ଷତ୍ର – ସମୟର ସ୍ରୋତ ଆପଣଙ୍କର ସପକ୍ଷରେ ଯିବ, ଦାୟିତ୍ବ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଲାଭ ମିଳିବ, ଜପତପ ଧର୍ମଜ୍ଞାନ ବଢିବ,ନିଜ ଅଞ୍ଚଳରେ କିଛି କଲ୍ୟାଣମୂଳକ କାମକରି ସମ୍ମାନର ପାତ୍ର ହେବେ ।

– ଶୁଭ ରଙ୍ଗ – ସବୁଜ

– କଳା ଜୀବଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ  ।

ମିଥୁ ରାଶି

ମୃଗଶିରା ନକ୍ଷତ୍ର – ବାହାରକୁ ବାହାରିବେ ନାହିଁ କାରଣ ପ୍ରତି ମୂହୁର୍ତ୍ତରେ ନକରାତ୍ମକ ପ୍ରଭାବ ରହିବ, ଟଙ୍କାପଇସାକୁ ନେଇ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ, ବିବାହ କିମ୍ବା ନୂତନ ବ୍ୟବସାୟର ସମ୍ଭାବନା ଷୃଷ୍ଟି ହେବ ।

ଆଦ୍ରା ନକ୍ଷତ୍ର -ଆଜି କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ, ମନ ମଧ୍ୟରେ ଭଲ ଲାଗୁଥିବା ଭଗବାନଙ୍କର ସୁମରଣାକରି ଦିନ କାଟନ୍ତୁ  ।

ପୂନର୍ବସୁ ନକ୍ଷତ୍ର – ମାନସମ୍ମାନ ଲାଭ, ଆର୍ଥିକ ଉନ୍ନତି ହେବ, କୌଣସି ସମାଜକଲ୍ୟାଣ ସେବାକରି ସମ୍ମାନିତ ହେବେ,ବହୁଦିନର ଇଛା ପୁରଣ ହେବ, ପାରିବାରିକ ନିବିଡତା ବୃଦ୍ଧି ହେବ ।

– ଶୁଭ ରଙ୍ଗ – କମଳା

– ଶିବ ଭଗବାନଙ୍କୁ କ୍ଷିର କଦଳୀ ଗୁଡ ଏବଂ ମହୁରେ ଅଭିଷେକ କରନ୍ତୁ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ନିଜର ବାହାନ ଜନିତ ଭୟ ରହିଛି ସତର୍କ ରହିଥିବେ,ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜିବନରେ ସତର୍କତାର ସହିତ ରୁହନ୍ତୁ ।

ପୂଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରରେ କୌଣସି ବଡ ଯୋଜନାର ରୁପାୟନରେ କର୍ମଚାପ ବଢିବ, ଅର୍ଥଚିନ୍ତା, ଭୁଲ ନିଷ୍ପତିର ଶିକାର ହେବେ ।

ଅଶ୍ଲେଷା ନକ୍ଷତ୍ର – ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର, ଅର୍ଥଚିନ୍ତା ବଢିବ, ମନ ଦୋଦୁଲ୍ୟମାନ ପତିସ୍ଥିତି ମଧ୍ୟରେ ଭୁଲ ନିଷ୍ପତି ନେଇ ଦଣ୍ଡିତ ହେବେ ।

– ଶୁଭ ରଙ୍ଗ – ଲାଲ

– କୌଣସି ଦେବୀଶକ୍ତିଙ୍କର ଅଭିଷେକ କରାନ୍ତୁ ଏବଂ ଅସହାୟକୁ ଷୋରିସ ତେଲ ଦାନ କରନ୍ତୁ ।

ସିଂହ ରାଶି

ମଘା ନକ୍ଷତ୍ର- ବହୁଜନ ସଂପର୍କ, ପୂଜାକଲ୍ୟାଣ କାର୍ଯ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ।

ପୂର୍ବାଫାଲଗୁନି ନକ୍ଷତ୍ର – ବିଦେଶ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ, ପରିବାର ଠାରୁ ଦୂରରେ ରହିବେ, ମାତୁଳ ବର୍ଗ ଏବଂ ଜ୍ଞାତିବର୍ଗରୁ ସାହାର୍ଯ୍ୟ ମିଳିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ମନମୁତାବକ ଦ୍ରବ୍ୟ ମାହୁଳିଆ ପ୍ରାପ୍ତ ହେବ,କୌଣସି ପାରିବାରିକ କିମ୍ବା ପୂରୁଣା କିଛି ସମସ୍ୟାରୁ ମୁକ୍ତି ପାଇବେ, କିନ୍ତୁ ଅର୍ଥଚିନତା ବଢିବ ।

– ଶୁଭରଙ୍ଗ – ଧଳା

– ଗାୟତ୍ରୀ ମନ୍ତ୍ର ୧୦୮ଥର ଜପ ଶୁଭପ୍ରଦ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଗୃହନିର୍ମାଣ କାର୍ଯ୍ୟରେ ଅର୍ଥବ୍ୟୟ ହେବ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ,ଟଙ୍କାପଇସାର ସାହାର୍ଯ୍ୟ ସହଯୋଗ ମିଳିବ ।

ହସ୍ତା ନକ୍ଷତ୍ର – ଆର୍ଥିକ ଅଭିବୃଦ୍ଧି, ଯଶ ଓ ପଦ ମର୍ଯ୍ୟଦା ବୃଦ୍ଧିହେବ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ, ପରିବାରର ସହଯୋଗରେ ମନୋବଳ ବୃଦ୍ଧି ହେବ  ।

ଚିତ୍ରା ନକ୍ଷତ୍ର – ପାରିବାରିକ ନିବିଡତା ବଢିବ, ସମୁହ କଲ୍ୟାଣ କାର୍ଯ୍ୟରେ ଯୋଗଦାନ କରିବେ, ସନ୍ତାନସନ୍ତତି ବର୍ଗରେ ବିକାଶ ହେବ,ସରକାରଙ୍କର ଯୋଜନା ଲାଭ ହେବ ।

– ଶୁଭ ରଙ୍ଗ – ହଳଦିଆ, କମଳା

– ଶ୍ରୀ ବିଷ୍ଣୁ ଭଗବାନଙ୍କୁ ପୂଜା ସହିତ ବିଷ୍ଣୁସହସ୍ରନାମ ପାଠ କରନ୍ତୁ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – କୌଣସି ପ୍ରକାରର ଆର୍ଥିକ ଅଭିବୃଦ୍ଧି, ଠିକାଦାରି କିମ୍ବା ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ଭାବ ନିବିଡତା ବଢିବ ।

ସ୍ବାତୀ ନକ୍ଷତ୍ର – କୌଣସି ଧାର୍ମିକ ଭାବନାରେ ବୁଡି ରହିବେ, ପିଲାମନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ ।

ବିଶାଖା ନକ୍ଷତ୍ର – ଅଧିକ ଭ୍ରମଣ କଷ୍ଟ ମିଳିବ, ସ୍ବାସ୍ଥ୍ୟପିଡା ରହିବ ମାତ୍ର ଆଥିକ ଦିଗଟି ସ୍ବଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସାଥ ଦେବ ।

– ଶୁଭ ରଙ୍ଗ – ଇଷତ୍ ଲାଲ

– ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର -ଭାଷାଗତ ଜ୍ଞାନ ବୃଦ୍ଧିହେବ, ଧର୍ମଚର୍ଚ୍ଚା ବଢିବ, ମାନସିକ ଅଶାନ୍ତି ବୃଦ୍ଧି ହେବ, ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ।

ଅନୁରାଧା ନକ୍ଷତ୍ର – ପାରିବାରିକ ମାନସିକଚାପ ବଢିବ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ, ଆର୍ଥିକ ଅନାଟନ ବଢିବ ।

ଜ୍ୟେଷ୍ଠା ନକ୍ଷତ୍ର – ଜିବନ ଯୁର୍ଦ୍ଧରେ ସଂଘର୍ଷ ବଢିବ, କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ।

– ଶୁଭ ରଙ୍ଗ – ଲାଲ

– ବଗଲାମୂଖୀ ସ୍ତ୍ରୋତ୍ର ଜପ କରନ୍ତୁ  ।

ଧନୁ ରାଶି

ମୂଳା ନକ୍ଷତ୍ର – ସାହାର୍ଯ୍ୟ ସହଯୋଗ କରି ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ,ମାନସିକ ଶାନ୍ତି ବୃଦ୍ଧି ହେବ, ଜପତପ ପୂଜାର୍ଚ୍ଚନାରେ ସମୟ ଅତିବାହିତ ହେବ ।

ପୂର୍ବଷାଢା ନକ୍ଷତ୍ର – ବିକାଶମୂଳକ କାର୍ଯ୍ୟ ହାତକୁ ନେବେ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ଷୃଷ୍ଟି ହେବ, ପାରିବାରିକ ସୁଖ ବଢିବ ।

ଉତ୍ତରାଷାଢା ନକ୍ଷତ୍ର – ମାନସିକ ଚାପ କିଛି କିଛି ରହିବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲିକ୍ଷିତ ହେବ, କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ ।

– ଶୁଭ ରଙ୍ଗ – ନିଳ ରଙ୍ଗ

– ଓଁ ମା ଦୁର୍ଗାଦେବୀ ଶରଣଂ ଜପ ସହିତ ଚଉରା ମୂଳରେ ଜଳ ଅର୍ପଣ କରିବେ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଧର୍ମଚର୍ଚ୍ଚା ଏବଂ ଆଧ୍ୟାତ୍ମୀକ ଜ୍ଞାନ ବଢିବ,  ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ବ୍ୟବସାୟିକ ଯୋଜନାରେ ସଫଳ ହେବେ,ଆର୍ଥିକ ଅଭାବ କିଛି ଷୃଷ୍ଟି ହେବ ।

ଶ୍ରବଣା ନକ୍ଷତ୍ର – ନୂଆ କିଛି ବିଦ୍ୟା ଆହରଣ କରିବେ,ନିଜ ପାଖପଡିସା ଏବଂ ବନ୍ଧୁପରିଜନରେ ସାହାଯ୍ୟ ସହଯୋଗ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ, କର୍ମଗତ ଶୁଭଫଳ ପାଇବେ ।

ଧନିଷ୍ଠା ନକ୍ଷତ୍ର – ସ୍ବାସ୍ଥ୍ୟଗତ ଅସୁବିଧା ରହିବ, ଗୃହରୁ ବାହାରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ, ଅର୍ଥଭାବ ରହିବ, କିଛି ଋତୁଫଳ ଖାଇବାକୁ ମିଳିବ ।

– ଶୁଭ ରଙ୍ଗ – ସବୁଜ

– ଜିବଜନ୍ତୁଙ୍କୁ ଖାଇବାକୁ ଦିଅନ୍ତୁ ।

– ୨୭ଥର “ଓଁ କ୍ଲିଂ କୃଷ୍ନାୟ ଗୋବିନ୍ଦାୟ ନମୋ ନମଃ” ଜପ କରନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଜୀବନସାଥି ସହ ମତାନ୍ତର ମନାନ୍ତର ହୋଇପାରେ,ଭାଗିଦାରିରେ ଅସହଯୋଗ ମିଳିବ, କୃତିମ ଆର୍ଥିକ ଅଭାବ ଷୃଷ୍ଟି ହେବ, ମନ ଦୁର୍ବଳ ରହିବ  ।

ଶତଭିଷା ନକ୍ଷତ୍ର – କର୍ମଚାପ କିଛି କିଛି ରହିବ, କିନ୍ତୁ ଆଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ, ବିଷୟ ସୁଖ ପ୍ରାପତ ହେବ, ନୂଆ ସଂପର୍କ ଯୋଡି ହେବ ।

ପୂର୍ବଭାଦ୍ର ନକ୍ଷତ୍ର – ଚେଷ୍ଟା ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ, ପରିବାର ମଧ୍ୟରେ ଏକତା ବଜାୟ ରହିବ, ଅଟକିଥିବା କିଛି କାର୍ଯ୍ୟ ପୂରଣ ହେବ, ଭଲକାମ କରି ସମ୍ମାନିତ ହେବେ ।

– ଶୁଭ ରଙ୍ଗ – ମାଟିଆ

– ବିଷ୍ଣୁସହସ୍ରନାମ ପାଠ କରନ୍ତୁ କିମ୍ବା ଶୁଣନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ସ୍ବାସ୍ଥ୍ୟ ଜନିତ କ୍ଷୟକ୍ଷତି ରହିବ, ବିନା ଦୋଷରେ ଅପମାନିତ ହେବେ, ପ୍ରସାଶନର ଆକ୍ରୋସର ଶିକାର ହେବେ ତେଣୁ ଆଜି ସତର୍କ ରହିବେ॥

ଉତ୍ତରଭାଦ୍ର ନକ୍ଷତ୍ର – ନିଜର କୌଣସି ଗୃହପାଳିତ ଜିବ କିମ୍ବା ନିଜ ମା’ଙ୍କର ସ୍ବାସ୍ଥ୍ୟଗତ ଅସୁବିଧା ହେବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ରହିବ॥

ରେବତୀ ନକ୍ଷତ୍ର – ପାରିବାରିକ ଜୀବନରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଖର୍ଚ୍ଚ ବଢିବ, ବନ୍ଧୁମୀଳନ ବଢିବ ।

– ଶୁଭ ରଙ୍ଗ – ସୁନେଲି

– ଦେବୀ ଦୁର୍ଗାଙ୍କର କବଚ ଜପ କରନ୍ତୁ  ।

 

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

ସଙ୍କଟରେ ବିଶ୍ୱ…ଇଟାଲୀରୁ ଆମେରିକା ସବୁଠି କରୋନା ଆତଙ୍କ

ବିଶ୍ୱରେ କରୋନା ପ୍ରକୋପ ବଢିବାରେ ଲାଗିଛି । ଆମେରିକା, ଇଟାଲୀ, ସ୍ପେନରେ ଏବେ ସ୍ଥିତି ସଙ୍ଗୀନ ଥିବା ବେଳେ ସାରା ବିଶ୍ୱରେ ୮ ଲକ୍ଷ ୩୮ ହଜାର ୬୧ ଜଣଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆମେରିକାରେ ଲକ୍ଷେ ୭୦ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି । ଅପରପକ୍ଷରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ନୂଆ କେସ ସାମ୍ନାକୁ ଆସିଛି । ଆଗକୁ ଆମେରିକାରେ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ଆଶଙ୍କା କରାଯାଉଛି । ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ୧୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇଟାଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ହଜାରେ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ପେନରେ ମଧ୍ୟ କରୋନା ପ୍ରଭାବ ବଢ଼ିବାରେ ଲାଗିଛି । ସ୍ପେନରେ କୋରାନା ଭୂତାଣୁ ଯୋଗୁଁ ୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ହରାଇଛନ୍ତି । ଏହା ସହ ଗୋଟିଏ ଦିନରେ ୬ ହଜାର ନୂଆ କେସ ସାମ୍ନାକୁ ଆସିଛି । ସେପଟେ ୟୁକେ, ଜର୍ମାନୀ ଓ ନେଦରଲାଣ୍ଡରେ ମଧ୍ୟ ସ୍ଥିତି ବିଗୁଡ଼ୁଛି । ୟୁକେରେ ୩ ହଜାର ମାମଲା ସାମ୍ନାକୁ ଆସିଛି ।

ଭାରତରେ ମଧ୍ୟରେ କରୋନା ସଂକଟ କମିନାହିଁ । ଭାରତରେ ୧୩ଶହ କରୋନାରେ ଆକ୍ରାନ୍ତ ଅଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଏଠାରେ ୨୦୦ ଲୋକେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦ ଜଣ ପ୍ରାଣ ହରାଇଲେଣି । ମହାରାଷ୍ଟ୍ର ପରେ କେରଳ, ୟୁପି, ଦିଲ୍ଲୀ ସମେତ ୨୦ରୁ ଅଧିକ ରାଜ୍ୟରେ କରୋନା ସଂକ୍ରମଣର ଭୟ ଦେଖିବାକୁ ମିଳିଛି । ଏବେ ୧୪୬ଟି ନୂଆ କରୋନା ପଜିଟିଭ କେସ ସାମ୍ନାକୁ ଆସିଛି । ଦେଶରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ୧୩୯୭ ରେ ପହଞ୍ଚିଛି। ଗୋଟେ ଆଡେ ୧୨୩ ଜଣ ରୋଗୀ ଚିକିତ୍ସା ହୋଇ ଠିକ୍ ହୋଇଛନ୍ତି ତ ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ତିନିଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୨୩ ଟି ନୂଆ ମାମଲା ରିପୋର୍ଟ ହୋଇଛି। ବର୍ତ୍ତମାନ ଦିଲ୍ଲୀରେ ରୋଗୀଙ୍କ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ ବରେଲିରେ ପାଞ୍ଚ ଜଣଙ୍କ ସମେତ ଉତ୍ତରପ୍ରଦେଶରେ ୭ଜଣ କରୋନା ପଜିଟିଭ୍ ହୋଇଥିଲେ। ନୋଏଡାରେ ବର୍ତ୍ତମାନ ୩୯ ଟି ପଜିଟିଭ୍ କେସ ରହିଛି । ବରେଲିରେ ଗୋଟେ ପରିବାରର ପାଞ୍ଚ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

 

ଲକ୍ଷଣ ନଥାଇ ବି ଭଦ୍ରକରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ଜ୍ୱର, କାଶ ଥଣ୍ଡା, ଛିଙ୍କ, ନିଶ୍ୱାସ ନେବାର କଷ୍ଟ ଆଦି ଲକ୍ଷଣ ନଥାଇ ବି ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି, ଚତୁର୍ଥ କରୋନା ଆକ୍ରାନ୍ତଙ୍କ ନିକଟରେ କରୋନାର କୌଣସି ଜଟିଳ ଲକ୍ଷଣ ଦେଖିବାକୁ ମିଳିନଥିଲା । କିନ୍ତୁ, ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ, ଘର ଭଦ୍ରକ

ତେଣୁ, ବିଦେଶରୁ ଫେରିଥିବା କିମ୍ବା କରୋନା ସଂକ୍ରମିତ ସ୍ଥାନକୁ ଯାଇଥିବା ସମସ୍ତେ ୨ ସପ୍ତାହ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବା ଆବଶ୍ୟକ । ଏଥିସହ ହୋମ୍ କ୍ୱାରେଣ୍ଟାଇନରେ ରହିବା ପରେ ଆଗାମୀ ୨ ସପ୍ତାହ ଯାଏଁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଇବା ଜରୁରୀ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ, ଘର ଭଦ୍ରକ

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ କରୋନା ପଜିଟିଭ୍ ମାମଲା ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଚତୁର୍ଥ କରୋନା ଆକ୍ରାନ୍ତ ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ । ତାଙ୍କ ବୟସ ୨୯ ବର୍ଷ ହୋଇଥିବା ଜଣା ପଡ଼ିଛି । ନିକଟରେ ସେ ଦୁବାଇ ଗସ୍ତରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଏହା ପୂର୍ବରୁ ରାଜ୍ୟରେ ୩ ଜଣଙ୍କ ଠାରେ କରୋନା ପଜିଟିଭି ମିଳିଥିଲା । ୨ ଜଣଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଜାରି ରହିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଏମ୍ସରେ ଜାରି ରହିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଥିବା ଜଣାପଡ଼ିଛି । ଆଜି ରାଜ୍ୟରେ ମୋଟ ୧୩୭ଟି ସ୍ୱାବ ପରୀକ୍ଷା ହୋଇଥିବା ବେଳେ ଏମ୍ସରେ ଭଦ୍ରକ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

କରୋନା ମୁକାବିଲାରେ ମିଶନ ଶକ୍ତି ପାଲଟିଛି ଓଡ଼ିଶା ଶକ୍ତି

ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଭଦ୍ରକ ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଆକ୍ରାନ୍ତ ଯୁବକଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଯୁବକଙ୍କ ସମ୍ପର୍କରେ ଆସିଥିବା ଅନ୍ୟମାନଙ୍କୁ ଖୋଜିବା ଏବଂ ସେମାନଙ୍କ ସାମ୍ପୁଲ ପରୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ଉପରେ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ନଜର ରଖିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଧାର୍ମିକ ସମ୍ମିଳନୀରୁ ଦେଶର ୨୦ ରାଜ୍ୟରେ କରୋନା ସଂକ୍ରମଣ !

ରାଜ୍ୟର ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ବିଦେଶ ଗସ୍ତରୁ ଫେରିଥିବା ବେଳେ ତୃତୀୟ ଆକ୍ରାନ୍ତ ଜଣଙ୍କ ଦିଲ୍ଲୀରୁ ଫେରିବା ପରେ କରୋନା ପଜିଟିଭ୍ ମିଳିଥିଲା । ଚତୁର୍ଥ ଆକ୍ରାନ୍ତ ଜଣଙ୍କ ମଧ୍ୟ ବିଦେଶରୁ ଆସିଛନ୍ତି । ରାଜ୍ୟ ସରକାର ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦେବାସହ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଏହି ସବୁ ଖାଦ୍ୟ ଖାଇଲେ ମିଳିବ କରୋନା ସହ ଲଢ଼ିବାର ଶକ୍ତି

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ । ବ୍ୟକ୍ତି ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ, ବୟସ ୨୯ ବର୍ଷ । ନିକଟରେ ସେ ଦୁବାଇରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ । ବ୍ୟକ୍ତି ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ, ବୟସ ୨୯ ବର୍ଷ । ନିକଟରେ ସେ ଦୁବାଇରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

କରୋନା ମୁକାବିଲାରେ ମିଶନ ଶକ୍ତି ପାଲଟିଛି ଓଡ଼ିଶା ଶକ୍ତି

ଭୁବନେଶ୍ୱର: କରୋନା ମୁକାବିଲାରେ ମିଶନ ଶକ୍ତି ଏବେ ଓଡ଼ିଶା ଶକ୍ତି ଭାବେ କାର୍ଯ୍ୟ କରୁଛି । ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ପଦକ୍ଷେପରେ ଏବେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ଅଗ୍ରଭାଗରେ ଅଛନ୍ତି । ରାଜ୍ୟର ଗାଁ ଠାରୁ ସହର ପର୍ଯ୍ୟନ୍ତ ୬ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀରେ ଥିବା ୭୦ ଲକ୍ଷ ମହିଳା ସଦସ୍ୟା ଏହି ମହାମାରୀ ସମୟରେ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି । ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକ ସୁଜାତା କାର୍ତ୍ତିକେୟନ ତତ୍ତ୍ୱାବଧାନରେ ଗାଁଠୁ ସହର ପର୍ଯ୍ୟନ୍ତ ତଳ ସ୍ତରର ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଉଛନ୍ତି ଏସ୍‍ଏଚ୍‍ଜି ସଦସ୍ୟା ।

ମାର୍ଚ୍ଚ ମାସ ପ୍ରାରମ୍ଭରୁ କରୋନା ମୁକାବିଲା ଲାଗି ପ୍ରସ୍ତୁତ ସଚେତନତା ପୋଷ୍ଟର ଗୁଡିକ ୭୦ ଲକ୍ଷ ମହିଳାଙ୍କ ମଧ୍ୟରେ ବଣ୍ଟାଯାଇଛି । ସେମାନେ ନିଜ ନିଜ ପରିବାର ସହିତ ସ୍ଥାନୀୟ ଗୋଷ୍ଠୀ ଗୁଡ଼ିକୁ ସଚେତନ କରୁଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ ସଚେତନତା ବିଶେଷକରି ମହିଳାଙ୍କ ମଧ୍ୟରେ କରୋନା ମୁକାବିଲା ନେଇ ସଚେତନତା ସୃଷ୍ଟିରେ ସହାୟକ ହୋଇଛି । କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କରିଥିବା ଅନୁରୋଧର ଶପଥ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ବଣ୍ଟନ ହୋଇଛି । କରୋନା ସମ୍ପ୍ରସାରଣ ଉପରେ ଲଗାମ ଲଗାଇବା ପାଇଁ ଉଭୟ ଗ୍ରାମ ଓ ସହରାଞ୍ଚଳ ଲୋକେ ଘର ଭିତରେ ରହିବାପାଇଁ ମୁଖ୍ୟମନ୍ତ୍ରୀ ଶପଥ କରାଇଛନ୍ତି । ଏ କ୍ଷେତ୍ରରେ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ପ୍ରାରମ୍ଭରେ ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କର ଚାହିଦାକୁ ଦେଖି ଯେଉଁ ସହାୟିକା ଗୋଷ୍ଠୀ ଓ ସଂଘ ଗୁଡ଼ିକର ପୂର୍ବରୁ ସ୍କୁଲ ପୋଷାକ ସିଲେଇରେ ଅଭିଜ୍ଞତା ଥିଲା ସେମାନେ ମାସ୍କ ତିଆରି କରୁଛନ୍ତି । ବର୍ତ୍ତମାନ ପାଖାପାଖି ୪୦୦ ଏସ୍‍ଏଚ୍‍ଜି ଦିନକୁ ୫୦ ହଜାର ମାସ୍କ ଉତ୍ପାଦନ କରୁଛନ୍ତି ଯାହାକି ଏ ସମୟରେ ଅତି ଜରୁରୀ ସାମଗ୍ରୀ ପାଲଟିଛି । ଏସ୍‍ଏଚ୍‍ଜି ଗୁଡ଼ିକ ନିକଟରେ ସାଧାରଣ ଲୋକଙ୍କ ବ୍ୟତୀତ ବ୍ୟାଙ୍କ୍‍, ପୋଲିସ୍‍ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀମାନେ ୬ ଲକ୍ଷ ମାସ୍କ କିଣିଛନ୍ତି । ସେମାନେ ଏହାକୁ ମାତ୍ର ୧୫ରୁ ୨୦ ଟଙ୍କା ଦରରେ କିଣିଛନ୍ତି । କେତେକ ସ୍ୱୟଂ ସହାୟିକା ଗୋଷ୍ଠୀ ଲୋକଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ମାଗଣାରେ ମାସ୍କ ବାଣ୍ଟିଛନ୍ତି ।

ଲକ୍‍ ଡାଉନ୍‍ ଘୋଷଣା ପରେ ସେତେବେଳେ ଲୋକଙ୍କ ନିକଟରେ ରାସନ ଓ ପନି ପରିବା ପହଞ୍ଚାଇବା ମୁଖ୍ୟ ପ୍ରସଙ୍ଗ ଥିବାବେଳେ ଏସ୍‍ଏଚ୍‍ଜି ଗୁଡ଼ିକ ଏହି ଆବଶ୍ୟକତା ପୂରଣ କରିଥିଲେ । ପାଖପାଖି ୫୦୦ ସ୍ୱୟଂ ସହାୟିକା ଗୋଷ୍ଠୀ ଜିଲ୍ଲା ପ୍ରଶାସନ ସହାୟତାରେ ସମଗ୍ର ରାଜ୍ୟରେ ରାସନ, ପନିପରିବା ଏବଂ ଫଳ ଦୋକାନ ପ୍ରତିଷ୍ଠା କରିଛନ୍ତି । କଟକ, କେନ୍ଦ୍ରାପଡ଼ା, ବ୍ରହ୍ମପୁର ଓ କୋରାପୁଟର ସହରାଞ୍ଚଳରେ ଏସ୍‍ଏଚ୍‍ଜି ସଦସ୍ୟାମାନେ ଲୋକଙ୍କ ଘରେ ନେଇ ମଧ୍ୟ ଆବଶ୍ୟକ ରାସନ ସାମଗ୍ରୀ ପହଞ୍ଚାଉଛନ୍ତି ।

ଲକ୍‍ ଡାଉନ୍‍ ସମୟରେ ସମଗ୍ର ରାଜ୍ୟରେ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ଅତ୍ୟନ୍ତ ସମ୍ବେଦନଶୀଳ କାର୍ଯ୍ୟ । ପ୍ରତି ପଞ୍ଚାୟତରେ ନିରାଶ୍ରୟ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଏହି ଦାୟିତ୍ୱ ଏସ୍‍ଏଚ୍‍ଜିକୁ ଦେଇଛନ୍ତି । ଆଜି ସୁଦ୍ଧା ପାଖାପାଖି ୪୩୩୮ ପଞ୍ଚାୟତରେ ଖାଦ୍ୟ ଆବଶ୍ୟକ ଥିବା ଲୋକଙ୍କୁ ୧,୭୫,୩୮୫ଟି ମିଲ୍‍ ଯୋଗା ଯାଇଥିବା ବେଳେ ୧୧୪ଟି ପୌରାଞ୍ଚଳରେ ୧୪,୩୮୩ଟି ମିଲ୍‍ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକୁ ଏସ୍‍ଏଚ୍‍ଜିମାନେ ସୁରୁଖରୁରେ ତୁଲାଉଥିବାବେଳେ ପ୍ରତିଦିନ ରୋଷେଇ ହେଉଥିବା ସ୍ଥାନ ସଂଖ୍ୟା ବଢିବାରେ ଲାଗିଛି ।

ଏହାଛଡ଼ା ମିଶନ ଶକ୍ତି ଋଣ ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ଲାଗି ଚଳିତ ବର୍ଷ ୨୦୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ରାଜ୍ୟର ବ୍ଲକ ସ୍ତରରେ ଥିବା ମହାସଂଘ ଗୁଡ଼ିକ ନିକଟରେ ୨୫ଲକ୍ଷ ଟଙ୍କାର କର୍ପସ ପାଣ୍ଠି ରହିଛି । ଏସ୍‍ଏଚ୍‍ଜି ସଦସ୍ୟମାନଙ୍କ ଆବଶ୍ୟକ ପଡ଼ିଲେ ଅତି କମ୍‍ ସୁଧରେ ଏହି ପାଣ୍ଠିରୁ ଅର୍ଥ ଯୋଗାଯାଉଛି । ସଂଖ୍ୟାଧିକ ସ୍ୱୟଂ ସହାୟିକ ଗୋଷ୍ଠୀ ସେମାନଙ୍କ ସଞ୍ଚିତ ଅର୍ଥରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି ।

୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ମିଶନ ଶକ୍ତି ଗଠନ ହୋଇଥିବା ବେଳେ ଏହା ଅଧିନରେ ଥିବା ୬ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀର ୭୦ ଲକ୍ଷ ମହିଳା ସଦସ୍ୟା ଯେକୌଣସି ବିପର୍ଯ୍ୟୟ ଓ ଜରୁରୀ ସମୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏବେ ପୁଣି ଥରେ ମିଶନ ଶକ୍ତିର ସଦସ୍ୟାମାନେ ସରକାର ଓ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ତଳ ସ୍ତରରେ ସହଯୋଗୀ ଭାବେ ସେବା ଯୋଗାଉଛନ୍ତି ।

ଛୋଟ ପିଲାଙ୍କ ପାଇଁ ସଫଳ ହୋଇଛି ଲକଡାଉନ୍, କାହିଁକି କହିଲେ ବାଗଚୀ ?